ନିଜ ଦୁଃଖକୁ ଚାପି ବ୍ୟଙ୍ଗ ପରିବେଷଣ କରେ

ବ୍ୟଙ୍ଗକବି ଗୁଣରଞ୍ଜନ ସାଲିମା। ଏକାଧାରରେ ସେ ଜଣେ ଗୀତିକାର, ବ୍ୟଙ୍ଗକବି ଓ ମଞ୍ଚ ସଂଯୋଜକ। ସମ୍ବଲପୁର ମହାନଗର ନିଗମର ମୁଖ୍ୟ କିରାଣି ଭାବେ କାର୍ଯ୍ୟରତ ଗୁଣରଞ୍ଜନ ସ୍କୁଲ ଜୀବନରୁ ହିଁ ସମ୍ବଲପୁରୀ କବିତା ଲେଖିବା ଆରମ୍ଭ କରିଥିଲେ। ସ୍କୁଲ ମୁଖପତ୍ର ‘ବୈଜନ୍ତୀ’ରେ ତାଙ୍କର ପ୍ରଥମ କବିତା ‘ଆମର୍‌ ସମ୍ବଲପୁର’ ପ୍ରକାଶିତ ହୋଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ସେ ୩ଶହରୁ ଊର୍ଦ୍ଧ୍ୱ କବିତା ରଚନା କରିସାରିଛନ୍ତି। ୫ଟି ବ୍ୟଙ୍ଗ କବିତା ସଂକଳନ ତାଙ୍କର ପ୍ରକାଶ ପାଇ ସାରିଛି। ସେଥିମଧ୍ୟରୁ ହସରିଁ ବମ୍‌, ହେତୁ, ସାଲିମା ଚଟନି, ସୁନ ସାଏରି ସମ୍ବଲପୁରୀ, ଗୁଣ ସାଲିମାଙ୍କ ଏଚ୍‌କେ- ୪୭ ପାଠକଙ୍କ ଆଦୃତି ଲାଭ କରିଛି। ୩ଟି ପୁସ୍ତକ ମୁଇଁ ଆର୍‌ ମୋର ଆଈ, ତାକଁର୍‌ ମୁଲକି ହସା, ଛଟକା ଫଟକା ପ୍ରକାଶନ ଅପେକ୍ଷାରେ ଅଛି। ଏଥିସହିତ ୨୦୦୦ ମସିହାରୁ ଗୁଣରଞ୍ଜନ ସମ୍ବଲପୁର ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାରର ମାନ୍ୟତା ପାଇଛନ୍ତି। ଏଥର ଧରିତ୍ରୀ ଆଳାପ ସ୍ତମ୍ଭରେ ତାଙ୍କ କଥା…

ବ୍ୟଙ୍ଗ କବିତା ଲେଖିବାକୁ କାହିଁକି ଇଚ୍ଛାପ୍ରକାଶ କଲେ?
ସାମାଜିକ ଜୀବନରେ ଦୁଃଖ ଯନ୍ତ୍ରଣା ଭରିରହିଛି। ମଳିନ ମୁଖମଣ୍ଡଳରେ ଚେନାଏ ହସ ଫୁଟାଇବାକୁ ବ୍ୟଙ୍ଗ କବିତା ରଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲି।
ଆପଣଙ୍କ ପ୍ରିୟ କବି ଓ ଲେଖକ କିଏ ?
ହିନ୍ଦୀ ସାହିତ୍ୟ ଜଗତର ଶ୍ରେଷ୍ଠ ହାସ୍ୟକବି ସୁରେନ୍ଦ୍ର ଶର୍ମାଜୀ ମୋର ପ୍ରିୟ କବି ଓ ଆଦର୍ଶ। ତାଙ୍କ ସହ ସାକ୍ଷାତ୍‌ର ସୁଯୋଗ ପାଇଛି। ବ୍ୟଙ୍ଗ କବିତା ସଂକ୍ରାନ୍ତରେ ତାଙ୍କ ସହ ଆଲୋଚନା କରିଛି।
କବିତା ଲେଖିବାକୁ ସମୟ କେମିତି ପାଆନ୍ତି ?
ରାତ୍ରିର ନିଃଶବ୍ଦରେ କବିତା ଲେଖିଥାଏ। ପୂର୍ବରୁ ରାତି ସାରା କବିତା ଲେଖୁଥିଲି। ସ୍ବାସ୍ଥ୍ୟ ସ୍ବୀକୃତି ଦେଲା ନାହିଁ, ପରିବାର ଲୋକ ମଧ୍ୟ ବାରଣ କଲେ। ତେଣୁ ବର୍ତ୍ତମାନ ପ୍ରତିଦିନ ରାତି ୧୨ଟାରୁ ୧ଟା ପର୍ଯ୍ୟନ୍ତ କବିତା ପାଇଁ ସମୟ ଦେଇଥାଏ।
ବ୍ୟଙ୍ଗ କବିତା ସହ ଅନ୍ୟ କ’ଣ କରନ୍ତି ?
ହାସ୍ୟବ୍ୟଙ୍ଗ କବିତା ଲେଖିବା ସହ ମଞ୍ଚ ସଂଯୋଜନା କରିବାକୁ ଭଲ ପାଏ। ପ୍ରାୟ ୧୫ ବର୍ଷ ମେଲୋଡିରେ ସଂଯୋଜନା କରିଛି। ବିଶିଷ୍ଟ କଣ୍ଠଶିଳ୍ପୀ ଫକୀରମୋହନ ପଟ୍ଟନାୟକ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଡ. କ୍ରିଷ୍ଣା ପଟେଲ, ଦିଲୀପ ବାଗ, ଚିତ୍ତ ବେହେରା, ମୋହନ ସେଠ, ଶଙ୍କର ଦତ୍ତ, ଶତ୍ରୁଘନ ଲୁହା, ପଦ୍ମିନୀ ଦୋରା ମୋର ମଞ୍ଚ ସଂଯୋଜନାରେ ସଙ୍ଗୀତ ଗାନ କରିଛନ୍ତି। ପୂର୍ବରୁ ସମ୍ବଲପୁରୀ ଅଡିଓ କ୍ୟାସେଟ୍‌ରେ ମୋର ଗୀତ ରସିଆ ନମ୍ବର-୧, ବାବୁର୍‌ ମାଆ, ସାଙ୍ଗର୍‌ ଜୁଲି, ପାଟପନିଆଁ, ମନ୍‌ ମୟୂରୀ, ପିର୍‌ତି ନିଶା ପ୍ରଭୃତି ସୁପରହିଟ୍‌ ହୋଇଛି। ସମ୍ପ୍ରତି ସମ୍ବଲପୁରୀ ଗୀତରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯାଉଛି। ତେଣୁ ଗୀତ ଲେଖିବା ବନ୍ଦ କରିଦେଇଛି। ଏଥିସହ ହାସ୍ୟ ରସାତ୍ମକ ଅଡିଓ କ୍ୟାସେଟ୍‌ ଜିଁ ଛ ତ୍‌ ହସିଁ ଥ, ଅଲ୍‌ ଓଡ଼ିଶା ରଙ୍ଗ ବୈଠକ, ଉଜା ମନ୍‌ କରା କରାବାର୍‌ ମଧ୍ୟ ସୁପରହିଟ୍‌ ହୋଇଛି।
କେଉଁ ରଙ୍ଗର ପୋଷାକ ପସନ୍ଦ କରନ୍ତି ?
ପିଲାଟି ଦିନୁ ଧଳା ରଙ୍ଗ ଉପରେ ପ୍ରିଣ୍ଟ ଶାର୍ଟ ଓ ସ୍କାଏ ବ୍ଲୁ ରଙ୍ଗର ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାଏ। ବିଗତ କିଛିବର୍ଷ ହେବ ଧଳା ସମ୍ବଲପୁରୀରେ ବାନ୍ଧ ଡିଜାଇନ୍‌ ଶାର୍ଟ ପିନ୍ଧୁଛି।
ଛୁଟିଦିନ କିପରି କଟାନ୍ତି ?
ବ୍ୟସ୍ତବହୁଳ ଜୀବନ ଭିତରେ ଛୁଟି ପାଇଲେ ପରିବାର ସଦସ୍ୟଙ୍କ ସହ ବୁଲିବାକୁ ଯାଇଥାଏ। ପ୍ରାକୃତିକ ଶୋଭାରାଜି, ରଙ୍ଗବେରଙ୍ଗ ଫୁଲକୁ ନିରୋଳାରେ ବସି ଦେଖିବାକୁ ଇଚ୍ଛା ହୁଏ। ରାଜ୍ୟ ବାହାରେ ରହୁଥିବା ପୁଅ ଆଦର୍ଶ ଓ ଝିଅ ସି୍ନଗ୍ଧା ସହ ଫୋନ୍‌ରେ କିଛି ସମୟ କଥାବାର୍ତ୍ତା କରିଥାଏ।
ଆପଣଙ୍କ କିଛି ଅନୁଭୂତି ?
ଜୀବନରେ ଦୁଃଖ ଓ ସୁଖ ଅଛି। ମୁଁ ନିଜେ ଦୁଃଖରେ ଥାଇ ମଧ୍ୟ ଅନ୍ୟଙ୍କୁ ବ୍ୟଙ୍ଗ କବିତା ଶୁଣାଇ ଥାଏ। ୨୦୧୬ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମୋତେ ଡ. ନୀଳମାଧବ ପାଣିଗ୍ରାହୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ବଲପୁରୀ ସାହିତ୍ୟରେ ଏହା ସର୍ବୋଚ୍ଚ ସମ୍ମାନ ଅଟେ। ସେହି ଅନୁଭୂତିକୁ ମୁଁ ଭୁଲିପାରିନାହିଁ। ତାହା ଚିରସ୍ମରଣୀୟ ହୋଇ ରହିବ।
ଆପଣଙ୍କ ପ୍ରିୟ ଖାଦ୍ୟ ?
ବାସି ପଖାଳ ସହ ଶୁଖୁଆ, ଛୋଟ ମାଛ, ହେଣ୍ଡୁଆ, ପାତଳଘଣ୍ଟା, ଆମ୍ବିଳ, ଶାଗବଡି ମୋର ବହୁତ ପ୍ରିୟ ଖାଦ୍ୟ। ଅପରପକ୍ଷେ ଜଳଖିଆରେ ପକୁଡି, ମୁଢ଼ି ଓ କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରେ।
ସ୍ତ୍ରୀଙ୍କ କେଉଁ ଗୁଣଟି ଭଲ ଲାଗେ ?
ମୋର ସହଧର୍ମଣୀ ତପସ୍ବିନୀ ସାଲିମା ବ୍ୟଙ୍ଗ କବିତା ଲେଖିବାକୁ ପ୍ରେରଣା ଦେଇଥାନ୍ତି। ପରିବାରର ସବୁ ଦାୟିତ୍ୱ ସେ ବହନ କରିଥାନ୍ତି। ତାଙ୍କର ସହନଶୀଳତା ଗୁଣ ମୋତେ ଭଲ ଲାଗେ।
ଭବିଷ୍ୟତର ଲକ୍ଷ୍ୟ କ’ଣ?
ଭବିଷ୍ୟତରେ ହାସ୍ୟ ପାଠାଗାର କରିବାକୁ ଯୋଜନା ରଖିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ କବି ଓ ଲେଖକଙ୍କ ୫ଶହ ପୁସ୍ତକ ସଂଗ୍ରହ କରିଛି। ୨୦୨୦ ମସିହା ସୁଦ୍ଧା ପାଠାଗାରଟିଏ କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri