Home Left

ଚିକିତ୍ସାଧୀନ ଅବସ୍ଥାରେ ନୀଳ ଇଗୁଆନା ଏଣ୍ଡୁଅ ମୃତ

ବାରଙ୍ଗ,୧୨ା୩(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆମେରିକାନ ନୀଳ ଇଗୁଆନା ଏଣ୍ଡୁଅର ମଙ୍ଗଳବାର ମୃତ୍ୟୁ ଘଟିଛି। ତେବେ ବୁଧବାର ତା’ର ବ୍ୟବଚ୍ଛେଦ ପରେ ତା’ ପେଟରୁ ୫୫ଟି ଅଣ୍ଡା ବାହାରିଥିବା ଜଣାପଡ଼ିଛିା। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏହି…

ମାନେସାର ହୋଟେଲରେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୨ା୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଥିବାବେଳେ କଂଗ୍ରେସ ଏବଂ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଛନ୍ତି। ଭାଜପା ଏହାର ସମସ୍ତ ବିଧାୟକଙ୍କୁ ହରିୟାଣାର ମାନେସାରସ୍ଥିତ ଗ୍ରାଣ୍ଡ ଆଇଟିସି ହୋଟେଲକୁ ନେଇଯାଇଛି। ଦିଲ୍ଲୀଠାରୁ ପାଖାପାଖି ୫୦ କିମି ଦୂରରେ ଅବସ୍ଥିତ…

୧୦୫ ଟଙ୍କା ପେଟ୍ରୋଲ ପାଇଁ ବନ୍ଧୁକ ଦେଖାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ରାଜଧାନୀରେ କଥା କଥାକେ ଗର୍ଜୁଛି ଚୋରା ବନ୍ଧୁକ। ସାମାନ୍ୟ କଥାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି। ସୋମବାର ରାତିରେ ଏଭଳି ଏକ ଘଟଣା ଘଟିଛି ସୁନ୍ଦରପଦା ରୋଡରେ ଥିବା ଅନିଲ ପାଇକରାୟଙ୍କ ପେଟ୍ରୋଲ ପମ୍ପରେ। ୩ଜଣ ଯୁବକ…

ଜୟପୁର ଗଲେ କଂଗ୍ରେସ ବିଧାୟକ

ଜୟପୁର,୧୨ା୩(ପି.ଟି.): ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଘୋଡ଼ାବେପାର ଏଡାଇବା ପାଇଁ ପାଖାପାଖି ୯୦ କଂଗ୍ରେସ ବିଧାୟକଙ୍କୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ନିଆଯାଇଛି। ସେମାନଙ୍କୁ ଜୟପୁରର ଦୁଇଟି ରିସର୍ଟରେ ରଖାଯାଇଛି।…

ମିନିମମ୍‌ ବାଲାନ୍ସ ନିୟମ ବାଦ୍‌ ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୨ା୩: ଦେଶର ପ୍ରମୁଖ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର ମିନିମମ୍‌ ବାଲାନ୍ସ ନିୟମକୁ ବୁଧବାର ବାଦ ଦିଆଯାଇଛି। ଏହା ଫଳରେ ଏସ୍‌ବିଆଇରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ଖାତାରେ ମିନିମମ୍‌ ଧାର୍ଯ୍ୟ ବାଲାନ୍ସ ନ ରଖିଲେ ମଧ୍ୟ କୌଣସି ଅସୁବିଧା…

ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବିବୁଧେନ୍ଦ୍ରଙ୍କ ପ୍ରତିମୂର୍ତ୍ତି

କଟକ ଅଫିସ,୧୨ା୩: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଘନିଷ୍ଠ ସହଯୋଗୀ, କ୍ରାନ୍ତିକାରୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିବୁଧେନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତି ବାରବାଟୀ ଷ୍ଟାଡିୟମସ୍ଥିତ ବିବୁଧେନ୍ଦ୍ର ମାର୍ଗଠାରେ ବୁଧବାର ଲୋକାର୍ପିତ କରାଯାଇଛି। ସ୍ବର୍ଗତ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ କଟକ…

‘ନିର୍ଲଜ୍ଜ ଘୋଡ଼ାବେପାର କରୁଛି ଭାଜପା’

ଜୟପୁର,୧୨ା୩(ପି.ଟି.): ମଧ୍ୟପ୍ରଦେଶରେ ଭାଜପା ଅର୍ଥ ବଳରେ ନିର୍ଲଜ୍ଜ ଭାବେ ଘୋଡ଼ାବେପାର ଚଳାଇଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର କହିଛନ୍ତି। ଯେଉଁମାନେ ଦେଶକୁ ଶାସନ କରୁଛନ୍ତି, ସେମାନେ ଗଣତନ୍ତ୍ରର ହତ୍ୟା କରୁଛନ୍ତି। ଦେଶ ସେମାନଙ୍କୁ ଉଚିତ ଶିକ୍ଷା ଦେବ ବୋଲି…

ସରିଲା ମହିଳା ୱେଲ୍ଡିଂ ଲିଗ୍‌

ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଚାଲିଥିବା ଜାତୀୟ ମହିଳା ୱେଲ୍ଡିଂ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି। ଫ୍ରୋନିୟସ୍‌ ଭାରତୀୟ ଘରୋଇ ସଂସ୍ଥାର ଅଧ୍ୟକ୍ଷ ବିଶ୍ୱନାଥ କାମାଥ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ବାସ୍ତବତାଠାରୁ ବହୁଦୂରକୁ ଚାଲିଯାଇଛି କଂଗ୍ରେସ: ସିନ୍ଧିଆ

ନୂଆଦିଲ୍ଲୀ,୧୨ା୩(ପି.ଟି.): ଭାଜପାରେ ଯୋଗଦେବା ପରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ଆଉ ପୂର୍ବଭଳି ନାହିଁ। ଏହା ବାସ୍ତବତାଠାରୁ ବହୁ ଦୂରକୁ ଚାଲିଯାଇଛି ବୋଲି ପୂର୍ବତନ ଏମ୍‌ପି ସିନ୍ଧିଆ ଭାଜପା କାର୍ଯ୍ୟାଳୟଠାରେ ଖବରଦାତା ସମ୍ମିଳନୀକୁ…

ଦିଲ୍ଲୀରେ ବିକ୍ରି ଯୁବତୀ ଉଦ୍ଧାର

ରାଉରକେଲା ଅଫିସ,୧୨ା ୩-ବିବାହ ପ୍ରଲୋଭନ ଦେଖାଇ ଦିଲ୍ଲୀରେ ବିକ୍ରି କରାଯାଇଥିବା ଜଣେ ଯୁବତୀ (୨୫) ମଙ୍ଗଳବାର ଉଦ୍ଧାର ପରେ ଗାଁକୁ ଫେରିଛନ୍ତି। ସେ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ତୁରିଟୋଲା ବାସିନ୍ଦା। ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶଙ୍କର ବାଗେ ନାମକ…

ହୋଲିକୁ ଫିକାକଲା କରୋନା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): କରୋନା ଭୟରେ ଏଥର ଫିକା ପଡ଼ିଥିଲା ହୋଲି। ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବାରୁ ଲୋକେ ଧୁମ୍‌ଧାମରେ ରଙ୍ଗ ପର୍ବକୁ ସ୍ବାଗତ କରିଥିବାବେଳେ ଅଧିକାଂଶ ସ୍ବାସ୍ଥ୍ୟ ବିଭାଗର ପରାମର୍ଶକୁ ମାନି ଘରୁ ବାହାରକୁ ବାହାରି…

ସୁନା ଲୋଭ ଦେଖାଇ କନ୍‌ଷ୍ଟେବଳଙ୍କଠାରୁ ୬ ଲକ୍ଷ ଠକେଇ

କଟକ ରୋଡ୍‌,୧୨ା୩(ଡି.ଏନ୍‌.ଏ.): ସୁନା ଲୋଭ ଦେଖାଇ ଜଣେ କନ୍‌ଷ୍ଟେବଳଙ୍କ ଠାରୁ ୬ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଆସାମ ରାଜ୍ୟ ଧୁବରୀ ଜିଲାର ଫକୀରଚାନ ଖାନ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri