ନବୀନ ନିବାସରେ ସମ୍ବିତଙ୍କ ବିରୋଧରେ ସ୍ବର

ଜଗତ୍‌ସିଂହପୁର,୯ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ଅନ୍ୟତମ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ ପାରାଦୀପରେ ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ। ପ୍ରାର୍ଥୀ ଘୋଷଣାରେ ଯେତିକି ବିଳମ୍ବ ହେଉଛି ନିର୍ବାଚନ ମଣ୍ଡଳୀରେ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ଅସନ୍ତୋଷ ସେତିକି ବଢ଼ିବାରେ ଲାଗିଛି। ଏପରିକି ଅନେକ ଲୋକ ପ୍ରତିନିଧି ଓ ଦଳୀୟ ନେତା, କର୍ମୀ ସମ୍ବିତଙ୍କୁ ଶାଣିତ ସମାଲୋଚନା କରିବାକୁ ପଛାଉନାହାନ୍ତି। ନିକଟରେ ସମ୍ବିତ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ କରି ଏହି ନେତା, କର୍ମୀମାନେ ମେଳି ହେବାରେ ଲାଗିଛନ୍ତି। ସମ୍ବିତ କିମ୍ବା ତାଙ୍କ ପରିବାରର କାହାରିକୁ ପ୍ରାର୍ଥୀ ନ କରିବା ପାଇଁ ଅଡ଼ି ବସିଛନ୍ତି। ଏହା ଭିତରେ ସେମାନେ ୮ଥର ବୈଠକ ପରେ ରବିବାର ସନ୍ଧ୍ୟାରେ ପାରାଦୀପ ମଧୁବନ ଶ୍ରମିକ ଭବନରେ ପୁଣି ଗର୍ଜିଥିଲେ। ତେବେ ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଦଳ ନେତୃତ୍ୱ ସମାଧାନ ପାଇଁ ଉଦ୍ୟମ କରିଥିଲେ। ସୋମବାର ନବୀନ ନିବାସରୁ ଡାକରା ଆସିଥିଲା। ଏହି ଅନୁଯାୟୀ ଶତାଧିକ ଅସନ୍ତୁଷ୍ଟ କର୍ମୀ ସନ୍ଧ୍ୟାରେ ରାଜଧାନୀରେ ପହଞ୍ଚତ୍ଥିଲେ। ଯୋଜନା ମୁତାବକ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜଗତ୍‌ସିଂହପୁର ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସହ ପର୍ଯ୍ୟବେକ୍ଷକ ଗିରିଶ ଦାସ ଓ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସନ୍ତୋଷ ବେଜ୍‌ ଅସନ୍ତୁଷ୍ଟମାନଙ୍କ ସହ ନବୀନ ନିବାସ ଯାଇଥିଲେ। ତା’ପରେ ସେଠାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରି ସେମାନଙ୍କ ଅସନ୍ତୋଷ ବଖାଣିଥିଲେ। ବିଶେଷକରି ସ୍ବର୍ଗତ ଦାମୋଦର ରାଉତ ଦୀର୍ଘ ୪୦ ବର୍ଷ ଧରି କ୍ଷମତା ଉପଭୋଗ କରିଥିଲେ। ତା’ପରେ ଅର୍ଥାତ୍‌ ୨୦୧୯ରେ ଭାଜପାରେ ମିଶି ଏହି ଦଳରୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେ ବିଜେଡି ବିରୋଧରେ ବର୍ଷୁଥିଲେ। ଏହାସତ୍ତ୍ବେ ନିଜର ରାଜନୈତିକ ବିଚକ୍ଷଣତା ବଳରେ ପୁଅ ସମ୍ବିତଙ୍କୁ ପାରାଦୀପରେ ବିଜେଡି ପ୍ରାର୍ଥୀ କରାଇବାରେ ସଫଳ ହୋଇଥିଲେ। ଏବେ ସ୍ତ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରିବେ ବୋଲି ସମ୍ବିତ ଆଗୁଆ ଘୋଷଣା କରି ସାରିଲେଣି। କେବଳ ଏତିକି ନୁହେଁ, କିଛି ଦିନ ପୂର୍ବରୁ କୁଜଙ୍ଗ ମୁକ୍ତେଶ୍ୱର ମନ୍ଦିର ପରିସରରେ ସେ କର୍ମୀ ଓ ଖବରଦାତାଙ୍କ ଆଗରେ କେତେଜଣଙ୍କୁ ଆକ୍ଷେପ କରି ନିନ୍ଦୁକ ଶବ୍ଦ ବ୍ୟବହାର କରିଥିଲେ। ଯାହା ଅନେକଙ୍କୁ ଆଘାତ ଦେଇଥିଲା। ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସହ ସମ୍ପର୍କ ରଖିବା ତ ଦୂରର କଥା ବରଂ ଦୁର୍ବ୍ୟବହାର କରିବା ବିଜେଡିର ଲୋକପ୍ରିୟତା ଉପରେ ପ୍ରଭାବ ପକାଉଥିବା ଅସନ୍ତୁଷ୍ଟମାନେ ୫-ଟି ସଚିବଙ୍କ ନିକଟରେ ଅଭିଯୋଗ କରିଥିବା କୁହାଯାଇଛି। ପାରାଦୀପରେ ବିଜେଡିର କେହି ନେତୃତ୍ୱ ନ ଥିଲା ଭଳି ଗୋଟିଏ ପରିବାର ଉପରେ ଦଳ ଭରସା କରିବା ସେମାନଙ୍କୁ କଷ୍ଟ ଦେଉଛି। ସମ୍ବିତଙ୍କ ପରିବାରବାଦ୍‌ ଅନ୍ୟ ଯିଏ ପ୍ରାର୍ଥୀ ହେଲେ କୌଣସି ଅସୁବିଧା ନାହିଁ ବୋଲି ଏହି ଲୋକମାନେ ଅନୁରୋଧ କରିଥିଲେ। ତେବେ ବ୍ୟସ୍ତ ନ ହୋଇ ସଙ୍ଗଠନ ପାଇଁ କାମ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଥିବା କେତେଜଣ ପ୍ରତିକ୍ରିୟାରେ କହିଛନ୍ତି। ଏହି ଆଲୋଚନାରେ କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମ୍‌ୃତିରଞ୍ଜନ ବେହେରା, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ତପନ ସାମନ୍ତରାୟ, ସରପଞ୍ଚ ସରୋଜ ସେଠୀ, ପୂର୍ବତନ ସରପଞ୍ଚ ଶିଶିର ଦାସ, ପାରାଦୀପର ଏକାଧିକ କାଉନସିଲର ଓ ପୂର୍ବତନ କାଉନସିଲରଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri