ରିଲାଏନ୍ସ୍ ଜିଓ ସହିତ ୪୩,୫୭୪ କୋଟିର ଚୁକ୍ତି କଲା ଫେସ୍ବୁକ୍: ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ
ନୂଆଦିଲ୍ଲୀ,୨୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଫେସ୍ବୁକ୍ ଏବଂ ରିଲାଏନ୍ସ୍ ଜିଓ ମଧ୍ୟରେ ଏକ ବଡ଼ ଧରଣର ବ୍ୟବସାୟିକ ଚୁକ୍ତି ହୋଇଛି। ଚୁକ୍ତି ଅନୁସାରେ ରିଲାଏନ୍ସ୍ ଜିଓର ୯.୯୯ ପ୍ରତିଶତ ଅଂଶଧନ ଫେସ୍ବୁକ୍ ଅଧିଗ୍ରହଣ କରିଛି।…
ଏହି ଦେଶର ନାହିଁ କୌଣସି ଜାତୀୟ ଫୁଲ
ବିଶ୍ୱରେ ଅନେକ ଦେଶ ରହିଛି, ଯାହା କୌଣସି ନା କୌଣସି କାରଣକୁ ନେଇ ସ୍ବତନ୍ତ୍ର ଏବଂ ଅନନ୍ୟ। ସେହିପରି ଏକ ଦେଶ ହେଉଛି ପୂର୍ବ ଆଫ୍ରିକାରେ ଅବସ୍ଥିତ ଉଗାଣ୍ଡା। ଏହି ଦେଶ ଭାରତୀୟଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର। କାରଣ ଏପରି ଏକ…
ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କରୋନା ସଂକ୍ରମଣ ରୋକିବାକୁ ଶପଥ ନେଲେ ସରପଞ୍ଚ
ପାଟଣା,୨୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୨୦ ଜଣ ସରପଞ୍ଚ ବୁଧବାର ବ୍ଲକ ଭିସି କକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ଗାଁରେ କରୋନା ପଶିବାକୁ ନ ଦେବା ପାଇଁ ଶପଥ ଗ୍ରହଣ କରିଛନ୍ତି। ଏଥିସହ…
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା: ଜଣେ କର୍ମଚାରୀ ପଜିଟିଭ୍
ନୂଆଦିଲ୍ଲୀ,୨୨।୪: କରୋନା ବିରୋଧରେ ଭାରତରେ ଲଢ଼େଇ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଜଣେ କର୍ମଚାରୀଙ୍କ ନମୁନା ପରୀକ୍ଷାରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସେ ଏପ୍ରିଲ୍ ୧୫ରେ ଅଫିସ ଆସିଥିଲେ। ଏପ୍ରିଲ୍ ୨୧ରେ ତାଙ୍କର ନମୁନା ପରୀକ୍ଷା…
ଟ୍ରକ୍, ଆମ୍ବୁଲାନ୍ସରେ ବେଆଇନ୍ ପ୍ରବେଶ କରୁଛନ୍ତି ଲୋକେ: ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ
ଛତ୍ରପୁର, ୨୨।୪(ଡି.ଏନ୍.ଏ.)- କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ସୀମାରେ କରାଯାଉଥିବା ମିଳିତ ଯାଞ୍ଚ ବୁଧବାର ଷଷ୍ଠ ଦିନରେ ପହଁଚିଛି। ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍ କରି ଅସ୍ଥାୟୀ ଚେକ୍ଗେଟ କରାଯାଇ ଏହି ଯାଞ୍ଚ…
ସାନିଟାଇଜର-କୀଟାଣୁନାଶକ ସ୍ପ୍ରେ ବି ନୁହେଁ ସୁରକ୍ଷିତ; ତ୍ୱଚାକୁ ପହଞ୍ଚାଏ କ୍ଷତି: ଏଏମ୍ଏଆଇ
ନୂଆଦିଲ୍ଲୀ,୨୨।୪: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ସାବୁନରେ ହାତ ଧୋଇବା ଅବା ପାଣିର ଅଭାବରେ ସାନିଟାଇଜରର ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭାରତର କେତେକ ଅଞ୍ଚଳରେ କୀଟାଣୁନାଶକ…
କରୋନା ଯୋଦ୍ଧାଙ୍କ ସୁରକ୍ଷା ଚିନ୍ତା: ଜି.ଉଦୟଗିରି ଏନ୍ଏସି ତରଫରୁ ସଫେଇ କର୍ମଚାରୀଙ୍କୁ ଦିଆଗଲା ପିପିଇ
ଜି.ଉଦୟଗିରି,୨୨।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଏନ୍ଏସି ତରଫରୁ ବୁଧବାର ସଫେଇ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ପୋଷାକ(ପିପିଇ) ଯୋଗାଇ ଦିଆଯାଇଛି। କରୋନା ଯୁଦ୍ଧରେ ଏମାନେ ମଧ୍ୟ ଆଗ ଧାଡ଼ିର ଯୋଦ୍ଧା। ସେମାନଙ୍କ ସୁରକ୍ଷା ପାଇଁ ଏହି ପୋଷାକ ଦିଆ ଯାଇଛି ବୋଲି ଜି.…
ବନରକ୍ଷୀଙ୍କୁ କାଠଚୋରଙ୍କ ଆକ୍ରମଣ: ସରକାରୀ ଗାଡ଼ି ଭଙ୍ଗାରୁଜା
ଦେବଗଡ଼,୨୨ା୪(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଧୀନ ସଂଘାପଶି ଜଙ୍ଗଲରୁ ପଡ଼ୋଶୀ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକୁମୁଣ୍ଡା ଗ୍ରାମର କେତେକ ଦୁର୍ବୃତ୍ତ ବନରକ୍ଷୀଙ୍କୁ ଆକ୍ରମଣ କରି ଗଛ କାଟି ନେବା ସହ ସରକାରୀ ଗାଡ଼ି ଭଙ୍ଗାରୁଜା କରିଥିବା କୁଣ୍ଢେଇଗୋଳା…
ସ୍ବାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଲେ ଡାକ୍ତର
କଟକ ଅଫିସ, ୨୨।୪: ବର୍ତ୍ତମାନ ସମୟରେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀମାନେ ଏକ ପ୍ରକାର ମାନସିିକ ଚାପ ଦେଇ ଗତି କରୁଛନ୍ତି। ସେହିପରି ଏହି ସ୍ବାସ୍ଥ୍ୟକର୍ମୀମାନଙ୍କ ପରିବାର ଲୋକେ ମଧ୍ୟ…
କର୍ତ୍ତବ୍ୟ ଆଗ: ୮ ମାସର ଗର୍ଭବତୀ ସତ୍ତ୍ୱେ ଡ୍ୟୁଟି କରୁଛନ୍ତି ଏସ୍ଆଇ ମମତା
କଟକ ଅଫିସ,୨୨।୪: କରୋନା (କୋଭିଡ-୧୯)ମୁକାବିଲା ପାଇଁ ଏବେ ସବୁଆଡ଼େ ଲକ୍ଡାଉନ। ଏହାକୁ କଡ଼ାକଡ଼ି ପାଳନ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଛି ପୋଲିସ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଅଧିକାରୀ ଏବଂ ପୋଲିସ କର୍ମଚାରୀ ଡ୍ୟୁଟି କରୁଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ…
କରୋନା ସଂକ୍ରମଣ: ମୃତକଙ୍କ ପାଇଁ ୧୫ ପୃଷ୍ଠାର ଶୋକ ପ୍ରକାଶ କଲା ଆମେରିକା ଖବର କାଗଜ
ଓ୍ବାଶିଂଟନ,୨୨।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଆମେରିକାର ଏକ ଖବର କାଗଜ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କ ଉଦ୍ଦେଶ୍ୟରେ ୧୫ ପୃଷ୍ଠାର ଶୋକ ପ୍ରକାଶ କରିଛି। ଏପ୍ରିଲ୍ ୧୯ରେ ମୃତ୍ୟୁ ଘଟିଥିବା ଲୋକଙ୍କ ପାଇଁ ‘…
ରାଜ୍ୟ ସରକାରଙ୍କ କୋଭିଡ ହେଲ୍ପ ଡେସ୍କ ଶୁଭାରମ୍ଭ: ହ୍ବାଟ୍ସଆପ୍ରେ ମିଳିପାରିବ କରୋନା ସମ୍ପର୍କିତ ସୂଚନା
ଭୁବନେଶ୍ୱର, ୨୨।୪(ବ୍ୟୁରୋ): କରୋନା ମହାମାରୀ ସହ ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଲୋକଙ୍କ ପାଖରେ କରୋନା ସମ୍ପର୍କିତ ତଥ୍ୟ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏ ନେଇ ଏକ ହ୍ବାଟ୍ସ…
Archives


