Posted inTrending, ଖେଳ

ଅର୍ଶଦୀପଙ୍କ ବିଶ୍ୱରେକର୍ଡ: ନ୍ୟୁଜିଲାଣ୍ଡ ବିପକ୍ଷରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲିଂଟନ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ ସିଫର୍ଟଙ୍କୁ ଆଉଟ କରିବା ସହ ଅର୍ଶଦୀପ ୨୦୨୬ରେ ଅନ୍ତର୍ଜାତୀୟ ଟି-୨୦ରେ ୩୯ ଉଇକେଟ୍‌ ପୂରଣ କରିଛନ୍ତି। ଏହା ସହ ସେ ଚଳିତ ବର୍ଷ ଏହି ଫର୍ମାଟ୍‌ରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇଛନ୍ତି।
ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ରେ ଉଇକେଟ ନେବାରେ ଅର୍ଶଦୀପ ସିଂହ ସବୁଠାରୁ ଆଗରେ ରହିଛନ୍ତି। ରାୱାଣ୍ଡାର ମହମ୍ମଦ ନାଦିର ୩୫ଟି ଉଇକେଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

– ଅର୍ଶଦୀପ ସିଂହ ୩୯ ଉଇକେଟ
– ମହମ୍ମଦ ନାଦିର ୩୫ ଉଇକେଟ
– ଅଲି ଦାଉଦ ୩୫ ଉଇକେଟ
– ଏସ. ଗିଲ ୩୩ ଉଇକେଟ
– ଏହସାନ ଖାନ ୩୩ ଉଇକେଟ
– ବୀରନଦୀପ ସିଂହ ୩୨ ଉଇକେଟ

ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତ ବୋଲରଙ୍କ ମଧ୍ୟରେ ସର୍ବାଧିକ ଉଇକେଟ ନେବା ତାଲିକାରେ ମଧ୍ୟ ଅର୍ଶଦୀପ ନିଜ ସ୍ଥାନକୁ ମଜଭୁତ କରିଛନ୍ତି। ସେ ୧୪୯ଟି ଉଇକେଟ ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି।

– ଟିମ ସାଉଦି ୧୬୪ ଉଇକେଟ
– ମୁସ୍ତାଫିଜୁର ରହମାନ ୧୬୩ ଉଇକେଟ
– ଅର୍ଶଦୀପ ସିଂହ ୧୪୯ ଉଇକେଟ
– ରିଜୱାନ ବଟ ୧୪୮ ଉଇକେଟ
– ମାର୍କ ଆଡେୟାର ୧୪୨ ଉଇକେଟ

ପାୱାରପ୍ଲେରେ ଉଇକେଟ ନେବା କ୍ଷେତ୍ରରେ ମଧ୍ୟ ଅର୍ଶଦୀପ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ପାୱାରପ୍ଲେ ସମୟରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

– ପୱନଦୀପ ସିଂହ ୭୩ ଉଇକେଟ (୯୪ ଇନିଂସ)
– ଟିମ ସାଉଦି ୬୫ ଉଇକେଟ (୧୧୯ ଇନିଂସ)
– ଅର୍ଶଦୀପ ସିଂହ ୬୪ ଉଇକେଟ (୯୭ ଇନିଂସ)

ଅର୍ଶଦୀପ ସିଂହ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ମଧ୍ୟ ଟିମ ସିଫର୍ଟଙ୍କୁ ଆଉଟ କରିଥିଲେ। ତୃତୀୟ ମ୍ୟାଚ୍‌ରେ ପୁଣିଥରେ ସିଫର୍ଟଙ୍କ ଉଇକେଟ ନେଇ ସେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

DA ବୃଦ୍ଧିକୁ ନେଇ ବଡ଼ ଅପଡେଟ୍‌: ଜଣାପଡିଲା କାହିଁକି ହେଉଛି ଡେରି!

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧି…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଘଟଣ: ଏମିତି କିଛି ଘଟିଲା ଆଖି ବନ୍ଦ କରିଦେଲେ ବ୍ୟାଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଚାଲିଥିବା ବେଳେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲଙ୍କ ଏକ…

ବାର୍‌ହା ଫାଶରେ ପଡ଼ି ଚାଲିଗଲା ଦନ୍ତାର ଜୀବନ: ବନ୍ଧା ହେଲେ ୩ ଶିକାରୀ

ବଇଣ୍ଡା,୨୭।୧୦: ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ୨ ପଟୁ ସିଲ୍‌

ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଏବେ ଉଭୟ କନ୍ଧମାଳ ଓ ଜିଲା ପ୍ରଶାସନର ବଡ଼ ନିଷ୍ପତି କ୍ରମେ ଗାଜଲବାଡି ଘାଟିକୁ ଉଭୟ ପଟରୁ ସିଲ…

ବାତ୍ୟା ଅର୍ଣ୍ଣବ: ଭୂସ୍ଖଳନ ଆଶଙ୍କାରେ କୋରାପୁଟ–ବୋରିଗୁମ୍ମା ରାସ୍ତା ବନ୍ଦ

କୋରାପୁଟ,୨୭।୧୦(ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି କୋରାପୁଟ–ରାଣୀଗଡ଼ା–ବୋରିଗୁମ୍ମା ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି । ଗତ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଏହି ଘାଟି ରାସ୍ତାରେ…

ବାତ୍ୟା ଅର୍ଣ୍ଣବ: ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ

ରାୟଗଡ଼ା,୨୭।୧୦(ଜଗନ୍ନାଥ ଗୌଡ଼): ବାତ୍ୟା ଅର୍ଣ୍ଣବର ସ୍ଥିତି ଅନୁଧ୍ୟାନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଙ୍ଗଳବାର ରାୟଗଡ଼ାରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉପମୁଖ୍ୟମନ୍ତ୍ରୀ ପରିଡ଼ା ରାୟଗଡ଼ାରେ ପହଞ୍ଚି…

ଜୁଆଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ୭ ଗିରଫ

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମରେ କୁମାର ପୂର୍ଣ୍ଣିମା ରବିବାର ସାରେ ଚାଲିଥିବା ଜୁଆଖେଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?