Home Left

ଜମି ବିବାଦ: କଲୋନେଲ୍‌ଙ୍କ ଦାଦାଗିରି; ୪୦ ଯବାନଙ୍କୁ ନେଇ ଟ୍ରାକ୍ଟରରେ ଚାଷ କଲେ

ପୁଣେ,୨୫।୬: ମହାରାଷ୍ଟ୍ର ଖେଦ୍‌ ଜିଲାରେ ଜମି ବିବାଦକୁ ନେଇ ଜଣେ କଲୋନେଲ୍‌ଙ୍କ ଦାଦାଗିରି ଘଟଣା ଲୋକଲୋଚନକୁ ଆସିଛି। ସ୍ଥାନୀୟ ଗୁଲାନି ଗାଁରେ ୬୫ ଏକର ଜମିକୁ ନେଇ କଲୋନେଲ୍‌ କେଦାର ଗାଏକ୍ୱାଡେ ଏବଂ ସୁନୀଲ ଭରଣେଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ…

ଧୋନୀଙ୍କ ଉପରେ ମନ୍ତବ୍ୟ ଦେଇ ସଚିନ ସମାଲୋଚିତ

ନୂଆଦିଲ୍ଲୀ,୨୫।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଅନ୍‌ଲାଇନ ସମାଲୋଚନାର ଶିକାର ହୋଇଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧିମା ବ୍ୟାଟିଂ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଥିଲେ। ମୁଁ ଦୁଃଖିତ। ଦଳୀୟ ସ୍କୋର ଆହୁରି ଭଳ…

ସରକାରୀ ହସ୍ପିଟାଲରୁ ଉଦ୍ଧାର ହେଲା ୩ଫୁଟର ଝିଟିପିଟି

ଫତେହବାଦ,୨୫।୬: ହରିୟାଣାର ଫତେହବାଦର ତୋହାନା ନିକଟସ୍ଥ ସରକାରୀ ହସ୍ପିଟାଲର ଏମାରଜେନ୍ସୀ ଓ୍ବାର୍ଡରୁ ଏକ ବିଶାଳକାୟ ଝିଟିପିଟିକୁ ଉଦ୍ଧାର କରାଯାଇଛି। ଏହି ଝିଟିପିଟିର ଲମ୍ବ ପ୍ରାୟ ୩ଫୁଟ ରହିଥିବା ଜଣାପଡ଼ିଛି। ହସ୍ପିଟାଲର କିଛି କର୍ମଚାରୀ ଏହି ଝିଟିପିଟିକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ…

୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆଳି ଥାନା ଏଏସ୍‌ଆଇ

ଆଳି, ୨୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏଏସ୍‌ଆଇ ରଣେନ୍ଦ୍ର ସାମଲ ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ଅଭିଯୁକ୍ତଙ୍କୁ ସହାୟତା କରିବାକୁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସ୍‌ପି…

ନିଆରା ବିବାହ: ହେଲାନି କନ୍ୟାଦାନ ନା ବିଦାୟ

ପାଟନା,୨୫।୬: ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ବିବାହ ସମୟରେ ନବ ବିବାହିତା ଯୋଡି ବେଦୀରେ ସାତଘେରା ବୁଲିବା ସହ ଉଭୟ ପରସ୍ପରଙ୍କୁ ସାତଟି ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ବିହାରର ରାଜଧାନୀ ପାଟନାରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି।…

କୃଷ୍ଣସ୍ବାମୀ ନଟରାଜନ୍‌ ଭାରତୀୟ ତଟରକ୍ଷୀ ବାହିନୀ ଡିଜି ନିଯୁକ୍ତ

ନୂଆଦିଲ୍ଲୀ, ୨୫।୬: ଭାରତୀୟ ତଟରକ୍ଷୀ ବାହିନୀ ଡିଜି ଭାବେ କୃଷ୍ଣସ୍ବାମୀ ନଟରାଜନ୍‌ଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଡିଜି ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର ସିଂଙ୍କ ସ୍ଥାନରେ କାର୍ଯ୍ୟ କରିବେ। ଏହି ପଦବୀରେ ସାଢ଼େ ୩ ବର୍ଷ କାର୍ଯ୍ୟ କରିବା ପରେ…

ବିଶ୍ୱକପ୍‌ କ୍ରିକେଟ୍‌ ନେଇ ସହରରେ ଚାଲିଛି ସଟ୍ଟା ଖେଳ: ୩୧ ଲକ୍ଷ ଟଙ୍କା ଜବତ, ୨ ଗିରଫ

ରାଉରକେଲା ଅଫିସ,୨୫।୬: ବିଶ୍ୱକପ୍‌ କ୍ରିକେଟ୍‌ ନେଇ ସହରରେ ଚାଲିଥିବା ସଟ୍ଟା ଖେଳ ଓ ଏଥିରେ ଲାଗୁଥିବା ଲକ୍ଷାଧିକ ବାଜିର ପର୍ଦ୍ଦାଫାଶ ହୋଇଛି। ସୋମବାର ବିଳମ୍ବିତ ରାତିରେ ରାଉରକେଲା ମୁଖ୍ୟ ବଜାର ଜନତା ନିବାସ ଗଳିରେ ପ୍ଲାଣ୍ଟସାଇଟ ପୋଲିସ ପକ୍ଷରୁ ଚଢ଼ାଉ ସମୟରେ…

ଉଦଳା ଜଳସେଚନ ବିଭାଗ ସହକାରୀ ନିର୍ବାହ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଉଦଳା, ୨୫।୬(ଡି.ଏନ୍‌.ଏ.): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲା ଉଦଳା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଭିଜିଲାନ୍ସ ଚଢ଼ାଉ କରିଛି। ଉଦଳା ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରିରହିଛି।

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ଏହାର ବିଚାର କରି ସୁପ୍ରିମ୍‌କୋର୍ଟ ନିର୍ବାଚନ କମିଶନଙ୍କ…

୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା ଅବକାରୀ ବିଭାଗ କର୍ମଚାରୀ ଗୁରୁଜଙ୍ଗ ଦେୱାନସାହି ଉପରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉକରି ୧୭ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଖୋର୍ଦ୍ଧା ସହର ମଠସାହିର ଛବିନ୍ଦ୍ର ପ୍ରଧାନ…

ମେହୁଲ ଚୋକ୍‌ସିଙ୍କ ସ୍ବଦେଶ ଫେରିବା ପଥ ପରିଷ୍କାର : ଭାରତ ଚାପରେ ଆଣ୍ଟିଗୁଆ ରଦ୍ଦ କରିବ ନାଗରିକତା

ସେଣ୍ଟଜୋନ୍ସ୍‌,୨୫।୬: ଭାରତ ଚାପରେ ଆଣ୍ଟିଗୁଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଆଣ୍ଟିଗୁଆ ସରକାର ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ନାଗରିକତା ରଦ୍ଦ କରିବେ ବୋଲି ପ୍ରଧାନମନ୍ତ୍ରୀ ଗେଷ୍ଟନ୍‌ ବ୍ରାଉନ୍‌ ଘୋଷଣା କରିଛନ୍ତି। ଏହାପରେ ଚୋକ୍‌ସିଙ୍କୁ ଭାରତ ଫେରିବାକୁ ବାଧ୍ୟ କରାଯିବ।…

ଆଧାର ତ୍ରୁଟି ପାଇଁ ବିବାହ ବନ୍ଦ

ଆନ୍ଧ୍ରପ୍ରଦେଶ,୨୫।୬: ଆଧାରକାର୍ଡରେ ତ୍ରୁଟି ଯୋଗୁ ଯୁବକ ଯୁବତୀଙ୍କ ଭାଙ୍ଗିଲା ବିବାହ। ଏହାପରେ ନ୍ୟାୟ ପାଇଁ ଯୁବତୀ ଜଣଙ୍କ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶରେ ଗୁନ୍ତୁରରେ। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ଝିଅ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?