ଦେଶରେ ବଢୁଛି ଆର୍ଥିକ ଅସମାନତା

ମୁମ୍ବାଇ,୧୮-୧୦: ଦେଶରେ ଲୋକମାନଙ୍କ ମଧ୍ୟରେ ଆୟର ଆକାଶ ପାତାଳ ତାରତମ୍ୟ ରହିଥିବା ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଅକେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଅତି ଧନୀ ବ୍ୟକ୍ତିଙ୍କ ସଂଖ୍ୟା ମାତ୍ରାଧିକ ବଢୁଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଉଛି। ଆୟର ଅସମାନତା ଯୋଗୁ ଧନୀ ଅଧିକ ଧନୀ ହେଉଥିବା ବେଳେ ଗରିବ ବ୍ୟକ୍ତି ଅଧିକ ଗରିବ ଦେଉଥିବା ନିକଟରେ ପ୍ରକାଶିତ ଏକ ରିପୋର୍ଟକୁ ଦେଖିଲେ ପ୍ରତୀୟମାନ ହୋଇଥାଏ। ୨୦୧୮ରେ ଦେଶ ମଧ୍ୟରେ ହାଇ ନେଟ୍‌ ଓର୍ଥ ଇଣ୍ଡିଭିଜୁଆଲ ବା ଅତିଧନିଙ୍କ ନିକଟରେ ୪୩୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହା ୨୦୧୭ରେ ୩୯୨ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୨୪ ପର୍ଯ୍ୟନ୍ତ ବ୍ୟକ୍ତିଗତ ସମ୍ପତ୍ତି ୧୩.୧୯% ହାରରେ ବଢି ୭୯୮ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି କାର୍ଭି ଓ୍ବେଲଥ ମ୍ୟାନେଜମେଣ୍ଟ ରିପୋର୍ଟରେ ଆକଳନ କରାଯାଇଛି। ଏହି ସମୟରେ ଅନ୍ୟ ଆର୍ଥତ୍କ ସମ୍ପତ୍ତି ମଧ୍ୟ ବଢିବାର ଅନେକ ସମ୍ଭାବନା ରହିଥିବା ଜଣାପଡିଛି।
କାର୍ଭି ରିପୋର୍ଟ ମୁତାବକ ୨୦୧୮ରେ ଅତିଧନୀଙ୍କ ସଂଖ୍ୟା ୨.୫୬ ଲକ୍ଷକୁ ହ୍ରାସ ଘଟିଛି। ୧ ନିୟୁତ ଡଲାରରୁ ଉର୍ଦ୍ଧ୍ୱ ନିବେଶ ଯୋଗ୍ୟ ସମ୍ପତ୍ତି ରହିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ବର୍ଗରେ ସାମିଲ କରାଯାଇଛି। ୨୦୧୭ରେ ଅତିଧନୀ ବ୍ୟକ୍ତିଙ୍କ ସଂଖ୍ୟା ୨.୬୩ ଲକ୍ଷ ରହିଥିଲା। ଏହି ସମୟରେ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ଅଭିବୃଦ୍ଧି ହାର ୯.୬୨%କୁ କମିଛି, ଯାହା ୨୦୧୮ରେ ୧୩.୪୫% ରହିଥିଲା। ଧନୀ ବ୍ୟକ୍ତି ମାନେ ସେମାନଙ୍କ ମୋଟ ସମ୍ପତ୍ତି ମଧ୍ୟରୁ ପ୍ରାୟ ୨୬୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଫାଇନାସିଆଲ ଆସେଟ୍‌ ଭାବେ ରଖିଛନ୍ତି। ଅନ୍ୟ ଅର୍ଥକୁ ସ୍ଥାବର ସମ୍ପତ୍ତି ଭାବେ ରଖିଛନ୍ତି। ଏହି ଦୁଇ ସମ୍ପତ୍ତି ମଧ୍ୟରେ ଅନୁପାତ ୬୦ ଏବଂ ୪୦ ରହିଛି। ଫାଇନାସିଆଲ ଆସେଟ ମଧ୍ୟରେ ପୁଞ୍ଜି ବଜାରର ଇକ୍ୱିଟି କ୍ଷେତ୍ରରେ ୫୨ ଲକ୍ଷ କୋଟି ଟଙ୍କା ନିବେଶ ସୁଯୋଗ ସୃଷ୍ଟି ହୋଇଛି। ୨୦୧୭ରେ ଅତିଧନୀଙ୍କ ଏକ୍ଷେତ୍ରରେ ନିବେଶ ଅଭିବୃଦ୍ଧି ୩୦.୩୨% ଥିବା ବେଳେ ୨୦୧୮ରେ ୬.୩୯%କୁ ଖସି ଆସିଛି। ଏହି ସମୟରେ ସ୍ଥାୟୀ ଜମା ଏବଂ ବଣ୍ଡରେ ନିବେଶ ଅଭିବୃଦ୍ଧି ବୃଦ୍ଧି ଘଟି ୮.୮୫% ଛୁଇଁଛି। ଯାହା ୨୦୧୭ରେ ୪.୮୬% ରହିଥିଲା। ଏଥିରେ ବୃଦ୍ଧି ଘଟିବା ଯୋଗୁ ନିବେଶ ପରିମାଣ ୪୫ ଲକ୍ଷ କୋଟି ଟଙ୍କା ଛୁଇଁଛି।
ଅତିଧନୀଙ୍କ ଫିନାନସିଆଲ ଆସେଟ କ୍ଷେତ୍ରରେ ବୀମା ତୃତୀୟ ସ୍ଥାନରେ ରହିଛି। ଏହାର ଅଂଶ ୩୬ ଲକ୍ଷ କୋଟି ଏବଂ ବ୍ୟାଙ୍କ ଜମା ପରିମାଣ ୩୪ ଲକ୍ଷ କୋଟି ଟଙ୍କା ଥିବା ଜଣାପଡ଼ିଛି। ସ୍ଥାବର ସମ୍ପତ୍ତି କ୍ଷେତ୍ରରେ ସୁନା ସବୁଠାରୁ ପସନ୍ଦଯୋଗ୍ୟ ସମ୍ପତ୍ତି ଶ୍ରେଣୀ ହୋଇପାରିଛି। ଅତିଧନୀମାନେ ସୁନା ବାବଦକୁ ପ୍ରାୟ ୮୦ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି। ରିୟଲ ଇଷ୍ଟେଟ ହୋଲ୍ଡିଂ ଏକ୍ଷେତ୍ରରେ ଦ୍ୱିତୀୟ ଶ୍ରେଣୀରେ ରହିଛି। ଏହାର ଅଂଶ ପ୍ରାୟ ୭୪ ଲକ୍ଷ କୋଟି ଟଙ୍କା ହେବ। ଏକ୍ଷେତ୍ରରେ ଅଭିବୃଦ୍ଧି ୨୦୧୭ରେ ୧୦.୩୬% ଥିବା ବେଳେ ୨୦୧୮ରେ ଏହା ୭.୧୩%କୁ ଖସି ଆସିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri