ଚାଷୀଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ଚିନ୍ତା: ନବରଙ୍ଗପୁର ଜିଲାରୁ ଆରମ୍ଭ ହେଲା ନୂଆ ଯୋଜନା

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସାରା ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅପେକ୍ଷାକୃତ ପଛୁଆ ଜିଲାଭାବେ ପରିଚିତ ନବରଙ୍ଗପୁରରୁ ଏହି ଯୋଜନା ଆରମ୍ଭ ହୋଇଛି ା ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୧୯-୨୦ପାଇଁ ନବରଙ୍ଗପୁର ଜିଲାରେ ୫.୨୧ କୋଟି ଟଙ୍କା ବିନିଯୋଗ କରାଯିବାର ଲକ୍ଷ୍ୟ ରଖାଯାଇଛି।
କୃଷି କ୍ଷେତ୍ରରେ ଜ୍ଞାନକୌଶଳ ଜରିଆରେ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷ ଓ ଚାଷୀର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଏଥିପାଇଁ ନୂଆ ନୂଆ ଯୋଜନା ମଧ୍ୟ ହାତକୁ ନିଆଯାଉଛି। ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ଏହି ବହୁମୁଖୀ ପାଇଲଟ୍‌ ପ୍ରକଳ୍ପ ଦ୍ୱାରା ଜିଲାର ଉଦ୍ୟାନ କୃଷି, ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡା ଓ ପଶୁପାଳନ, ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀମାନଙ୍କ ଦକ୍ଷତା ଓ ରୋଜଗାର ବୃଦ୍ଧି ପାଇବ । ରାଜ୍ୟ ସରକାରଙ୍କ ଅଧୀନରେ ଆସୁଥିବା ୧୫ ବିଭାଗ ସହ କେନ୍ଦ୍ର ସରକାରଙ୍କ ୧୨ ଗବେଷଣା ଓ ବିକାଶ ସଂସ୍ଥା(ଆର ଆଣ୍ଡ ଡି) କାର୍ଯ୍ୟ କରୁଛି। ସିଏସ୍‌ଆଇଆର, ଆଇସିଏଆର, ଆଇସିଏମ୍‌ଆର, ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ୧୨ଟି ସଂସ୍ଥା ଏଥିରେ ସହଯୋଗ କରୁଛନ୍ତି। କାର୍ଯ୍ୟକ୍ରମ ଜାରି ରହିଥିବା ସମୟରେ ମୁଖ୍ୟମନ୍ତ୍ରୀ ୨ ହିତାଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।
ଏହି ଅବସରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ନବରଙ୍ଗପୁର ଜିଲାରେ ଇୟୁକାଲିପଟାସ ଚାଷର ପ୍ରତିହତ ପାଇଁ ଲେମନ ଘାସ ଉତ୍ପାଦନକୁ ପ୍ରାଥମିକତା ଦିଆଯାଉଛି। ଏଥିରୁ ସୁଗନ୍ଧିତ ତୈଳ ଉତ୍ପାଦନ ପାଇଁ ସିଏସ୍‌ଆଇଆର-ସିଆଇଏମ୍‌ଏପି ଉନ୍ନତିକିସମ ଚାରାଯୋଗାଣ ସହ ତୈଳ ନିଷ୍କାସନ ପଦ୍ଧତି ପାଇଁ ଜ୍ଞାନକୌଶଳ ଯୋଗାଇବ। ନୂତନ ହଳଦୀ ଚାଷ ସହ ତା’ର ପତ୍ରରୁ କୁର୍କୁମିନ ତୈଳ ଉତ୍ପାଦନ କରି ଆୟବୃଦ୍ଧି କରିବା କ୍ଷେତ୍ରରେ ସିଏସ୍‌ଆଇଆର-ଏନ୍‌ବିଆରଆଇ ସାହାଯ୍ୟ କରିବ। ଆଇସିଏଆର-ସିଏଚ୍‌ଇଏସ୍‌ ଉନ୍ନତକିସମର କୁନ୍ଦୁରୀ, ପୋଟଳ,କାଙ୍କଡ, ଝୁଡଙ୍ଗ, ଆମ୍ବ, ଲିଚୁ ଆଦିର ନୂତନ କିସମବିହନ ଉତ୍ପାଦନ ସହ ନୂତନ ଜ୍ଞାନକୌଶଳରେ ସହଯୋଗ କରିବ ବୋଲି ଅରୁଣ କହିଛନ୍ତି। ଅନୁରୂପଭାବେ ଆଇସିଏଆର-ସିଟିସିଆରଆଇ ମକା ଓ ଦେଶୀ ଆଳୁର ମିଶ୍ରିତ ଚାଷ, ଶାକର କନ୍ଦର ପାଇଁ ନୂଆ ବିହନ ଓ ଜ୍ଞାନକୌଶଳ ଯୋଗାଇବ। ସେହିପରି ଚାଷ ବ୍ୟତୀତ ବିଡିଟି-ଆଇଏଲ୍‌ଏସ୍‌ ଏବଂ ଆଇସିଏମ୍‌ଆର-ଆରଏମ୍‌ଆରସି ନ୍ୟୁଟ୍ରି ଗାର୍ଡେନ ପ୍ରତିଷ୍ଠା ଦ୍ୱାରା ସ୍କୁଲ ପିଲା ଏବଂ ଗର୍ଭବତୀ ମହିଳା, କିଶୋରୀବାଳିକା ଏବଂ ଅପପୃଷ୍ଟିର ଶିକାରଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ପୁଷ୍ଟି ନିରାକରଣ ପାଇଁ ମଧ୍ୟ ସାମୂହିକ କାର୍ଯ୍ୟ କରିବ । ଉନ୍ନତମାନର ଧୂମହୀନ ଚୁଲା, ସୌର ଚାଳିତ ପମ୍ପ, ଟେରାଫିଲ ୱାଟର ଫିଲ୍ଟର ମଧ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଫଳ ଉତ୍ପାଦନ ପ୍ରକ୍ରିୟାକରଣ ଦ୍ୱାରା ଅଧିକ ବିକ୍ରିଯୋଗ୍ୟ, ଉନ୍ନତମାନର ଗୁଡ ଭାଟି ସ୍ଥାପନ, ସିଆଇଏଫ୍‌ଏ ଦ୍ୱାରା ମାଛ ବିହନ ଉତ୍ପାଦନ ପାଇଁ କେନ୍ଦ୍ର ସ୍ଥାପନ ସହ ନୂତନ ଜ୍ଞାନକୌଶଳ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର , ବିଭିନ୍ନ ବିଭାଗୀୟ ସଚିବ ଏବଂ ନବରଙ୍ଗପୁର ଜିଲାର ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri