ଆମ୍ବଡାଳ ପଡ଼ି ଛାତ୍ର ମୃତ

ନିରାକାରପୁର,୧୮-୧୦(ଡି.ଏନ.ଏ.):ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପରିସର ମଧ୍ୟରେ ଥିବା ଏକ ଆମ୍ବଗଛର ବିରାଟ ଡାଳ ପଡି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ରାଉଳ ହଜ ମୌଜା ଷ୍ଟେଶନ ପାଖରେ ରହୁଥିବା ନବଘନ ପରିଡାଙ୍କ ଏକ ମାତ୍ର ପୁଅ ରିତେଶ ପ୍ରଧାନ ଓରଫ ମୁନା (୬)। ଏହି ଘଟଣା ନେଇ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ମୃତଦେହ ଧରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ଅନ୍ୟପକ୍ଷେ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।
ପ୍ରକାଶ ଯେ, ଛାତ୍ର ରିତେଶ ପ୍ରାୟ ଅପରାହ୍ନ ୧ଟାରୁ ସାଢେ ଗୋଟାଏ ମଧ୍ୟରେ ମଧ୍ୟାହ୍ନଭୋଜନ ଛୁଟି ସମୟରେ ସ୍କୁଲ ପରିସରରେ ଥିବା ଏକ ଆମ୍ବଗଛ ତଳେ ଖେଳୁଥିଲେ। ସେହି ସମୟରେ ବାତ୍ୟା ଫନୀ ବେଳରୁ ଭାଙ୍ଗି ଗଛରେ ଓହଳି ରହିଥିବା ଆମ୍ବଡାଳ ତାଙ୍କ ଉପରେ ଖସିପଡିଥିଲା। ଫଳରେ ଡାଳ ମାଡରେ ଛାତ୍ର ଜଣକ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଶିକ୍ଷକମାନେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ଖୋର୍ଦ୍ଧା ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାଟି ପ୍ରଚାରିତ ହେବା ପରେ ସ୍କୁଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସ୍କୁଲ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ତାଲାପକାଇ ରଖିଥିଲେ। ଅନ୍ୟପକ୍ଷେ ସ୍କୁଲର କେତେଜଣ କର୍ମଚାରୀ ରକ୍ତ ପଡିଥିବା ସ୍ଥାନରେ ମାଟି ଘୋଡାଇ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ଖବର ପାଇ ଏକ ପ୍ଲାଟୁନ ଫୋର୍ସ ସହ ନିରାକାରପୁର ପୋଲିସ ଓ ଟାଙ୍ଗୀ ତହସିଲଦାର ସୁନାସିରୀ କିଶାନ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଲୋକଙ୍କୁ ବୁଝାଶୁଝା ପରେ ସନ୍ଧ୍ୟା ପ୍ରାୟ ୫ଟା ୩୫ରେ ଅଟକ ଥିବା ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଛାଡି ଦେଇଥିଲେ। ତେବେ ଉତ୍ତ୍ୟକ୍ତ ଲୋକେ ବ୍ୟବଚ୍ଛେଦ ପରେ ମୃତଦେହ ଧରି କ୍ଷତିପୂରଣ ଦାବି ନେଇ ସ୍କୁଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଘଟଣାସ୍ଥଳରେ ଏବିଇଓ ଦେବବ୍ରତ ମହାପାତ୍ର ଓ ତହସିଲଦାର କିଶାନ ପହଞ୍ଚତ୍ ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷତିପୂରଣ ରାଶି ଦିଆଯିବାର ପ୍ରତିଶ୍ରୁତି ଦେବା ପରେ ରାତି ୯ଟା ୪୫ରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଏନେଇ ଶିକ୍ଷକ ଯୋଗେଶ ନାୟକଙ୍କୁ ପଚାରିବାରେ ସେ କହିଥିଲେ, ଆମେ ଖାଇବା ଛୁଟିରେ ଟିଫିନ କରୁଥିଲୁ। ଖବର ପାଇ ଗଲା ବେଳକୁ ଆମ ପ୍ରଧାନ ଶିକ୍ଷକ ଓ ଅନ୍ୟ ଜଣେ ଶିକ୍ଷକ ଆହତ ଛାତ୍ରଙ୍କୁ ମେଡିକାଲକୁ ନେଇଯାଇଥିଲେ। ଏନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ ନାଥ ତ୍ରିପାଠୀ ଓ ଟାଙ୍ଗୀ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଫୋନ ଉଠାଇ ନ ଥିଲେ। ଏ ସର୍ମ୍ପକରେ ଜିଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀଙ୍କୁ ପଚାରିବାରେ ସେ କହିଥିଲେ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟ ନାଥ ତ୍ରିପାଠୀଙ୍କୁ ଅନିର୍ଦ୍ଦିଷ୍ଟ କାଳ ପଯର୍‌ୟନ୍ତ ନିଲମ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri