Posted inଖେଳ

ରୋଲ୍‌ବଲ୍‌ରେ ପୁଣି ଓଡ଼ିଶାର ଚମକ

ଭୁବନେଶ୍ୱର, ୯।୪ (ତପନ ସ୍ବାଇଁ): ରୋଲ୍‌ ବଲ୍‌ରେ ପୁଣି ଓଡ଼ିଶା ଖେଳାଳିମାନେ ଚମକ ସୃଷ୍ଟି କରିଛନ୍ତି। ଆସାମ ଗୁଆହାଟୀସ୍ଥିତ ରୁଦ୍ର ସିଂ ରୋଲ ବଲ୍‌ ଷ୍ଟାଡିୟମରେ ଅନୁଷ୍ଠିତ ୧ମ ଜାତୀୟ ପୂର୍ବାଞ୍ଚଳ ୧୭ ବର୍ଷରୁ କମ୍‌ ରୋଲ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଉଭୟ ବାଳିକା ଓ ବାଳକ ଦଳ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଗତ ୬ ଓ ୭ ତାରିଖ ଦୁଇଦିନଧରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଲିଗ୍‌ ଏବଂ ନକ୍‌ଆଉଟ ପର୍ଯ୍ୟାୟରେ ଓଡ଼ିଶା ଖେଳାଳିମାନେ ସୁନ୍ଦର ପ୍ରଦର୍ଶନ କରିବାରୁ ଉଭୟ ବିଭାଗରେ ଦଳ ଫାଇନାଲରେ ପ୍ରବେଶ କରିଥିଲା। ଓଡ଼ିଶା ବାଳକ ଦଳ ମେଘାଳୟକୁ ୧୩-୦, ଚଣ୍ଡିଗଡ଼କୁ ୫-୨ ଓ ବିହାରକୁ ୭-୨ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେଠାରେ ଝାଡ଼ଖଣ୍ଡକୁ ୭-୬ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଏବଂ ସ୍ବର୍ଣ୍ଣ ମୁକାବିଲାରେ ଆସାମଠାରୁ ୬-୮ ଗୋଲରେ ହାରି ଯାଇଥିଲା। ସେହିପରି ବାଳିକା ଦଳ ଝାଡ଼ଖଣ୍ଡକୁ ୪-୦ରେ ହରାଇବା ପରେ ସିକ୍କିମ ବିପକ୍ଷ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଏହାପରେ ମେଘାଳୟକୁ ୧୦-୦ ହରାଇଥିଲା ଏବଂ ଆସାମଠାରୁ ୦-୧ରେ ହାରିବା ସତ୍ତ୍ୱେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ସେମିରେ ଝାଡ଼ଖଣ୍ଡକୁ ୨-୦ରେ ହରାଇ ଦଳ ଫାଇନାଲରେ ପ୍ରବେଶ କରିଥିଲା। ମାତ୍ର ଟାଇଟଲ ମୁକାବିଲାରେ ଆସାମଠାରୁ ୧-୪ ଗୋଲରେ ପରାସ୍ତ ହୋଇଥିଲା। ଓଡ଼ିଶା ଗୋଲକିପର କମଲ କ୍ରିଷ୍ଣା ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ। ସେହିପରି ଆଟାକର ପ୍ଲେୟର ପ୍ରୀତିଶ୍‌ ଆର୍ଯ୍ୟନ ଜେନା ସର୍ବାଧିକ ୨୪ ଗୋଲ ସ୍କୋରକରି ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ ବୋଲି ଓଡ଼ିଶା ରୋଲ ବଲ୍‌ ଆସୋସିଏଶନର ପ୍ରତିଷ୍ଠାତା ସଦସ୍ୟ ପାର୍ଥ ସାରଥି ଜେନାଙ୍କ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri