ନବମ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରି ଲହୁଲୁହାଣ କଲେ ପ୍ରଧାନଶିକ୍ଷକ: ଅତିରିକ୍ତ ଜିଲାପାଳଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ…

ଛତ୍ରପୁର, ୧୯।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହୁମ୍ମା ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାଡ ମାରି ଲହୁଲୁହାଣ କରିଦେଇଥିବା ନେଇ ଗଞ୍ଜାମ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ମାଡ ଖାଇଥିବା ଛାତ୍ର ଜଣକ ବାଲୁଗାଁ ସାମନ୍ତରାପୁର ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା । ସୂଚନାପ୍ରକାରେ, ଅନ୍ତର୍ଯ୍ୟାମୀ ବିଦ୍ୟାଳୟରେ ହେବାକୁ ଥିବା ଡ୍ୟାନ୍ସ ପୋଗ୍ରାମ ପାଇଁ ଗତ ୧୦ ତାରିଖରେ ନିଜ ସାଙ୍ଗମାନଙ୍କ ସହ ମୋବାଇଲରେ ଡ୍ୟାନ୍ସ ଭିଡିଓ ଦେଖୁଥିଲେ । ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ ଏବଂ କିଛି ଶିକ୍ଷକ ତାଙ୍କୁ ଏକ ବଡ଼ ବାଉଁଶରେ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ପରେ ଛାତ୍ର ଅନ୍ତର୍ଯ୍ୟାମୀଙ୍କୁ ବିଦ୍ୟାଳୟ ପରିସରରେ ଥିବା ଅନ୍ୟ ଏକ ପ୍ରକୋଷ୍ଠରେ ରଖିଦେଇଥିଲେ । ଖବରପାଇ ୧୬ ତାରିଖ ଦିନ ଅନ୍ତର୍ଯ୍ୟାମୀଙ୍କ ମାଉସୀ ରଜନି ବେହେରା ବିଦ୍ୟାଳୟରେ ପହଂଚି ତାଙ୍କୁ ପ୍ରଥମେ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ଆଜି ଗଞ୍ଜାମ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୁନୀଲ କୁମାର କେରକେଟାଙ୍କୁ ଭେଟି ଏକ ଅଭିଯୋଗ କରିଥିଲେ। ଅନ୍ତର୍ଯ୍ୟାମୀଙ୍କ ବାପା ମାଆ ଅକ୍ଷମ ବ୍ୟକ୍ତି ହୋଇଥିବାରୁ ରଜନୀ ତାଙ୍କ ପୁତୁରାଙ୍କୁ ଗତ ଚାରିବର୍ଷ ହେଲା ଏହି ବିଦ୍ୟାଳୟରେ ପାଠ ପଢିବାକୁ ଆଡମିଶନ କରିଥିଲେ। ତେବେ ପ୍ରଧାନଶିକ୍ଷକ ତାଙ୍କ ପୁତୁରାଙ୍କୁ ଶାରୀରିକ ମାନସିକ ଯନ୍ତ୍ରଣା ଦେଇଛନ୍ତି । ଯାହାଫଳରେ ତାଙ୍କ ପୁତୁରା ଆହାତ ହେବା ସହିତ ଭୟଭୀତ ଅବସ୍ଥାରେ ରହିଛନ୍ତି । ପୂର୍ବରୁ ମଧ୍ୟ ବିଦ୍ୟାଳୟରେ କାର୍‌ ଧୋଇବା, କ୍ଲାସରୁମ ଝାଡୁ କରିବା ଭଳି ବିଭିନ୍ନ କାର୍ଯ୍ୟରେ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷକମାନେ ବାଧ୍ୟ କରୁଥିବା ଛାତ୍ର ଅନ୍ତର୍ଯ୍ୟାମୀ ଅଭିଯୋଗ କରିଛନ୍ତି । ଏହା ସହିତ ତାଙ୍କ ଅନ୍ୟ ତିନିଜଣ ଛାତ୍ରଙ୍କୁ ମଧ୍ୟ ଏଭଳି ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆସିଲା ମାତ୍ରେ ଅତିରିକ୍ତ ଜିଲାପାଳ ସୁନୀଲ କୁମାର କେର୍କଟା ନବମ ଶ୍ରେଣୀ ଛାତ୍ର ଅନ୍ତର୍ଯ୍ୟାମୀ ଏବଂ ତାଙ୍କ ମାଉସୀଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଏହାର ତଦନ୍ତ ନିମନ୍ତେ ଭାରପ୍ରାପ୍ତ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ବିଦ୍ୟାଳୟକୁ ମୋବାଇଲ ମନା, ତଥାପି ଅନ୍ତର୍ଯ୍ୟାମୀ ମୋବାଇଲ ଧରି ଅନ୍ୟ ପିଲାଙ୍କ ସହ ଅଶ୍ଳୀଳ ଭିଡିଓ ଦେଖିଥିବାରୁ ମୁଁ ସେମାନଙ୍କୁ ତାଗିଦ୍‌ କରିଥିଲି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପାଢ଼ୀ କହିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

କୂଅ ସଫା କରିବା ବେଳେ ବ୍ଲିଚିଂ ଗ୍ୟାସରେ ଶ୍ରମିକ ଅଣନିଶ୍ୱାସୀ, ଅଗ୍ନିଶମ ବାହିନୀ ଦ୍ୱାରା…

ଭଞ୍ଜନଗର, ୬ ଜୁନ୍ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଏକ ସାହିରେ କୂଅ ସଫା କରିବା ସମୟରେ ଜଣେ ଶ୍ରମିକ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri