Home Left

‘ଭଗବାନ କହିଲେ ବି କ୍ଷମାଦେବିନି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦିଲ୍ଲୀର ପାରାମେଡିକାଲ ଛାତ୍ରୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କରିଥିବା ଅନୁରୋଧକୁ ନିର୍ଭୟାର ମାଆବାପା ଅଗ୍ରାହ୍ୟ କରିଦେଇଛନ୍ତି। ଭଗବାନ କହିଲେ ବି ସେ କ୍ଷମା ଦେବେନାହିଁ…

ଅନ୍ତିମ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ,୧୯।୧(ପି.ଟି.)- ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ ରବିବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ସିରିଜ ୧-୧ ସମାନସ୍ତରରେ ଥିବା ବେଳେ ଏହି ମ୍ୟାଚ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ସିରିଜ ଜିତିବା ପାଇଁ…

ଦାବି ପୂରଣ କରା ନ ଗଲେ ୨୧ରୁ ଆନ୍ଦୋଳନ

ତାଳଚେର,୧୯ା୧(ନି.ପ୍ର.) – ତାଳଚେର ପୌରାଞ୍ଚଳ ଦେଉଳବେଡା ତେଲିସାହିରେ ମାଟି ଦବିବା ଘଟଣାକୁ ନେଇ ହୋଇଥିବା ଦ୍ୱିପାକ୍ଷିକ ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବା ପ୍ରତିବାଦରେ ଶନିବାର କ୍ଷତିଗ୍ରସ୍ତ ଗ୍ରାମବାସୀ ଓ ଯୁବ ସମାଜ ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉକ୍ତ…

ଜବରଦଖଲ ଉଚ୍ଛେଦ ଦାବିରେ ଗଣଧାରଣା

ଛେଣ୍ଡିପଦା,୧୯।୧(ସ୍ବ.ପ୍ର.) – ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମ ଯାତ୍ରା ପଡ଼ିଆରୁ ଜବରଦଖଲ ଉଚ୍ଛେଦ ଦାବିରେ ଶନିବାର ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏଥିଯୋଗୁ ତହସିଲ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ସେଠାରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ,…

ପୁରୁଣା ଘର ଫଟୋ ଉଠାଇ ବିଲ୍‌

ପରଜଙ୍ଗ, ୧୯।୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ଯୁଆଡ଼େ ଉଣ୍ଡିଲେ ବାରି ହୋଇପଡୁଛି ଦୁର୍ନୀତିର ଗନ୍ଧ। ସବୁ ଅନିୟମିତତାର ଚେର ଯାଇ ଅଟକୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଖରେ। ପାଟରପଦା, କଲଦା ପଞ୍ଚାୟତରେ ଆବାସ ଯୋଜନା ହଟଚମଟକୁ ନେଇ ଚର୍ଚ୍ଚା…

ନିସ୍ତେଜ ହେଉଛି ନରହନ୍ତା ଦନ୍ତା

ବନ୍ତଳା/ତାଳଚେର,୧୯।୧(ନି.ପ୍ର.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ କରିବା ସହ ୬ ଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା ହାତୀକୁ ଶନିବାର ଟ୍ରାଙ୍କୁଲାଇଜ୍‌ କରୁଛି ବନ ବିଭାଗ। ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ୪ଥର ଟ୍ରାଙ୍କୁଲାଇଜ…

ଅଙ୍ଗନଓ୍ବାଡି କେନ୍ଦ୍ର ନିକଟରେ ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଅଫିସ, ୧୯।୧ – ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ତଳସାହି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଦୁଇଟି ଟ୍ରାନ୍ସଫର୍ମର ମୁକୁଳା ପଡ଼ିଛି। ଘେରାବନ୍ଦୀ କରାଯାଇ ନ ଥିବାରୁ ପାଠ ପଢ଼ିବାକୁ ଆସୁଥିବା ପିଲାମାନେ ଅସୁରକ୍ଷିତ ଅବସ୍ଥାରେ ଯାତାୟାତ…

୮୫ ପରୀକ୍ଷା କେନ୍ଦ୍ର, ୮ ନୋଡାଲ ସେଣ୍ଟର

ଅନୁଗୋଳ ଅଫିସ, ୧୯।୧ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ରୁ ଆରମ୍ଭ ହେବ। ଏ ନେଇ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ଅନୁଗୋଳ ଜିଲା ଶିକ୍ଷା ବିଭାଗ ମଧ୍ୟ ଚଳଚଞ୍ଚଳ…

କୋର୍ଟ କାର୍ଯ୍ୟ ତଦାରଖ କଲେ ହାଇକୋର୍ଟ ବିଚାରପତି

ଫୁଲବାଣୀ ଅଫିସ, ୧୯ା୧-ଓଡିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଶନିବାର ଫୁଲବାଣୀ କୋର୍ଟ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ନୂଆ କୋର୍ଟ ପାଇଁ ବିଶିପଡାଠାରେ ଚିହ୍ନଟ ହୋଇଥିବା ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାବେଳେ ବିଚାରପତି…

ନିଲାମ ପରେ ଖଣିରେ ନିଯୁକ୍ତି ନେଇ ଶଙ୍କାରେ ଶ୍ରମିକ: ୨୦ରେ ସଚିବାଳୟ ସମ୍ମୁଖରେ ଧାରଣା

ଯୋଡ଼ା, ୧୯।୧(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖଣି ନିଲାମ ପ୍ରକ୍ରିୟା। ଏଭଳି ସ୍ଥିତିରେ ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି ଗୁଡିକର ଶ୍ରମିକ , ପରିବହନ ଟ୍ରକର ଡ୍ରାଇଭର ଓ ହେଲପର କିପରି ପୁନଃ ଖଣି…

ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ

ସୋର, ୧୯ା୧(ଡି.ଏନ୍‌.ଏ.)-ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ୧ମ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବା ସହ ପାସ୍‌ ଫେଲ୍‌ ନିୟମ ବାତିଲ କରିବା ଦାବିରେ ଶନିବାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ଛାତ୍ରୀଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି…

ଘନ କୁହୁଡ଼ିରେ ପିକନିକ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୫ ଗୁରୁତର

ଭୋଗରାଇ,୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନହରା ଛକଠାରେ ଶନିବାର ଭୋର ସମୟରେ ଏକ ବୋଲେରୋ ଘନ କୁହୁଡ଼ିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ୧୦ଜଣ ବଙ୍ଗୀୟ ବ୍ୟକ୍ତିଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?