Posted inTrending, ଖେଳ

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ ରେକର୍ଡକୁ ପଛରେ ପକାଇ ଦେଇଛି। ଉଭୟଙ୍କ ଆକ୍ରମଣାତ୍ମକ ଖେଳ ଆଗରେ ନ୍ୟୁଜିଲାଣ୍ଡ ବୋଲର ଅସହାୟ ହୋଇପଡ଼ିଥିଲେ। ଭାରତ ମାତ୍ର ୨.୨ ଓଭରରେ ୫୦ ରନ ଏବଂ ୫ ଓଭରରେ ୧୦୦ ରନ ପୂରଣ କରି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛି।

ନ୍ୟୁଜିଲାଣ୍ଡ ଦେଇଥିବା ୧୯୯ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ଅଭିଷେକ ଓ ବୈଭବ ଏପରି ଭାବେ ରନ ସଂଗ୍ରହ କରିଥିଲେ ଯେ, ମାତ୍ର ୨.୨ ଓଭରରେ ଭାରତ ୫୦ ରନ୍‌ରେ ପହଞ୍ଚିଯାଇଥିଲା। ଏହା ପୂର୍ବରୁ ଅନ୍ତର୍ଜାତୀୟ ଟି-୨୦ରେ ପାପୁଆ ନ୍ୟୁ ଗିନି ବନାମ ଭାନୁଆଟୁ ମ୍ୟାଚ୍‌ରେ ୨.୨ ଓଭରରେ ୫୦ ରନ ପୂରଣ ହୋଇଥିଲା। ୨୦୨୧ରେ ରୋମାନିଆ ଓ ସର୍ବିଆ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ମଧ୍ୟ ସମାନ ସମୟରେ ଦଳ ୫୦ ରନ କରିଥିଲା। ଅନ୍ୟପକ୍ଷରେ, ଆଇସିସିର ଫୁଲ ମେମ୍ବର ଦଳଗୁଡ଼ିକ ମଧ୍ୟରେ ଏହି ଦ୍ରୁତ ଅର୍ଦ୍ଧଶତକ ଏକ ନୂଆ ରେକର୍ଡ। ଏହା ପୂର୍ବରୁ ୨୦୦୯ରେ ନ୍ୟୁଜିଲାଣ୍ଡ ସ୍କଟଲାଣ୍ଡ ବିପକ୍ଷରେ ୨.୪ ଓଭରରେ ୫୦ ରନ ପୂରଣ କରିଥିଲା।

ଭାରତୀୟ ବ୍ୟାଟରଙ୍କ ଆକ୍ରମଣ ଏତିକିରେ ଥମି ନ ଥିଲା। ଦଳ ମାତ୍ର ୫ ଓଭର ବା ୩୦ଟି ବଲ୍‌ରେ ୧୦୦ ରନ ପୂରଣ କରିଥିଲା। ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଏହା ଏକ ନୂଆ ବିଶ୍ୱ ରେକର୍ଡ। ଏହା ପୂର୍ବରୁ ୨୦୨୧ରେ ରୋମାନିଆ ସର୍ବିଆ ବିପକ୍ଷରେ ୫.୨ ଓଭରରେ ୧୦୦ ରନ କରିଥିଲା। ସେହିପରି ୨୦୨୩ରେ ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜ ବିପକ୍ଷରେ ୫.୩ ଓଭରରେ ଏହି ମାଇଲଖୁଣ୍ଟ ଛୁଇଁଥିଲା। ଭାରତର ଏହି ଆରମ୍ଭ ମ୍ୟାଚକୁ ଏକପାଖିଆ କରିଦେଇଥିଲା।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଭାରତ ସମ୍ମୁଖରେ ୧୯୯ ରନ୍‌ର ଲକ୍ଷ୍ୟ ରଖିଥିଲା। କିନ୍ତୁ ଭାରତୀୟ ବ୍ୟାଟରମାନେ ମାତ୍ର ୧୩.୨ ଓଭରରେ ୪ ଉଇକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଲେ।

୫ମ ଓଭର ଶେଷ ହେବା ପୂର୍ବରୁ ଭାରତ ୧୦୦ ରନ କରିସାରିଥିଲା। ୭.୧ ଓଭରରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଥମ ଉଇକେଟ ପଡ଼ିବା ବେଳକୁ ଭାରତର ସ୍କୋର ୧୩୩ ରନ୍ରେ ପହଞ୍ଚିଥିଲା। ଏହାପରେ ମଧ୍ୟ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବର୍ଷା ଜାରି ରହିଥିଲା। ଦଶମ ଓଭରରେ ଦ୍ୱିତୀୟ ଉଇକେଟ ପଡ଼ିବା ସମୟରେ ଭାରତ ୧୭୮ ରନ କରିସାରିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୨୭।୧୦: ଆଜିକାଲି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଅଂଶଧନ କିଣିବା ଏବଂ ଅଧିଗ୍ରହଣ (Acquisition)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବନ୍ଧନ ବ୍ୟାଙ୍କ (Bandhan Bank)କୁ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ ।…

ଅଭିଷେକ ଶର୍ମାଙ୍କ ରେକର୍ଡ ବର୍ଷା: କୋହଲିଙ୍କୁ ପକାଇଲେ ପଛରେ, ମାତ୍ର ୩୫ ବଲ୍‌ରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୯୯ ରନ୍‌ର…

ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ…

DA ବୃଦ୍ଧିକୁ ନେଇ ବଡ଼ ଅପଡେଟ୍‌: ଜଣାପଡିଲା କାହିଁକି ହେଉଛି ଡେରି!

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?