ରାୟ ନୁହେଁ, ସମାଧାନ ଚାହୁଁ: ସୁନ୍ନି ଓ୍ବାକଫ୍ ବୋର୍ଡ
ନୂଆଦିଲ୍ଲୀ,୧୮-୧୦:ଅଯୋଧ୍ୟା ଜମି ବିବାଦ ମାମଲାର ସମସ୍ତ ପକ୍ଷ ସମାଧାନ ପାଇଁ ଏକ ନିଷ୍କର୍ଷରେ ପହଞ୍ଚତ୍ଛନ୍ତି, ଯାହାକି ସମସ୍ତଙ୍କ ପାଇଁ ଜିତିବା ସ୍ଥିତିକୁ ସୁନିଶ୍ଚିତ କରିବ। ଏଥିଲାଗି ସୁପ୍ରିମକୋର୍ଟଙ୍କ ରାୟ ଆବଶ୍ୟକ ହେବ ନାହିଁ ବୋଲି ଉତ୍ତରପ୍ରଦେଶ ସୁନ୍ନି ଓ୍ବାକଫ୍ ବୋର୍ଡର ଜଣେ…
ଫ୍ଲାଗ୍ ମିଟିଂ ପରେ ବାଂଲା ସୈନ୍ୟଙ୍କ ଗୁଳିମାଡ଼:ବିଏସ୍ଏଫ୍ ଯବାନ ଶହୀଦ
କୋଲକାତା,୧୮-୧୦(ପି.ଟି.):ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ଜଣେ ବିଏସ୍ଏଫ୍ ଯବାନ ଶହୀଦ ହୋଇଛନ୍ତି। ଅନ୍ତର୍ଜାତୀୟ ସୀମାବର୍ତ୍ତୀ ପଶ୍ଚିମବଙ୍ଗରେ ଫ୍ଲାଗ୍ ମିଟିଂ ଚାଲିଥିଲାବେଳେ ଜଣେ ବାଂଲାଦେଶୀ ଯବାନ ଏକେ-୪୭ ରାଇଫଲ୍ରୁ ଗୁଳି ଚଳାଇଥିଲେ। ବାଂଲାଦେଶ ସୀମାନ୍ତ ପ୍ରହରୀ (ବିଜିବି) ଯବାନଙ୍କ ମନମାନିକୁ…
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅମରଙ୍କ ଚିଠି : ଡିଏମ୍ଏଫ୍ଟି ଜିଏସ୍ଟି ଛାଡ଼ କରାଯାଉ
ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଆଦିବାସୀବହୁଳ ଖଣିଜ ସମ୍ପଦ ଜିଲାଗୁଡିକର ବିକାଶ ପାଇଁ ରାଜ୍ୟ ସରକାର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେଶନ ଟ୍ରଷ୍ଟ(ଡିଏମ୍ଏଫ୍ଟି) ଗଠନ କରିଛନ୍ତି। ଏହି ଟ୍ରଷ୍ଟ ଉପରୁ ଆୟକର, ଦ୍ରବ୍ୟ ଓ ସେବା ଟିକସ(ଜିଏସ୍ଟି) ଛାଡ କରିବାକୁ ବିଜେଡି ରାଜ୍ୟ ସଭା ଏମ୍ପି…
୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ସଫା ହେଲା କ୍ୟାପିଟାଲ ହସ୍ପିଟାଲ
ଭୁବନେଶ୍ୱର, ୧୮ା୧୦(ବ୍ୟୁରୋ): ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଉପରେ ଗୁରୁତ୍ୱ ବଢ଼ିଯାଇଛି। ବିଶେଷକରି ହସ୍ପିଟାଲ ଓ ଥାନାକୁ ଯାଉଥିବା ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟବସ୍ଥାର ଅନୁଧ୍ୟାନ ଲାଗି ଏବେ ୫-ଟି ସଚିବ ଭି.କେ.…
ଛଟେଇ ପ୍ରତିବାଦରେ ବିଇଓ ଅଫିସ୍ ସମ୍ମୁଖରେ ପାଚିକାଙ୍କ ଧାରଣା
ଗଣିଆ,୧୮।୧୦(ଡି.ଏନ.ଏ.): ବିଦ୍ୟାଳୟର ପାଚିକା କାର୍ଯ୍ୟରୁ ଛଟେଇ କରାଯିବା ପ୍ରତିବାଦରେ ନୟାଗଡ଼ ଜିଲା ଗଣିଆ ବ୍ଲକ କରଡାପଡା ପଞ୍ଚାୟତ କରଡାପଡା ଗ୍ରାମସ୍ଥିତ ଜେ. ପ୍ରଧାନସିଂହ ମଧ୍ୟ ଇଂରାଜୀ ବିଦ୍ୟାଳୟର ପାଚିକା ସୁମିତ୍ରା ମୁଦୁଲି ଗୁରୁବାର ଗଣିଆ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…
ମୃତ୍ତିକା ପରୀକ୍ଷା କାର୍ଯ୍ୟକ୍ରମ ବାଟବଣା : ୧୩ହଜାରରୁ ମାତ୍ର ୩ ହଜାର ଚାଷୀଙ୍କ ଜମିର ହୋଇଛି ପରୀକ୍ଷା
ନୟାଗଡ଼ ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ କୃଷିନୀତି ୨୦୧୩ ଅନୁଯାୟୀ ଚାଷୀଙ୍କ ଜମିର ମାଟି ପରୀକ୍ଷା ପାଇଁ ପ୍ରତି ଜିଲାରେ ମୃତ୍ତିକା ପରୀକ୍ଷା କେନ୍ଦ୍ର ରହିଛି। ଚାଷୀମାନେ ସେମାନଙ୍କ ଜମିରେ ଫସଲ ନ ହେଲେ ମାଟିର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରକୁ…
ଧାନ ଫସଲରେ ହଳଦୀଗୁଣ୍ଡି ପୋକ: ଚିନ୍ତାରେ ଚାଷୀ
ଭାପୁର,୧୮ା୧୦(ଡି.ଏନ୍.ଏ.): ନୟାଗଡ଼ା ଜିଲା ଭାପୁର ବ୍ଲକ ଅଞ୍ଚଳରେ ସମ୍ପ୍ରତି ଧାନ ଫସଲରେ ପୋକ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ବ୍ଲକରେ ଥିବା ୧୦ ହଜାର ଏକର ଚାଷଜମି ମଧ୍ୟରୁ ୭ ହଜାର ଏକର ଜମିରେ ଧାନଚାଷ ହୋଇଥିବାବେଳେ ୩ ହଜାର ଏକରରୁ ଊର୍ଦ୍ଧ୍ୱ…
ବାର୍ କାଉନ୍ସିଲ ଗଲା ହିନ୍ଦୁ ମହାସଭା
ନୂଆଦିଲ୍ଲୀ,୧୮-୧୦(ପି.ଟି.):ଅଯୋଧ୍ୟା ମାମଲା ଶୁଣାଣିର ଶେଷଦିନରେ ରାମଙ୍କ ଜନ୍ମସ୍ଥାନ ରହିଥିବା ମ୍ୟାପ୍କୁ ଚିରିଦେଇଥିବା ମୁସ୍ଲିମ ପକ୍ଷ ଓକିଲ ରାଜୀବ ଧଓ୍ବନଙ୍କ ବିରୋଧରେ ହିନ୍ଦୁ ମହାସଭା ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)ର ଦ୍ୱାରସ୍ଥ ହୋଇଛି। ରାଜୀବଙ୍କ ଏଭଳି କାର୍ଯ୍ୟକୁ ସଙ୍ଗଠନ ପକ୍ଷରୁ ଦୃଢ଼ନିନ୍ଦା…
ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜମି ଦେଲା ପାକିସ୍ତାନ
ନୂଆଦିଲ୍ଲୀ,୧୮-୧୦:ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜାଗା ଦେଇ ଭାରତର ଚିନ୍ତା ବଢ଼ାଇଦେଇଛି ପାକିସ୍ତାନ। ଗୁଜରାଟ ସୀମାନ୍ତ ହାରାମି ନାଲାରେ ଚାଇନାର ଏକ କମ୍ପାନୀକୁ ଉକ୍ତ ଜମି ଲିଜ୍ ସୂତ୍ରରେ ଦେଇଥିବା ଜଣାପଡ଼ିଛି। ଗୁଜରାଟ ସୀମାର ସାର୍ କ୍ରିକ୍ ଅଞ୍ଚଳ…
ବିଦ୍ୟାଳୟ ଜମିରେ ଅଣ ଓଡ଼ିଆଙ୍କ ଜବରଦଖଲ : ସଙ୍କୁଚିତ ହେଉଛି ବିଦ୍ୟାଳୟ ଜମି
ଯାଜପୁର ରୋଡ଼, ୧୮ା୧୦ (ନି.ପ୍ର.): ଯାଜପୁର ରୋଡ୍ସ୍ଥିତ ନରସିଂହ ଚୌଧୁରୀ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି। ବିଦ୍ୟାଳୟର ଜମିରେ ଅଣ ଓଡ଼ିଆଙ୍କ ଜବର ଦଖଲ ବୃଦ୍ଧି ପାଇବାରେ ଲାଗିଛି। ଏମାନେ ବିଦ୍ୟାଳୟ ଚତୃପାର୍ଶ୍ୱରେ ଜବର ଦଖଲ କରି…
କର୍ତାରପୁର କରିଡର:ଫି ଆଦାୟ ନ କରିବାକୁ ପାକ୍କୁ ଭାରତର ଅନୁରୋଧ
ନୂଆଦିଲ୍ଲୀ,୧୮-୧୦(ପି.ଟି.): କର୍ତାରପୁର କରିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଖୁବ୍ଶୀଘ୍ର ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହେବ ବୋଲି ନୂଆଦିଲ୍ଲୀ ଆଶାବ୍ୟକ୍ତ କରିଛି। ଏହାସହ କର୍ତାରପୁରକୁ ଯିବାକୁ ଥିବା ଭାରତୀୟ ତୀର୍ଥଯାତ୍ରୀଙ୍କଠାରୁ ୨୦ ଡଲାର ଲେଖାଏ ଫି ଆଦାୟ ନ କରିବାକୁ ମଧ୍ୟ…
ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସରପଞ୍ଚଙ୍କ ସ୍ବାମୀ ସମେତ ୫ଜଣଙ୍କୁ ଜେରା,ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା,କଂଗ୍ରେସ
ଧର୍ମଶାଳା,୧୮।୧୦(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ବୁଧବାର ସନ୍ଦେହଜନକ ମୃତ୍ୟୁ ଘଟଣାରେ ଧର୍ମଶାଳା ପୋଲିସ ଗୁରୁବାର ସରପଞ୍ଚଙ୍କ ସ୍ବାମୀ ରୁପେଶ ଭଦ୍ରଙ୍କ ସମେତ ୫ଜଣଙ୍କୁ ଥାନାକୁ ଡକାଇ ପଚରାଉଚରା ଜାରି ରଖିଛି। କିଭଳି…

