ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀ ରାଜି
ଆଙ୍କାରା,୧୮-୧୦(ଏଏଫ୍ପି):ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଗୁରୁବାର ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀକୁ ରାଜି କରାଇଛନ୍ତି। ସେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତେୟିପ୍ ଏର୍ଡୋଗାନ୍ଙ୍କୁ ଭେଟି କୁର୍ଦ୍ଦିଶ ବଳ ଉପରେ ସାମରିକ ବଳ ରୋକିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ସାମରିକ ଅଭିଯାନକୁ ଆସନ୍ତା…
ସ୍ପାଇସ୍ ଜେଟ୍ ବିମାନକୁ ଅଟକାଇଥିଲା ପାକ୍ ବାୟୁସେନା
ନୂଆଦିଲ୍ଲୀ,୧୮-୧୦:ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ନୂଆଦିଲ୍ଲୀ ଓ ଇସ୍ଲାମାବାଦ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସେପ୍ଟେମ୍ବର ୨୩ରେ ନୂଆଦିଲ୍ଲୀରୁ କାବୁଲ ଯାଉଥିବା ଭାରତୀୟ ଯାତ୍ରୀବାହୀ ବିମାନକୁ ପାକିସ୍ତାନୀ ବାୟୁସେନା ଆକାଶ ମାର୍ଗରେ ପାଖାପାଖି ଘଣ୍ଟାଏ ଅଟକାଇଥିଲା ବୋଲି ଜଣାପଡିଛି।…
ମଦିନାରେ ବସ୍ ଦୁର୍ଘଟଣା:ଜଣେ ଭାରତୀୟଙ୍କ ସମେତ ୩୫ ମୃତ
ରିୟାଧ,୧୮-୧୦(ଏଏଫ୍ପି):ସୌଦି ଆରବର ମଦିନା ସହରରେ ସଡ଼କ ଦୁର୍ଘଟଣାରେ ୩୫ ବିଦେଶୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଅଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଆହତ ହୋଇଛନ୍ତି। ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ବସ୍କୁ ଅନ୍ୟ ଏକ ଭାରିଯାନ ଧକ୍କା ଦେଇଥିଲା। ଏଥିରେ…
ଘନେଇଲା ‘ସାବରକର’ ବିବାଦ:
ନୂଆଦିଲ୍ଲୀ/ବାରାଣସୀ,୧୮-୧୦: ବୀର ବିନାୟକ ଦାମୋଦର ସାବରକର। ହିନ୍ଦୁତ୍ୱ ଚିନ୍ତାଧାରାର ପ୍ରଣେତା ଭାବେ ପରିଚିତ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କୁ ଭାରତରନତ୍ ଉପାଧି ପ୍ରଦାନର ପ୍ରସ୍ତାବକୁ ନେଇ ଉଠିଛି ବିବାଦ। ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନକୁ ୪ ଦିନ ବାକି ଥିବାବେଳେ…
ବିଡିଏ ନିର୍ଦ୍ଦେଶକୁ ମାନିଲେନି ମଲ୍ କର୍ତ୍ତୃପକ୍ଷ:ଖୋଲାଖୋଲି ପାର୍କିଂ ଫି ଆଦାୟ କଲେ
ଭୁବନେଶ୍ୱର, ୧୮-୧୦ (ସ୍ଥିତପ୍ରଜ୍ଞ ମିଶ୍ର):ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍, ମଲ୍, ଆପାର୍ଟମେଣ୍ଟରେ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବୁଧବାର ନିର୍ଦ୍ଦେଶ ଦେଇଥିଲେ। ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ…
ଆମ୍ବଡାଳ ପଡ଼ି ଛାତ୍ର ମୃତ
ନିରାକାରପୁର,୧୮-୧୦(ଡି.ଏନ.ଏ.):ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବଗଛର ବିରାଟ ଡାଳ ପଡି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ…
ନିବେଶ ଲାଗି ଭାରତ ପ୍ରକୃଷ୍ଟ ସ୍ଥାନ:ସୀତାରାମନ
ନୂଆଦିଲ୍ଲୀ,୧୮-୧୦: ନିବେଶ ଲାଗି ଭାରତ ଭଳି ପ୍ରକୃଷ୍ଟ ସ୍ଥାନ ନିବେଶକମାନେ ଅନ୍ୟ କେଉଁଠାରେ ପାଇବେ ନାହିଁ। ଭାରତରେ ଗଣତନ୍ତ୍ର ଏବଂ ପୁଞ୍ଜିବାଦକୁ ସମ୍ମାନ ଦେବା ଭଳି ପରିବେଶ ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୟୁଏସ୍ ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ ଫୋରମରେ ସୂଚନା…
ନୀରବ ମୋଦିଙ୍କ ରିମାଣ୍ଡ ବଢିଲା
ନୂଆଦିଲ୍ଲୀ,୧୮-୧୦: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ରିମାଣ୍ଡ ଅବଧିକୁ ନଭେମ୍ବର ୧୧ଯାଏ ବଢାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୩,୫୦୦ କୋଟିରୁ ଉର୍ଦ୍ଧ୍ୱ ଋଣ ଠକେଇ ମାମଲାରେ ଏବେ ତାଙ୍କ ନାମରେ ପ୍ରତ୍ୟାର୍ପଣ ମାମଲା ଚାଲିଛି। ସେ ଲଣ୍ଡନ ଜେଲରେ ଥିବା…
ସଙ୍କଟ ସ୍ଥିତିରେ ଅର୍ଥନୀତି: ମନମୋହନ ସିଂ
ନୂଆଦିଲ୍ଲୀ,୧୮-୧୦: ଦେଶର ପ୍ରତି ଅର୍ଥନୈତିକ ଅସୁବିଧା ଲାଗି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଉପା ସରକାରଙ୍କୁ ନିନ୍ଦା କରିବା ବନ୍ଦ କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର କହିଛନ୍ତି। ଦେଶରେ ବ୍ୟାଙ୍କିଙ୍ଗ କ୍ଷେତ୍ର ସମସ୍ୟା ଲାଗି ମନମୋହନ ସିଂ…
୨୦୦୮ ତୁଳନାରେ ବଡ ଏବେର ମାନ୍ଦାବସ୍ଥା
ମୁମ୍ବାଇ,୧୮-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବଜାରରେ ଚାହିଦା କମିବା ଅର୍ଥ ବ୍ୟବସ୍ଥା ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆଇଏଲ ଆଣ୍ଡ ଏଫ୍ଏସ୍ ଭଳି ସଂସ୍ଥା ଦେବାଳିଆ ହେବା ଯୋଗୁ ଏହାର ପ୍ରଭାବ ଏବେ ଦେଶର…
ଦେଶରେ ବଢୁଛି ଆର୍ଥିକ ଅସମାନତା
ମୁମ୍ବାଇ,୧୮-୧୦: ଦେଶରେ ଲୋକମାନଙ୍କ ମଧ୍ୟରେ ଆୟର ଆକାଶ ପାତାଳ ତାରତମ୍ୟ ରହିଥିବା ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଅକେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଅତି ଧନୀ ବ୍ୟକ୍ତିଙ୍କ ସଂଖ୍ୟା ମାତ୍ରାଧିକ ବଢୁଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଉଛି। ଆୟର ଅସମାନତା…
ପିଆଜରେ ରହିଛି ଏସବୁ ଉପକାରୀ ଗୁଣ…..
ଘରେ ଘରେ ପିଆଜର ବହୁତ ଚାହିଦା ରହିଛି। ସାଧାରଣତଃ ଖାଦ୍ୟର ସ୍ବାଦ ବଢାଇବା ପାଇଁ ପିଆଜର ବ୍ୟବହାର କରାଯାଇଥାଏ। ଏହା ଆମ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ। ପିଆଜରେ ରହିଛି ଭିଟାମିନ୍ ବି, ସି, କ୍ୟାଲସିୟମ, ଆଇରନ୍, ପୋଟାସିୟମ, ଫାଇବର ଭଳି ଅନେକ…

