ୟୁକୋ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ: ସାଇଣ୍ଟିଫିକ ଟିମ୍ର ତଦନ୍ତ ଆରମ୍ଭ
ବଡବିଲ, ୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲସ୍ଥିତ(ଏସ୍ଡିପିଓ) ସବ୍ଡିଭିଜନାଲ ପୋଲିସ ଅଫିସରଙ୍କ କାର୍ଯ୍ୟାଳୟ ନିକଟସ୍ଥ ୟୁକୋ ବ୍ୟାଙ୍କରୁ ରବିବାର ରାତିରେ ଦୁର୍ବୃତ୍ତମାନେ ଚୋରି ଉଦ୍ୟମକରି ବିଫଳ ହୋଇଛନ୍ତି। ପ୍ରକାଶ ଯେ, ବ୍ୟାଙ୍କର ପଛପାଖ ଏକ ଝରକା ଗ୍ରିଲକୁ ଗ୍ୟାସ କଟର ସାହାଯ୍ୟରେ କାଟି…
ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ଶିଶୁକନ୍ୟା ସମେତ ୨ ମୃତ
ଭଦ୍ରକ ଅଫିସ, ୨୮।୧୦ : ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ଛକ ନିକଟରେ ସୋମବାର ଅପରାହ୍ନରେଏକ ଦୁର୍ଘଟଣା ଘଟି ବାଇକ୍ ଆରୋହୀଙ୍କ ସମେତ ପଛରେ ବସିଥିବା ଜଣେ ୫ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା…
୬୨ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ କୋର୍ଟଚାଲାଣ
ରାଇକିଆ,୨୮।୧୦(ଡି.ଏନ୍.ଏ): କନ୍ଧମାଳ ଜିଲା ରାଇକିଆ ପୋଲିସ ସୋମବାର ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ନୟାଗଡ଼ର ରବିନ୍ଦ୍ର ଖୁଣ୍ଟିଆ, ଫିରିଙ୍ଗିଆ କେଳାପଡ଼ାର ଟୁକୁନା ଦିଗାଳ, ଆମ୍ବେଦକର…
ପପୁଆ ନ୍ୟୁ ଗିନିକୁ ଟି୨୦ ବିଶ୍ୱକପ୍ ଯୋଗ୍ୟତା
ଦୁବାଇ,୨୮।୧୦- ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ପୁରୁଷ ଟି୨୦ ବିଶ୍ୱକପ୍ ପାଇଁ ପପୁଆ ନ୍ୟୁ ଗିନି (ପିଏନ୍ଜି) ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ପିଏନ୍ଜି ୪୫ ରନ୍ରେ କେନିୟାକୁ ହରାଇ ଦେଇଛି। ଆଉ ଏକ…
ଛାତ୍ରୀବାସରେ ଦୀପାବଳି ପାଳନ କରି ମଧ୍ୟାହ୍ନଭୋଜନ ଖାଇଲେ ଜିଲାପାଳ
ମାଲକାନଗିରି,୨୮।୧୦(ଡି.ଏନ୍.ଏ.): ଦୀପାବଳିରେ ରାଜ୍ୟର ବିଭିନ୍ନ ଅନାଥାଶ୍ରମ, ଛାତ୍ରାବାସରେ ମନ୍ତ୍ରୀ, ଜିଲାପାଳମାନେ ଦୀପାବଳି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରଓ୍ବାଲ ସଦର ମହକୁମା ସପ୍ତଧାରା ଛାତ୍ରୀ ନିବାସରେ ଦୀପାବଳି ପାଳନ କରିଥିଲେ। ଜିଲା…
ଫେଡରରଙ୍କୁ ୧୦ମ ସୁଇସ୍ ଇନ୍ଡୋର୍ସ ଟାଇଟଲ
ବାସେଲ(ସୁଇଜରଲାଣ୍ଡ), ୨୮।୧୦- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ରେକର୍ଡ ୧୦ମ ଥର ପାଇଁ ସୁଇସ୍ ଇନ୍ଡୋର୍ସ ଟାଇଟଲ ହାତେଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଫେଡରର ୬-୨, ୬-୨ ଅଷ୍ଟ୍ରେଲିଆର ଆଲେକ୍ସ ଡେ ମିନାରଙ୍କୁ ହରାଇ ଦେଇଛନ୍ତି। ସର୍ବାଧିକ ୨୦ ଥର…
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ଭାରପ୍ରାପ୍ତ ସମ୍ପାଦକ
ନିମାପଡ଼ା, ୨୮।୧୦(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି)ର ଭାରପ୍ରାପ୍ତ ସମ୍ପାଦକ ବିଜୟ କୁମାର ସ୍ବାଇଁଙ୍କ କିଆକଣ୍ଟା ଗ୍ରାମସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ସୋମବାର ଚଢ଼ାଇ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ବାଇଁଙ୍କ ଘର ସମେତ…
ଠିକା ଶ୍ରମିକଙ୍କ ପାଇଁ କେଜରିଓ୍ବାଲଙ୍କ ଉପହାର
ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଉପହାର ଦେଇଚାଲିଛନ୍ତି। ଏବେ ଠିକା ଶ୍ରମିକଙ୍କ ପାରିଶ୍ରମିକ ବୃ୍ଦ୍ଧି କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏମାନଙ୍କର ନ୍ୟୁନତମ ପାରିଶ୍ରମିକରେ ବୃଦ୍ଧି କରିବା ଫଳରେ ପାଖାପାଖି ୫୫ଲକ୍ଷ ଠିକା ଶ୍ରମିକ…
ଭାଜପା ସହ ମେଣ୍ଟ ପରେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ଶିବସେନା
ମୁମ୍ବାଇ,୨୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଣା ଓଟରା। ଶିବସେନା ଏହି ପଦ ପାଇଁ ଅଡି ବସିଥିବା ବେଳେ ଭାଜପା କିନ୍ତୁ ଚୁପ୍ ରହିଛି। ଏହାକୁ ଦେଖି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ…
ଏଥର ରୋମ୍ରେ ଜନ୍ମଦିନ ପାଳିବେ ନୀଳ ନୟନା
ମୁମ୍ବାଇ: ବଲିଉଡ୍ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏଥର ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ନଭେମ୍ବର ୧ରେ ତାଙ୍କ ଜନ୍ମଦିନ ପଡୁଥିବା ବେଳେ ସୋମବାର ସେ ଏଥିଲାଗି ବିଦେଶ ଗସ୍ତରେ ବାହାରିଥିବା ଜଣାପଡିଛି। ରବିବାର ଘରେ…
ଆସିଲା ‘ବାଲା’ର ନୂଆ କମେଡି ପୋଷ୍ଟର
ମୁମ୍ବାଇ: ଗତ କିଛିଦିନ ହେବ ଅଭିନେତା ଆୟୁଷ୍ମାନ ଖୁରାନଙ୍କ ଅଭିନୀତ ଫିଲ୍ମ ‘ବାଲା’ ଚର୍ଚ୍ଚାରେ ରହି ଆସିଛି। ଆସନ୍ତା ମାସରେ ଏହା ରିଲିଜ୍ ହେବାର ଯୋଜନା ଥିବା ବେଳେ ଏବେ ନିର୍ମାତା ଫିଲ୍ମର ପୋଷ୍ଟର, ଟିଜର ଓ ସଙ୍ଗ ଭିଡିଓ ଶେୟାର…
ରାସ୍ତା ମରାମତି ଲାଗି ଜିଲାପାଳଙ୍କୁ ଜଣାଇଲେ ଗ୍ରାମବାସୀ
ବ୍ରହ୍ମପୁର ଅଫିସ୍,୨୮।୧୦: ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକର ଆଙ୍କୁଶପୁର ଛକଠାରୁ ପ୍ରତାପକୃଷ୍ଣଚନ୍ଦପୁର ଭାୟା ମଶିଆାଲି ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏ ନେଇ ସୋମବାର ଗ୍ରାମବାସୀ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ବିଜୟ ଅମୃତା…
Archives


