୨୦୦୮ ତୁଳନାରେ ବଡ ଏବେର ମାନ୍ଦାବସ୍ଥା

ମୁମ୍ବାଇ,୧୮-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବଜାରରେ ଚାହିଦା କମିବା ଅର୍ଥ ବ୍ୟବସ୍ଥା ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆଇଏଲ ଆଣ୍ଡ ଏଫ୍‌ଏସ୍‌ ଭଳି ସଂସ୍ଥା ଦେବାଳିଆ ହେବା ଯୋଗୁ ଏହାର ପ୍ରଭାବ ଏବେ ଦେଶର ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି) ଉପରେ ପଡିଛି। ବର୍ତ୍ତମାନର ମାନ୍ଦାବସ୍ଥା ୨୦୦୮ ତୁଳନାରେ ବହୁତ ବଡ ବୋଲି ଗୋଲ୍ଡମ୍ୟାନ ସ୍ୟାଚ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି। ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ହାରକୁ ଏହା ୬%କୁ ଖସାଇଛି। ୨୦୧୮ ସେପ୍ଟେମ୍ବରରେ ହୋଇଥିବା ଆଇଏଲଆଣ୍ଡଏଫ୍‌ଏସ୍‌ ଋଣ ଠକେଇ ପରେ ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକରେ ସମସ୍ୟା ଆରମ୍ଭ ହୋଇ ଯାଇଥିଲା। ଏନ୍‌ବିଏଫ୍‌ସିଗୁଡିକୁ ସହାୟତା କରୁଥିବା ଏହି ସଂସ୍ଥାର ପରିଚାଳାନା ଠପ୍‌ ହୋଇଯିବା ପରେ ବଜାରରେ ବିଭିନ୍ନ ଅସୁବିଧା ସୃଷ୍ଟି ହୋଇଛି। ଓ୍ବାଲ ଷ୍ଟ୍ରିଟ ବ୍ରୋକରେଜ ଗୋଲ୍ଡମ୍ୟାନ ସ୍ୟାଚ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ପ୍ରାଚୀ ମିଶ୍ର କହିଛନ୍ତି ଯେ, ୨୦୧୮ ଜାନୁୟାରୀ ପହିଲାରୁ ଭାରତରେ ଚାହିଦା ହ୍ରାସ ଘଟିଛି। ମାତ୍ର ଆଇଏଲଆଣ୍ଡଏଫ୍‌ଏସ୍‌ ମାମଲା ସାମ୍ନାକୁ ଆସିବା ପରେ ଏହା ଜଟିଳ ରୂପ ଧାରଣ କରିଛି। ଫଳରେ ଏନ୍‌ବିଏଫ୍‌ସିଗୁଡିକରେ ନଗଦ ସମସ୍ୟା ଦେଖାଯାଇଛି।
ଏହାବାଦ ବଜାରରେ ଚାହିଦା କମିବା ଯୋଗୁ ଏହା ଦେଶର ମୋଟ ଅଭିବୃଦ୍ଧିକୁ ଗଭୀର ଭାବେ ପ୍ରଭାବିତ କରିଛି। ବିଶ୍ୱବଜାରର ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଅସୁବିଧା ସ୍ଥିତି ଦେଇ ଗତି କରୁଛି। ମାନ୍ଦାବସ୍ଥା ଯୋଗୁ ଅଭିବୃଦ୍ଧି ୨% ପଏଣ୍ଟ ଖସିଛି ବୋଲି ଏକ କାର୍ଯ୍ୟକ୍ରମ ଅବସରରେ ମିଶ୍ର ଏହା କହିଛନ୍ତି। ସରକାରଙ୍କ କର୍ପୋରେଟ ଟିକସ ହ୍ରାସ, ରିଜର୍ଭ ବ୍ୟାଙ୍କର ରେପୋ ହ୍ରାସ ଭଳି ପଦକ୍ଷେପ ଭାରତର ଅଭିବୃଦ୍ଧି ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଦେଶରେ ନିବେଶ ଏବଂ ରପ୍ତାନି ହ୍ରାସ ଘଟିଛି। ଏହି ସମୟରେ ଚାହିଦା ହ୍ରାସ ଅଭିବୃଦ୍ଧିକୁ ନିମ୍ନଗାମୀ କରୁଛି। ୨୦୦୮ରେ ଆସିଥିବା ମାନ୍ଦାବସ୍ଥା କିଛି ସମୟ ଲାଗି ରହିଥିଲା। ମାତ୍ର ବର୍ତ୍ତମାନର ମାନ୍ଦାବସ୍ଥା ୨୦ ମାସ ହେବ ବଜାରରେ ରହିଛି। ଏପ୍ରିଲ-ଜୁନ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୫%କୁ ଖସି ଆସିବା ପ୍ରସଙ୍ଗକୁ ନେଇ ମିଶ୍ର ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ହାର ୭୦ରୁ ୧୧୦ ବେସିସ୍‌ ପଏଣ୍ଟ ଖସିବ ବୋଲି ବିଶ୍ୱର ପ୍ରମୁଖ ଏଜେନ୍ସିଗୁଡିକ ପୂର୍ବାନୁମାନରେ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଜିଡ଼ିପି ଅଭିବୃଦ୍ଧିକୁ ୬.୧%କୁ କମ୍‌ କରିଛି। ଏହା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଟି(ଆଇଏମ୍‌ଏଫ୍‌) ଏବଂ ବିଶ୍ୱ ବ୍ୟାଙ୍କ ମଧ୍ୟ ଭାରତର ଅଭିବୃଦ୍ଧି ଆକଳନ କମ୍‌ କରିଛନ୍ତି। ମାନ୍ଦାବସ୍ଥା ଲାଗି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଅସୁବିଧା ୪୦% ଦାୟୀ ବୋଲି ଏହି ଫାର୍ମ ରିପୋର୍ଟରେ ଉଲ୍ଲେଖ କରିଛି। ଚାହିଦା ହ୍ରାସ ୩୦% ଏବଂ ଅନ୍ୟାନ୍ୟ ପାଣ୍ଠି ଯୋଗାଣ ଜନିତ ଅସୁବିଧା ଯୋଗୁ ଉପୁଜିଥିବା ଏହା ମତ ରଖିଛି। ଏନ୍‌ବିଏଫ୍‌ସି ଋଣ ଅଭିବୃଦ୍ଧି ପୂର୍ବରୁ ୨୪% ରହିଥିଲା। ଏହା ବର୍ତ୍ତମାନ ୧୩%କୁ ଖସିଛି। ଋଣ ଚାହିଦା କମିବା ଏବଂ ନିୟାମକ ଚାପ ରିସ୍କ ବଢାଉଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

ବଲାଙ୍ଗୀରରୁ ବରଗଡ଼କୁ ହେଉଥିଲା କଫସିରପ ଚାଲାଣ, ୭୩୩ ବୋତଲ ଜବତ କଲା ଗାଇସିଲେଟ୍‌ ପୋଲିସ

ବରଗଡ଼/ଗାଇସିଲେଟ୍‌,୨୪।୫(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ):  ବରଗଡ଼ ଜିଲା ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର୍‌ କରିଛି । ଶନିବାର ଜିଲାର ଗାଇସିଲେଟ୍‌ ଥାନା ପୋଲିସ ୭୩୩ ବୋତଲ…

ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ: ଜାଲାପୁଟ କ୍ୟାମ୍ପ ସମେତ ଏକାଧିକ ଗାଁ ଏବେ ଅନ୍ଧାରରେ

ନନ୍ଦପୁର,୨୪ା୫(ତୁଷାର କାନ୍ତ ମହାନ୍ତି): ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ଅଗ୍ନିକାଣ୍ଡ ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତରେ ଥିବା ଜୋଲାପୁଟ ରିଜର୍ଭର ନିକଟ କ୍ୟାମ୍ପ…

ବଡ଼ଧରଣର ବ୍ରାଉନ ସୁଗାର ନେଟ୍‌ୱର୍କ ଠାବ: ବେପାରୀଙ୍କ ଟାର୍ଗେଟରେ ଥିଲେ ଛାତ୍ରୀଛାତ୍ର

ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ  ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri