ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରଦୂଷଣ ମୁକ୍ତ ଗ୍ରୀନ ଷ୍ଟିକର ନେଉନାହାନ୍ତି ଗାଡି ମଲିକ

କୋରାପୁଟ, ୧୯।୧ (ଅମିତାଭ ବେହେରା ): କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରଦୂଷଣ ମୁକ୍ତ ଗ୍ରୀନ ଷ୍ଟିକର ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଗାଡି ମଲିକ। ଖାଲି ପଡିଛି ଷ୍ଟିକର କାଉଣ୍ଟର। ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ସରକାରଙ୍କ ନିୟମକୁ ଅଣଦେଖା କରା ଯିବା ଯୋଗୁ ଆଜି ସୁଦ୍ଧା ମାତ୍ର ୧୫୦ରୁ ୧୬୦ ଜଣ ମାତ୍ର ଏହି ଷ୍ଟିକର ନେଇଛନ୍ତି । ଆଜିକାଲି ସମସ୍ତ କ୍ଷେତ୍ରରେ ଅନଲାଇନ ଓ ଡିଜିଟାଲ ବ୍ୟବସ୍ତା କରାଯାଇଥିବା ବେଳେ ପ୍ରଦୂଷଣ ପ୍ରମାଣ ପତ୍ର କରିଥିବା ଗାଡି ମାଲିକ ଷ୍ଟିକର ପାଇଁ କାର୍ଯ୍ୟାଳୟ ଯାଉଥିବା ଗାଡି ମଲିକଙ୍କୁ ପୁନର୍ବାର ସମସ୍ତ ଅସଲି କାଗଜ ପତ୍ର କାଉଣ୍ଟରକୁ ଆଣିବାକୁ କୁହାଯାଇଛି । ଆଜିକାଲି ଯୁଗରେ ଗାଡିର ନମ୍ବର ମାରିଲେ ଗାଡିର ସମସ୍ତ କାଗଜ ପତ୍ର ହୋଇଛି କି ନାହିଁ ଜଣାପଡ଼ୁଥିବା ବେଳେ ତାହା ଦେଖିବା ପୂର୍ବରୁ ସମସ୍ତ ଅସଲି ପ୍ରମାଣ ପତ୍ର ନ ଦେଖାଇଲେ ଷ୍ଟିକର ଦେଉନାହାନ୍ତି । ଯଦିକେହି ନିଜେ ଉପସ୍ଥିତ ରହି ମୋବାଇଲ ମାଧ୍ୟମରେ ଗାଡିର ପ୍ରମାଣ ପତ୍ର ଦେଖାଇବା ସହ ନିଜର ଆଧାର ଦେଖାଉଛନ୍ତି ତାହାକୁ ମଧ୍ୟ ଏହି ଷ୍ଟିକର ପ୍ରଦାନ କରୁନାହାନ୍ତି । ଯାହାଫଳରେ ଗାଡି ମାଲିକମାନେ ଏହାକୁ ନେବାକୁ ଆସୁନଥିବାରୁ କାଉଣ୍ଟର ଖାଲି ପଡି ରହୁଛି । ଏହି ପରିବହନ ବିଭାଗ ଅଧୀନରେ ଲକ୍ଷ ଲକ୍ଷ ଗାଡି ଚାଲୁଥିବା ବେଳେ ଆଜି ସୁଦ୍ଧା ମାତ୍ର ୧୫୦ ରୁ ୧୬୦ ଜଣ ଏହା ନେଇଛନ୍ତି । ଅନ୍ୟ ପକ୍ଷ୍ୟ ଶତାଧିକ ଗାଡିର ପ୍ରମାଣ ପତ୍ର ନ ଥିବା ଏମିତିକି ଅନେକ ସରକାରୀ ଗାଡିର ପ୍ରମାଣ ପତ୍ର ନ ଥାଇ ବୁଲୁଥିଲେ ବି ବିଭାଗ ପକ୍ଷରୁ ତାହା ଯାଞ୍ଚ କରାନଯିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଏଥିନେଇ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡିଙ୍କୁ ପଚାରିବାରୁ ଗାଡିର ସମସ୍ତ ପ୍ରମାଣ ପତ୍ର କରି ଥିଲେ ବି ଅସଲି ପ୍ରମାଣ ପତ୍ର ନଦେଲେ ଏହି ଗ୍ରୀନ ଷ୍ଟିକର ଦିଆଯିବ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଥିବା ପ୍ରକାଶ କରିଛନ୍ତି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ସାହିତ୍ୟ ଚେତନା ଜରୁରୀ

ଭଞ୍ଜନଗର,୨୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମରେ ବୁଧବାର ଏକ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri