ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସ

ଆଣବିକ ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି ବି ଚିନ୍ତା କରୁନାହାନ୍ତି। ପ୍ରଥମେ ଜୁଲାଇ ୧୬, ୧୯୪୫ରେ ଆଣବିକ ପରୀକ୍ଷଣ କରାଯାଇଥିଲା। ଆମେରିକା ଦ୍ୱାରା ନ୍ୟୁ ମେକ୍ସିକୋର ଆଲାମୋଗୋର୍ଡୋର ମରୁଭୂମିରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା। ସେହି ପରୀକ୍ଷଣ ପରେ ଗତ ୫ ଦଶନ୍ଧି ମଧ୍ୟରେ ଅନେକ ଆଣବିକ ବୋମା ପରୀକ୍ଷା କରାଯାଇଛି। ତେବେ ଆଣବିକ ପରୀକ୍ଷଣକୁ ରୋକିବା ପାଇଁ ୧୯୬୬ରେ ନ୍ୟୁକ୍ଲିୟର ଟେଷ୍ଟ ବ୍ୟାନ୍‌ ଟ୍ରିଟି (ସିଟିବିଟି)ରେ ସ୍ବାକ୍ଷର କରିଛନ୍ତି ବିଶ୍ୱର ବହୁ ଦେଶ।
୧୯୪୫ରୁ ୧୯୯୬ ମଧ୍ୟରେ ୨୦୦୦ଟି ଆଣବିକ ପରୀକ୍ଷଣ କରାଯାଇସାରିଲାଣି। କେବଳ ଆମେରିକା ୧୯୪୫ରୁ ୧୯୯୨ ମଧ୍ୟରେ ୧,୦୩୨, ରୁଷିଆ ୧୯୪୯ରୁ ୧୯୯୦ ମଧ୍ୟରେ ୭୧୫, ଇଂଲଣ୍ଡ ୧୯୫୨ରୁ ୧୯୯୧ ମଧ୍ୟରେ ୪୫, ଫ୍ରାନ୍ସ ୧୯୬୦ରୁ ୧୯୯୬ ମଧ୍ୟରେ ୨୧୦, ଚାଇନା ୧୯୬୪ରୁ ୧୯୯୬ ମଧ୍ୟରେ୪୫ଟି ଆଣବିକ ପରୀକ୍ଷଣ କରିସାରିଛନ୍ତି। ସିଟିବିଟିରେ ସ୍ବାକ୍ଷର କରିବା ପାଇଁ ସେପ୍ଟେମ୍ବର ୧୯୯୬ରେ ବ୍ୟବସ୍ଥା କରାଯାଇଥିବା ସତ୍ତ୍ୱେ ତା ’ପରଠାରୁ ୧୦ଟି ଆଣବିକ ପରୀକ୍ଷଣ କରାଯାଇଛି, ଯାହା ଦୁର୍ଭାଗ୍ୟଜନକ। ଭାରତ ଓ ପାକିସ୍ତାନ ମଧ୍ୟ ୧୯୯୮ରେ ଦୁଇଟି ଲେଖାଏ ଆଣବିକ ପରୀକ୍ଷା କରିଛନ୍ତିି। ଅପରପକ୍ଷରେ ଡେମୋକ୍ରାଟିକ ପ୍ୟୁପୁଲ୍ସ ରିପବ୍ଲିକ ଅଫ୍‌ କୋରିଆ ୨୦୦୬,୨୦୦୯,୨୦୧୩, ୨୦୧୬ ଏବଂ ୨୦୧୭ରେ ପରୀକ୍ଷା କରିଛି। ଯାହା ଏବେ ବିଶ୍ୱକୁ ଏକ ଆତଙ୍କ ବାତାବରଣ ମଧ୍ୟକୁ ଠେଲିଦେଇଛି।
ଭୂପୃଷ୍ଠ ଉପରେ, ତଳେ ଓ ପାଣି ମଧ୍ୟରେ ଆଣବିକ ପରୀକ୍ଷଣ କରାଯାଇଛି। ପାଣିର ୬୦୦ ମିଟର ତଳେ ଓ ୨,୪୦୦ମିଟର ମାଟି ତଳେ ଏହାକୁ ପରୀକ୍ଷା କରାଯାଇଛି। ଏହାକୁ ବି ଭୂପୃଷ୍ଠ ସହ ସମାନ୍ତରାଳ ଭାବେ ରହିଥିବା ଟନେଲ ମଧ୍ୟରେ ପରୀକ୍ଷା କରାଯାଉଛି। ଆଣବିକ ପରୀକ୍ଷଣ ମଧ୍ୟ ବାୟୁମଣ୍ଡଳର ୨୦୦ ମାଇଲ୍‌ ଉପରେ କରାଯାଇଛି। ଏହାକୁ ଏୟାର କ୍ରାଫ୍ଟ ମାଧ୍ୟମରେ ଉପରୁ ପକାଯାଇ ତାହାକୁ ରକେଟ ଦ୍ୱାରା ବିସ୍ଫୋରଣ କରାଯାଇଛି। ଯାହା ଏବେ ବାୟୁମଣ୍ଡଳକୁ ବିଷାକ୍ତ କରିବା ସହ ଓଜୋନସ୍ତରକୁ ପ୍ରଭାବିତ କରିଛି ବୋଲି କୁହାଯାଇପାରେ।
୧୯୪୫ରୁ ୧୯୯୬ ମଧ୍ୟରେ କରାଯାଇଥିବା ୨୦୦୦ଟି ପରୀକ୍ଷଣ ମଧ୍ୟରୁ ୨୫ ପ୍ରତିଶତ ଅର୍ଥାତ ୫୦୦ଟି ବୋମା କେବଳ ବାୟୁମଣ୍ଡଳରେ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ଆମେରିକା ୨୦୦ ଓ ରୁଷିଆ ମଧ୍ୟ ୨୦୦ଟି ପରୀକ୍ଷା କରିଛି। ବାୟୁମଣ୍ଡଳରେ ବ୍ରିଟେନ ୨୦ଟି, ଫ୍ରାନ୍ସ ୫୦ ଓ ଚାଇନା ୨୦ଟି ଆଣବିକ ପରୀକ୍ଷଣ କରି ବିଶ୍ୱରେ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛନ୍ତି। ୧୯୬୩ରେ ବାୟୁମଣ୍ଡଳରେ ଆଣବିକ ପରୀକ୍ଷଣ କରାଯିବା ଉପରେ ସାମୟିକ କଟକଣା ଅଣାଯାଇଥିଲେ ବି ତା’ପରେ ପରୀକ୍ଷଣ ଜାରି ରହିଥିଲା। ଫ୍ରାନ୍ସ ୧୯୭୪ ଓ ଚାଇନା ୧୯୮୦ରେ ସେମାନଙ୍କର ଶେଷ ଆଣବିକ ପରୀକ୍ଷା ବାୟୁମଣ୍ଡଳରେ କରିଥିଲେ।
ଏହିିଥସବୁ ପରୀକ୍ଷଣ ବାୟୁମଣ୍ଡଳ ଲାଗି ବିପଦ ଆଣିଛି। ପଚାଶ ଦଶକର ମଧ୍ୟଭାଗରେ କରାଯାଇଥିବା ପରୀକ୍ଷଣ ଏଥିପାଇଁ ଦାୟୀ। ମୁଖ୍ୟତଃ ୧ ନଭେମ୍ବର ୧୯୫୨ରେ ପ୍ରଥମ ଉଦ୍‌ଜାନ ବୋମା ପରୀକ୍ଷା କରାଯିବା ପରେ ମାର୍ଚ୍ଚ ୧, ୧୯୫୪ରେ ୧୫ ମେଗାଟନ୍‌ ବୋମା ପରୀକ୍ଷା କରାଯିବା ଥିଲା ବିଶ୍ୱ ଲାଗି ଏକ ଭୟଙ୍କର ଦିନର ଆରମ୍ଭ। ସେତେବେଳେ ଏହାର ପ୍ରଭାବ କ’ଣ ରହିଥିଲା ତାହା ବିକଶିତ ଦେଶମାନେ ଭଲ ଭାବେ ଅନୁଭବ କରିସାରିଛନ୍ତି। ଏହାପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୯୫୪ ଏପ୍ରିଲ ୨ରେ ‘ଷ୍ଟାଣ୍ଡ୍‌ ଷ୍ଟିଲ୍‌, ଚୁକ୍ତି ପାଇଁ ଆହ୍ବାନ ଦେଇଥିଲେ।
ସେହିପରି ପାଣି ମଧ୍ୟରେ ଆଣବିକ ପରୀକ୍ଷଣ କରାଯିବା ଦ୍ୱାରା ସାମୁଦ୍ରିକ ଜୀବ ରେଡିଓଆକ୍ଟିଭ ଓ୍ବାଟର ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାକୁ ମଧ୍ୟ ୧୯୬୩ରେ ସାମୟିକ ଭାବେ ବନ୍ଦକରିବା ପାଇଁ ଚୁକ୍ତି କରାଯାଇଥିଲା, କିନ୍ତୁସେଭଳି ସଫଳତା ମିଳିଲାନାହିଁ।
ମାଟିତଳେ ପରମାଣୁ ବୋମା ପରୀକ୍ଷା କରିବା ୧୯୯୬ରୁ ସିଟିବିଟି ଦ୍ୱାରା ବନ୍ଦ କରାଯାଇଥିଲେ ମଧ୍ୟ ୭୫ ପ୍ରତିଶତ ପରୀକ୍ଷଣ କରାଯାଇଛି। କହିବାକୁ ଗଲେ ଏଭଳି ପରୀକ୍ଷା କରୁଥିବା ଦେଶ ଗୁଡ଼ିକ ୧୯୪୫ରୁ ୨୦୦୬ ମଧ୍ୟରେ ଲଗାତାର ପରୀକ୍ଷା ଜାରି ରଖିଥିଲେ। ଜୁଲାଇ୧୬, ୧୯୪୫ରେ ଆମେରିକା ଦ୍ୱାରା୨୦ କିଲୋଟନ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା।
ବିଶ୍ୱଯୁଦ୍ଧ ସମୟରେ ଅଗଷ୍ଟ୬, ୧୯୪୫ ଓ ଅଗଷ୍ଟ୯, ୧୯୪୫ରେ ଆମେରିକା ଦୁଇଟି ପରମାଣୁ ବୋମା ଜାପାନର ହିରୋଶିମା ଓ ନାଗାସାକି ସହର ଉପରେ ପକାଇଥିଲା। ଏହାର ଭୟାବହତା ଏବେଯାଏ ବିଶ୍ୱସମୁଦାୟରୁ ଲିଭିନାହଁ। ତା’ସତ୍ତ୍ୱେ ସବୁ ଦେଶ ଆଣବିକ ଶକ୍ତି ପାଇଁ ଏବେ ଯେଉଁ ପ୍ରତିଯୋଗିତା କରୁଛନ୍ତି ତାହା ଯେ ଆଗକୁ କେତେ ବିପଦ ଆଣିବ ତାହା ଚିନ୍ତା କରିବାର ସମୟ ଉପଗତ।
୧୯୫୫ ବେଳକୁ ବିଶ୍ୱରେ ମୋଟରେ ୩,୦୦୦ ଟି ଆଣବିକ ଅସ୍ତ୍ର ରହିଥିଲା। ୧୯୬୫ରେ ଥିଲା ୩୭,୦୦୦,୧୯୭୫ରେ ଏହି ସଂଖ୍ୟା ୪୭,୦୦୦ ଓ ୧୯୮୦ ଶେଷ ଆଡକୁ ଏହା ପହଞ୍ଚତ୍ଥିଲା ୬୦,୦୦୦ରେ। ଏବେ ଏହିି ସଂଖ୍ୟା ଢେର ଅଧିକ। ଆମେରିକା ଓ ରୁଷିଆ ନିକଟରେ ୧,୬୦୦ଟି ଲେଖାଏ ପରମାଣୁ ବୋମା ରହିଥିବାବେଳେ ଭାରତ ପାଖରେ ୧୩୦ ଓ ପାକିସ୍ତାନ ପାଖରେ ୧୪୦ଟି ଆଣବିକ ବୋମା ରହିଛି। ସବୁ ଆଣବିକ ଅସ୍ତ୍ରକୁ ଏକାଠି କରିଦେଲେ ଓ ତାହାକୁ ଯଦି ଦେଶ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତିରେ ପ୍ରୟୋଗ କରାଯାଏ ତେବେ ପୂରା ବିଶ୍ୱ ଧ୍ୱଂସସ୍ତୂପ ପାଲଟିଯିବ। ଏଣୁ ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସରେ ଆଣବିକ ଅସ୍ତ୍ରର ଭୟାବହତା ଉପରେ ଚିନ୍ତା କରିବାର ବେଳ ଉପଗତ। ଏହି ଦିବସ ବି ଏ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ଦିଏ-ଯାହା ପରୋକ୍ଷରେ ସୂଚାଇଦିଏ ବିଶ୍ୱ ଚାହେଁ ଏକ ଆଣବିକ ଅସ୍ତ୍ରଶସ୍ତ୍ର ମୁକ୍ତ ପରିବେଶ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?