ନୂଆଖାଇ ଛୁଟି ୩ ଦିନ କରିବାକୁ ଦାବି
ବରଗଡ଼, ୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ କୋଶଲ ଛାତ୍ର ସଂଗଠନ ନେତୃତ୍ୱରେ ଗୁରୁବାର ବିଭିନ୍ନ କଲେଜର ଛାତ୍ରୀଛାତ୍ର ଏବଂ ସଂଗଠନର ସଦସ୍ୟମାନେ ୩ଦଫା ଦାବି ନେଇ ଜିଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ସ୍ବାମୀଙ୍କ ଅନ୍ୟ ମହିଳାଙ୍କ ସହ ଥିଲା ସମ୍ପର୍କ: ବିରୋଧ କରିବାରୁ…
ଯାଜପୁର ରୋଡ୍,୨୧ା୮(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁରରୋଡ୍ ଥାନା ବ୍ୟାସନଗର ପୌର ପରିଷଦ ୯ନଂ.ୱାର୍ଡର କୋର୍ଟ ପଛପଟ ବିନାୟକ ବିହାର ମହରମ ଛଇ ବସ୍ତିରେ ଗୁରୁବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ପଥର ଚଟାଣରେ କଚାଡ଼ି ହତ୍ୟା କରିଛନ୍ତି।…
ସାର କଳାବଜାର, ବଢୁଛି ଚାଷୀ ଅସନ୍ତୋଷ
ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାର କଳାବଜାର ବର୍ତ୍ତମାନ ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲାରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବା କୃଷି ବିଭାଗ ସୂଚନା ଦେଉଛି। ଅନ୍ୟପକ୍ଷରେ ଚାଷୀମାନେ ବିଭିନ୍ନ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ଗଲେ ସେମାନେ ସାର…
ବାରିପଦା ମାଟି ସହ ବହୁ ପରିଚିତ: ତଥାଗତ
ବାରିପଦା,୨୨ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାର ବରିଷ୍ଠ ନାଗରିକମାନେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀଙ୍କୁ ଗୁୁରୁବାର ଅପରାହ୍ନରେ ବାରିପଦାସ୍ଥିତ ସର୍କିଟ ହାଉସ୍ଠାରେ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ହେବେ ୪୫ ହଜାର ଶିକ୍ଷକ
ଭୁବନେଶ୍ୱର,୨୧।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ୪୫ ହଜାର ଶିକ୍ଷକ ନିଯୁକ୍ତି ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତନ୍ମଧ୍ୟରୁ ୪୦ ହଜାର ନୂତନ ଶିକ୍ଷକ ପଦବୀ ସୃଷ୍ଟି…
ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ନେଇଗଲେ ଟଙ୍କା
ହିଞ୍ଜିଳିକାଟୁ,୨୧।୮(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ଏସ୍ବିଆଇ ଶାଖା ପରିଚାଳକ ବୋଲି ନିଜକୁ ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଠାରୁ ୨୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ ହେଲେ ବ୍ରହ୍ମପୁର ନିମଖଣ୍ଡି…
ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ଦେବାକୁ ପଡ଼ିବ ବ୍ରୋନକୋ ଟେଷ୍ଟ: ବ୍ରୋନକୋ ଟେଷ୍ଟ କ’ଣ ଜାଣନ୍ତୁ…
ମୁମ୍ବାଇ,୨୧ା୮: ଭାରତୀୟ ଖେଳାଳିଙ୍କ ମଧ୍ୟରେ ଶୀର୍ଷସ୍ତରର ଫିଟ୍ନେସକୁ ବଜାୟ ରଖିବା ପାଇଁ ବିସିସିଆଇ ରଗବୀ କେନ୍ଦ୍ରୀୟ ବ୍ରୋନକୋ ଟେଷ୍ଟ ଆଣିବାକୁ ଯାଉଛି। ଏ ନେଇ ଏକ ଜାତୀୟ ଇଂରାଜୀ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ବ୍ରୋନକୋ ଟେଷ୍ଟରେ ୨୦,…
ଶେଷ ହେଲା BCCI ଅଧ୍ୟକ୍ଷ ରୋଜର ବିନିଙ୍କ କାର୍ଯ୍ୟକାଳ, ନୂଆ ନିୟମ ଅନୁଯାୟୀ ନିର୍ବାଚନ କରିବାକୁ କ୍ରୀଡା ମନ୍ତ୍ରଣାଳୟର ପରାମର୍ଶ
ନୂଆଦିଲ୍ଲୀ,୨୧।୮: କ୍ରୀଡ଼ା ମନ୍ତ୍ରଣାଳୟ ଚାହୁଁଛି ଯେ ଜାତୀୟ କ୍ରୀଡ଼ା ପ୍ରଶାସନ ଆଇନ ଅନୁଯାୟୀ BCCI ସେପ୍ଟେମ୍ବରରେ ଏହାର ନିର୍ବାଚନ କରାଉ, କିନ୍ତୁ ଯଦି ନୂତନ ଆଇନର ନିୟମାବଳୀର ବିଜ୍ଞପ୍ତି ସେହି ସମୟ ସୁଦ୍ଧା ଜାରି ନହୁଏ, ତେବେ ସୁପ୍ରିମକୋର୍ଟ ଦ୍ୱାରା ଅନୁମୋଦିତ…
ଜୈସଲମେରରେ ଖନନ ସମୟରେ ମିଳିଲା ଉଡ଼ନ୍ତା ଡାଇନୋସରର ଜୀବାଶ୍ମ , ଜୁରାସିକ ଓ୍ବାର୍ଲଡକୁ ନେଇ ହେଉଛି ଆଲୋଚନା
ଜୟପୁର,୨୧।୮: ରାଜସ୍ଥାନ ଜୈସଲମେର ଜିଲାର ଏକ ଗାଁରେ ବୁଧବାର ଏକ ବଡ଼ ହାଡ଼ ଆକୃତିର ଗଠନ ସମେତ ଜୀବାଶ୍ମ ପରି ଅବଶେଷ ମିଳିଛି, ଯାହା ଏହି ସ୍ଥାନକୁ ପ୍ରାଗୈତିହାସିକ ଡାଇନୋସର ଯୁଗ ସହିତ ଜଡିତ ହେବାର ସମ୍ଭାବନାକୁ ବୃଦ୍ଧି କରିଛି। ଏହି…
IPSସ୍ତରରେ ବଡ଼ ଧରଣର ଅଦଳବଦଳ: ଜାଣନ୍ତୁ କିଏ ଗଲେ କେଉଁଠିକି…
ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର IPSସ୍ତରରେ ଗୁରୁବାର ବଡ଼ ଧରଣର ଅଦଳବଦଳକରିଛନ୍ତି। ୧୭ ବରିଷ୍ଠ IPS ଅଫିସରଙ୍କୁ ସରକାର ବଦଳି କରାଯାଇଛି। IPS ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିବା ବେଳେ ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଂ ଦାୟିତ୍ୱ…
ପୁଟିନଙ୍କ ସାମ୍ନାରେ ସରେଣ୍ଡର କରିବେ ଜେଲେନସ୍କି? ୟୁକ୍ରେନ ରାଷ୍ଟ୍ରପତି କହିଲେ…
କ୍ୱିଭ,୨୧।୮: ରୁଷିଆ ସହିତ ଯୁଦ୍ଧବିରତି ଚୁକ୍ତିନାମା ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ‘କିଛି ଆପୋଷ ବୁଝାମଣା’ କରିବାକୁ ରାଜି ହୋଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପୂର୍ବରୁ ଯୁଦ୍ଧବିରତି ପାଇଁ…
କଲେଜ ଅଧ୍ୟାପକ, କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ଦିଗପହଣ୍ଡି,୨୧ା୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ପୂର୍ଣ୍ଣ ଅନୁଦାନ ରାଶି ପ୍ରଦାନ ଦାବିରେ ଗୁରୁବାର ସାମୂହିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି।…
Archives


