Home Left

ମୋଦିଙ୍କ ଇଂରାଜୀ କହିବା ଶୈଳୀକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

ବାଇରିଜ୍‌,୨୭।୮: ଫ୍ରାନ୍ସର ବାଇରିଜଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୀର୍ଘ ୪୫ ମିନିଟ୍‌ ଆଲୋଚନା ହୋଇଥିଲା। କଥାବାର୍ତ୍ତା ମଝିରେ ହଠାତ୍‌ ମୋଦି ହିନ୍ଦୀରେ…

ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା: ବିଧାୟକ ମୋକିମ୍‌ଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୭।୮: ବାରବାଟୀ-କଟକ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁ ଏହି ମାମଲାର ଶୁଣାଣି କରିଥିଲେ। ଆସନ୍ତା ସେପ୍ଟେମ୍ବର ୧୩ରେ ଏହାର ପରବର୍ତ୍ତୀ ଶୁଣାଣି ହେବାକୁ…

ତ୍ୟାଗ ପାଇଁ ପ୍ରସ୍ତୁତ, ପ୍ରଥମେ ଥଇଥାନ କରାଯାଉ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ମଙ୍ଗଳବାରଠାରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ କରିବ। ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣକୁ ଭଙ୍ଗାଯିବ। ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ମଙ୍ଗଳବାର ଲଙ୍ଗୁଳି ମଠ…

ଜେଟଲୀଙ୍କ ଅନ୍ତିମ ସଂସ୍କାରରେ ବାବୁଲ ସୁପ୍ରିଓଙ୍କ ସମେତ ୧୧ଜଣଙ୍କ ମୋବାଇଲ୍‌ ଚୋରି

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ନିଗମବୋଧ ଘାଟ ଶ୍ମଶାନରେ ଗତ ରବିବାର ସମ୍ପନ୍ନ ହୋଇଥିଲା। ଏଥିରେ ଯୋଗ ଦେଇଥିବା ୧୧ ଜଣଙ୍କର ମୋବାଇଲ୍‌ ଚୋରି ହୋଇଥିବା ନେଇ ସୋମବାର ଟୁଇଟ୍‌ କରାଯାଇଛି। ଭାଜପା ଏମ୍‌ପି ବାବୁଲ…

ଜୈସ-ଇ-ମହମ୍ମଦର ଅଣ୍ଡର ୱାଟର ଆକ୍ରମଣ ଯୋଜନା: ଟାର୍ଗେଟରେ ଶ୍ରୀମନ୍ଦିର, ବଢିଲା ସୁରକ୍ଷା

ପୁରୀ ଅଫିସ, ୨୭।୮: ଭାରତର ବିଭିନ୍ନ ସ୍ଥାନ ଉପରେ ଜଳମାର୍ଗ ମାଧ୍ୟମରେ ଆକ୍ରମଣ ଲାଗି ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ଅଣ୍ଡର ୱାଟର ୱିଙ୍ଗ ପ୍ରସ୍ତୁତ କରୁଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ସର୍ତକ କରିଛି। ପ୍ରଥମେ ଲକ୍ସର-ଇ-ତୋଇବା ଏବେ ଜୈସ-ଇ-ମହମ୍ମଦ ଭାରତ…

କେନ୍ଦ୍ରର ଜଳ ଜୀବନ ମିଶନକୁ ରାଜ୍ୟର ପ୍ରଶଂସା

ଭୁବନେଶ୍ୱର,୨୭।୮(ବ୍ୟୁରୋ): କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ କରିଥିବା ଜଳ ଜୀବନ ମିଶନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ପ୍ରଶଂସା କରିଛନ୍ତି। କିନ୍ତୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଆର୍ଥିକ ସହାୟତା…

ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ: ସୌରଭ ଗାଙ୍ଗୁଲି

ମୁମ୍ବାଇ, ୨୬।୮: ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଭାରତୀୟ ଦଳ ଖେଳିବା ଶିଖୁ ବୋଲି ଭାରୀୟ ଦଳର ପୂର୍ବତନ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି। ଦୁଇ ଦୁଇଥର ବିଶ୍ୱକପ୍‌ ବିଜେତା ଦଳର ଅଧିନାୟକ ସବୁବେଳେ ଦଳ ପାଇଁ ଖେଳିବେ ନାହିଁ।…

୪ ରାଜ୍ୟରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଜୋର ଧରିଲା ବିଜେପୁର ଉପନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ଆସନ୍ତା ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଏନେଇ ଗତ ରବିବାର ଘୋଷଣା କରିବାପରେ ଓଡ଼ିିଶାର ବିଜେପୁର ଆସନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।…

ମାଲେସିଆ ଜାହାଜରୁ ତେଲ କଢ଼ାଯିବ: ମନ୍ତ୍ରୀ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଚିଲିକା ନିକଟରେ ଲାଗିଥିବା ମାଲେସିଆ ମାଲବାହୀ ଜାହାଜରୁ ତେଲ କଢାଯିବ। ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ପୁରୀ ଜିଲା ପ୍ରଶାସନ ଜାହାଜ ମାଲିକଙ୍କ…

ଫ୍ଲାଏ ଓଭରରେ ଆପ୍ରୋଚ ରୋଡ୍‌ ୬ ଇଞ୍ଚ ଦବିଯିବା ଘଟଣା: ଠିକା ସଂସ୍ଥା କଲା ମରାମତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ହାଇଟେକ ଛକ ନିକଟସ୍ଥ କଟକ-ପୁରୀ ବାଇପାସ୍‌ ପ୍ଲାଏ ଓଭରବ୍ରିଜ୍‌ର ଆପ୍ରୋଚ୍‌ ରୋଡ୍‌ ରବିବାର ୬ଇଞ୍ଚ ଦବି ଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୋମବାର ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ସେହି ସ୍ଥାନକୁ ମରାମତି…

ରାନୁଙ୍କର ଖୋଲିଲା ଭାଗ୍ୟ: ପ୍ରଥମ ଗୀତ ପାଇଁ ନେଲେ ୭ ଲକ୍ଷ ପାରିଶ୍ରମିକ

ମୁମ୍ବାଇ, ୨୭।୮: ପଶ୍ଚିମବଙ୍ଗ ରେଳଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ଉପରେ ଭାଗ୍ୟ ଦେବୀ ପ୍ରସନ୍ନ ହୋଇଛନ୍ତି। ତାଙ୍କର ପ୍ରଥମ ଗୀତ ରେକର୍ଡିଂ ହୋଇଛି। ଏଥିରେ ସେ ହିମେଶ ରେଶମିୟାଙ୍କ ସହିତ ଗୀତ ଗାଇଛନ୍ତି। ଏହି ପ୍ରଥମ ଗୀତ…

‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ୍‌-୨ରେ ପ୍ରକୃତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଗୋଟିକ ପରେ ଗୋଟିଏ ସଫଳତାର ପାହାଚ ଚଢୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ଜାତୀୟ ଟେଲିଭିଜନ ଚ୍ୟାନେଲ ଏମ୍‌ ଟିଭିରେ ପ୍ରସାରିତ ରିୟଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ ୨ରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?