Posted inଜାତୀୟ

‘ଭଗବାନ କହିଲେ ବି କ୍ଷମାଦେବିନି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦିଲ୍ଲୀର ପାରାମେଡିକାଲ ଛାତ୍ରୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କରିଥିବା ଅନୁରୋଧକୁ ନିର୍ଭୟାର ମାଆବାପା ଅଗ୍ରାହ୍ୟ କରିଦେଇଛନ୍ତି। ଭଗବାନ କହିଲେ ବି ସେ କ୍ଷମା ଦେବେନାହିଁ ବୋଲି ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି। ଫେବୃୟାରୀ ୧ ସକାଳ ୬ଟାରେ ନିର୍ଭୟା ଅପରାଧୀମାନଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଶୁକ୍ରବାର ଓ୍ବାରେଣ୍ଟ ଜାରି କରିବା ପରେ ଜୟସିଂ ଟୁଇଟ୍‌ କରିଥିଲେ। ସେ ନିର୍ଭୟା ମାଆଙ୍କୁ କହିଥିଲେ, ଆପଣଙ୍କ ଯନ୍ତ୍ରଣାକୁ ମୁଁ ସମ୍ପୂର୍ଣ୍ଣ ହୃଦୟଙ୍ଗମ କରିପାରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ନଳିନୀ ଶ୍ରୀହରନ୍‌ଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷମା ଦେଇଥିଲେ। ସୋନିଆଙ୍କ ହସ୍ତକ୍ଷେପ ଯୋଗୁ ନଳିନୀଙ୍କ ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ସୋନିଆଙ୍କ ଏହି ଉଦାହରଣକୁ ଆଶା ଦେବୀ ଅନୁକରଣ କରିବାକୁ ଜୟସିଂ ଅନୁରୋଧ କରିଥିଲେ।
ଅନ୍ୟପକ୍ଷରେ ଆଶା ଦେବୀ କହିଛନ୍ତି, ଜୟସିଂ ଏଭଳି ପ୍ରସ୍ତାବ ଦେବାକୁ କିପରି ସାହସ କଲେ ତାହା ସେ ବିଶ୍ୱାସ କରିପାରୁନାହାନ୍ତି। ଏଭଳି ପ୍ରସ୍ତାବ ଦେବାକୁ ସେ କିଏ ବୋଲି ନିର୍ଭୟାଙ୍କ ମାଆ ପ୍ରଶ୍ନ କରିଛନ୍ତି। ଅପରାଧୀମାନଙ୍କୁ ଫାଶୀ ଦିଆଯିବା ସାରା ଦେଶ ଚାହୁଁଛି। ଜୟସିଂଙ୍କ ଭଳି କେତେଜଣ ଲୋକଙ୍କ ପାଇଁ ବଳାତ୍କାର ପୀଡ଼ିତାମାନଙ୍କୁ ନ୍ୟାୟ ମିଳୁନାହିଁ ବୋଲି ଆଶା ଦେବୀ କହିଛନ୍ତି। ୨୦୧୨ ଡିସେମ୍ବର ୧୬ ରାତିରେ ୨୩ ବର୍ଷୀୟା ନିର୍ଭୟାଙ୍କୁ ଏକ ଚଳନ୍ତା ବସ୍‌ରେ ଗଣବଳାତ୍କାର ପରେ ଫିଙ୍ଗିଦିଆଯାଇଥିଲା। ୧୪ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସିଙ୍ଗାପୁରର ଏକ ହସ୍ପିଟାଲରେ ନିର୍ଭୟା ଆଖିବୁଜିଥିଲେ। ଝିଅକୁ ନ୍ୟାୟ ଦେବା ପାଇଁ ୭ ବର୍ଷ ହେଲା ସଂଘର୍ଷ କରିଆସୁଥିବା ଆଶା ଦେବୀ କହିଛନ୍ତି, ଭଗବାନ ଯଦି ଆସି ତାଙ୍କୁ କ୍ଷମା ଦେବା ପାଇଁ କହନ୍ତି, ତଥାପି ସେ କ୍ଷମା ଦେଇପାରିବେ ନାହିଁ। ଜୟସିଂଙ୍କ ଟୁଇଟ୍‌ ଉପରେ ଆଶା ଦେବୀ କହିଛନ୍ତି, ତାଙ୍କର ମୋ ସହ ସମ୍ପର୍କ କ’ଣ। ସେ ଅପରାଧୀମାନଙ୍କ ସମ୍ପର୍କୀୟ ହୋଇଥାଇପାରନ୍ତି, ଯେଉଁଥିପାଇଁ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି। ସେ ନାରୀଜାତି ପାଇଁ ଅପମାନ, ମାନବାଧିକାର ନାମରେ ଜୟସିଂ ବ୍ୟବସାୟ ଚଳାଇଥିବା ଆଶା ଦେବୀ ଅଭିଯୋଗ କରିଛନ୍ତି।
ସେହିପରି ନିର୍ଭୟାଙ୍କ ବାପା କହିଛନ୍ତି, ଇନ୍ଦିରା ଜୟସିଂ ତାଙ୍କର ଏଭଳି ପ୍ରସ୍ତାବ ପାଇଁ ଲଜ୍ଜିତ ହେବା ଉଚିତ। ସୋନିଆ ଗାନ୍ଧୀ ତାଙ୍କ ସ୍ବାମୀଙ୍କ ହତ୍ୟାକାରୀଙ୍କୁ କ୍ଷମା ଦେଇଥିଲେ। ତେବେ କଂଗ୍ରେସ ଅଧ୍ୟକ୍ଷାଙ୍କ ଭଳି ବିଶାଳ ହୃଦୟ ଆମର ନୁହେଁ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି। ଏଥିସହିତ ଜୟସିଂ ତାଙ୍କ ପ୍ରସ୍ତାବ ପାଇଁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ…

ସରକାରଙ୍କ ନିଦ ଉଡାଇଲା CJPର ୩ ଦାବି: ମୃତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ମିଳୁ…

ନୂଆଦିଲ୍ଲୀ, ୨୦।୭:‘କକରୋଚ ଜନତା ପାର୍ଟି’ର ପ୍ରଦର୍ଶନ ମଧ୍ୟରେ ସୋମବାର ସିଜେପିର ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରାୟ ତିନି…

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri