କରୋନା ଯୋଦ୍ଧାଙ୍କ ସୁରକ୍ଷା ଚିନ୍ତା: ଜି.ଉଦୟଗିରି ଏନ୍ଏସି ତରଫରୁ ସଫେଇ କର୍ମଚାରୀଙ୍କୁ ଦିଆଗଲା ପିପିଇ
ଜି.ଉଦୟଗିରି,୨୨।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଏନ୍ଏସି ତରଫରୁ ବୁଧବାର ସଫେଇ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ପୋଷାକ(ପିପିଇ) ଯୋଗାଇ ଦିଆଯାଇଛି। କରୋନା ଯୁଦ୍ଧରେ ଏମାନେ ମଧ୍ୟ ଆଗ ଧାଡ଼ିର ଯୋଦ୍ଧା। ସେମାନଙ୍କ ସୁରକ୍ଷା ପାଇଁ ଏହି ପୋଷାକ ଦିଆ ଯାଇଛି ବୋଲି ଜି.…
ବନରକ୍ଷୀଙ୍କୁ କାଠଚୋରଙ୍କ ଆକ୍ରମଣ: ସରକାରୀ ଗାଡ଼ି ଭଙ୍ଗାରୁଜା
ଦେବଗଡ଼,୨୨ା୪(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଧୀନ ସଂଘାପଶି ଜଙ୍ଗଲରୁ ପଡ଼ୋଶୀ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକୁମୁଣ୍ଡା ଗ୍ରାମର କେତେକ ଦୁର୍ବୃତ୍ତ ବନରକ୍ଷୀଙ୍କୁ ଆକ୍ରମଣ କରି ଗଛ କାଟି ନେବା ସହ ସରକାରୀ ଗାଡ଼ି ଭଙ୍ଗାରୁଜା କରିଥିବା କୁଣ୍ଢେଇଗୋଳା…
ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଲେ ଡାକ୍ତର
କଟକ ଅଫିସ, ୨୨।୪: ବର୍ତ୍ତମାନ ସମୟରେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ଏକ ପ୍ରକାର ମାନସିିକ ଚାପ ଦେଇ ଗତି କରୁଛନ୍ତି। ସେହିପରି ଏହି ସ୍ବାସ୍ଥ୍ୟକର୍ମୀମାନଙ୍କ ପରିବାର ଲୋକେ ମଧ୍ୟ…
କର୍ତ୍ତବ୍ୟ ଆଗ: ୮ ମାସର ଗର୍ଭବତୀ ସତ୍ତ୍ୱେ ଡ୍ୟୁଟି କରୁଛନ୍ତି ଏସ୍ଆଇ ମମତା
କଟକ ଅଫିସ,୨୨।୪: କରୋନା (କୋଭିଡ-୧୯)ମୁକାବିଲା ପାଇଁ ଏବେ ସବୁଆଡ଼େ ଲକ୍ଡାଉନ। ଏହାକୁ କଡ଼ାକଡ଼ି ପାଳନ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଛି ପୋଲିସ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଅଧିକାରୀ ଏବଂ ପୋଲିସ କର୍ମଚାରୀ ଡ୍ୟୁଟି କରୁଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ…
କରୋନା ସଂକ୍ରମଣ: ମୃତକଙ୍କ ପାଇଁ ୧୫ ପୃଷ୍ଠାର ଶୋକ ପ୍ରକାଶ କଲା ଆମେରିକା ଖବର କାଗଜ
ଓ୍ବାଶିଂଟନ,୨୨।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଆମେରିକାର ଏକ ଖବର କାଗଜ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କ ଉଦ୍ଦେଶ୍ୟରେ ୧୫ ପୃଷ୍ଠାର ଶୋକ ପ୍ରକାଶ କରିଛି। ଏପ୍ରିଲ୍ ୧୯ରେ ମୃତ୍ୟୁ ଘଟିଥିବା ଲୋକଙ୍କ ପାଇଁ ‘…
ରାଜ୍ୟ ସରକାରଙ୍କ କୋଭିଡ ହେଲ୍ପ ଡେସ୍କ ଶୁଭାରମ୍ଭ: ହ୍ବାଟ୍ସଆପ୍ରେ ମିଳିପାରିବ କରୋନା ସମ୍ପର୍କିତ ସୂଚନା
ଭୁବନେଶ୍ୱର, ୨୨।୪(ବ୍ୟୁରୋ): କରୋନା ମହାମାରୀ ସହ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲୋକଙ୍କ ପାଖରେ କରୋନା ସମ୍ପର୍କିତ ତଥ୍ୟ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏ ନେଇ ଏକ ହ୍ବାଟ୍ସ…
କରୋନା ସଂକ୍ରମଣ: ଲିଭର ଖରାପ ହେବାରୁ କଳା ପଡ଼ିଗଲା ୨ ଡାକ୍ତରଙ୍କ ତ୍ୱଚା ରଙ୍ଗ
ବେଜିଂ,୨୨।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଉଦ୍ୟମ ମଧ୍ୟ ଅବ୍ୟାହତ ରହିଛି। କରୋନା ସଂକ୍ରମଣ ଯୋଗୁ ଶ୍ୱାସନଳୀରେ ସଂକ୍ରମଣ ହେବାସହିତ ଲିଭର ମଧ୍ୟ ପ୍ରଭାବିତ ହୋଇଥାଏ। ଏହାପରେ କିଡ୍ନୀ ଖରାପ ହୋଇଯାଏ…
ବାସୁଦେବପୁରର ୯ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା: ଲୋକଙ୍କୁ ଘରୁ ନ ବାହାରିକାକୁ ନିର୍ଦ୍ଦେଶ
ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍.ଏ.): ଭଦ୍ରକ ଜିଲାରେ ପୁଣି ୩ କରୋନା ପଜିଟିଭ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ବାସୁଦେବପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ତେବେ ଏହାର…
କରୋନା ସଂକ୍ରମଣ: ପିତାଙ୍କ ମୃତଦେହ ନେବାକୁ ମନାକଲେ ପୁଅ; ତହସିଲଦାର କଲେ ଅନ୍ତିମ ସଂସ୍କାର
ଭୋପାଳ,୨୨।୪: କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। କରୋନା ଯୋଗୁ ରକ୍ତ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି…
କାର୍ରେ କୋଭିଡ-୧୯ ପାସ୍ ଲଗାଇ ମଦ ବେପାର
ଭୁବନେଶ୍ୱର,୨୨ା୪ (ବ୍ୟୁରୋ): ରାଜଧାନୀରେ କଡ଼ା କଟକଣା ସତ୍ତ୍ୱେ ଚାଲିଛି ବେଆଇନ ମଦ ବେପାର। ଦାମୀ କାର୍ରେ ଛୋଟ ମଦୁଆଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କୁ ଯୋଗାଯାଉଛି ମଦ। ଦାମୀ କାରରେ କୋଭିଡ-୧୯ ପାସ୍ ଲଗାଇ ଚାଲିଥିବା ଏହି କାରବାର ଧରାପଡିଛି। ଏଥିରେ ସମ୍ପୃକ୍ତ…
ରାଜ୍ୟ ପୋଲିସର ସେବାକୁ ପ୍ରଶଂସା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୭ଅବସରପ୍ରାପ୍ତ ଡିଜିପି
ଭୁବନେଶ୍ୱର,୨୨ା୪(ବ୍ୟୁରୋ): କୋଭିଡ୍-୧୯ ମୁକାବିଲାରେ ଅନ୍ୟତମ ଯୋଦ୍ଧା ସାଜିଛନ୍ତି ପୋଲିସ କର୍ମଚାରୀ। ଏଭଳି ଏକ ବିପଦ ସମୟରେ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଜନସାଧାରଣଙ୍କୁ ଘରେ ରହି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦେଉଛନ୍ତି। ଏପରିକି ନିଜ ଜୀବନକୁ ଖାତିରି…
ପାନ, ଗୁଟ୍ଖା ଛେପ ପକାଇଲେ ଅର୍ଥଦଣ୍ଡ
ଭୁବନେଶ୍ୱର,୨୨ା୪(ବ୍ୟୁରୋ) କରୋନା ସଂକ୍ରମଣ ଭୟ କେତେକ ଖରାପ ଅଭ୍ୟାସ ଛାଡିବାକୁ ମଣିଷକୁ ବାଧ୍ୟ କରିଛି। ଛେପ ଓ ଖଙ୍କାର ଦ୍ୱାରା ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ରହିଛି। ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ଜନସାଧାରଣଙ୍କୁ ରାଜ୍ୟ ସରକାର ତାଗିଦ କରିଛନ୍ତିି।…
Archives


