Posted inTrending, ଖେଳ

ଅଭିଷେକ ଶର୍ମାଙ୍କ ରେକର୍ଡ ବର୍ଷା: କୋହଲିଙ୍କୁ ପକାଇଲେ ପଛରେ, ମାତ୍ର ୩୫ ବଲ୍‌ରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୯୯ ରନ୍‌ର ଲକ୍ଷ୍ୟ ରଖିଥିବା ବେଳେ ଅଭିଷେକ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏହି ଲକ୍ଷ୍ୟକୁ ସହଜ କରିଦେଇଥିଲା। ଉଭୟ ପ୍ରଥମ ଓଭରରୁ ହିଁ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ପ୍ରଥମ ୬ ଓଭରରେ ଦୁହେଁ ମିଶି ୧୧୮ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍‌ରେଅଭିଷେକ ମାତ୍ର ୧୫ଟି ବଲ୍‌ରେ ଅର୍ଦ୍ଧଶତକ ଏବଂ ୩୫ଟି ବଲ୍‌ରେ ଶତକ ପୂରଣ କରିଥିଲେ। ତାଙ୍କ ଏହି ବିସ୍ଫୋରକ ଇନିଂସ କ୍ରିକେଟ୍‌ପ୍ରେମୀଙ୍କୁ ରୋମାଞ୍ଚିତ କରିଛି।ପେ
ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଶତକ ଅଭିଷେକଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରର ଚତୁର୍ଥ ଶତକ। ଏହା ପୂର୍ବରୁ ସେ ଆଫଗାନିସ୍ତାନ, ଇଂଲଣ୍ଡ ଓ ଜିମ୍ବାୱେ ବିପକ୍ଷରେ ଶତକ ହାସଲ କରିଥିଲେ। ତେବେ ଏହି ମ୍ୟାଚ୍‌ର ଶତକ ତାଙ୍କ କ୍ୟାରିୟରର ଦ୍ୱିତୀୟ ଦ୍ରୁତତମ ଅନ୍ତର୍ଜାତୀୟ ଟି-୨୦ ଶତକ। ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ମାତ୍ର ୩୦ଟି ବଲ୍‌ରେ ଶତକ ହାସଲ କରି ସେ ଚର୍ଚ୍ଚାକୁ ଆସିଥିଲେ।
ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଶତକ ହାସଲ କରିବା ତାଲିକାରେ ଅଭିଷେକ ଶର୍ମା ଏବେ ସୂର୍ଯ୍ୟକୁମାର ଯାଦବ ଓ ଫିଲ ସଲ୍ଟଙ୍କ ସମକକ୍ଷ ହୋଇଛନ୍ତି। ଏହି ତିନି ଖେଳାଳିଙ୍କ ନାମରେ ୪ଟି ଲେଖାଏ ଶତକ ରହିଛି ଏହି ତାଲିକାରେ ଗ୍ଲେନ ମ୍ୟାକ୍ସୱେଲ ଓ ରୋହିତ ଶର୍ମା ୫ଟି ଲେଖାଏ ଶତକ ସହ ଶୀର୍ଷରେ ଅଛନ୍ତି।

ପୁରୁଷ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଶତକ

– ଗ୍ଲେନ ମ୍ୟାକ୍ସୱେଲ ୫ ଶତକ
– ରୋହିତ ଶର୍ମା ୫ ଶତକ
– କରନବୀର ସିଂହ ୪ ଶତକ
– ଫିଲ ସଲ୍ଟ ୪ ଶତକ
– ସୂର୍ଯ୍ୟକୁମାର ଯାଦବ ୪ ଶତକ
– ଅଭିଷେକ ଶର୍ମା ୪ ଶତକ

କେବଳ ଅନ୍ତର୍ଜାତୀୟ କ୍ରିକେଟ ନୁହେଁ, ସମସ୍ତ ଟି-୨୦ ଫର୍ମାଟକୁ ମିଶାଇ ଶତକ ହାସଲ କରିବା ମାମଲାରେ ମଧ୍ୟ ଅଭିଷେକ ନୂଆ ସଫଳତା ପାଇଛନ୍ତି। ଏହି ଇନିଂସ ସହ ତାଙ୍କ ଟି-୨୦ କ୍ୟାରିୟରର ଶତକ ସଂଖ୍ୟା ୧୧ରେ ପହଞ୍ଚିଛି।

ଏହି ମାମଲାରେ ସେ ବିରାଟ କୋହଲି ଓ ଡେଭିଡ ୱାର୍ନରଙ୍କୁ ପଛରେ ପକାଇଛନ୍ତି। ଉଭୟଙ୍କ ନାମରେ ଟି-୨୦ କ୍ରିକେଟ୍ରେ ୧୦ଟି ଲେଖାଏ ଶତକ ରହିଛି। ଅଭିଷେକଙ୍କଠାରୁ ଆଗରେ ଏବେ ବାବର ଆଜମ ଓ କ୍ରିସ ଗେଲ ରହିଛନ୍ତି। ବାବର ୧୩ଟି ଏବଂ କ୍ରିସ ଗେଲ ୨୨ଟି ଟି-୨୦ ଶତକ ହାସଲ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

ସ୍ୱାତୀ ନକ୍ଷତ୍ରରେ ବୁଧଙ୍କ ଏଣ୍ଟ୍ରି: ନଭେମ୍ୱର ୩ରୁ ୫ ରାଶିରେ ଧନବର୍ଷା, ଚାକିରିରେ ବଡ଼ ପଦୋନ୍ନତି…

ବୁଧ ଗ୍ରହଙ୍କ ନକ୍ଷତ୍ର ଚଳନ ହେତୁ ବୃଷ, ମିଥୁନ, ସିଂହ, ତୁଳା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର…

ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ ।…

ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ…

DA ବୃଦ୍ଧିକୁ ନେଇ ବଡ଼ ଅପଡେଟ୍‌: ଜଣାପଡିଲା କାହିଁକି ହେଉଛି ଡେରି!

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧି…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଘଟଣ: ଏମିତି କିଛି ଘଟିଲା ଆଖି ବନ୍ଦ କରିଦେଲେ ବ୍ୟାଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଚାଲିଥିବା ବେଳେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲଙ୍କ ଏକ…

ଅର୍ଶଦୀପଙ୍କ ବିଶ୍ୱରେକର୍ଡ: ନ୍ୟୁଜିଲାଣ୍ଡ ବିପକ୍ଷରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏକ ବଡ଼ ରେକର୍ଡ ନିଜ ନାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?