ନିଲାମ ପରେ ଖଣିରେ ନିଯୁକ୍ତି ନେଇ ଶଙ୍କାରେ ଶ୍ରମିକ: ୨୦ରେ ସଚିବାଳୟ ସମ୍ମୁଖରେ ଧାରଣା

ଯୋଡ଼ା, ୧୯।୧(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖଣି ନିଲାମ ପ୍ରକ୍ରିୟା। ଏଭଳି ସ୍ଥିତିରେ ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି ଗୁଡିକର ଶ୍ରମିକ , ପରିବହନ ଟ୍ରକର ଡ୍ରାଇଭର ଓ ହେଲପର କିପରି ପୁନଃ ଖଣି ଖୋଲିଲେ ନିଯୁକ୍ତି ଓ ଥଇଥାନ ପାଇପାରିବେ ସେନେଇ ଚିନ୍ତାରେ ଅଛନ୍ତି। ଏପରିକି ଶ୍ରମିକ ସଂଘ ଏଆଇଟିୟୁସି ପକ୍ଷରୁ ଜାନୁୟାରୀ ୨୦ ତାରିଖରେ ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ଧାରଣା ଦେବାର ଆହ୍ବାନ ଦିଆଯାଇଛି। ଏଆଇଟିୟୁସି ଶ୍ରମିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ମହେଶ୍ୱର ରାଉତ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାରେ କେନ୍ଦୁଝର ଓ ସୁନ୍ଦରଗଡ ଜିଲାରେ ଚାଲୁଥିବା ୨୦ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଉକ୍ତ ଖଣିଗୁଡିକ ବନ୍ଦ ହୋଇଯିବ ା ବନ୍ଦ ହେବାକୁ ଥିବା ବଡ ଖଣି ଯଥା- ଏସେଲ୍‌ ମାଇନିଂ, ରୁଙ୍ଗଟା ଖଣି, ସିରାଜୁଦ୍ଦିନ୍‌ ଖଣି ଓ କେଜେଏସ୍‌ ଆଲୁଓ୍ବାଲିଆ ଖଣିରେ ହଜାର ହଜାର ଶ୍ରମିକ କାର୍ଯ୍ୟରତ ଅଛନ୍ତି।
ସରକାରଙ୍କ ନିଲାମ ପ୍ରକ୍ରିୟାରେ ଉକ୍ତ ଖଣିଗୁଡିକରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ନୂତନ ଲିଜ୍‌ଧାରୀମାନେ ବାଧ୍ୟତାମୂଳକ ନିଯୁକ୍ତି ଦେବା ପାଇଁ କୌଣସି ସର୍ତ୍ତ ସରକାରଙ୍କ ପକ୍ଷରୁ କରାଯାଇନାହିଁ ା ନିଲାମ ପରେ ସରକାରୀ ବୈଧାନିକ ଅନୁମୋଦନର ଆବଶ୍ୟକତା ରହିଥିବାରୁ ପୁନଃ ଖଣି ଖୋଲିବା ପାଇଁ ଦୀର୍ଘ ସମୟ ଲାଗିବା ଆଶଙ୍କା ରହିଛି। ତେବେ ଏହି ସମୟ ମଧ୍ୟରେ କାର୍ଯ୍ୟରତ ଶ୍ରମିକଙ୍କୁ ନୂତନ ଲିଜ୍‌ ଧାରୀମାନେ ବାଧ୍ୟତାମୂଳକ ଦରମା ଦେବା ପାଇଁ ସରକାରଙ୍କ ନିକଟରେ ସଂଘ ପକ୍ଷରୁ ଦାବି କରାଯାଇଛି ା ବଣ ଜଙ୍ଗଲଭରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖଣିଗୁଡିକ ଥିବାରୁ ଏଠାକାର ସ୍ଥାନୀୟ ଆଦିବାସୀମାନେ ପ୍ରାୟତଃ ଖଣି ଉପରେ ନିର୍ଭର କରିଥାନ୍ତି। ଖଣିରେ କାର୍ଯ୍ୟ କରି କିମ୍ବା ପରିବହନ କ୍ଷେତ୍ରରେ ନିଯୁକ୍ତି ପାଇ ନିଜର ଜୀବିକା ନିର୍ବାହ କରିଥାନ୍ତି। ସ୍ଥାନୀୟ ଲୋକେ ବ୍ୟାଙ୍କରୁ ଋଣ ନେଇ ଟ୍ରକ ଡମ୍ପର କିଣି ଖଣିଜ ପଦାର୍ଥ ପରିବହନରେ ବ୍ୟବସାୟ କରୁଛନ୍ତି। ଖଣି ଅଞ୍ଚଳରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ ଡମ୍ପର ଚଳାଚଳ କରୁଛି। ଖଣି ବନ୍ଦ ହେଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ସେହିଭଳି ଓଡିଶା ଖଣି ନିଗମ (ଓଏମ୍‌ସି) ଏବଂ ଓଏମ୍‌ଡିସି ଭଳି ସରକାରୀ ଖଣି ଦୀର୍ଘବର୍ଷ ହେବ ବନ୍ଦହୋଇ ପଡିରହିଛି। ଏହି ଖଣିରେ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ ପୁନଃ ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି। ଅନେକ ଖଣିରେ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ମଧ୍ୟ ପାଇପାରିନାହାନ୍ତି। ତେଣୁ ବନ୍ଦ ଥିବା ସରକାରୀ ଖଣି ଗୁଡିକୁ ତୁରନ୍ତ ଚାଲୁ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ସରକାରୀ ଖଣିଗୁଡିକ ପରିବେଶ ଅନୁମୋଦନ ପାଇ ନ ଥିବାରୁ ଦୀର୍ଘ ୬ ବର୍ଷ ଧରି ବନ୍ଦ ରହିଛି ା ୨୦୨୦ ମାର୍ଚ୍ଚ ମାସ ପରଠାରୁ ସମସ୍ତ ଖଣି ବନ୍ଦ ହେଲେ ଶ୍ରମିକମାନଙ୍କର ଆର୍ଥିକ ସ୍ଥିତି ତଥା ୨ଟି ଜିଲାର ଅର୍ଥନୈତିକ ଅବସ୍ଥା ଦୁର୍ବଳ ହେବା ସହିତ ପ୍ରାୟ ଲକ୍ଷାଧିକ ଲୋକ ବେକାର ହୋଇଯିବେ। ଶ୍ରମିକମାନଙ୍କର ଭବିଷ୍ୟତ ନେଇ ଦାବି ଉପସ୍ଥାପନ କରାଯାଉଥିଲେ ହେଁ , ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରାଯାଉନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ…

ଅଙ୍ଗନୱାଡ଼ି କର୍ମୀଙ୍କ ଅନଶନ ପ୍ରତ୍ୟାହୃତ

ଗୁଣପୁର, ୨୮/୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ୍ ୱାର୍କର୍ସ ଆସୋସିଏଶନ୍ ପକ୍ଷରୁ ଦୀର୍ଘଦିନର ବିଭିନ୍ନ ଦାବି ନେଇ ପ୍ରଶାସନକୁ…

ଭାଜପା ମହିଳା ମୋର୍ଚ୍ଚାର ରକ୍ଷାବନ୍ଧନ

ହାଟଡିହୀ, ୨୮/୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହାଟଡିହୀ ଭାଜପା କାର୍ଯ୍ୟାଳୟ ପରିସରରେ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି: ଅମିତ ଶାହାଙ୍କ ବଡ଼ ବୈଠକ

ଅହମଦାବାଦ,୨୮ା୮: ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରସ୍ତୁତି ଏବଂ ଦେଶର ୨୦୩୬ ଅଲିମ୍ପିକ ବିଡ୍‌ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା…

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri