ଇନ୍ଧନ ଦର ବୃଦ୍ଧି ଅବ୍ୟାହତ

ନୂଆଦିଲ୍ଲୀ,୧୫।୬: ଗତ ୮ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଲଗାମ ଲାଗିପାରୁ ନାହିଁ। ରବିବାର ପେଟ୍ରୋଲ ଲିଟର ପିଛା ୬୨ ପଇସା ଏବଂ ଡିଜେଲ ଲିଟର ପିଛା ୬୪ ପଇସା ବଢିଛି। ଗୋଟିଏ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଇନ୍ଧନ ଦର ବୃଦ୍ଧି ଘଟିବା ଯୋଗୁ ପେଟ୍ରୋଲ ଦର ୪.୫୨ ଟଙ୍କା ଏବଂ ୪.୬୪ ଟଙ୍କା ମହଙ୍ଗା ହୋଇଛି। ଏହା ପୂର୍ବରୁ ଦୀର୍ଘ ୮୨ ଦିନ ଧରି ତେଲ କମ୍ପାନୀଗୁଡିକ ଇନ୍ଧନ ଦରରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଏହି ଦର ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୭୫.୧୬ ଟଙ୍କାରୁ ୭୫.୭୮ ଟଙ୍କାକୁ ବୃଦ୍ଧି ଘଟିଛି। ସେହିଭଳି ଡିଜେଲର ଲିଟର ପିଛା ଦର ୭୩.୩୯ ଟଙ୍କାରୁ ୭୪.୦୩ ଟଙ୍କା ଛୁଇଁଥିବା ରାଷ୍ଟ୍ରାୟତ୍ତ ତେଲ କମ୍ପାନୀଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ଥାନୀୟ ସେଲ୍‌ସ ଟିକସ ଏବଂ ଭ୍ୟାଟ୍‌ ଆଧାରରେ ଦେଶର ବିଭିନ୍ନ ପ୍ରାନ୍ତରେ ଇନ୍ଧନ ଦରରେ ଭିନ୍ନତା ଦେଖାଯାଇଛି। ୨୦୧୭ ଜୁନରେ ତେଲ କମ୍ପାନୀଗୁଡିକ ଦୈନିକ ଭିତ୍ତିରେ ଇନ୍ଧନ ଦର ପରିବର୍ତ୍ତନ ନିୟମ ଆରମ୍ଭ କରିଥିଲେ। ପେଟ୍ରୋଲ ଉପରେ ୬୨ ପଇସା ଏବଂ ଡିଜେଲ ଉପରେ ୬୪ ପଇସା ବୃଦ୍ଧି ନୂଆ ନିୟମ ଲାଗୁ ହେବା ପରଠାରୁ ସର୍ବାଧିକ। ଅର୍ଥାତ ବର୍ତ୍ତମାନ ଯାଏ ଏକାଥରକେ ଏଭଳି ବୃଦ୍ଧି କେବେ ହୋଇ ନ ଥିଲା। ବର୍ତ୍ତମାନ ଜୁନ ୭ ପରଠାରୁ ତେଲ କମ୍ପାନୀଗୁଡିକ ଲଗାତର ଦର ବୃଦ୍ଧି କରି ଚାଲିଛନ୍ତି। ସେହିଭଳି ଗତ ଆଠ ଦିନ ମଧ୍ୟରେ ପେଟ୍ରୋଲ ଉପରେ ୪.୫୨ ଟଙ୍କା ଏବଂ ଡିଜେଲ ଉପରେ ୪.୬୪ ଟଙ୍କାର ଦର ବୃଦ୍ଧି ମଧ୍ୟ ରେକର୍ଡ ସ୍ତରର ବୃଦ୍ଧି।

କାହିଁକି ବଢୁଛି ଦର
ସରକାର ଅତିରିକ୍ତ ରାଜସ୍ବ ସଂଗ୍ରହ ଲାଗି ଇନ୍ଧନ ଉପରେ ଅତିରିକ୍ତ ଉତ୍ପାଦ ଟିକସ ବଢାଇଥିଲେ। ଅନ୍ତର୍ଜାତୀୟ ବଜାରରେ ତେଲ ଦର ନିମ୍ନରେ ରହିଥିବାରୁ ଟିକସ ବଢିଲେ ମଧ୍ୟ କମ୍ପାନୀଗୁଡିକ ରିଟେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ନ କରି ନିଜ ଉପରେ ପଡୁଥିବା ପ୍ରଭାବକୁ ନିଜ ମଧ୍ୟରେ ବ୍ୟବସ୍ଥିତ କରିଥିଲେ। ଏହା ପରେ ରାଜ୍ୟଗୁଡିକ ଭ୍ୟାଟ୍‌ ବଢାଇଲେ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିଥିବା ବେଳେ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ବର୍ଦ୍ଧିତ ଟିକସ ଯୋଗୁ ଇନ୍ଧନ ଦର ଲଗାତର ବଢୁଛି। ସରକାର ମାର୍ଚ୍ଚ ୧୪ରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ୩ ଟଙ୍କା ଲେଖାଏ ଉତ୍ପାଦ ଟିକସ ଲାଗୁ କରିଥିଲେ। ଏହା ପରେ ମେ ମାସ ୫ରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୧୦ ଓ ୧୩ ଟଙ୍କା ମୂଲ୍ୟ ଉତ୍ପାଦ ଟିକସ ଲାଗୁ କରିଛନ୍ତି। ଏଭଳି ଟିକସ ବୃଦ୍ଧି ଦ୍ୱାରା ସରକାର ଅତିରିକ୍ତ ୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲାଗି ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୩୨.୯୮ ଟଙ୍କା ଏବଂ ଡିଜେଲ ଉପରେ ୩୧.୮୩ ଟଙ୍କାର ଉତ୍ପାଦ ଟିକସ ଲାଗୁଛି। ୨୦୧୪ରେ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ପେଟ୍ରୋଲ ଉପରେ ଉତ୍ପାଦ ଟିକସ ୯.୪୮ ଟଙ୍କା ଏବଂ ଡିଜେଲ ଉପରେ ୩.୫୬ ଟଙ୍କା ରହିଥିଲା। ନଭେମ୍ବର ୨୦୧୪ରୁ ଜାନୁୟାରୀ ୨୦୧୬ ମଧ୍ୟରେ ସରକାର ୯ ଥର ଉତ୍ପାଦ ଟିକସ ବଢାଇଛନ୍ତି। ସେହି ୧୫ ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୧୧.୭୭ ଟଙ୍କା ଓ ୧୩.୪୭ ଟଙ୍କା ଉତ୍ପାଦ ଟିକସ ବଢାଯିବା ଯୋଗୁ ସରକାର ବୃହତ୍‌ ପରିମାଣର ରାଜସ୍ବ ଆଦାୟ କରିଛନ୍ତି। ଏହି ବାବଦକୁ ୨୦୧୪-୧୫ରେ ରାଜସ୍ବ ୯୯ ହଜାର କୋଟି ଟଙ୍କା ଥିବା ବେଳେ ଏହା ୨୦୧୬-୧୭ରେ ୨.୪୨ ଲକ୍ଷ କୋଟି ଟଙ୍କାକୁ ବଢିଯାଇଥିଲା। ୨୦୧୭ରେ ସରକାର ୨ ଟଙ୍କାର ଉତ୍ପାଦ ଟିକସ କମାଇଥିଲେ। ଗୋଟିଏ ବର୍ଷ ପରେ ଏଥିରେ ୧.୫୦ ଟଙ୍କା ହ୍ରାସ ହୋଇଥିଲା। ୨୦୧୯ ଜୁଲାଇରେ ପୁଣି ଥରେ ୨ ଟଙ୍କା ଉତ୍ପାଦ ଟିକସ ବଢାଯାଇଥିଲା। ଚଳିତବର୍ଷ ମାର୍ଚ୍ଚରେ ପୁଣି ଏଥିରେ ୩ ଟଙ୍କା ବୃଦ୍ଧି ଘଟିଥିଲା। ଅର୍ଥାତ ସରକାର ବାରମ୍ବାର ଟିକସ ବଢାଇବା ଯୋଗୁ ଇନ୍ଧନ ଦର ହ୍ରାସ ହେଉ ନ ଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri