୨୦୦୮ ତୁଳନାରେ ବଡ ଏବେର ମାନ୍ଦାବସ୍ଥା

ମୁମ୍ବାଇ,୧୮-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବଜାରରେ ଚାହିଦା କମିବା ଅର୍ଥ ବ୍ୟବସ୍ଥା ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆଇଏଲ ଆଣ୍ଡ ଏଫ୍‌ଏସ୍‌ ଭଳି ସଂସ୍ଥା ଦେବାଳିଆ ହେବା ଯୋଗୁ ଏହାର ପ୍ରଭାବ ଏବେ ଦେଶର ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି) ଉପରେ ପଡିଛି। ବର୍ତ୍ତମାନର ମାନ୍ଦାବସ୍ଥା ୨୦୦୮ ତୁଳନାରେ ବହୁତ ବଡ ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି। ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ହାରକୁ ଏହା ୬%କୁ ଖସାଇଛି। ୨୦୧୮ ସେପ୍ଟେମ୍ବରରେ ହୋଇଥିବା ଆଇଏଲଆଣ୍ଡଏଫ୍‌ଏସ୍‌ ଋଣ ଠକେଇ ପରେ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକରେ ସମସ୍ୟା ଆରମ୍ଭ ହୋଇ ଯାଇଥିଲା। ଏନ୍‌ବିଏଫ୍‌ସିଗୁଡିକୁ ସହାୟତା କରୁଥିବା ଏହି ସଂସ୍ଥାର ପରିଚାଳାନା ଠପ୍‌ ହୋଇଯିବା ପରେ ବଜାରରେ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଛି। ଓ୍ବାଲ ଷ୍ଟ୍ରିଟ ବ୍ରୋକରେଜ ଗୋଲ୍ଡମ୍ୟାନ ସ୍ୟାଚ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ପ୍ରାଚୀ ମିଶ୍ର କହିଛନ୍ତି ଯେ, ୨୦୧୮ ଜାନୁୟାରୀ ପହିଲାରୁ ଭାରତରେ ଚାହିଦା ହ୍ରାସ ଘଟିଛି। ମାତ୍ର ଆଇଏଲଆଣ୍ଡଏଫ୍‌ଏସ୍‌ ମାମଲା ସାମ୍ନାକୁ ଆସିବା ପରେ ଏହା ଜଟିଳ ରୂପ ଧାରଣ କରିଛି। ଫଳରେ ଏନ୍‌ବିଏଫ୍‌ସିଗୁଡିକରେ ନଗଦ ସମସ୍ୟା ଦେଖାଯାଇଛି।
ଏହାବାଦ ବଜାରରେ ଚାହିଦା କମିବା ଯୋଗୁ ଏହା ଦେଶର ମୋଟ ଅଭିବୃଦ୍ଧିକୁ ଗଭୀର ଭାବେ ପ୍ରଭାବିତ କରିଛି। ବିଶ୍ୱବଜାରର ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଅସୁବିଧା ସ୍ଥିତି ଦେଇ ଗତି କରୁଛି। ମାନ୍ଦାବସ୍ଥା ଯୋଗୁ ଅଭିବୃଦ୍ଧି ୨% ପଏଣ୍ଟ ଖସିଛି ବୋଲି ଏକ କାର୍ଯ୍ୟକ୍ରମ ଅବସରରେ ମିଶ୍ର ଏହା କହିଛନ୍ତି। ସରକାରଙ୍କ କର୍ପୋରେଟ ଟିକସ ହ୍ରାସ, ରିଜର୍ଭ ବ୍ୟାଙ୍କର ରେପୋ ହ୍ରାସ ଭଳି ପଦକ୍ଷେପ ଭାରତର ଅଭିବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଦେଶରେ ନିବେଶ ଏବଂ ରପ୍ତାନି ହ୍ରାସ ଘଟିଛି। ଏହି ସମୟରେ ଚାହିଦା ହ୍ରାସ ଅଭିବୃଦ୍ଧିକୁ ନିମ୍ନଗାମୀ କରୁଛି। ୨୦୦୮ରେ ଆସିଥିବା ମାନ୍ଦାବସ୍ଥା କିଛି ସମୟ ଲାଗି ରହିଥିଲା। ମାତ୍ର ବର୍ତ୍ତମାନର ମାନ୍ଦାବସ୍ଥା ୨୦ ମାସ ହେବ ବଜାରରେ ରହିଛି। ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୫%କୁ ଖସି ଆସିବା ପ୍ରସଙ୍ଗକୁ ନେଇ ମିଶ୍ର ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ହାର ୭୦ରୁ ୧୧୦ ବେସିସ୍‌ ପଏଣ୍ଟ ଖସିବ ବୋଲି ବିଶ୍ୱର ପ୍ରମୁଖ ଏଜେନ୍ସିଗୁଡିକ ପୂର୍ବାନୁମାନରେ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଜିଡ଼ିପି ଅଭିବୃଦ୍ଧିକୁ ୬.୧%କୁ କମ୍‌ କରିଛି। ଏହା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଟି(ଆଇଏମ୍‌ଏଫ୍‌) ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ଆକଳନ କମ୍‌ କରିଛନ୍ତି। ମାନ୍ଦାବସ୍ଥା ଲାଗି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଅସୁବିଧା ୪୦% ଦାୟୀ ବୋଲି ଏହି ଫାର୍ମ ରିପୋର୍ଟରେ ଉଲ୍ଲେଖ କରିଛି। ଚାହିଦା ହ୍ରାସ ୩୦% ଏବଂ ଅନ୍ୟାନ୍ୟ ପାଣ୍ଠି ଯୋଗାଣ ଜନିତ ଅସୁବିଧା ଯୋଗୁ ଉପୁଜିଥିବା ଏହା ମତ ରଖିଛି। ଏନ୍‌ବିଏଫ୍‌ସି ଋଣ ଅଭିବୃଦ୍ଧି ପୂର୍ବରୁ ୨୪% ରହିଥିଲା। ଏହା ବର୍ତ୍ତମାନ ୧୩%କୁ ଖସିଛି। ଋଣ ଚାହିଦା କମିବା ଏବଂ ନିୟାମକ ଚାପ ରିସ୍କ ବଢାଉଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri