ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସ

ଆଣବିକ ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି ବି ଚିନ୍ତା କରୁନାହାନ୍ତି। ପ୍ରଥମେ ଜୁଲାଇ ୧୬, ୧୯୪୫ରେ ଆଣବିକ ପରୀକ୍ଷଣ କରାଯାଇଥିଲା। ଆମେରିକା ଦ୍ୱାରା ନ୍ୟୁ ମେକ୍ସିକୋର ଆଲାମୋଗୋର୍ଡୋର ମରୁଭୂମିରେ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା। ସେହି ପରୀକ୍ଷଣ ପରେ ଗତ ୫ ଦଶନ୍ଧି ମଧ୍ୟରେ ଅନେକ ଆଣବିକ ବୋମା ପରୀକ୍ଷା କରାଯାଇଛି। ତେବେ ଆଣବିକ ପରୀକ୍ଷଣକୁ ରୋକିବା ପାଇଁ ୧୯୬୬ରେ ନ୍ୟୁକ୍ଲିୟର ଟେଷ୍ଟ ବ୍ୟାନ୍‌ ଟ୍ରିଟି (ସିଟିବିଟି)ରେ ସ୍ବାକ୍ଷର କରିଛନ୍ତି ବିଶ୍ୱର ବହୁ ଦେଶ।
୧୯୪୫ରୁ ୧୯୯୬ ମଧ୍ୟରେ ୨୦୦୦ଟି ଆଣବିକ ପରୀକ୍ଷଣ କରାଯାଇସାରିଲାଣି। କେବଳ ଆମେରିକା ୧୯୪୫ରୁ ୧୯୯୨ ମଧ୍ୟରେ ୧,୦୩୨, ରୁଷିଆ ୧୯୪୯ରୁ ୧୯୯୦ ମଧ୍ୟରେ ୭୧୫, ଇଂଲଣ୍ଡ ୧୯୫୨ରୁ ୧୯୯୧ ମଧ୍ୟରେ ୪୫, ଫ୍ରାନ୍ସ ୧୯୬୦ରୁ ୧୯୯୬ ମଧ୍ୟରେ ୨୧୦, ଚାଇନା ୧୯୬୪ରୁ ୧୯୯୬ ମଧ୍ୟରେ୪୫ଟି ଆଣବିକ ପରୀକ୍ଷଣ କରିସାରିଛନ୍ତି। ସିଟିବିଟିରେ ସ୍ବାକ୍ଷର କରିବା ପାଇଁ ସେପ୍ଟେମ୍ବର ୧୯୯୬ରେ ବ୍ୟବସ୍ଥା କରାଯାଇଥିବା ସତ୍ତ୍ୱେ ତା ’ପରଠାରୁ ୧୦ଟି ଆଣବିକ ପରୀକ୍ଷଣ କରାଯାଇଛି, ଯାହା ଦୁର୍ଭାଗ୍ୟଜନକ। ଭାରତ ଓ ପାକିସ୍ତାନ ମଧ୍ୟ ୧୯୯୮ରେ ଦୁଇଟି ଲେଖାଏ ଆଣବିକ ପରୀକ୍ଷା କରିଛନ୍ତିି। ଅପରପକ୍ଷରେ ଡେମୋକ୍ରାଟିକ ପ୍ୟୁପୁଲ୍ସ ରିପବ୍ଲିକ ଅଫ୍‌ କୋରିଆ ୨୦୦୬,୨୦୦୯,୨୦୧୩, ୨୦୧୬ ଏବଂ ୨୦୧୭ରେ ପରୀକ୍ଷା କରିଛି। ଯାହା ଏବେ ବିଶ୍ୱକୁ ଏକ ଆତଙ୍କ ବାତାବରଣ ମଧ୍ୟକୁ ଠେଲିଦେଇଛି।
ଭୂପୃଷ୍ଠ ଉପରେ, ତଳେ ଓ ପାଣି ମଧ୍ୟରେ ଆଣବିକ ପରୀକ୍ଷଣ କରାଯାଇଛି। ପାଣିର ୬୦୦ ମିଟର ତଳେ ଓ ୨,୪୦୦ମିଟର ମାଟି ତଳେ ଏହାକୁ ପରୀକ୍ଷା କରାଯାଇଛି। ଏହାକୁ ବି ଭୂପୃଷ୍ଠ ସହ ସମାନ୍ତରାଳ ଭାବେ ରହିଥିବା ଟନେଲ ମଧ୍ୟରେ ପରୀକ୍ଷା କରାଯାଉଛି। ଆଣବିକ ପରୀକ୍ଷଣ ମଧ୍ୟ ବାୟୁମଣ୍ଡଳର ୨୦୦ ମାଇଲ୍‌ ଉପରେ କରାଯାଇଛି। ଏହାକୁ ଏୟାର କ୍ରାଫ୍ଟ ମାଧ୍ୟମରେ ଉପରୁ ପକାଯାଇ ତାହାକୁ ରକେଟ ଦ୍ୱାରା ବିସ୍ଫୋରଣ କରାଯାଇଛି। ଯାହା ଏବେ ବାୟୁମଣ୍ଡଳକୁ ବିଷାକ୍ତ କରିବା ସହ ଓଜୋନସ୍ତରକୁ ପ୍ରଭାବିତ କରିଛି ବୋଲି କୁହାଯାଇପାରେ।
୧୯୪୫ରୁ ୧୯୯୬ ମଧ୍ୟରେ କରାଯାଇଥିବା ୨୦୦୦ଟି ପରୀକ୍ଷଣ ମଧ୍ୟରୁ ୨୫ ପ୍ରତିଶତ ଅର୍ଥାତ ୫୦୦ଟି ବୋମା କେବଳ ବାୟୁମଣ୍ଡଳରେ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ଆମେରିକା ୨୦୦ ଓ ରୁଷିଆ ମଧ୍ୟ ୨୦୦ଟି ପରୀକ୍ଷା କରିଛି। ବାୟୁମଣ୍ଡଳରେ ବ୍ରିଟେନ ୨୦ଟି, ଫ୍ରାନ୍ସ ୫୦ ଓ ଚାଇନା ୨୦ଟି ଆଣବିକ ପରୀକ୍ଷଣ କରି ବିଶ୍ୱରେ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛନ୍ତି। ୧୯୬୩ରେ ବାୟୁମଣ୍ଡଳରେ ଆଣବିକ ପରୀକ୍ଷଣ କରାଯିବା ଉପରେ ସାମୟିକ କଟକଣା ଅଣାଯାଇଥିଲେ ବି ତା’ପରେ ପରୀକ୍ଷଣ ଜାରି ରହିଥିଲା। ଫ୍ରାନ୍ସ ୧୯୭୪ ଓ ଚାଇନା ୧୯୮୦ରେ ସେମାନଙ୍କର ଶେଷ ଆଣବିକ ପରୀକ୍ଷା ବାୟୁମଣ୍ଡଳରେ କରିଥିଲେ।
ଏହିିଥସବୁ ପରୀକ୍ଷଣ ବାୟୁମଣ୍ଡଳ ଲାଗି ବିପଦ ଆଣିଛି। ପଚାଶ ଦଶକର ମଧ୍ୟଭାଗରେ କରାଯାଇଥିବା ପରୀକ୍ଷଣ ଏଥିପାଇଁ ଦାୟୀ। ମୁଖ୍ୟତଃ ୧ ନଭେମ୍ବର ୧୯୫୨ରେ ପ୍ରଥମ ଉଦ୍‌ଜାନ ବୋମା ପରୀକ୍ଷା କରାଯିବା ପରେ ମାର୍ଚ୍ଚ ୧, ୧୯୫୪ରେ ୧୫ ମେଗାଟନ୍‌ ବୋମା ପରୀକ୍ଷା କରାଯିବା ଥିଲା ବିଶ୍ୱ ଲାଗି ଏକ ଭୟଙ୍କର ଦିନର ଆରମ୍ଭ। ସେତେବେଳେ ଏହାର ପ୍ରଭାବ କ’ଣ ରହିଥିଲା ତାହା ବିକଶିତ ଦେଶମାନେ ଭଲ ଭାବେ ଅନୁଭବ କରିସାରିଛନ୍ତି। ଏହାପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୯୫୪ ଏପ୍ରିଲ ୨ରେ ‘ଷ୍ଟାଣ୍ଡ୍‌ ଷ୍ଟିଲ୍‌, ଚୁକ୍ତି ପାଇଁ ଆହ୍ବାନ ଦେଇଥିଲେ।
ସେହିପରି ପାଣି ମଧ୍ୟରେ ଆଣବିକ ପରୀକ୍ଷଣ କରାଯିବା ଦ୍ୱାରା ସାମୁଦ୍ରିକ ଜୀବ ରେଡିଓଆକ୍ଟିଭ ଓ୍ବାଟର ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାକୁ ମଧ୍ୟ ୧୯୬୩ରେ ସାମୟିକ ଭାବେ ବନ୍ଦକରିବା ପାଇଁ ଚୁକ୍ତି କରାଯାଇଥିଲା, କିନ୍ତୁସେଭଳି ସଫଳତା ମିଳିଲାନାହିଁ।
ମାଟିତଳେ ପରମାଣୁ ବୋମା ପରୀକ୍ଷା କରିବା ୧୯୯୬ରୁ ସିଟିବିଟି ଦ୍ୱାରା ବନ୍ଦ କରାଯାଇଥିଲେ ମଧ୍ୟ ୭୫ ପ୍ରତିଶତ ପରୀକ୍ଷଣ କରାଯାଇଛି। କହିବାକୁ ଗଲେ ଏଭଳି ପରୀକ୍ଷା କରୁଥିବା ଦେଶ ଗୁଡ଼ିକ ୧୯୪୫ରୁ ୨୦୦୬ ମଧ୍ୟରେ ଲଗାତାର ପରୀକ୍ଷା ଜାରି ରଖିଥିଲେ। ଜୁଲାଇ୧୬, ୧୯୪୫ରେ ଆମେରିକା ଦ୍ୱାରା୨୦ କିଲୋଟନ ପରମାଣୁ ବୋମା ପରୀକ୍ଷା କରାଯାଇଥିଲା।
ବିଶ୍ୱଯୁଦ୍ଧ ସମୟରେ ଅଗଷ୍ଟ୬, ୧୯୪୫ ଓ ଅଗଷ୍ଟ୯, ୧୯୪୫ରେ ଆମେରିକା ଦୁଇଟି ପରମାଣୁ ବୋମା ଜାପାନର ହିରୋଶିମା ଓ ନାଗାସାକି ସହର ଉପରେ ପକାଇଥିଲା। ଏହାର ଭୟାବହତା ଏବେଯାଏ ବିଶ୍ୱସମୁଦାୟରୁ ଲିଭିନାହଁ। ତା’ସତ୍ତ୍ୱେ ସବୁ ଦେଶ ଆଣବିକ ଶକ୍ତି ପାଇଁ ଏବେ ଯେଉଁ ପ୍ରତିଯୋଗିତା କରୁଛନ୍ତି ତାହା ଯେ ଆଗକୁ କେତେ ବିପଦ ଆଣିବ ତାହା ଚିନ୍ତା କରିବାର ସମୟ ଉପଗତ।
୧୯୫୫ ବେଳକୁ ବିଶ୍ୱରେ ମୋଟରେ ୩,୦୦୦ ଟି ଆଣବିକ ଅସ୍ତ୍ର ରହିଥିଲା। ୧୯୬୫ରେ ଥିଲା ୩୭,୦୦୦,୧୯୭୫ରେ ଏହି ସଂଖ୍ୟା ୪୭,୦୦୦ ଓ ୧୯୮୦ ଶେଷ ଆଡକୁ ଏହା ପହଞ୍ଚତ୍ଥିଲା ୬୦,୦୦୦ରେ। ଏବେ ଏହିି ସଂଖ୍ୟା ଢେର ଅଧିକ। ଆମେରିକା ଓ ରୁଷିଆ ନିକଟରେ ୧,୬୦୦ଟି ଲେଖାଏ ପରମାଣୁ ବୋମା ରହିଥିବାବେଳେ ଭାରତ ପାଖରେ ୧୩୦ ଓ ପାକିସ୍ତାନ ପାଖରେ ୧୪୦ଟି ଆଣବିକ ବୋମା ରହିଛି। ସବୁ ଆଣବିକ ଅସ୍ତ୍ରକୁ ଏକାଠି କରିଦେଲେ ଓ ତାହାକୁ ଯଦି ଦେଶ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତିରେ ପ୍ରୟୋଗ କରାଯାଏ ତେବେ ପୂରା ବିଶ୍ୱ ଧ୍ୱଂସସ୍ତୂପ ପାଲଟିଯିବ। ଏଣୁ ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସରେ ଆଣବିକ ଅସ୍ତ୍ରର ଭୟାବହତା ଉପରେ ଚିନ୍ତା କରିବାର ବେଳ ଉପଗତ। ଏହି ଦିବସ ବି ଏ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ଦିଏ-ଯାହା ପରୋକ୍ଷରେ ସୂଚାଇଦିଏ ବିଶ୍ୱ ଚାହେଁ ଏକ ଆଣବିକ ଅସ୍ତ୍ରଶସ୍ତ୍ର ମୁକ୍ତ ପରିବେଶ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri