ସୁରଙ୍କ ପରିବାରକୁ ପୁତୁରାଙ୍କ ଟାର୍ଗେଟ

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ଜଟଣୀ ବିଧାନସଭା ଆସନକୁ ନେଇ ଏବେ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛି। ଏହି ଆସନରୁ ବିଧାୟକ ଥିବା କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଏହାରି ଭିତରେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ସୁର ଖୋଲାଖୋଲି ତାଙ୍କ ପୁଅ ପାଇଁ ପ୍ରଚାର କରୁଥିବାବେଳେ ଦଳ ପକ୍ଷରୁ ତାଙ୍କୁ ଦ୍ୱିତୀୟ ଥର ଲାଗି କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଅନ୍ୟପଟେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ସାନ ଭାଇ ବିଜେଡିରେ ମିଶିବା ଏବଂ ତାଙ୍କ ପାଇଁ ବାପା ପ୍ରଚାର କରିବା କଥାକୁ ପ୍ରତ୍ୟେକ ଦିନ ବିରୋଧ କରୁଥିବା ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ମିଳୁଛି। ଏହାସହ ସେ କଂଗ୍ରେସରୁ ନୁହେଁ, ବରଂ ସ୍ବାଧୀନ ଭାବେ ଜଟଣୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। କିନ୍ତୁ ଜଟଣୀର ସନ୍ତୋଷ ଜେନାଙ୍କୁ କଂଗ୍ରେସରେ ସାମିଲ କରିବା ଲାଗି ସୋମବାର ସିଦ୍ଧାର୍ଥ କଂଗ୍ରେସ ଭବନରେ ପହଞ୍ଚତ୍ବା ପରେ ଏହାକୁ ଦେଖି ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ସଂଗ୍ରାମଙ୍କ ଏଭଳି ପ୍ରତିବାଦ ପରେ ମିଶ୍ରଣ ପର୍ବ ବନ୍ଦ ରହିଥିଲା। ଏନେଇ ସଂଗ୍ରାମ ଗଣମାଧ୍ୟମକୁ କହିଛନ୍ତି ଯେ, ଜଟଣୀରେ କଂଗ୍ରେସକୁ ନଷ୍ଟ କରିବା ପାଇଁ ବାପ-ପୁଅଙ୍କ ନାଟକ ଚାଲିଛି। ଜାଗା ମାଫିଆ ଏମାନେ। ୧୯୯୫ ମସିହାରୁ ଖଟି ଆସୁଛୁ। ଯିଏ ସ୍ଥାନୀୟ ଅଞ୍ଚଳର ନେତୃତ୍ୱ ନେଉଥିଲେ ସେ ଲଢ଼ିବେନି ବୋଲି କହିଥିଲେ। ଏଥର ତାଙ୍କୁ ଲଢ଼ିବାକୁ ଛାଡ଼ିଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଜାଗା ବେପାରୀଙ୍କୁ ଆଣି ଏଠାରେ କଂଗ୍ରେସକୁ ନଷ୍ଟ କରିବାକୁ ଚେଷ୍ଟା ଚାଲିଛି। ସ୍ଥାନୀୟ ବିଧାୟକଙ୍କ ୩ ପ୍ରକାର କଥା। ସେ ଏସବୁ ଚକ୍ରାନ୍ତ କରିଛନ୍ତି। ଗତଥର କହିଲେ, ଦୁଇଟା ପୁଅ ଚାକିରୀ କରିଛନ୍ତି ଏଥର ମତେ ଜିତେଇଦେ ଆରଥର ତୁ ଲଢ଼ିବୁ ବୋଲି କହିଥିଲେ।
ଅନ୍ୟପଟେ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ନେଇ ସେ କହିଛନ୍ତି, ପାର୍କ ବୁଲିବାକୁ ଯାଇଥିଲେ। ସେତେବେଳେ ତାଙ୍କ ପୁଅ ପ୍ରଚାର କରୁଥିବା ଦେଖି ମନ୍ମଥକୁ ଭୋଟ୍‌ ଦେବାକୁ କହିଦେଲେ। ସେ କେଉଁ ଦଳ ପାଇଁ ପ୍ରଚାର କରିନାହାନ୍ତି। ତେବେ ସୁରଙ୍କ ଏଭଳି କାର୍ଯ୍ୟକ୍ରମ ଦେଖି କଂଗ୍ରେସ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। କେଉଁ ପରିସ୍ଥିତିରେ ଦଳ ସୁରଙ୍କୁ ଏଯାଏ ବରଦାସ୍ତ କରିଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri