Home Left

ହୋଲିରେ ଯୁବକଙ୍କୁ ହତ୍ୟା, ଜଳତାମୁଣ୍ଡା ଗ୍ରାମରେ ଶୋକର ଛାୟା

କୋକସରା,୧୦।୩(ଡି.ଏନ୍‌.ଏ.): ରଙ୍ଗର ପର୍ବ ହୋଲିରେ ସମସ୍ତେ ମସ୍‌ଗୁଲ ଥିବାବେଳେ କଳାହାଣ୍ଡି ଜିଲା କୋକସରା ଥାନା ଜଳତାମୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି। ଜଣେ ଯୁବକଙ୍କୁ ପଡ଼ୋଶୀ ହତ୍ୟା କରି ଘର ଆଗରେ ଫୋପାଡ଼ି ଦେଇଥିବା ମଙ୍ଗଳବାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।…

ରଣଜୀ ଫାଇନାଲ: ଅମ୍ପାୟର ଶାମଶୁଦ୍ଦିନଙ୍କ ପେଟରେ ବାଜିଲ ବଲ

ରାଜକୋଟ,୧୦।୩- ଏଠାରେ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ରଣଜୀ ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନରେ ଫିଲ୍ଡ ଅମ୍ପାୟର ସି. ଶାମଶୁଦ୍ଦିନ ଆହତ ହୋଇଛନ୍ତି। ତାଙ୍କ ପେଟରେ ବଲ ବାଜିଛି। ସୌରାଷ୍ଟ୍ର ଦଳ ବ୍ୟାଟିଂ କରୁଥିବାବେଳେ ଜଣେ ବ୍ୟାଟ୍ସମ୍ୟାନ ଏକ ଶକ୍ତିଶାଳୀ…

ଭିନ୍ନ ଲୁକ୍‌ରେ ରବିନା

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନଙ୍କ ବୟସ ସିନା ବୃଦ୍ଧି ହୋଇଛି ହେଲେ ଏବେବି ସେ ବର୍ତ୍ତମାନର ନାୟିକାଙ୍କୁ ଟକ୍କର ଦେବାରେ ଓସ୍ତାଦ। ରବିନା ଏବେ ‘କେଜିଏଫ୍‌’ର ଦ୍ୱିତୀୟ ଭାଗ ଶୁଟିଂ ପାଇଁ ବ୍ୟସ୍ତ ଥିବା ଜଣାପଡିଛି। ଆଉ ଏହାରି ଭିତରେ…

ନିଆରା ହୋଲି: ପ୍ରାକୃତିକ ରଙ୍ଗରେ ସ୍ନେହ, ସୁସ୍ଥତା ବାର୍ତ୍ତା

ଚନ୍ଦାହାଣ୍ଡି,୧୦ା୩(ଡି.ଏନ୍‌.ଏ.): ସବୁଠି ଆନନ୍ଦର ସହ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ନବରଙ୍ଗପୁର ଜିଲାର ଚନ୍ଦାହାଣ୍ଡିଠାରେ ମଧ୍ୟ ଭାଇଚାରାର ଏହି ପର୍ବ ପାଳନ କରାଯାଉଛି। ଚାରିଆଡ଼େ କରୋନାକୁ ନେଇ ମନରେ ଭୟ ରହିଛି। ଫଳରେ ଏ ବର୍ଷ ହୋଲି ସାମାନ୍ୟ ଫିକା…

ଇମାମି ପେପର ମିଲ୍‌ ଗୋଦାମରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ରେମୁଣାସ୍ଥିତ ଇମାମି ପେପର ମିଲ୍‌ ଗୋଦାମରେ ମଙ୍ଗଳବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳବାହିନୀ ସହ ଏନ୍‌ଡିଆର୍‌ଏଫ୍‌ର ଟିମ୍‌ ନିୟୋଜିତ ହୋଇଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ।

ହୋଲି ପରେ ଗାଧୁଆ: କାଠଯୋଡ଼ିରେ ବୁଡ଼ି ଦୁଇ ବାଳକ ମୃତ

କଟକ ଅଫିସ/କଟକ ସଦର(ଡି.ଏନ୍‌.ଏ.),୧୦।୩: କଟକ ନିକଟ ୪୨ମୌଜାର କାଠଯୋଡ଼ି ନଦୀରେ ବୁଡି ମଙ୍ଗଳବାର ଦୁଇ ବାଳକଙ୍କ ମୃତ୍ୟୁ ହୋଇଛି। ମୃତକଦ୍ବୟ ହେଲେ ନିଶାନ୍ତ ପାଢ଼ୀ ଏବଂ ଶୁଭମ କୁମାର ବେହେରା। ଉଭୟଙ୍କ ଘର ନେତାଜୀ ନଗର ହୋଇଥିବା ବେଳେ ସେମାନେ ଅଷ୍ଟମ…

କେରଳରେ ୧୨ କରୋନା ସଂକ୍ରମିତ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଶିକ୍ଷାନୁଷ୍ଠାନ

ଥିରୁଭାନନ୍ତପୁରମ,୧୦।୩: କରୋନା ଭାଇରସରେ ସଂକ୍ରମିତ ୬ ରୋଗୀ ଚିହ୍ନଟ ହେବା ପରେ ଏବେ କେରଳରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୨ରେ। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ ଓ ପରୀକ୍ଷାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ…

୨୪ ବର୍ଷ ତଳେ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ ଜାଡେଜା

୯ ମାର୍ଚ୍ଚ ୧୧୯୬ ମସିହାରେ ଭାରତ ଓ ପାକିସ୍ତାନ ଆଇସିସି ବିଶ୍ୱକପ୍‌ରେ ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌ ଥିଲା ପାକିସ୍ତାନର କିମ୍ବଦନ୍ତୀ ଜାଭେଦ ମିଆଦିଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଥିଲେ। ୧୯୯୬ ଐତିହାସିକ କ୍ୱାର୍ଟର ଫାଇନାଲ ମୁକାବିଲା…

କରୋନା ଭୟ, ଫିକା ପଡ଼ିଲା ହୋଲି: ଶୁଭେଚ୍ଛା ବାର୍ତ୍ତାରେ ଅଟକିଲା

ଦାରିଙ୍ଗବାଡ଼ି,୧୦।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ହୋଲିପର୍ବ କେବଳ ଶୁଭେଚ୍ଛା ବାର୍ତ୍ତାରେ ଅଟକି ରହିଛି ।  ଜଣେ ଜଣକୁ ଶୁଭେଚ୍ଛା ବାର୍ତ୍ତାକୁ ସୋସିଆଲ ମିଡିଆରେ ଦେଇ ଘରେ ଚୁପ୍‌ ବସିଛନ୍ତି ।  ସାରା ବିଶ୍ୱରେ କରୋନା ଭୂତାଣୁକୁ ନେଇ…

ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

\ଭଞ୍ଜନଗର,୧୦।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଧନଞ୍ଜୟପୁର ଓ ଜଗନ୍ନାଥ ପ୍ରସାଦ ବ୍ଲକ ପାଟରାପଲ୍ଲୀରେ ସୋମବାର ସନ୍ଧ୍ୟାରେ ୨ଟି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ…

ହୋଲି ଫିକା,କୁକୁଡ଼ା ଗୋଟେ ୪୦ ଟଙ୍କା

ଭଞ୍ଜନଗର,୧୦।୩(ଡି.ଏନ୍‌.ଏ): ବାର୍ଡ ଫ୍ଲୁ ଏବଂ କରୋନା ଭାଇରସ ଯୋଗୁ କୁକୁଡ଼ା ମାଂସ ବିକ୍ରି ପ୍ରାୟ କମିଯାଇଛି । ତେଣୁ  ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମରୁ କୁକୁଡ଼ା ରପ୍ତାନି ହୋଇପାରୁନାହିଁ । କିଛି କୁକୁଡ଼ା ଫାର୍ମ ମାଲିକ କୁକୁଡ଼ାଗୁଡ଼ିକୁ…

ଷଣ୍ଢ ଲଢେଇ ବେଳେ ଦୁର୍ଘଟଣା: ଯୁବକଙ୍କ ଉପରେ ଚଢିଗଲା ଟ୍ରକ

ସୋର, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ସୋର-ମଙ୍ଗଳପୁର ରାସ୍ତା ବାଗୁଡି ବଜାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଟ୍ରକ ତଳେ ଚାପି ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ମହୁମୁହାଣ ଗ୍ରାମର ନରେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri