ଭଉଣୀ ଘରକୁ ଭାର ଆଣିଥିବା ଭାଇଙ୍କୁ କରୋନା

କଣିହାଁ,୧୫ା୬(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଅଞ୍ଚଳର ଜଣେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂରୁ ସେ ଅନୁଗୋଳ ଜିଲା କଣିହାଁ ବ୍ଲକ ଏନ୍‌ଟିପିସି ବଜାର ଅଞ୍ଚଳର ଭଉଣୀ ଘରକୁ ଗତ ୧୧ ତାରିଖରେ ରଜଭାର ନେଇ ଆସିଥିବା ଜଣାପଡ଼ିଛି। ଏହି ଖବର ମିଳିବା ପରେ କଣିହାଁ ବ୍ଲକ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ଖୋଜି କ୍ୱାରାଣ୍ଟାଇନ କରାଯାଇଛି।
କଣିହାଁ ବିଡିଓ ରମେଶ କୁମାର ଜେନା, ଏନ୍‌ଟିପିସି ଟାଉନ ଥାନା ଆଇଆଇସି ଦୀପିକା ଦେବୀ ରାୟ କହିଛନ୍ତି, ଢେଙ୍କାନାଳ ଜିଲାର ଯୁବକ ଜଣକ ବାହାର ରାଜ୍ୟରୁ ଫେରିଥିଲେ। ୭ ଦିନ କ୍ୱାରାଣ୍ଟାଇନରେ ରହିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ପରେ ସେ ରଜ ଭାର ନେଇ କଣିହଁା ବ୍ଲକ ଅଞ୍ଚଳର ଭଉଣୀ ଘରକୁ ଆସିଥିଲେ। ଏଠାରେ ୨ ଦିନ ରହି ଶନିବାର ଫେରିଯାଇଥିଲେ। ପୂର୍ବରୁ ତାଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଯାଇଥିବା ବେଳେ ଶନିବାର ପଜିଟିଭ୍‌ ରିପୋର୍ଟ ଆସିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ଭିଣୋଇ ଏନ୍‌ଟିପିସି ବଜାରରେ ବ୍ୟବସାୟ କରୁଥିବାରୁ ତାଙ୍କ ଦୋକାନ ସିଲ୍‌ କରାଯିବା ସହ ପୂରା ପରିବାରକୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସୋମବାର ମୋଟ୍‌ ୩୨ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯିବ। ଏହି ଘଟଣା ପରେ ଏନ୍‌ଟିପିସି ପକ୍ଷରୁ ସତର୍କତା ପଦକ୍ଷେପ ସମ୍ପର୍କରେ କର୍ମଚାରୀଙ୍କ ପାଇଁ ସୋସିଆଲ ମିଡିଆରେ ନୋଟିସ୍‌ ଜାରି କରାଯାଇଛି। ଏନ୍‌ଟିପିସି କଣିହାଁ ଟାଉନଶିପ୍‌ ଓ ଆଖପାଖ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲୁଥିବାରୁ ଟାଉନଶିପ୍‌ରେ ରହୁଥିବା ଲୋକଙ୍କୁ ଅତି ଜରୁରୀ କାମ ନ ଥିଲେ ବାହାରକୁ ଯିବାକୁ ବାରଣ କରାଯାଇଛି। ଏଥିସହ ପ୍ରକଳ୍ପର ପିଟିଏସ୍‌ ଗେଟ୍‌କୁ ବନ୍ଦ କରାଯାଇଛି। ତେଣୁ କର୍ମଚାରୀମାନେ ଡ୍ୟୁଟି କରିବାକୁ ବିକାଶ ଦ୍ୱାର ପ୍ଲାଣ୍ଟ ଗେଟ୍‌ ଦେଇ ଯିବାକୁ ସୂଚନା ଦିଆଯାଇଛି। ଯଦି କୌଣସି କର୍ମଚାରୀ ଗତ ୧୦ ତାରିଖରୁ କ୍ୱାରାଣ୍ଟାଇନରେ ଥିବା ସେହି ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିବେ କିମ୍ବା ତାଙ୍କ ଗ୍ରାମକୁ ଯାଇଥିବେ ତା’ହେଲେ ସେମାନେ ତୁରନ୍ତ ଡିଜିଏମ୍‌(ଏଚ୍‌ଆର୍‌) ଜାକିର ଖାନ୍‌ କିମ୍ବା ସରକାରଙ୍କୁ ସୂଚନା ଦେବାକୁ ନୋଟିସରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri