ନିଲାମ ପରେ ଖଣିରେ ନିଯୁକ୍ତି ନେଇ ଶଙ୍କାରେ ଶ୍ରମିକ: ୨୦ରେ ସଚିବାଳୟ ସମ୍ମୁଖରେ ଧାରଣା

ଯୋଡ଼ା, ୧୯।୧(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖଣି ନିଲାମ ପ୍ରକ୍ରିୟା। ଏଭଳି ସ୍ଥିତିରେ ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି ଗୁଡିକର ଶ୍ରମିକ , ପରିବହନ ଟ୍ରକର ଡ୍ରାଇଭର ଓ ହେଲପର କିପରି ପୁନଃ ଖଣି ଖୋଲିଲେ ନିଯୁକ୍ତି ଓ ଥଇଥାନ ପାଇପାରିବେ ସେନେଇ ଚିନ୍ତାରେ ଅଛନ୍ତି। ଏପରିକି ଶ୍ରମିକ ସଂଘ ଏଆଇଟିୟୁସି ପକ୍ଷରୁ ଜାନୁୟାରୀ ୨୦ ତାରିଖରେ ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ଧାରଣା ଦେବାର ଆହ୍ବାନ ଦିଆଯାଇଛି। ଏଆଇଟିୟୁସି ଶ୍ରମିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ମହେଶ୍ୱର ରାଉତ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାରେ କେନ୍ଦୁଝର ଓ ସୁନ୍ଦରଗଡ ଜିଲାରେ ଚାଲୁଥିବା ୨୦ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଉକ୍ତ ଖଣିଗୁଡିକ ବନ୍ଦ ହୋଇଯିବ ା ବନ୍ଦ ହେବାକୁ ଥିବା ବଡ ଖଣି ଯଥା- ଏସେଲ୍‌ ମାଇନିଂ, ରୁଙ୍ଗଟା ଖଣି, ସିରାଜୁଦ୍ଦିନ୍‌ ଖଣି ଓ କେଜେଏସ୍‌ ଆଲୁଓ୍ବାଲିଆ ଖଣିରେ ହଜାର ହଜାର ଶ୍ରମିକ କାର୍ଯ୍ୟରତ ଅଛନ୍ତି।
ସରକାରଙ୍କ ନିଲାମ ପ୍ରକ୍ରିୟାରେ ଉକ୍ତ ଖଣିଗୁଡିକରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ନୂତନ ଲିଜ୍‌ଧାରୀମାନେ ବାଧ୍ୟତାମୂଳକ ନିଯୁକ୍ତି ଦେବା ପାଇଁ କୌଣସି ସର୍ତ୍ତ ସରକାରଙ୍କ ପକ୍ଷରୁ କରାଯାଇନାହିଁ ା ନିଲାମ ପରେ ସରକାରୀ ବୈଧାନିକ ଅନୁମୋଦନର ଆବଶ୍ୟକତା ରହିଥିବାରୁ ପୁନଃ ଖଣି ଖୋଲିବା ପାଇଁ ଦୀର୍ଘ ସମୟ ଲାଗିବା ଆଶଙ୍କା ରହିଛି। ତେବେ ଏହି ସମୟ ମଧ୍ୟରେ କାର୍ଯ୍ୟରତ ଶ୍ରମିକଙ୍କୁ ନୂତନ ଲିଜ୍‌ ଧାରୀମାନେ ବାଧ୍ୟତାମୂଳକ ଦରମା ଦେବା ପାଇଁ ସରକାରଙ୍କ ନିକଟରେ ସଂଘ ପକ୍ଷରୁ ଦାବି କରାଯାଇଛି ା ବଣ ଜଙ୍ଗଲଭରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଖଣିଗୁଡିକ ଥିବାରୁ ଏଠାକାର ସ୍ଥାନୀୟ ଆଦିବାସୀମାନେ ପ୍ରାୟତଃ ଖଣି ଉପରେ ନିର୍ଭର କରିଥାନ୍ତି। ଖଣିରେ କାର୍ଯ୍ୟ କରି କିମ୍ବା ପରିବହନ କ୍ଷେତ୍ରରେ ନିଯୁକ୍ତି ପାଇ ନିଜର ଜୀବିକା ନିର୍ବାହ କରିଥାନ୍ତି। ସ୍ଥାନୀୟ ଲୋକେ ବ୍ୟାଙ୍କରୁ ଋଣ ନେଇ ଟ୍ରକ ଡମ୍ପର କିଣି ଖଣିଜ ପଦାର୍ଥ ପରିବହନରେ ବ୍ୟବସାୟ କରୁଛନ୍ତି। ଖଣି ଅଞ୍ଚଳରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ ଡମ୍ପର ଚଳାଚଳ କରୁଛି। ଖଣି ବନ୍ଦ ହେଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ସେହିଭଳି ଓଡିଶା ଖଣି ନିଗମ (ଓଏମ୍‌ସି) ଏବଂ ଓଏମ୍‌ଡିସି ଭଳି ସରକାରୀ ଖଣି ଦୀର୍ଘବର୍ଷ ହେବ ବନ୍ଦହୋଇ ପଡିରହିଛି। ଏହି ଖଣିରେ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ ପୁନଃ ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି। ଅନେକ ଖଣିରେ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ମଧ୍ୟ ପାଇପାରିନାହାନ୍ତି। ତେଣୁ ବନ୍ଦ ଥିବା ସରକାରୀ ଖଣି ଗୁଡିକୁ ତୁରନ୍ତ ଚାଲୁ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ସରକାରୀ ଖଣିଗୁଡିକ ପରିବେଶ ଅନୁମୋଦନ ପାଇ ନ ଥିବାରୁ ଦୀର୍ଘ ୬ ବର୍ଷ ଧରି ବନ୍ଦ ରହିଛି ା ୨୦୨୦ ମାର୍ଚ୍ଚ ମାସ ପରଠାରୁ ସମସ୍ତ ଖଣି ବନ୍ଦ ହେଲେ ଶ୍ରମିକମାନଙ୍କର ଆର୍ଥିକ ସ୍ଥିତି ତଥା ୨ଟି ଜିଲାର ଅର୍ଥନୈତିକ ଅବସ୍ଥା ଦୁର୍ବଳ ହେବା ସହିତ ପ୍ରାୟ ଲକ୍ଷାଧିକ ଲୋକ ବେକାର ହୋଇଯିବେ। ଶ୍ରମିକମାନଙ୍କର ଭବିଷ୍ୟତ ନେଇ ଦାବି ଉପସ୍ଥାପନ କରାଯାଉଥିଲେ ହେଁ , ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରାଯାଉନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri