Posted inଜାତୀୟ

ବିଡିଏ ନିର୍ଦ୍ଦେଶକୁ ମାନିଲେନି ମଲ୍‌ କର୍ତ୍ତୃପକ୍ଷ:ଖୋଲାଖୋଲି ପାର୍କିଂ ଫି ଆଦାୟ କଲେ

ଭୁବନେଶ୍ୱର, ୧୮-୧୦ (ସ୍ଥିତପ୍ରଜ୍ଞ ମିଶ୍ର):ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ମଲ୍‌, ଆପାର୍ଟମେଣ୍ଟରେ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବୁଧବାର ନିର୍ଦ୍ଦେଶ ଦେଇଥିଲେ। ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ହେଲେ ଗୋଟିଏ ଦିନ ବି ମାନିଲେନି ମଲ୍‌ ଓ ଘରୋଇ ହସ୍ପିଟାଲ ମାଲିକ। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଗୁରୁବାର ଲୋକଙ୍କଠାରୁ ପାର୍କିଂ ଫି ନେଇଛନ୍ତି। କେତେକ ସ୍ଥାନରେ ଗଣମାଧ୍ୟମଠାରୁ ଦୂରେଇ ରହିବା ପାଇଁ ଭିନ୍ନ ପନ୍ଥା ଆପଣାଯାଇଛି। ତେବେ ଏହାକୁ ଲୋକେ ବିରୋଧ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା କର୍ମଚାରୀ ନାଲିଆଖି ଦେଖାଇଥିବା ଅଭିଯୋଗ ହୋଇଛି।
ବାସ୍ତବ ସ୍ଥିତି ପରଖିବାକୁ ଆମ ପ୍ରତିନିଧି ସହରର ପ୍ରମୁଖ ମଲ୍‌ ଓ ଘରୋଇ ହସ୍ପିଟାଲକୁ ଯାଇଥିଲେ। ଶହୀଦନଗରସ୍ଥିତ ବିଏମ୍‌ସି ଭବାନୀ ମଲ୍‌ରେ ପୂର୍ବପରି ପାର୍କିଂ ହେଉଥିବା ଦେଖାଯାଇଥିଲା। କିନ୍ତୁ ପ୍ରବେଶଦ୍ୱାରକୁ ଛାଡ଼ି ପାର୍କିଂ ସ୍ଥଳରେ ଫି ଆଦାୟ କରାଯାଉଥିଲା। ଲୋକେ ଗାଡ଼ି ରଖିସାରିବା ପରେ କର୍ମଚାରୀମାନେ ଫି ମାଗି ନେଉଥିଲେ। ବାଇକ୍‌ ପାଇଁ ୧୦ଟଙ୍କା ଓ କାର୍‌ ୨୦ ଟଙ୍କା ଆଦାୟ କରାଯାଇ ରସିଦ ଧରାଇ ଦିଆଯାଉଥିଲା। ଲୋକେ ନିୟୋଜିତ ସିକ୍ୟୁରିଟି ଗାର୍ଡଙ୍କୁ ପଚାରିବାରୁ ସେମାନେ କହିଥିଲେ, ଏହା ‘ପାର୍କିଂ ଫି ନୁହେଁ, ସେଫ୍‌ ମେଣ୍ଟେନାନ୍ସ ଚାର୍ଜ’। ରସିଦ ନ ଦେଖାଇଲେ ଗେଟ୍‌ରୁ ବାହାରିପାରିବେନି ବୋଲି କହି ପରୋକ୍ଷ ଧମକ ଦେଇଥିଲେ। ତେବେ କେତେଜଣ ଲୋକ ସିକ୍ୟୁରିଟି ଅଫିସରଙ୍କୁ ଭେଟିବାକୁ ଚହିଁଥିଲେ ମଧ୍ୟ ଏଡ଼ାଇ ଯାଇ ଅଯଥା ଗହଳି କରନ୍ତୁ ନାହିଁ ବୋଲି କହି ସ୍ଥାନ ଛାଡ଼ିବାକୁ ଉଚ୍ଚଗଳାରେ କହିଥିଲେ।
ସେହିପରି ରସୁଲଗଡ଼ ନିକଟ କଟକରୋଡ୍‌ରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ମଲ୍‌କୁ ପ୍ରବେଶ କରିବା ବାଟରେ ହିଁ ଦୁଇଜଣ ମହିଳା କର୍ମଚାରୀ ପାର୍କିଂ ଫି ଆଦାୟ କରୁଥିଲେ। ଏହା ବେଆଇନ ବୋଲି ବିଡିଏ ଘୋଷଣା କରିଥିବାବେଳେ ଆପଣ କେମିତି ଫି ନେଉଛନ୍ତି ବୋଲି ପ୍ରଶ୍ନ କରିବାରୁ ସେମାନେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ମଲ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ପାର୍କିଂ ସ୍ଥଳ ପରିଚାଳିତ ହେଉଛି, ଫି ଆଦାୟ ବନ୍ଦ କରିବାକୁ କୁହାଯାଇ ନ ଥିବା ସେମାନେ କହିଥିଲେ।
ଅନ୍ୟପକ୍ଷରେ ସତ୍ୟନଗରସ୍ଥିତ ଫୋରମ୍‌ ମାର୍ଟ ଭିନ୍ନ ପନ୍ଥା ଆପଣାଇଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ମଲ୍‌ ପରିସରରେ ହେଉଥିବା ପାର୍କିଂକୁ ଯିବା ପ୍ରବେଶ ପଥରେ ପାର୍କିଂ ଫୁଲ୍‌ ଲେଖାଥିବା ବୋର୍ଡ ରଖି ଭିତରକୁ ଗାଡ଼ି ଛଡ଼ାଯାଉ ନ ଥିଲା। ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଆସୁଥିବା ଲୋକଙ୍କୁ ଏହା କେବଳ ଷ୍ଟାଫ୍‌ଙ୍କ ପାଇଁ ରଖାଯାଇଥିବା କହୁଥିଲେ। ମଲ୍‌ ପାର୍ଶ୍ୱରେ ଥିବା ବିଏମ୍‌ସି ପାର୍କିଂ ସ୍ଥଳରେ ଗାଡ଼ି ରଖିବାକୁ କହି ସେମାନଙ୍କୁ ବିଦା କରୁଥିଲେ। କିନ୍ତୁ ପୂର୍ବପରି ଫାଟକର ଗୋଟିଏ ପାର୍ଶ୍ୱରେ ୪ ଚକିଆ ଯାନକୁ ୨ ଘଣ୍ଟା ପାଇଁ ପାର୍କିଂ ଫି ୨୦ ଟଙ୍କା ଓ ପରବର୍ତ୍ତୀ ଅତିରିକ୍ତ ଘଣ୍ଟା ଲାଗି ୧୦ ଟଙ୍କା ଲେଖାଯାଇଥିବା ଦେଖିବାକୁ ମିଳିଥିଲା।
କେବଳ ମଲ୍‌ ନୁହେଁ, ବିଭିନ୍ନ ସିନେମା ହଲ୍‌ ଓ ମଲ୍ଟିପ୍ଲେକ୍ସରେ ମଧ୍ୟ ଖୁଲମ୍‌ଖୁଲା ପାର୍କିଂ ଆଦାୟ ହେଉଥିଲା। ଶ୍ରୀୟା, ଶ୍ରୁତି, ସ୍ତୁତି ସିନେ କମ୍ପ୍ଲେକ୍ସ ହେଉ କି କେଶରୀ ଅଥବା ମହାରାଜା ସମସ୍ତ ସିନେମା ହଲ୍‌ରେ ଲୋକଙ୍କଠାରୁ ପାର୍କିଂ ଫି ନିଆଯାଉଥିଲା। ସେହିଭଳି ଆପୋଲୋ, କଳିଙ୍ଗ ହସ୍ପିଟାଲ, କିମ୍ସ, କେୟାର ଆଦି ପ୍ରମୁଖ ଘରୋଇ ହସ୍ପିଟାଲ ପକ୍ଷରୁ ମଧ୍ୟ ଗାଡ଼ି ରଖିବା ପାଇଁ ଫି ଆଦାୟ କରାଯାଉଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଲୋକେ ପ୍ରତିବାଦ କରିବାରୁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।
ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ମୋଟ ୭୨ ବିଲ୍ଡିଂ ବେଆଇନ ଭାବେ ପାର୍କିଂ ଫି ଆଦାୟ କରୁଥିବା ଜଣାପଡିଛି। କାହିଁକି ସେମାନେ ପାର୍କିଂ ଫି’ ଆଦାୟ କରୁଛନ୍ତି ସେନେଇ ନୋଟିସ୍‌ କରାଯିବ। ଦିଆଯାଉଥିବା ମଧ୍ୟରେ ସଂଶୋଧନ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି, ଲୋକେ ଆମକୁ ଅଭିଯୋଗ କରନ୍ତୁ, ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହାଛଡ଼ା ବିଡିଏର ଏକ ଟିମ୍‌ କ୍ଷେତ୍ର ପରିଦର୍ଶନ କରୁଛି। ବେଆଇନ ପାର୍କିଂ ଫି ଆଦାୟ ନଜରକୁ ଆସିଲେ ତତ୍‌କ୍ଷଣାତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ସଂସ୍ଥାକୁ ନୋଟିସ କରାଯିବା ସହ ମାସେ ସମୟ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri