ଘନେଇଲା ‘ସାବରକର’ ବିବାଦ:

ନୂଆଦିଲ୍ଲୀ/ବାରାଣସୀ,୧୮-୧୦: ବୀର ବିନାୟକ ଦାମୋଦର ସାବରକର। ହିନ୍ଦୁତ୍ୱ ଚିନ୍ତାଧାରାର ପ୍ରଣେତା ଭାବେ ପରିଚିତ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କୁ ଭାରତରନତ୍ ଉପାଧି ପ୍ରଦାନର ପ୍ରସ୍ତାବକୁ ନେଇ ଉଠିଛି ବିବାଦ। ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନକୁ ୪ ଦିନ ବାକି ଥିବାବେଳେ ଭାଜପା ଥରକୁ ଥର ଏହି ପ୍ରସଙ୍ଗ ଉଠାଇବାରେ ଲାଗିଛି। ଅନ୍ୟପକ୍ଷରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଭୋଟ ଧ୍ରୁବୀକରଣ ପାଇଁ ଗୈରିକ ଦଳର ଏଭଳି ରାଜନୀତିକୁ ଦୃଢ଼ନିନ୍ଦା କରିଛନ୍ତି। ସାବରକରଙ୍କୁ ଭାରତରନତ୍ ଦିଆଗଲେ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ବି ଦିଆଯାଉ ବୋଲି ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସି ତାଚ୍ଛଲ୍ୟ କରିଛନ୍ତି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ପୁନଃ କ୍ଷମତାସୀନ ହେଲେ ବୀର ସାବରକରଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରନତ୍’ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଭାଜପା ପକ୍ଷରୁ ଜାରି ଇସ୍ତାହାରରେ ଏନେଇ ପ୍ରତିଶ୍ରୁତି ଦିଆଯିବା ପରେ ସାବରକରଙ୍କୁ ନେଇ ସଦ୍ୟ ବିବାଦର ସୂତ୍ରପାତ ହୋଇଛି। ଏହି ପ୍ରସ୍ତାବକୁ ନେଇ ବିରୋଧୀ ପ୍ରଶ୍ନ ଉଠାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ବିପକ୍ଷ ନେତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ବୁଧବାର ମହାରାଷ୍ଟ୍ରର ଅକୋଲାରେ ଏକ ସଭାକୁ ସମ୍ବୋଧିତ କରି ସାବରକରଙ୍କୁ ପ୍ରଶଂସା କରିଥିଲେ। ଆମ୍ବେଡକରଙ୍କୁ ଅପମାନିତ କରିଆସିଥିବା ଲୋକେ ବୀର ସାବରକରଙ୍କୁ ବଦନାମ କରିଆସିଛନ୍ତି। ସେମାନେ ତାଙ୍କୁ ଆଜି ଯାଏ ଭାରତରନତ୍ ଦେବା ପାଇଁ ମନାକରୁଛନ୍ତି ବୋଲି ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେହିପରି ଗୁରୁବାର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ)ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, ସାବରକର ନ ଥିଲେ ୧୮୫୭ ସିପାହି ବିଦ୍ରୋହର ଗୁରୁତ୍ୱକୁ ଭାରତ ବୁଝିପାରି ନ ଥାନ୍ତା। ସାବରକର ହିଁ ଏହାକୁ ସ୍ବାଧୀନତାର ପ୍ରଥମ ଯୁଦ୍ଧ ବୋଲି ଅଭିହିତ କରିଥିଲେ। ତେଣୁ ଦେଶ ଆଗରେ ବାସ୍ତବ ତଥ୍ୟ ଉପସ୍ଥାପନ କରିବା ପାଇଁ ଇତିହାସ ପୁନର୍ଲିଖନର ଆବଶ୍ୟକତା ରହିଛି ।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଆଲିରାଜପୁରରେ କହିଛନ୍ତି, ସାବରକରଙ୍କ ଜୀବନର ଦୁଇଟି ଦିଗ ଥିଲା। ପ୍ରଥମଟି ସ୍ବାଧୀନତା ସଂଗ୍ରାମରେ ସାମିଲ ହେବା ଓ ଦ୍ୱିତୀୟଟି ହେଲା ବ୍ରିଟିଶମାନଙ୍କୁ କ୍ଷମାମାଗି କଳାପାଣିରୁ ଫେରିବା ସହ କ୍ଷମା ଆବେଦନ କରିବା। ଭାଜପା ଭୁଲିଯିବା ଅନୁଚିତ ଯେ, ଗାନ୍ଧିଜୀଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ସାବରକରଙ୍କ ନାମ ରହିଥିଲା। ସେହିପରି କଂଗ୍ରେସ ନେତା ମନୀଷ୍‌ ତିଓ୍ବାରୀ କହିଛନ୍ତି, ଏନ୍‌ଡିଏ/ଭାଜପା ସରକାର ସାବରକରଙ୍କୁ ଭାରତରନତ୍ ଦେବାକୁ ଚାହୁଁଛି। ନାଥୁରାମଙ୍କୁ କାହିଁିକି ନୁହେଁ? ଗାନ୍ଧୀ ହତ୍ୟା ମାମଲାରେ ସାବରକରଙ୍କ ନାଁରେ ଚାର୍ଜଶିଟ୍‌ ହୋଇଥିଲାବେଳେ ସେ ଏଥିରୁ ମୁକୁଳି ଯାଇଥିଲେ। ହେଲେ ନାଥୁରାମ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଖୁଣ୍ଟରେ ଝୁଲିଥିଲେ ବୋଲି ମନୀଷ୍‌ ଟୁଇଟ୍‌ କରିଛନ୍ତି। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ମଧ୍ୟ ଅନୁରୂପ ମତବ୍ୟକ୍ତ କରି ଭାଜପାକୁ ତାଚ୍ଛଲ୍ୟ କରିଛନ୍ତି। ଗାନ୍ଧୀ ହତ୍ୟାର ତଦନ୍ତ କରୁଥିବା ଜଷ୍ଟିସ୍‌ କପୁର କମିଶନ ସାବରକରଙ୍କୁ ଜଣେ ଷଡ଼ଯନ୍ତ୍ରକାରୀ ବୋଲି ଜାଣିବାକୁ ପାଇଥିଲେ। ସାବରକରଙ୍କୁ ଭାରତରନତ୍ ଦିଆଗଲେ ନାଥୁରାମଙ୍କୁ ମଧ୍ୟ ଦିଆଯାଉ ବୋଲି ଓଓ୍ବାଇସି ଏକ ସାକ୍ଷାତ୍‌କାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri