ଝିଲିକ୍‌ ନା ବବି ଦାସଙ୍କ ଭାଇ କାହାକୁ ମିଳିବ ଟିକେଟ୍‌: ବିଜେଡି ଦେଇ ନ ପାରେ ପରିବାରରୁ ଦୁଇଜଣଙ୍କୁ ଟିକେଟ

ରସୁଲପୁର,୯ା୪(ରଞ୍ଜିତ ରାଉତ):ଯାଜପୁର ଜିଲାର କୋରେଇ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ପ୍ରତିଦିନ ନୂଆ ନଁା ଚର୍ଚ୍ଚାକୁ ଆସୁଛି। ଏହାସହ ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିଚାଲିଛି, ଯାହାଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଆଲୋଚନା ହେଉଛି।
ଯାଜପୁର ଜିଲା ରାଜନୀତିରେ ବିଶେଷ ପ୍ରଭାବ ରଖୁଥିବା ପ୍ରଫୁଲ୍ଲ ଘଡ଼େଇ ଏବଂ ସ୍ବର୍ଗତ ଅଶୋକ ଦାସଙ୍କ ପରିବାରର କାହାକୁ ବି କୋରେଇ ଆସନରେ ପ୍ରାର୍ଥୀ କରାଯିବ ସେନେଇ ଲବି ଚାଲିଛି। ଘଡେଇ ପରିବାରରୁ କୋରେଇର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କ ସ୍ତ୍ରୀ ବଙ୍ଗୀୟ ଅଭିନେତ୍ରୀ ଝିଲ୍ଲିକ୍‌ ଭଟ୍ଟାଚାର୍ଯ୍ୟଙ୍କ ନାମ ଶୁଣାଯାଉଥିବାବେଳେ ଦାସ ପରିବାରରୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଥିଲା। ତେବେ ଏହା ହେଲେ ଗୋଟିଏ ପରିବାରକୁ ଦୁଇଟି ଟିକେଟ ହୋଇଯିବ, ଯାହା ଦଳୀୟ ନୀତି ଆଦର୍ଶ ବିରୋଧୀ ହେବ। ତେଣୁ ଉଭୟ ପରିବାରକୁ ବାଦ୍‌ ଦେଇ ତୃତୀୟ ବ୍ୟକ୍ତିଙ୍କୁୁ ପ୍ରାର୍ଥୀ କରିବାକୁ ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ଏଭଳିସ୍ଥଳେ ଦଳ ପୁରୁଣାଙ୍କୁ ଦୋହରାଉଛି କି ନୂଆ ଚେହେରାକୁ ସୁଯୋଗ ଦେଉଛି, ତାହାକୁ ନେଇ ଆଲୋଚନା ଜାରି ରହିଛି। ଏହି ଅଙ୍କ ଛିଣ୍ଡୁ ନ ଥିବାରୁ ଦଳୀୟ ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବା କୁହାଯାଉଛି। ଏହାରି ଭିତରେ ଅନେକ ନୂଆ ମୁହଁ ଚର୍ଚ୍ଚାକୁ ଆସିଛି। ସେମାନଙ୍କ ମଧ୍ୟରେ କଂଗ୍ରେସର ଜଣେ ପ୍ରଭାବୀ ନାରୀନେତ୍ରୀ ବିଜେଡିରେ ସାମିଲ ହୋଇ ଟିକେଟ୍‌ ହାତେଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ସେହିପରି ପାଣିକୋଇଲି ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ଏବଂ କୋରେଇ ବିଜେଡିର ଜଣେ ଯୁବନେତା ମଧ୍ୟ ଟିକେଟ୍‌ ପାଇବା ଦୌଡ଼ରେ ରହିଛନ୍ତି। ଏଭଳି ସ୍ଥିତିରୁ ଫାଇଦା ଉଠାଇବାକୁ ବିଧାୟକ ଅଶୋକ ବଳ ଚାହିଁ ରହିଥିବା ମଧ୍ୟ ଆଲୋଚନା ହେଉଛି। କାରଣ ଅଧିକ ଦ୍ୱନ୍ଦ୍ୱ ଉପୁଜିଲେ ଦଳ ପୁଣିଥରେ ପୁରୁଣାଙ୍କ ଉପରେ ଭରସା କରିପାରେ ବୋଲି କୁହାଯାଇଛି। ତେବେ ଏଠି ଦଳ ଏମିତି ଜଣଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି, ଯାହାଙ୍କୁ ଉଭୟ ଘଡ଼େଇ ଓ ଦାସ ପରିବାର ଗ୍ରହଣ କରିପାରୁଥିବେ ବୋଲି ଆଲୋଚନା ହେଉଛି।
ବିଜେଡି ଟିକେଟ ଅଙ୍କ କଷା ଛିଣ୍ଡୁୁ ନ ଥିବା ବେଳେ ଭାଜପା ପ୍ରାର୍ଥୀ ଆକାଶ ଦାସନାୟକ ତାଙ୍କ ପ୍ରଚାରକୁ ଜୋରଦାର କଲେଣି। ଆକାଶଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ଟକ୍କର ଦେବା ଭଳି ବ୍ୟକ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ସବୁଠି ଚର୍ଚ୍ଚା। ୨୦୦୯ରୁ ଦଳ ଏଠାରେ ପ୍ରାର୍ଥୀ ବଦଳ କରିଆସୁଛି। ଏହାରି ଭିତରେ ଗତ ୩ଟି ସାଧାରଣ ନିର୍ବାଚନରେ ଦଳ ପ୍ରାର୍ଥୀ ବଦଳାଇ ସଫଳ ହୋଇଆସୁଛି। ଏଥର ବିଜେଡି ସେହି ଧାରା ବଜାୟ ରଖୁଛି କି ପୁରୁଣାକୁ ଦୋହରାଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri