Home Left

୩୯ ମୃତକ ଚାଇନା ନାଗରିକ

ଲଣ୍ଡନ,୨୫-୧୦:ବ୍ରିଟେନରେ ଏକ ଟ୍ରକ୍‌ କଣ୍ଟେନରରୁ ୩୯ ମୃତଦେହ ଜବତ ହୋଇଥିଲା। ମୃତକମାନେ ଚାଇନା ନାଗରିକ ବୋଲି ବ୍ରିଟିଶ ଗଣମାଧ୍ୟମ ପ୍ରକାଶ କରିଛି। ତେବେ ଏନେଇ ସ୍ଥାନୀୟ ପୋଲିସ କିମ୍ବା ଚାଇନା ଦୂତାବାସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ବୁଧବାର ଲଣ୍ଡନର…

ଜମ୍ମୁ-କଶ୍ମୀର ବିଡିସି ନିର୍ବାଚନ:୮୧ ବ୍ଲକ୍‌ରେ ଭାଜପା ବିଜୟୀ

ଶ୍ରୀନଗର,୨୫-୧୦(ଆଇଏଏନ୍‌ଏସ୍‌):ଜମ୍ମୁ-କଶ୍ମୀର ବ୍ଲକ ଉନ୍ନୟନ ପରିଷଦ (ବିଡିସି) ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୩୧୬ ବ୍ଲକ ପାଇଁ ନିର୍ବାଚନ ହୋଇଥିଲାବେଳେ ୮୧ରେ ଭାଜପା ବିଜୟୀ ହୋଇଛି। ସ୍ବାଧୀନ ପ୍ରାର୍ଥୀ ୨୧୭ ବ୍ଲକକୁ କବ୍‌ଜା କରିଛନ୍ତି। କଂଗ୍ରେସ ଗୋଟିଏ ବ୍ଲକ୍‌ରେ ଜିତିଥିଲାବେଳେ ପାନ୍ଥର୍ସ ପାର୍ଟି…

ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ସର୍ବକାଳୀନ ରେକର୍ଡ ୯୭,୯୯୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଦଳର ଏହି ସଫଳତା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗୁରୁବାର ପୂର୍ବାହ୍ନରେ…

ପାକ୍‌ ସେନା ଗୁଳିରେ ମହିଳା ମୃତ

ଶ୍ରୀନଗର,୨୫-୧୦ (ପି.ଟି.):ଏଲ୍‌ଓସି ଅନ୍ତର୍ଗତ ଜମ୍ମୁ-କଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୈନ୍ୟଙ୍କ ଆଖିବୁଜା ଗୁଳିମାଡ଼ରେ ବହୁ କ୍ଷୟକ୍ଷତି ହୋଇଥିବା ପୋଲିସ କହିଛି। ଭାରତୀୟ ଯବାନ ଏହାର ପାଲଟା…

୨ ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର,୨୫-୧୦:ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ୨ ଜଣ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ସେମାନେ ଗୁରୁବାର ସନ୍ଧ୍ୟାରେ ସେଓ ଆଣିବାକୁ ଟ୍ରକ୍‌ ନେଇ ଯାଇଥିଲାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଗୁଳି କରିବା ସହ ଟ୍ରକ୍‌କୁ ଜାଳିଦେଇଥିଲେ। ଅନ୍ୟ ଜଣେ ଡ୍ରାଇଭର ଆକ୍ରମଣରେ…

ଜମ୍ମୁ-କଶ୍ମୀର ପ୍ରଶାସନକୁ ଜବାବ ମାଗିଲେ ସୁପ୍ରିମକୋର୍ଟ:ଉପତ୍ୟକାରେ କଟକଣା କେତେଦିନ

ନୂଆଦିଲ୍ଲୀ,୨୫-୧୦ (ପି.ଟି.):ଜମ୍ମୁ-କଶ୍ମୀରରେ ଆଉ କେତେଦିନ କଟକଣା ଜାରି ରଖିବାକୁ ଚାହାନ୍ତି ବୋଲି ସୁପ୍ରିମକୋର୍ଟ ରାଜ୍ୟ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଅଗଷ୍ଟ ୫ରେ ଉକ୍ତ ରାଜ୍ୟରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ଦିନଠାରୁ ବିଭିନ୍ନ କଟକଣା ଲାଗୁ ହୋଇଛି। ପରିବହନ ଓ…

ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ:୨୬ରେ ଏନ୍‌ଡିଏ, ୧୨ରେ କଂଗ୍ରେସ ବିଜୟୀ

ନୂଆଦିଲ୍ଲୀ,୨୫-୧୦:ଉତ୍ତରପ୍ରଦେଶର ୧୧ ବିଧାନସଭା ଆସନ ସମେତ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଓ ୨ ଲୋକ ସଭା ଆସନ ଲାଗି ହୋଇଥିବା ଉପନିର୍ବାଚନର ଭୋଟଗଣତି ଜାରି ରହିଥିଲାବେଳେ କେତେକ ଆସନର ଫଳାଫଳ ପ୍ରକାଶ ପାଇଛି। ୫୧…

୨୨ଦିନରେ ଅଟୱାଲ କର୍ମଚାରୀଙ୍କ ଧାରଣା : ଧାରଣାକାରୀଙ୍କୁ ଭେଟିଲା ବିଶ୍ୱ ମାନବିକ ଅଧିକାର ରକ୍ଷା ସଂଗଠନ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ବକେୟା ଦରମା, ବୋନସ୍‌ ଏବଂ ଅବସରକାଳୀନ ଭର୍ତ୍ତା ଦାବିରେ ଅଟୱାଲ କର୍ମଚାରୀଙ୍କ ଧାରଣା ଜାରି ରହିଛି। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଧାରଣା ଗୁରୁବାର ୨୨ ଦିନରେ ପହଞ୍ଚତ୍ଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀଙ୍କ ଦାବି ସମାଧାନ ଦିଗରେ ଖଣି…

କ୍ଷମତା ଭାଗ ଲାଗି ଉଦ୍ଧବଙ୍କ ଚାପ

ମୁମ୍ବାଇ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲାବେଳେ ସରକାର ଗଠନ ନେଇ ମୂଲଚାଲ ଆରମ୍ଭ ହୋଇଯାଇଛି। ୫୦-୫୦ ସୂତ୍ରରେ କ୍ଷମତା ଭାଗ ଉପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଜୋର ଦେଇଛନ୍ତି। ଏବେ ୫୦-୫୦ ସୂତ୍ର କାର୍ଯ୍ୟକାରୀ କରିବା ସମୟ…

ବୋନସ ପ୍ରଦାନକୁ ନେଇ ଶ୍ରମିକ ସଂଘର ଧାରଣା ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କର୍ମଚାରୀଙ୍କ ବୋନସକୁ ନେଇ ଗୁରୁବାର ଶ୍ରମିକ ସଂଘ ପକ୍ଷରୁ ବାଲେଶ୍ୱର ଆଲଏଜ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ସକାଳେ ଶତାଧିକ କର୍ମଚାରୀ ଓ ଶ୍ରମିକ ଧାରଣାରେ ବସିଥିଲେ। ଖବର ପାଇ…

ମହାରାଷ୍ଟ୍ର: ହାରିଲେ ୮ ମନ୍ତ୍ରୀ

ମୁମ୍ବାଇ,୨୫-୧୦(ଆଇଏଏନ୍‌ଏସ୍‌):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନାକୁ ବହୁମତ ମିଳିଥିଲେ ହେଁ ଉଭୟ ଦଳର ୮ ମନ୍ତ୍ରୀ ଓ ବହୁ ତୁଙ୍ଗ ନେତା ପରାଜିତ ହୋଇଛନ୍ତି। ଫଳାଫଳ ଅନୁଯାୟୀ ଭାଜପାର ୫ ଓ ଶିବସେନାର ୩ ମନ୍ତ୍ରୀ ହାରିଯାଇଛନ୍ତି। ବିଦ୍‌ ଜିଲାର ପାର୍ଲି ଆସନରୁ…

ପରାଜୟ ପରେ କାନ୍ଦିଲେ ପଙ୍କଜା

ମୁମ୍ବାଇ,୨୫-୧୦:ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଭାଜପା ପ୍ରାର୍ଥୀ ପଙ୍କଜା ମୁଣ୍ଡେ ବିଧାନସଭା ନିର୍ବାଚନରେ ହାରିଯିବା ପରେ କାନ୍ଦି ପକାଇଥିଲେ। ପାର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ପଙ୍କଜାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ନିର୍ବାଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri