ପାର୍ବଣ ପୂର୍ବରୁ ପେଟ ଚିନ୍ତା

କାମାକ୍ଷାନଗର, ୩୧।୭(ଡି.ଏନ.ଏ.) – ଦିନ କେଇଟା ପରେ ପାଦ ଥାପିବ ପାର୍ବଣ। ମାଟିରେ ମାଟି ହୋଇ ମାଟିକୁ ଜୀବନ୍ତ ରୂପ ଦେଉଥିବା କାରିଗରଙ୍କୁ ଏତେବେଳକୁ ମିଳନ୍ତାନି ତର। ଅର୍ଡର ଦେବାକୁ ମୂର୍ତ୍ତିକାରଙ୍କ ଘର ଆଗରେ ଲାଗିଥାନ୍ତା ଲମ୍ବା ଲାଇନ୍‌। ହେଲେ କରୋନା ପାଇଁ ଖାଲିପଡ଼ିଛି ଶାଳଘର। ଅର୍ଥ ଉପାର୍ଜନ ସମୟରେ ହାତ ବାନ୍ଧି ବସିଛନ୍ତି ଶିଳ୍ପୀ। କରୋନା ପାଇଁ ପର୍ବପର୍ବାଣିରେ ଲାଗିଥିବା କଟକଣା ମୂର୍ତ୍ତି କାରିଗରଙ୍କ ବୃତ୍ତିକୁ ବିପନ୍ନ କରିଦେଇଥିବାବେଳେ ପାର୍ବଣ ପୂର୍ବରୁ ସେମାନଙ୍କୁ ଘାରିଛି ପେଟପାଟଣା ଚିନ୍ତା।
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ମୂର୍ତ୍ତିକାରଙ୍କ ଗାଁ ଭାବେ ପରିଚିତ ଆଳତୁମାରେ ରୁହନ୍ତି ୨୦ କୁମ୍ଭକାର ପରିବାର। ସେମାନଙ୍କ ମଧ୍ୟରୁ ୧୦ ପରିବାର କେବଳ ମୂର୍ତ୍ତିତିଆରି ଉପରେ ନିର୍ଭରଶୀଳ। ପାର୍ବଣ ଋତୁ ଆସିଲେ ଖୋଜାପଡ଼ନ୍ତି ଏହି ମୂର୍ତ୍ତିକାରମାନେ। ହେଲେ ଚଳିତବର୍ଷ କରୋନା କୋରଡ଼ା ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ପାର୍ବଣ ଋତୁରେ ପର୍ଯ୍ୟାପ୍ତ ରୋଜଗାର ଆଶାରେ ରହୁଥିବା ଶିଳ୍ପୀ ପରିବାର କାମ ନ ପାଇଁ ୪ମାସ ହେଲା ହାତବାନ୍ଧି ବସିଛନ୍ତି। ମୂର୍ତ୍ତିକାରଙ୍କ କହିବା କଥା, ଜନ୍ମାଷ୍ଟମୀଠାରୁ ମୂର୍ତ୍ତିକାମ ଜୋର୍‌ ଧରିଥାଏ। ପର୍ଯ୍ୟାୟକ୍ରମେ ଖୁଦୁରୁକୁଣୀ, ଗଣେଶ, ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାର୍ତ୍ତିକେଶ୍ୱର, କାଳୀ, ସରସ୍ବତୀ ଆଦି ପୂଜାରେ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ସେମାନେ ପ୍ରତିବର୍ଷ ଭଲ ରୋଜଗାର କରୁଥିଲେ। ଅନ୍ୟ ସମୟରେ ସିମେଣ୍ଟର ଉପକରଣ ମଧ୍ୟ ତିଆରି କରୁଥିଲେ। ଚଳିତବର୍ଷ ଜନ୍ମାଷ୍ଟମୀ ଏବଂ ଗଣେଶ ପୂଜାରେ ମୂର୍ତ୍ତି ନିର୍ମାଣ ଲାଗି ମାଟି, ନଡ଼ା, କାଠପଟା, ସୁତୁଲି, କପଡ଼ା, ରଙ୍ଗ ମହଜୁଦ୍‌ କରି ରଖିଛନ୍ତି। ହେଲେ ପାର୍ବଣ ଉପରେ ଜାରି କରାଯାଇଥିବା କଟକଣା ଯୋଗୁ କାମ ଅନୁକୂଳ ହୋଇପାରିନି। କରୋନା କଟକଣା ଚଳିତବର୍ଷ ମୂର୍ତ୍ତି ନିର୍ମାଣକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ପୂର୍ବରୁ ମୂର୍ତ୍ତିକାମକୁ ବାଦ୍‌ଦେଲେ ସେମାନେ ମନ୍ଦିର ଏବଂ କୋଠା ନିର୍ମାଣ କରୁଥିଲେ। ଏବେ ସେତକ ବି ହୋଇପାରୁ ନାହିଁ। ମୂର୍ତ୍ତିକାରଙ୍କୁ ଉପଯୁକ୍ତ ମାନ୍ୟତା କି ପାରିଶ୍ରମିକ ମିଳୁ ନ ଥିବାରୁ ଜୀବନ ଦୁର୍ବିଷହ ହୋଇପଡ଼ିଛି। ସରକାର କିମ୍ବା ଜିଲା ପ୍ରଶାସନ ସହାୟତାର ହାତ ନ ବଢ଼ାଇଲେ ଆଗାମୀ ଦିନରେ ଜୀବନ ଜିଇଁବା କଷ୍ଟକର ହୋଇପଡ଼ିବ ବୋଲି ଶିଳ୍ପୀମାନେ କହିଛନ୍ତି।
ଏମିତି ଦୁର୍ଦ୍ଦିନ କେବେ ଆସି ନ ଥିଲା
୧୦ବର୍ଷରୁ ମୂର୍ତ୍ତିକାମକୁ ବୃତ୍ତି ଭାବେ ଗ୍ରହଣ କରିଛି। ପ୍ରଥମେ ମାଟିପାତ୍ର ଗଢୁଥିଲି। ମୂର୍ତ୍ତି ତିଆରିରେ ଭଲ ଦି ପଇସା ମିଳିବାପରେ ଏଥିରେ ମନ ବଳାଇଲି। ପ୍ରତିବର୍ଷ ଯାହା ରୋଜଗାର ହୁଏ ପରିବାର ଚଳିଯାଏ। କିନ୍ତୁ ଏଭଳି ଦୁର୍ଦ୍ଦିନ କେବେ ଆସି ନ ଥିଲା। ଏବେ ପ୍ରତିଦିନ କେମିତି ଚୁଲି ଜଳିବ ସେହି ଚିନ୍ତାରେ ଦିନ ବିତୁଛି।
– ବସନ୍ତ ପରିଡ଼ା, ମୂର୍ତ୍ତି କାରିଗର
ଗୋଟିଏ ବି ଅର୍ଡର ମିଳିନି
ପ୍ରତିବର୍ଷ ଛୋଟ ମୂର୍ତ୍ତି ସହ ୮ରୁ ୧୦ଟି ବଡ଼ ମୂର୍ତ୍ତି ଅର୍ଡର ମିଳିଗଲେ ଅର୍ଥର ଅଭାବ ରହୁ ନ ଥିଲା। ଚଳିତବର୍ଷ ପର୍ବପର୍ବାଣି ପାଳନରେ କଟକଣା ଲାଗିଥିବାରୁ ଗୋଟିଏ ବି ମୂର୍ତ୍ତି ଅର୍ଡର ମିଳିନାହିଁ। ଟଙ୍କାପଇସା ସବୁ ସରିଲାଣି। ମୂଲ କାମ ପାଇଁ ମଧ୍ୟ କେହି ଡାକୁନାହାନ୍ତି। ଏପରି କଷ୍ଟକର ସମୟରେ ସରକାରୀ ସହାୟତା ନିହାତି ଆବଶ୍ୟକ।
– ଗୁଣନିଧି ପରିଡ଼ା, ମୂର୍ତ୍ତି କାରିଗର
ଦୋଛକିରେ ଜୀବନ ଜୀବିକା
କରୋନା ପାଇଁ ଜୀବନ ଜୀବିକା ଦୋଛକିରେ ପଡ଼ିଛି। ମାଟିମୂର୍ତ୍ତି ବିକ୍ରି ହେଉ ନ ଥିବାରୁ ସିମେଣ୍ଟରେ ଘର ସାଜସଜ୍ଜା ପାଇଁ ମୂର୍ତ୍ତି ତିଆରି କରୁଛୁ। ହେଲେ ତାକୁ ବି କିଣିବାକୁ ଗ୍ରାହକ ମିଳୁନାହାନ୍ତି। କରୋନା କଟକଣା ହଟିଗଲେ ବି କଞ୍ଚାମାଲ ନ ଥିବାରୁ ମୂର୍ତ୍ତି ନିର୍ମାଣ କରିବା ଅସମ୍ଭବ। ଏହି ବୃତ୍ତି ଛାଡ଼ି ଦୋକାନଟିଏ କରିବି ବୋଲି ଭାବୁଛି।
– ମଦନମୋହନ ପରିଡ଼ା, ମୂର୍ତ୍ତି କାରିଗର


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?