ଇପିଏଫ୍‌ ପେନ୍‌ସନ୍‌ ବୃଦ୍ଧି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ

କଟକ,୯ା୪ (କାର୍ତ୍ତିକ ସାହୁ):ଇପିଏଫ୍‌ ପେନ୍‌ସନ୍‌ ବୃଦ୍ଧି ମାମଲାରେ ଜବାବ ଦାଖଲ ଲାଗି ଓଡ଼ିଶା ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟ ସଚିବଙ୍କ ସମେତ କେନ୍ଦ୍ରୀୟ ଭବିଷ୍ୟନିଧି ସଙ୍ଗଠନ ଆୟୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ଶୁଣାଣି କରି ଆସନ୍ତା ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ଜବାବ ଦାଖଲ ଲାଗି ଉପରୋକ୍ତ ପଦାଧିକାରୀମାନଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅଲ୍‌ ଓଡ଼ିଶା ଇପିଏଫ୍‌ ପେନ୍‌ସନର୍ସ ଆସୋସିଏଶନର ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇଛି।
ମାମଲାର ବିବରଣୀ ଅନୁସାରେ, ଓଡ଼ିଶା ସମେତ ସାରା ଦେଶରେ ଥିବା ୭୬ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀଙ୍କୁ କେନ୍ଦ୍ର ସରକାର ୨୦୧୪ ସେପ୍ଟେମ୍ବର ୧ ତାରିଖଠାରୁ ସର୍ବନିମ୍ନ ୧ ହଜାର ଟଙ୍କା ମାସିକ ପେନ୍‌ସନ ଦେଇ ଆସୁଛନ୍ତି। ମାତ୍ର ଦରଦାମ ବୃଦ୍ଧିର ଭରଣା ପାଇଁ ମହଙ୍ଗା ଭତ୍ତା ଦେଉନାହାନ୍ତି। ଫଳରେ ଏହି ସମସ୍ତ ଇପିଏଫ୍‌ ପେନ୍‌ସନ୍‌ଧାରୀ ଓ ତାଙ୍କ ପରିବାର ଆର୍ଥତ୍କ ଅନଟନରେ ଗତି କରୁଛନ୍ତି। ସେମାନେ ପରିବାର ପ୍ରତିପୋଷଣ ସହ ନିଜର ଔଷଧ ଖର୍ଚ୍ଚ ତୁଲାଇବା ସମ୍ଭବ ହେଉନାହିଁ। ରାଜ୍ୟସ୍ତରରେ ଅଲ୍‌ ଓଡ଼ିଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ଓ ସର୍ବଭାରତୀୟ ସ୍ତରରେ ଇପିଏଫ୍‌ ପେନସନର୍ସ ସଙ୍ଗଠନ ପେନ୍‌ସନ୍‌ ବୃଦ୍ଧି ନିମନ୍ତେ ବିଭିନ୍ନ ଫୋରମରେ ସ୍ମାରକପତ୍ର ଦେବା ସହ ଦାବି ହାସଲ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ କୌଣସି ସୁଫଳ ନ ମିଳିବାରୁ ଏଥିରେ ହସ୍ତକ୍ଷେପ ନିମନ୍ତେ ଅଦାଲତଙ୍କୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଇପିଏଫ୍‌ ପେନ୍‌ସନ୍‌ ବୃଦ୍ଧି ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଖୋସିୟାରୀ କମିଟି ୨୦୧୩ରେ ସୁପାରିସ କରିଥିଲେ। ହେଲେ କେନ୍ଦ୍ର ସରକାର ଏହି ସୁପାରିସକୁ କାର୍ଯ୍ୟକାରୀ କରୁନାହାନ୍ତି। ସାମାଜିକ ସୁରକ୍ଷା ଲାଗି ପେନ୍‌ସନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାବେଳେ କେନ୍ଦ୍ର ତଥା ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କ ଲାଗି ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ୨୦୧୬ ଜାନୁଆରୀରୁ ସର୍ବନିମ୍ନ ମାସିକ ପେନ୍‌ସନ୍‌ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା ପ୍ରଦାନ କରି ଆସୁଛନ୍ତି। ତେବେ ବିଭିନ୍ନ କଳକାରଖାନା, ବେସରକାରୀ ଅନୁଷ୍ଠାନ ଓ ସରକାରୀ ପରିଚାଳନାଧୀନ ସଂସ୍ଥା ଯଥା ବିଭିନ୍ନ ନିଗମ ଓ ବୋର୍ଡରେ କାର୍ଯ୍ୟ କରି ଅବସର ନେଉଥିବା କର୍ମଚାରୀ ସମାନୁପାତିକ ସାମାଜିକ ସୁରକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସମସ୍ତ ଇପିଏଫ୍‌ ପେନ୍‌ସନ୍‌ଧାରୀଙ୍କୁ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନ୍‌ସନ୍‌ ସହ ମହଙ୍ଗା ଭତ୍ତା ଦେବାକୁ ନିବେଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ସମେତ କେନ୍ଦ୍ରୀୟ ଭବିଷ୍ୟନିଧି ସଙ୍ଗଠନ ଆୟୁକ୍ତଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରମୋଦ କୁମାର ନାୟକ ଏବଂ ଉତ୍କଳ ରଞ୍ଜନ ପାତ୍ର ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?