Home Left

ପଦଯାତ୍ରାରେ ପାକିସ୍ତାନ ଯିବେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୯।୮: ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍‌ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ ବୁଧବାର ସେକ୍ଟର-୨ ସେହେନାଇ ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ମୁକ୍ତିକାନ୍ତ ଏବେ…

ବିଶୃଙ୍ଖଳିତ ସଦସ୍ୟଙ୍କ ପାଇଁ ଆସୁ ଆଇନ: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର,୨୯।୮(ବ୍ୟୁରୋ): ପାର୍ଲାମେଣ୍ଟ ତଥା ରାଜ୍ୟଗୁଡିକର ବିଧାନସଭା ଚାଲିଥିବା ସମୟରେ ଅନେକ ସଦସ୍ୟ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହାଦ୍ୱାରା ଭାରତୀୟ ଗଣତନ୍ତ୍ରର ମହାନ ସଂସଦୀୟ ପରମ୍ପରା ତାହାର ଗୁରୁତ୍ୱ ହରାଇଥାଏ, ତେଣୁ ଏଭଳି ସଦସ୍ୟମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉ। ଏଥିପାଇଁ…

ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କ ବୈଠକ: ୪୫ ଦିନରେ ପ୍ରକାଶ ପାଇବ ପରୀକ୍ଷାଫଳ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ପରୀକ୍ଷାରେ ସଂସ୍କାର ଆଣିବାକୁ ଅଣ୍ଟା ଭିଡିଛି ଉଚ୍ଚ ଶିକ୍ଷା ବିଭାଗ। ଠିକ୍‌ ସମୟରେ କୋର୍ସ ସାରିବା ସହ ପରୀକ୍ଷା ପରିଚାଳନା ଓ ଫଳ କିପରି ଶୀଘ୍ର ପ୍ରକାଶ ପାଇବ ସେଥିପାଇଁ ବିଭାଗ ତତ୍ପରତା ଦେଖାଇଛି। ଖାତା ଦେଖା ପାଇଁ…

ନିଜ ଦୁଃଖକୁ ଚାପି ବ୍ୟଙ୍ଗ ପରିବେଷଣ କରେ

ବ୍ୟଙ୍ଗକବି ଗୁଣରଞ୍ଜନ ସାଲିମା। ଏକାଧାରରେ ସେ ଜଣେ ଗୀତିକାର, ବ୍ୟଙ୍ଗକବି ଓ ମଞ୍ଚ ସଂଯୋଜକ। ସମ୍ବଲପୁର ମହାନଗର ନିଗମର ମୁଖ୍ୟ କିରାଣି ଭାବେ କାର୍ଯ୍ୟରତ ଗୁଣରଞ୍ଜନ ସ୍କୁଲ ଜୀବନରୁ ହିଁ ସମ୍ବଲପୁରୀ କବିତା ଲେଖିବା ଆରମ୍ଭ କରିଥିଲେ। ସ୍କୁଲ ମୁଖପତ୍ର ‘ବୈଜନ୍ତୀ’ରେ…

ଜମ୍ମୁର ୫ ଜିଲାରେ ମୋବାଇଲ ସେବା ଆରମ୍ଭ

ଜମ୍ମୁ,୨୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଅଗଷ୍ଟ ୫ରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଏମିତିକି ମୋବାଇଲ୍‌, ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ହେଲେ ଗୁରୁବାର ଏଠାରେ ଜମ୍ମୁ ସମେତ ୫ ଜିଲାରେ ମୋବାଇଲ ସେବା…

ବଲିଉଡ୍‌ ସହ ରାନୁ ମଣ୍ଡଳଙ୍କ ଥିଲା ବହୁ ପୁରୁଣା ସମ୍ପର୍କ, ଜାଣନ୍ତୁ କେମିତି

ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ ସେଲିବ୍ରିଟି ପାଲଟି ଯାଇଛନ୍ତି। ନିକଟରେ ସେ ବଲିଉଡ୍‌ରେ ଗୀତ ଗାଇବା ପରେ ତାଙ୍କ ଜୀବନକୁ ନେଇ ଆହୁରି ଚର୍ଚ୍ଚା ଉଠିଛି। ବଲିଉଡ୍‌ ସହ ରାନୁଙ୍କ…

ଜିପିଏଫ୍‌ ପାଇଁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅବସର ପରେ ନିଜର ଜିପିଏଫ୍‌ (ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ପ୍ରାପ୍ୟ ପାଇବାରେ ଆଉ ଅସୁବିଧା ହେବ ନାହିଁ। ଏଣିକି ଏସବୁ ଇଲେକ୍ଟ୍ରୋନିକ(ଇ)-ଅଥରିଟି ମାଧ୍ୟମରେ ସମ୍ପାଦନ ହେବ। ପ୍ରଚଳିତ ପୁରୁଣା…

ଚାଷୀଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ଚିନ୍ତା: ନବରଙ୍ଗପୁର ଜିଲାରୁ ଆରମ୍ଭ ହେଲା ନୂଆ ଯୋଜନା

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସାରା ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅପେକ୍ଷାକୃତ ପଛୁଆ ଜିଲାଭାବେ ପରିଚିତ ନବରଙ୍ଗପୁରରୁ…

ଭାରତର ଗ୍ୟାସ ଆଧାରିତ ଅର୍ଥନୀତି, ଅଷ୍ଟ୍ରେଲିଆ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା: ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୨୯।୮: ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ରୂପାନ୍ତରିତ କରିବା ଲାଗି ଅଷ୍ଟ୍ରେଲିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଅଷ୍ଟ୍ରେଲିଆରୁ ଭାରତକୁ ଏଲ୍‌ଏନ୍‌ଜି ଆମଦାନୀ ବଢିବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।…

ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସ

ଆଣବିକ ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି ବି ଚିନ୍ତା କରୁନାହାନ୍ତି। ପ୍ରଥମେ ଜୁଲାଇ ୧୬, ୧୯୪୫ରେ ଆଣବିକ ପରୀକ୍ଷଣ କରାଯାଇଥିଲା। ଆମେରିକା…

ସ୍କୁଲ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବାରଙ୍ଗ/ ନରାଜ, ୨୮।୮(ଡି.ଏନ୍‌.ଏ.): ବାରଙ୍ଗ ବ୍ଳକ ଶିକ୍ଷା ମଣ୍ଡଳ ଅଧୀନସ୍ଥ ପଞ୍ଚୁପାଳ ଉଚ୍ଚପ୍ରଥାମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶିକ୍ଷା ଦାନରେ ବାଧାପ୍ରାପ୍ତ ହେଉଥିବା ପ୍ରତିବାଦରେ ବୁଧବାର ଗ୍ରାମବାସୀ ଓ ଗ୍ରାମ୍ୟ କମିଟି ପକ୍ଷରୁ ସ୍କୁଲ ଫାଟକରେ ତାଲା ପକାଇବା ଦେଖିବାକୁ…

ଆର୍‌ପିଏଫ୍‌ର ‘ସକ୍ଷମ’ ଟ୍ରେନିଂ: ଯାତ୍ରୀଙ୍କୁ କରିବ ମାର୍ଜିତ ବ୍ୟବହାର

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ରେଳ ସୁରକ୍ଷା ବଳ(ଆରପିଏଫ୍‌) ପକ୍ଷରୁ ସୋମବାରଠାରୁ ୫ଦିନିଆ ‘ସକ୍ଷମ’ ତାଲିମ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆରପିଏଫ୍‌ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ହେଉଛି ଏହି ତାଲିମର ମୂଳ ଲକ୍ଷ୍ୟ। ଏବେ ପୂର୍ବତଟ ରେଳପଥର ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?