ପାର୍ବଣ ପୂର୍ବରୁ ପେଟ ଚିନ୍ତା

କାମାକ୍ଷାନଗର, ୩୧।୭(ଡି.ଏନ.ଏ.) – ଦିନ କେଇଟା ପରେ ପାଦ ଥାପିବ ପାର୍ବଣ। ମାଟିରେ ମାଟି ହୋଇ ମାଟିକୁ ଜୀବନ୍ତ ରୂପ ଦେଉଥିବା କାରିଗରଙ୍କୁ ଏତେବେଳକୁ ମିଳନ୍ତାନି ତର। ଅର୍ଡର ଦେବାକୁ ମୂର୍ତ୍ତିକାରଙ୍କ ଘର ଆଗରେ ଲାଗିଥାନ୍ତା ଲମ୍ବା ଲାଇନ୍‌। ହେଲେ କରୋନା ପାଇଁ ଖାଲିପଡ଼ିଛି ଶାଳଘର। ଅର୍ଥ ଉପାର୍ଜନ ସମୟରେ ହାତ ବାନ୍ଧି ବସିଛନ୍ତି ଶିଳ୍ପୀ। କରୋନା ପାଇଁ ପର୍ବପର୍ବାଣିରେ ଲାଗିଥିବା କଟକଣା ମୂର୍ତ୍ତି କାରିଗରଙ୍କ ବୃତ୍ତିକୁ ବିପନ୍ନ କରିଦେଇଥିବାବେଳେ ପାର୍ବଣ ପୂର୍ବରୁ ସେମାନଙ୍କୁ ଘାରିଛି ପେଟପାଟଣା ଚିନ୍ତା।
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ମୂର୍ତ୍ତିକାରଙ୍କ ଗାଁ ଭାବେ ପରିଚିତ ଆଳତୁମାରେ ରୁହନ୍ତି ୨୦ କୁମ୍ଭକାର ପରିବାର। ସେମାନଙ୍କ ମଧ୍ୟରୁ ୧୦ ପରିବାର କେବଳ ମୂର୍ତ୍ତିତିଆରି ଉପରେ ନିର୍ଭରଶୀଳ। ପାର୍ବଣ ଋତୁ ଆସିଲେ ଖୋଜାପଡ଼ନ୍ତି ଏହି ମୂର୍ତ୍ତିକାରମାନେ। ହେଲେ ଚଳିତବର୍ଷ କରୋନା କୋରଡ଼ା ସେମାନଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ପାର୍ବଣ ଋତୁରେ ପର୍ଯ୍ୟାପ୍ତ ରୋଜଗାର ଆଶାରେ ରହୁଥିବା ଶିଳ୍ପୀ ପରିବାର କାମ ନ ପାଇଁ ୪ମାସ ହେଲା ହାତବାନ୍ଧି ବସିଛନ୍ତି। ମୂର୍ତ୍ତିକାରଙ୍କ କହିବା କଥା, ଜନ୍ମାଷ୍ଟମୀଠାରୁ ମୂର୍ତ୍ତିକାମ ଜୋର୍‌ ଧରିଥାଏ। ପର୍ଯ୍ୟାୟକ୍ରମେ ଖୁଦୁରୁକୁଣୀ, ଗଣେଶ, ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାର୍ତ୍ତିକେଶ୍ୱର, କାଳୀ, ସରସ୍ବତୀ ଆଦି ପୂଜାରେ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ସେମାନେ ପ୍ରତିବର୍ଷ ଭଲ ରୋଜଗାର କରୁଥିଲେ। ଅନ୍ୟ ସମୟରେ ସିମେଣ୍ଟର ଉପକରଣ ମଧ୍ୟ ତିଆରି କରୁଥିଲେ। ଚଳିତବର୍ଷ ଜନ୍ମାଷ୍ଟମୀ ଏବଂ ଗଣେଶ ପୂଜାରେ ମୂର୍ତ୍ତି ନିର୍ମାଣ ଲାଗି ମାଟି, ନଡ଼ା, କାଠପଟା, ସୁତୁଲି, କପଡ଼ା, ରଙ୍ଗ ମହଜୁଦ୍‌ କରି ରଖିଛନ୍ତି। ହେଲେ ପାର୍ବଣ ଉପରେ ଜାରି କରାଯାଇଥିବା କଟକଣା ଯୋଗୁ କାମ ଅନୁକୂଳ ହୋଇପାରିନି। କରୋନା କଟକଣା ଚଳିତବର୍ଷ ମୂର୍ତ୍ତି ନିର୍ମାଣକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ପୂର୍ବରୁ ମୂର୍ତ୍ତିକାମକୁ ବାଦ୍‌ଦେଲେ ସେମାନେ ମନ୍ଦିର ଏବଂ କୋଠା ନିର୍ମାଣ କରୁଥିଲେ। ଏବେ ସେତକ ବି ହୋଇପାରୁ ନାହିଁ। ମୂର୍ତ୍ତିକାରଙ୍କୁ ଉପଯୁକ୍ତ ମାନ୍ୟତା କି ପାରିଶ୍ରମିକ ମିଳୁ ନ ଥିବାରୁ ଜୀବନ ଦୁର୍ବିଷହ ହୋଇପଡ଼ିଛି। ସରକାର କିମ୍ବା ଜିଲା ପ୍ରଶାସନ ସହାୟତାର ହାତ ନ ବଢ଼ାଇଲେ ଆଗାମୀ ଦିନରେ ଜୀବନ ଜିଇଁବା କଷ୍ଟକର ହୋଇପଡ଼ିବ ବୋଲି ଶିଳ୍ପୀମାନେ କହିଛନ୍ତି।
ଏମିତି ଦୁର୍ଦ୍ଦିନ କେବେ ଆସି ନ ଥିଲା
୧୦ବର୍ଷରୁ ମୂର୍ତ୍ତିକାମକୁ ବୃତ୍ତି ଭାବେ ଗ୍ରହଣ କରିଛି। ପ୍ରଥମେ ମାଟିପାତ୍ର ଗଢୁଥିଲି। ମୂର୍ତ୍ତି ତିଆରିରେ ଭଲ ଦି ପଇସା ମିଳିବାପରେ ଏଥିରେ ମନ ବଳାଇଲି। ପ୍ରତିବର୍ଷ ଯାହା ରୋଜଗାର ହୁଏ ପରିବାର ଚଳିଯାଏ। କିନ୍ତୁ ଏଭଳି ଦୁର୍ଦ୍ଦିନ କେବେ ଆସି ନ ଥିଲା। ଏବେ ପ୍ରତିଦିନ କେମିତି ଚୁଲି ଜଳିବ ସେହି ଚିନ୍ତାରେ ଦିନ ବିତୁଛି।
– ବସନ୍ତ ପରିଡ଼ା, ମୂର୍ତ୍ତି କାରିଗର
ଗୋଟିଏ ବି ଅର୍ଡର ମିଳିନି
ପ୍ରତିବର୍ଷ ଛୋଟ ମୂର୍ତ୍ତି ସହ ୮ରୁ ୧୦ଟି ବଡ଼ ମୂର୍ତ୍ତି ଅର୍ଡର ମିଳିଗଲେ ଅର୍ଥର ଅଭାବ ରହୁ ନ ଥିଲା। ଚଳିତବର୍ଷ ପର୍ବପର୍ବାଣି ପାଳନରେ କଟକଣା ଲାଗିଥିବାରୁ ଗୋଟିଏ ବି ମୂର୍ତ୍ତି ଅର୍ଡର ମିଳିନାହିଁ। ଟଙ୍କାପଇସା ସବୁ ସରିଲାଣି। ମୂଲ କାମ ପାଇଁ ମଧ୍ୟ କେହି ଡାକୁନାହାନ୍ତି। ଏପରି କଷ୍ଟକର ସମୟରେ ସରକାରୀ ସହାୟତା ନିହାତି ଆବଶ୍ୟକ।
– ଗୁଣନିଧି ପରିଡ଼ା, ମୂର୍ତ୍ତି କାରିଗର
ଦୋଛକିରେ ଜୀବନ ଜୀବିକା
କରୋନା ପାଇଁ ଜୀବନ ଜୀବିକା ଦୋଛକିରେ ପଡ଼ିଛି। ମାଟିମୂର୍ତ୍ତି ବିକ୍ରି ହେଉ ନ ଥିବାରୁ ସିମେଣ୍ଟରେ ଘର ସାଜସଜ୍ଜା ପାଇଁ ମୂର୍ତ୍ତି ତିଆରି କରୁଛୁ। ହେଲେ ତାକୁ ବି କିଣିବାକୁ ଗ୍ରାହକ ମିଳୁନାହାନ୍ତି। କରୋନା କଟକଣା ହଟିଗଲେ ବି କଞ୍ଚାମାଲ ନ ଥିବାରୁ ମୂର୍ତ୍ତି ନିର୍ମାଣ କରିବା ଅସମ୍ଭବ। ଏହି ବୃତ୍ତି ଛାଡ଼ି ଦୋକାନଟିଏ କରିବି ବୋଲି ଭାବୁଛି।
– ମଦନମୋହନ ପରିଡ଼ା, ମୂର୍ତ୍ତି କାରିଗର


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା!

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri