ଚାଷୀଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ଚିନ୍ତା: ନବରଙ୍ଗପୁର ଜିଲାରୁ ଆରମ୍ଭ ହେଲା ନୂଆ ଯୋଜନା

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସାରା ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅପେକ୍ଷାକୃତ ପଛୁଆ ଜିଲାଭାବେ ପରିଚିତ ନବରଙ୍ଗପୁରରୁ ଏହି ଯୋଜନା ଆରମ୍ଭ ହୋଇଛି ା ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୯-୨୦ପାଇଁ ନବରଙ୍ଗପୁର ଜିଲାରେ ୫.୨୧ କୋଟି ଟଙ୍କା ବିନିଯୋଗ କରାଯିବାର ଲକ୍ଷ୍ୟ ରଖାଯାଇଛି।
କୃଷି କ୍ଷେତ୍ରରେ ଜ୍ଞାନକୌଶଳ ଜରିଆରେ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷ ଓ ଚାଷୀର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଏଥିପାଇଁ ନୂଆ ନୂଆ ଯୋଜନା ମଧ୍ୟ ହାତକୁ ନିଆଯାଉଛି। ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ଏହି ବହୁମୁଖୀ ପାଇଲଟ୍‌ ପ୍ରକଳ୍ପ ଦ୍ୱାରା ଜିଲାର ଉଦ୍ୟାନ କୃଷି, ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡା ଓ ପଶୁପାଳନ, ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀମାନଙ୍କ ଦକ୍ଷତା ଓ ରୋଜଗାର ବୃଦ୍ଧି ପାଇବ । ରାଜ୍ୟ ସରକାରଙ୍କ ଅଧୀନରେ ଆସୁଥିବା ୧୫ ବିଭାଗ ସହ କେନ୍ଦ୍ର ସରକାରଙ୍କ ୧୨ ଗବେଷଣା ଓ ବିକାଶ ସଂସ୍ଥା(ଆର ଆଣ୍ଡ ଡି) କାର୍ଯ୍ୟ କରୁଛି। ସିଏସ୍‌ଆଇଆର, ଆଇସିଏଆର, ଆଇସିଏମ୍‌ଆର, ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ୧୨ଟି ସଂସ୍ଥା ଏଥିରେ ସହଯୋଗ କରୁଛନ୍ତି। କାର୍ଯ୍ୟକ୍ରମ ଜାରି ରହିଥିବା ସମୟରେ ମୁଖ୍ୟମନ୍ତ୍ରୀ ୨ ହିତାଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।
ଏହି ଅବସରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ନବରଙ୍ଗପୁର ଜିଲାରେ ଇୟୁକାଲିପଟାସ ଚାଷର ପ୍ରତିହତ ପାଇଁ ଲେମନ ଘାସ ଉତ୍ପାଦନକୁ ପ୍ରାଥମିକତା ଦିଆଯାଉଛି। ଏଥିରୁ ସୁଗନ୍ଧିତ ତୈଳ ଉତ୍ପାଦନ ପାଇଁ ସିଏସ୍‌ଆଇଆର-ସିଆଇଏମ୍‌ଏପି ଉନ୍ନତିକିସମ ଚାରାଯୋଗାଣ ସହ ତୈଳ ନିଷ୍କାସନ ପଦ୍ଧତି ପାଇଁ ଜ୍ଞାନକୌଶଳ ଯୋଗାଇବ। ନୂତନ ହଳଦୀ ଚାଷ ସହ ତା’ର ପତ୍ରରୁ କୁର୍କୁମିନ ତୈଳ ଉତ୍ପାଦନ କରି ଆୟବୃଦ୍ଧି କରିବା କ୍ଷେତ୍ରରେ ସିଏସ୍‌ଆଇଆର-ଏନ୍‌ବିଆରଆଇ ସାହାଯ୍ୟ କରିବ। ଆଇସିଏଆର-ସିଏଚ୍‌ଇଏସ୍‌ ଉନ୍ନତକିସମର କୁନ୍ଦୁରୀ, ପୋଟଳ,କାଙ୍କଡ, ଝୁଡଙ୍ଗ, ଆମ୍ବ, ଲିଚୁ ଆଦିର ନୂତନ କିସମବିହନ ଉତ୍ପାଦନ ସହ ନୂତନ ଜ୍ଞାନକୌଶଳରେ ସହଯୋଗ କରିବ ବୋଲି ଅରୁଣ କହିଛନ୍ତି। ଅନୁରୂପଭାବେ ଆଇସିଏଆର-ସିଟିସିଆରଆଇ ମକା ଓ ଦେଶୀ ଆଳୁର ମିଶ୍ରିତ ଚାଷ, ଶାକର କନ୍ଦର ପାଇଁ ନୂଆ ବିହନ ଓ ଜ୍ଞାନକୌଶଳ ଯୋଗାଇବ। ସେହିପରି ଚାଷ ବ୍ୟତୀତ ବିଡିଟି-ଆଇଏଲ୍‌ଏସ୍‌ ଏବଂ ଆଇସିଏମ୍‌ଆର-ଆରଏମ୍‌ଆରସି ନ୍ୟୁଟ୍ରି ଗାର୍ଡେନ ପ୍ରତିଷ୍ଠା ଦ୍ୱାରା ସ୍କୁଲ ପିଲା ଏବଂ ଗର୍ଭବତୀ ମହିଳା, କିଶୋରୀବାଳିକା ଏବଂ ଅପପୃଷ୍ଟିର ଶିକାରଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ପୁଷ୍ଟି ନିରାକରଣ ପାଇଁ ମଧ୍ୟ ସାମୂହିକ କାର୍ଯ୍ୟ କରିବ । ଉନ୍ନତମାନର ଧୂମହୀନ ଚୁଲା, ସୌର ଚାଳିତ ପମ୍ପ, ଟେରାଫିଲ ୱାଟର ଫିଲ୍ଟର ମଧ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଫଳ ଉତ୍ପାଦନ ପ୍ରକ୍ରିୟାକରଣ ଦ୍ୱାରା ଅଧିକ ବିକ୍ରିଯୋଗ୍ୟ, ଉନ୍ନତମାନର ଗୁଡ ଭାଟି ସ୍ଥାପନ, ସିଆଇଏଫ୍‌ଏ ଦ୍ୱାରା ମାଛ ବିହନ ଉତ୍ପାଦନ ପାଇଁ କେନ୍ଦ୍ର ସ୍ଥାପନ ସହ ନୂତନ ଜ୍ଞାନକୌଶଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର , ବିଭିନ୍ନ ବିଭାଗୀୟ ସଚିବ ଏବଂ ନବରଙ୍ଗପୁର ଜିଲାର ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?