ରଜ ମଉଜରେ ଖାଁ ଖାଁ ସୀତାବିଞ୍ଜ

ଢେଙ୍କିକୋଟ, ୧୫।୬(ଡି.ଏନ.ଏ.)-କେନ୍ଦୁଝର ଜିଲାର ଗଣପର୍ବ ହେଉଛି ରଜପର୍ବ। ମାତ୍ର ଚଳିତବର୍ଷ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ରଜପର୍ବ ପାଳନରେ କଟକଣା କରାଯାଇଛି। ଜିଲାରେ ଫିକା ପଡ଼ିଛି ରଜ ମଉଜ। ନା ଅଛି ଦୋଳି, ନା ସଜବାଜ। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ ପାଇଁ ଭୟଭୀତ। ଜିଲାର ଘଟଗାଁ ବ୍ଲକ ମନୋହରପୁର ପଞ୍ଚାୟତ ସୀତାବିଞ୍ଜଠାରେ ଥିବା ପୌରାଣିକ ପୀଠରେ ରଜ ସଂକ୍ରାନ୍ତିଠାରୁ ୩ଦିନ ଧରି ସୀତା ନଦୀ କୂଳରେ ରଜମେଳ ବସିଥାଏ। ଜିଲା ତଥା ଜିଲା ବାହାରୁ ଲକ୍ଷାଧିକ ଭକ୍ତଙ୍କର ଏହି ସୀତା ଠାକୁରାଣୀଙ୍କ ପୀଠକୁ ସମାଗମ ହୋଇଥାଏ। ଆଖପାଖ ଗ୍ରାମର ଚଲାପଥ ଦେଇ ଯାଉଥିବା ଭକ୍ତମାନେ ଦୋଳି ଗୀତ ଗାଇ ମେଳା ବୁଲିବା ପାଇଁ ଯାଇଥାନ୍ତି। ତିନି ଦିନ ଧରି ଏହି ପୀଠରେ ଗହଳି ଲାଗି ରହିଥାଏ। କିନ୍ତୁ ଚଳିତବର୍ଷ ସବୁ ଏକପ୍ରକାର ବନ୍ଦ ହୋଇଯାଇଛି। କଥାକଥିତ ଅଛି ସୀତା ନଦୀରେ ବୁଡ଼ ପକାଇ ସେଠାରେ ଥବା ମାତା ସୀତା ଏବଂ ତାଙ୍କ ଜମଜ ପୁତ୍ର ଲବକୁଶଙ୍କ ଦର୍ଶନ କରିଲେ ପୂର୍ବ ପୁରୁଷଙ୍କ ଆତ୍ମା ସଦ୍‌ଗତି ହେବା ସହ ଅପୁତ୍ରିକ ନାରୀ ପୁତ୍ରବତୀ ହୋଇଥାଏ। କିନ୍ତୁ ଏସବୁକୁ ଚଳିତବର୍ଷ ନିଷଧ କରିବା ପାଇଁ ସୀତା ଠାକୁରାଣୀ ଟ୍ରଷ୍ଟିର ସମସ୍ତ ସେଦସ୍ୟ ନିଷ୍ପତ୍ତି ନେଇଛନ୍ତି। ଯେପରି ମନ୍ଦିରକୁ କେହି ନ ଆସନ୍ତି ସେଥିପ୍ରତି ସ୍ବତନ୍ତର ଟିମ୍‌ ଗଠନ କରାଯାଇଥିବା ଟ୍ରଷ୍ଟିର ସଭାପତି ଦୁଃଶାସନ ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri