ଜିପିଏଫ୍‌ ପାଇଁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅବସର ପରେ ନିଜର ଜିପିଏଫ୍‌ (ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ପ୍ରାପ୍ୟ ପାଇବାରେ ଆଉ ଅସୁବିଧା ହେବ ନାହିଁ। ଏଣିକି ଏସବୁ ଇଲେକ୍ଟ୍ରୋନିକ(ଇ)-ଅଥରିଟି ମାଧ୍ୟମରେ ସମ୍ପାଦନ ହେବ। ପ୍ରଚଳିତ ପୁରୁଣା ମାନୁଆଲ ପଦ୍ଧତି ଉଠିଯିବ। ଚାକିରି ପରେ କର୍ମଚାରୀମାନେ ଘରେ ବସି ନିଜର ଚୂଡାନ୍ତ ଜିପିଏଫ୍‌ର ଷ୍ଟାଟସ୍‌ ଜାଣିପାରିବେ। ଆଉ କାଗଜପତ୍ର ଯୋଗାଡ଼ କରିବାକୁ ପଡିବ ନାହିଁ କିମ୍ବା ଏଜି ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ। ଇ-ଅଥରିଟି କାର୍ଯ୍ୟକାରୀ କରିବା ପୂର୍ବରୁ କର୍ମଚାରୀମାନଙ୍କର ସମସ୍ତ ବିବରଣୀ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କ ନିକଟକୁ ପଠାଇବାକୁ ଅର୍ଥ ବିଭାଗ ସମସ୍ତ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛି।
କର୍ମଚାରୀମାନଙ୍କର ଚୂଡ଼ାନ୍ତ ଜିପିଏଫ୍‌ ଇଲେକ୍ଟ୍ରୋନିକ୍‌ ଟ୍ରାନ୍ସଫର ବ୍ୟବସ୍ଥା ଦ୍ୱାରା କରାଯିବ। ଇ-ଅଥରିଟି ଏଜିଙ୍କ ଦ୍ୱାରା ପ୍ରସ୍ତୁତ ହେବ। ସୂଚନା ପ୍ରଯୁକ୍ତି ଆଇନ-୨୦୦୦ ଅନୁଯାୟୀ ଇ-ଅଥରିଟିରେ ଏଜି କାର୍ଯ୍ୟାଳୟର କ୍ଷମତା ସମ୍ପନ୍ନ ଅଧିକାରୀଙ୍କ ଡିଜିଟାଲ ଦସ୍ତଖତ ରହିବ। ଏହାକୁ ଇଣ୍ଟିଗ୍ରେଟେଡ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଏଫ୍‌ଏମ୍‌ଏସ୍‌) ଓଡ଼ିଶାରେ ଅପଲୋଡ୍‌ କରାଯିବ। ଏହାଦ୍ୱାରା ଚୂଡାନ୍ତ ଜିପିଏଫ୍‌ ଇ-ଅଥରିଟି ସମ୍ପୃକ୍ତ (ଡ୍ରଇଂ ଆଣ୍ଡ ଡିସ୍‌ବର୍ସିଂ ଅଫିସର) ଡିଡିଓ ଏବଂ ଟ୍ରେଜେରି ନିକଟରେ ଉପଲବ୍ଧ ହେବ। ଇ-ଅଥରିଟି ଡାଉନଲୋଡ୍‌ କରିବା ପରେ ଡିଡିଓ ଚୂଡାନ୍ତ ଜିପିଏଫ୍‌ ବିଲ୍‌ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରସ୍ତୁତ କରିବେ। ଏହାକୁ ସେ ଟ୍ରେଜେରିକୁ ପଠାଇବେ। ଫଳରେ ଜିପିଏଫ୍‌ ଅର୍ଥ ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ। ଜିପିଏଫ୍‌ ପାଇବା ନେଇ ଦେଖାଦେଉଥିବା ସମସ୍ୟା ଦୂର ହୋଇପାରିବ।
ସୂଚନାଯୋଗ୍ୟ, ରାଜ୍ୟ ସରକାରୀ କର୍ମଚାରୀ ପେନସନ୍‌ ରୁଲ୍‌ ୧୯୯୨ ଅନୁଯାୟୀ ଜିପିଏଫ୍‌ ପରିସରଭୁକ୍ତ ହୋଇଛନ୍ତି। ଏହି ପାଣ୍ଠି ଜିପିଏଫ୍‌ ରୁଲ୍‌ସ-୧୯୩୮ ଦ୍ୱାରା ପରିଚାଳିତ ହେଉଛି। ଚାକିରିରୁ ଅବସର କିମ୍ବା ମୃତ୍ୟୁହେଲେ ଚୂଡ଼ାନ୍ତ ଜିପିଏଫ୍‌ ମିଳିଥାଏ। ପେନସନ୍‌ ପ୍ରଦାନ କରୁଥିବା କର୍ତ୍ତୃପକ୍ଷ (ପିଆଇଏ)ଙ୍କ ଦ୍ୱାରା ଜିପିଏଫ୍‌ ସାଙ୍କଶନ୍‌ ହେଉଥିଲା। ପିଆଇଏଙ୍କଠାରୁ ଡିଡିଓଙ୍କ ପାଖକୁ ଯାଉଥିଲା। ଶେଷ ଦରମା ପାଇଥିବା ନେଇ ଡିଡିଓ ଜଣାଇବା ପରେ ଜିପିଏଫ୍‌ ଚୂଡାନ୍ତ ହେଉଥିଲା। ଏହା ମାନୁଆଲ ଢଙ୍ଗରେ ହେଉଥିବାରୁ ସମୟ ସାପେକ୍ଷ ହେଉଥିଲା। ଇ-ଅଥରିଟି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଚୂଡାନ୍ତ ଜିପିଏଫ୍‌ ମିଳିବା ସହଜ ହେବ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶୀଘ୍ର ମିଳି ପାରିବ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?