ଦୁଇଓଳି ଖାଦ୍ୟ ଯୋଗାଡ଼ ଚିନ୍ତା

ଖଇରା, ୧୫।୬(ଡି.ଏନ୍‌.ଏ.)-ରାତି ପାହିଲେ ଖାଦ୍ୟ ଚିନ୍ତା। ଯେଉଁ ବୟସରେ ମା’ ବାପାଙ୍କ ସ୍ନେହ ଶ୍ରଦ୍ଧା ମଧ୍ୟରେ ରହି ହସିଖେଳି ଦିନ କାଟିବା କଥା, ସେଠାରେ ସେମାନଙ୍କୁ ପରିବାରର ବୋଝ ସମ୍ଭାଳିବାକୁ ପଡୁଛି। କେବଳ ଅଭାବ ମଧ୍ୟରେ ସବୁ କିଛି ଅନ୍ଧାର ଦେଖାଯାଉଛି। ଏତେ ବଡ଼ ସଂସାରରେ ଆଗକୁ ରାହା ଦେବାକୁ କେହିନାହିଁ। ଅନ୍ୟ ପରିବାରରେ ପିଲାମାନେ ଭୋଗବିଳାସରେ ରହି ସ୍ବପ୍ନ ଦେଖୁଥିବା ବେଳେ ବାଲେଶ୍ୱର ଜିଲା ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତ ବଉଳାଣି ପାଟଣା ଗ୍ରାମର ଦୁଇ ଭଉଣୀ ଝାଟିମାଟି ଘରେ ୨ ଓଳି ଖାଦ୍ୟ ଯୋଗାଡ଼ ପାଇଁ ସଂଘର୍ଷ କରୁଛନ୍ତି। ଏହି ଦୁଇ ଭଉଣୀ ହେଲେ ନମିତା(୨୨) ଓ ଲକ୍ଷ୍ମୀପ୍ରିୟା(୧୮)। ତାଙ୍କ ମା’ ସୁମତି ସେଠୀ ୬ମାସ ପୂର୍ବେ ହୃଦ୍‌ରୋଗରେ ପ୍ରାଣ ହରାଇଥିଲେ। ମାନସିକ ଭାରସାମ୍ୟ ହରାଇଥିବା ବାପାଙ୍କୁ ନେଇ ତାଙ୍କ ସଂସାର। ବାପା ଶ୍ରୀକାନ୍ତ ସେଠୀ ଜଣେ ପରିଶ୍ରମୀ ମଣିଷ ଥିଲେ। ୨ଝିଅ ଓ ସ୍ତ୍ରୀଙ୍କୁ ନେଇ ପରିବାର ଠିକଠାକ୍‌ ଚାଲୁଥିଲା। ୧୦ବର୍ଷ ତଳେ ଶ୍ରୀକାନ୍ତ ମାନସିକ ଭାରସାମ୍ୟ ହରାଇବା ପରେ ସ୍ତ୍ରୀ ସୁମତି କାମଧନ୍ଦା କରି ଘର ଚଳାଉଥିଲେ। ହେଲେ ସୁମତି ହୃଦ୍‌ରୋଗରେ ଶିକାର ହେବା ପରେ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ହୋଇ ନ ପାରିବାରୁ ଶେଷରେ ସ୍ବାମୀ ଓ ୨ଝିଅଙ୍କୁ ଛାଡି ସେ ସବୁଦିନ ପାଇଁ ଆଖିବୁଜିଲେ। ଏବେ ସରପଞ୍ଚଙ୍କ ଉଦ୍ୟମରେ ସେମାନଙ୍କ ପରିବାର ଅନ୍ତ୍ୟୋଦୟ ଯୋଜନାରେ ସାମିଲ ହୋଇଛି ା ଗାଁ ଲୋକେ ମଧ୍ୟ କେବେ କେମିତି କିଛି କିଛି ଅର୍ଥ ଆଦାୟ କରିଦେଇଥାନ୍ତି। ଏବେ ଝିଅମାନଙ୍କର ବିବାହ ବୟସ ହୋଇଯାଇଥିବାରୁ ସେମାନଙ୍କ କଥା କିଏ ବୁଝିବ। ବହୁ ସଙ୍ଗଠନ ଅସହାୟ ପରିବାରକୁ ସହାୟତା ଯୋଗାଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ଏହି ନିରାଶ୍ରୟ ପରିବାର ପାଇଁ କେହି ଆଗେଇ ନ ଆସିବା ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ

ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର‌ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri