ଛାତ ପାଲଟିଛି ବଗିଚା

ବାରିପଦା ଅଫିସ, ୩୧ା୭- ପରିବେଶ ପ୍ରତି ଦୁର୍ବଳତା ରହିଛି ତାଙ୍କର। ସେଥିପାଇଁ ନିଜ ଛାତ ଉପରେ ତିଆରି କରିଛନ୍ତି ସୁନ୍ଦର ବଗିଚା। ଏହି ବଗିଚାରେ ଭଳିକି ଭଳିି ଫୁଲ ଓ ଫଳ ସାଙ୍ଗକୁ ରହିଛି ପନପରିବା ଗଛର ସମ୍ଭାର। ଏହି ବଗିଚାକୁ ଦେଖିଲେ ଯେ କେହି ବି କ୍ଷଣିକ ପାଇଁ ଅଟକିଯିବେ। ଛାତ ଉପରେ ଏହିଭଳି ବଗିଚା ତିଆରି କରିଛନ୍ତି ବାରିପଦା ପୌରପରିଷଦ ଅଧୀନ ୫ନଂ. ୱାର୍ଡ଼ ସୁରୂପନଗର ବାସିନ୍ଦା ଧରଣୀ କୁମାର ଦେ। ଏହି ବଗିଚାକୁ ଦେଖିଲେ ଜଣାପଡ଼େ ଧରଣୀଙ୍କ ପରିବେଶ ପ୍ରତି ଭଲ ପାଇବା କେତେ। ସପେଟା, ପିଜୁଳି, ଆମ୍ବ, ନଡ଼ିଆ, ଡାଳିମ୍ବ, ବରକୋଳି, ଲେମ୍ବୁ, ଭେଣ୍ଡି, ପୋଇ, ପୋଟଳ, ଗୋଲାପ, ଗେଣ୍ଡୁ ଫୁଲ, ଧନିଆ ପତ୍ର, ଲଙ୍କା ଆଦି ୪୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଫୁଲ, ଫଳ ଓ ପନିପରିବା ଗଛ ଲଗାଇଛନ୍ତି। କେବଳ ସେତିକ ନୁହେଁ ଥାଲକୁଡ଼ି, ଅଶ୍ୱଗନ୍ଧା ଭଳି ଔଷଧିୟ ବୃକ୍ଷ ମଧ୍ୟ ଲଗାଇଛନ୍ତି ସେ। ଧରଣୀ କୁହନ୍ତି ଯେ, ପିଲାଦିନୁ ଗଛ ପ୍ରତି ତାଙ୍କର ଦୁର୍ବଳତା ଥିଲା। ସହରରେ ରହୁଥିବା ହେତୁ ଗଛ ଲଗାଇବା ପାଇଁ ଜାଗାର ଅଭାବ ଦେଖାଦେଲା। ତେଣୁ ଛାତ ଉପରେ ସେ ବଗିଚା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ମାଟି କୁଣ୍ଡରେ ବିଭିନ୍ନ ଗଛ ଲଗାଇଥିଲେ। ମାତ୍ର ମାଟିକୁଣ୍ଡ ଅଳ୍ପ ଦିନ ପରେ ନଷ୍ଟ ହୋଇଯାଉଥିଲା। ଏବେ ସେ ପ୍ଲାଷ୍ଟିକ୍‌ କୁଣ୍ଡରେ ବିଭିନ୍ନ ପ୍ରକାର ଗଛ ଲଗାଇଛନ୍ତି। ବଜାରରେ ମିଳୁଥିବା ପନିପରିବାରେ ରାସାୟନିକ ସାର ଦିଆଯାଉଥିବା ବେଳେ ତାହା ଦେହ ପାଇଁ କ୍ଷତିକାରକ। କିନ୍ତୁ ଜୈବିକ ସାର ବ୍ୟବହାର କରି ନିଜେ ଚାଷ କଲେ ସେଥିରୁ ମୁକ୍ତି ମିଳିବ। ଛାତରେ ବଗିଚା କରିବା ପାଇଁ କମ୍‌ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପରିଶ୍ରମ ମଧ୍ୟ କମ୍‌। ଗୋଟିଏ ପରିବାର ପାଇଁ ଯେତିକି ଆବଶ୍ୟକ ସେତିକି ପନିପରିବା ଆରାମରେ ଚାଷରୁ ମିଳିଯିବ। ଜଣେ ଚାହିଁଲେ ନିଜ ଛାତ ଉପରେ ସୁନ୍ଦର ବଗିଚାଟିଏ କରିପାରିବ। ବର୍ଷ ସାରା ତାଙ୍କୁ ପନିପରିବା କିଣିବା ପାଇଁ ପଡ଼ୁ ନ ଥିବା ସେ କହିଛନ୍ତି। ଋତୁ ଅନୁସାରେ ସେ ପନିପରିବା ଚାଷ କରନ୍ତି। ଶୀତ ଋତୁରେ ଫୁଲ କୋବି, ବନ୍ଧାକୋବି, ଗାଜର, ମୂଳା, କଖାରୁ ଆଦି ଚାଷ କରିଛନ୍ତି। ଗତ ବର୍ଷ ତାଙ୍କର ୧୨ କେଜି ଓଜନର ଦୁଇଟି କଖାରୁ ହୋଇଥିଲା। ଯେଉଁଦିନ ଅଧିକ ପରିବା ବାହାରେ ସେଦିନ ସେ ସାହିପଡ଼ିଶାଙ୍କୁ ବାଣ୍ଟି ଦିଅନ୍ତି। ପେଶାରେ ଧରଣୀ ଜଣେ ବ୍ୟବସାୟୀ। ବାରିପଦା ଗାନ୍ଧୀ ମାର୍କେଟରେ ତାଙ୍କର ଏକ ଆସବାବପତ୍ର ଦୋକାନ ରହିଥିବା ବେଳେ ନିଶାରେ କିନ୍ତୁ ସେ ଜଣେ ପରିବେଶ ପ୍ରେମୀ। ପ୍ରତିଦିନ ସକାଳ ୬ଟାରୁ ୮ଟା ସେ ବଗିଚାର କାମ କରନ୍ତି। ଏହା ପରେ ସେ ଦୋକାନକୁ ଯାଆନ୍ତି। ସନ୍ଧ୍ୟାବେଳେ ଧରଣୀଙ୍କ ସ୍ତ୍ରୀ ମନୋରମା ଗଛର ଯତ୍ନ ନିଅନ୍ତି। ଏହିଭଳି ପରିବେଶ ପ୍ରତି ତାଙ୍କ ଭଲ ପାଇବା ଯୋଗୁ ନିଜ ଅଞ୍ଚଳରେ ଗଛ ପ୍ରେମୀ ଭାବେ ସେ ଖୁବ୍‌ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri