କୋର୍ଟ କାର୍ଯ୍ୟ ତଦାରଖ କଲେ ହାଇକୋର୍ଟ ବିଚାରପତି

ଫୁଲବାଣୀ ଅଫିସ, ୧୯ା୧-ଓଡିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଶନିବାର ଫୁଲବାଣୀ କୋର୍ଟ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ନୂଆ କୋର୍ଟ ପାଇଁ ବିଶିପଡାଠାରେ ଚିହ୍ନଟ ହୋଇଥିବା ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାବେଳେ ବିଚାରପତି ଆସି ଫୁଲବାଣୀସ୍ଥିତ ସର୍କିଟ ହାଉସରେ ପହଞ୍ଚତ୍ଥିଲେ। ଜିଲାଜଜ୍‌ ଶାରଦା ପ୍ରସାଦ ନାୟକ୍‌, ଫ୍ୟାମିଲି ଜଜ୍‌ ନିରଞ୍ଜନ ପଣ୍ଡା, ଭିଜିଲାନ୍ସ ଜଜ୍‌ ସତ୍ୟପୀର ମିଶ୍ର, ଜିଲା ଆଇନଜୀବୀ ସଂଘ କର୍ମକର୍ତ୍ତା ଯୋଗଦେଇ ସ୍ବାଗତ କରିଥିଲେ। ବାର ଆସୋସିଏଶନ ସମ୍ପାଦକ ମନୋଜ ପଟ୍ଟନାୟକ ସ୍ବାଗତ ଭାଷଣ ଦେବାପରେ ବିଚାରପତିଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି ଅବସରରେ ଜିଲା କୋର୍ଟରେ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ପୂରଣ ପାଇଁ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। କୋର୍ଟ କାର୍ଯ୍ୟ ତଦାରଖ ପାଇଁ ୧୦ ଦିନ ହେବ ହାଇକୋର୍ଟ କର୍ମଚାରୀ ଆସି ବିଭିନ୍ନ ରେକର୍ଡ ଯାଞ୍ଚ କରିଥିଲେ। ବିଚାରପତିଙ୍କ ସହ ରେଜିଷ୍ଟ୍ରାର ପ୍ରତାପ କୁମାର ପାତ୍ର ଏହି କାର୍ଯ୍ୟରେ ସାମିଲ ଥିଲେ। ସୂଚନାଯୋଗ୍ୟ ବିଶିପଡାରେ ନୂତନ କୋର୍ଟ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିବାରୁ ଆଇନଜୀବୀ ଏବଂ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୌର ପରିଷଦ ଅଞ୍ଚଳରେ କିମ୍ବା କୋର୍ଟ ନିକଟବର୍ତ୍ତୀ କେଉଁଠି ସ୍ଥାନ ନିରୁପଣ କରି ନୂତନ କୋର୍ଟ ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ...

ସରିଲା ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ,...

ନିର୍ବାଚନ ପୂର୍ବରୁ ଝଟ୍‌କା: କଂଗ୍ରେସ, ଭାଜପା ଛାଡ଼ିଲେ ଶତାଧିକ କର୍ମୀ

ଦାରିଙ୍ଗବାଡି,୧୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମିଶ୍ର କଲ୍ୟାଣ ମଣ୍ଡପଠାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଥମିଲା ଚର୍ଚ୍ଚା: ଚକ୍ରମଣୀଙ୍କୁ ଦୋହରାଇଲା ବିଜେଡି

ଫୁଲବାଣୀ, ୧୨ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗୁରୁବାର...

ଅଯୋଧ୍ୟା ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଭିକ୍ଷା କରି ୮ ଦିନ ପରେ ଭୋକ ଉପାସରେ ପହଞ୍ଚିଲେ ଘରେ, ବଖାଣିଲେ ପୂରା କାହାଣୀ…

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୪୨୦ ଜଣ ଗତ ୨ ତାରିଖରେ ଅଯୋଧ୍ୟା ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଥିଲେ...

୫ ଶହ କେଜି ଗଞ୍ଜେଇ ଜବତ: ଚାଲାଣ ପାଇଁ ରଖାଯାଇଥିଲା, ମାଡି ବସିଲା ପୋଲିସ

ଦାରିଙ୍ଗବାଡି, ୧୧।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚୋରାଚାଲାଣ ପାଇଁ ଜଙ୍ଗଲ ଭିତରେ ରଖାଯାଇଥିବା ଖବର...

କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଗିରଫ ହେଲେ ପ୍ରେମିକ

ବାଲିଗୁଡ଼ା,୧୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କାମଧନ୍ଦା ପାଇଁ କେରଳ ଚାଲିଯାଇଥିଲେ। ସେଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri