ବ୍ଲକ୍‌ର ଅଧା ଜମି ପଡ଼ିଆ

ଛେଣ୍ଡିପଦା,୩୧ା୭(ସ୍ବ.ପ୍ର.)
ଚଳିତବର୍ଷ ପାଣିପାଗ ଚାଷ ଅନୁକୂଳ ରହିବ ବୋଲି ପୂର୍ବାନୁମାନକୁ ନେଇ ଉତ୍ସାହିତ ହୋଇପଡ଼ିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଚାଷୀମାନେ ଏବେ ଚିନ୍ତାରେ। ଶ୍ରାବଣ ସରିବାକୁ ବସିଥିଲେ ହେଁ ରୁଆ କାର୍ଯ୍ୟ ପାଇଁ ଜମିରେ ପାଣି ନାହିଁ। ଆଉ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ବର୍ଷକର ଖାଦ୍ୟ ଯୋଗାଡ଼ ଚାଷୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ। ବ୍ଲକର ମୋଟ୍‌ ଚାଷ ଜମି ମଧ୍ୟରୁ ଅଧା ଜମିରେ ବୁଣା କାର୍ଯ୍ୟ ହୋଇଥିବା ବେଳେ ବାକି ଅଧା ଜମି ରୁଆ ନ ହୋଇ ପଡ଼ିଆ ପଡ଼ିଛି।
ଗତ ମେ’ ମାସରେ ଛେଣ୍ଡିପଦା ବ୍ଲକରେ ୫୨.୯ ମିଲିମିଟର ସ୍ଥାନରେ ୧୦୪.୪୦ ମିଲିମିଟର ବର୍ଷା ହୋଇଥିଲା। ତେବେ ଜୁନରୁ ଏହି ପରିମାଣ ହ୍ରାସ ପାଇଛି। ଜୁନ୍‌ରେ ୨୨୫.୧ ସ୍ଥାନରେ ୧୨୭.୬୦ ମିଲିମିଟର ବର୍ଷା ହୋଇଛି। ସେହିପରି ଜୁଲାଇରେ ୩୪୭ ମିଲିମିଟରର ଆବଶ୍ୟକତା ଥିବାବେଳେ ମାତ୍ର ୨୪୧.୨୦ ମିଲିମିଟର ବର୍ଷା ହୋଇଥିବା କୃଷି ବିଭାଗ ସୂତ୍ରରୁ ଜଣାଯାଇଛି। ଫଳରେ ସମଗ୍ର ବ୍ଲକରେ ଏବେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ସହକାରୀ କୃଷି ଅଧିକାରୀ ବିନୋଦ କୁମାର ସିଂ ଦେଇଥିବା ତଥ୍ୟ ଅନୁଯାୟୀ, ଛେଣ୍ଡିପଦା ବ୍ଲକରେ ଚଳିତ ଖରିଫ ଋତୁରେ ୧୨ ହଜାର ୬୬୩ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ୭ ହଜାର ୮୭୨ ହେକ୍ଟର ଜଳସେଚିତ ଓ ୪ ହଜାର ୭୯୧ ହେକ୍ଟର ଅଣଜଳସେଚିତ ଜମି ରହିଛି। ମୋଟ୍‌ ୭ ହଜାର ୧୫୧ ହେକ୍ଟରରେ ଚାଷ ହୋଇପାରିଛି। ୬୯୪୯ ହେକ୍ଟରରେ ଧାନ ବୁଣାଯାଇଥିବାବେଳେ ମାତ୍ର ୨୦୨ ହେକ୍ଟରରେ ଧାନ ରୁଆ କାମ ଶେଷ ହୋଇଛି। ୫୪୨ ହେକ୍ଟରରେ ତଳି ପକାଯାଇଛି। ଆଉ ୨୯୪ ହେକ୍ଟରରେ ଏ ପର୍ଯ୍ୟନ୍ତ ଧାନ ବୁଣା ଯାଇପାରି ନ ଥିବାବେଳେ ୫ ହଜାର ୨୧୮ ହେକ୍ଟରରେ ଧାନ ରୁଆହୋଇପାରି ନାହିଁ।
ଭଲ ବିହନ ଯୋଗାନ୍ତୁ ସରକାର
ଜୁଲାଇ ସରିବାକୁ ବସିଲାଣି। ହେଲେ ଜମିରେ ପାଣି ନ ଥିବାରୁ ଏଯାଏ ରୁଆ କାର୍ଯ୍ୟ ହୋଇପାରିନାହିଁ। ଚାଷ ପଛେଇ ଯାଇଥିବାରୁ ଅଳ୍ପ ଦିନରେ ହୋଇପାରୁଥିବା ଧାନ ବିହନ ସରକାର ଯୋଗାଇ ଦେଲେ ଚାଷୀ ଫସଲ ଫଳାଇପାରିବ।
– ଭୁପେନ କୁମାର ପ୍ରଧାନ, ଜରପଡା
ଢିପ ବିଲ ଫାଟିଗଲାଣି
ଚଳିତବର୍ଷ ଯେତିକି ପରିମାଣର ବର୍ଷା ହେଉଛି ସେଥିରେ ବିଲରେ ବେଉଷଣ କରିବା କଷ୍ଟକର ହୋଇପଡିଛି। ଗଭୀର ବିଲରେ ପାଣି ରହିତଳି ନଷ୍ଟ ହୋଇଯାଇଥିବାବେଳେ ଢିପ ବିଲ ସବୁ ପାଣି ଅଭାବରୁ ଫାଟି ଆଁ କରିଛି।
– ପ୍ରାଣବନ୍ଧୁ ମାଝି, ଖମାର
ମିଳୁନି ସରକାରୀ ସହଯୋଗ
ଚଳିତବର୍ଷ ବର୍ଷା ବାଧକ ସାଜିଥିବା ବେଳେ ସରକାରୀ ସହଯୋଗ ମଧ୍ୟ ଚାଷୀଙ୍କୁ ମିଳିପାରୁ ନାହିଁ। ଠିକ୍‌ ସମୟରେ ସାର, କୀଟନାଶକ ଚାଷୀଙ୍କ ପାଖରେ ନ ପହଞ୍ଚିଥିଲେ ସମସ୍ୟା ବଢ଼ିଯିବ। ସୋସାଇଟିଗୁଡିକ ଏ ଦିଗରେ ଧ୍ୟାନ ଦେବା ଜରୁରୀ।
– ଫକୀର ସାହୁ, କମ୍ପସଲା
ପାଣିପାଗ ନେଇ ଠିକ୍‌ ସୂଚନା ମିଳୁ
ଭଲ ବର୍ଷା ହେବ ବୋଲି ଚଳିତବର୍ଷ ପୂର୍ବାନୁମାନ କରାଯାଇଥିବାରୁ ଚାଷୀମାନେ ଉତ୍ସାହିତ ଥିଲେ। କିନ୍ତୁ ଏବେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ପାଣିପାଗ ସମ୍ବନ୍ଧୀୟ ଠିକ୍‌ ସୂଚନା ଯେପରି ମିଳିପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉ।
– ନରୋତ୍ତମ ନାଏକ, ଖମାର


Enter your email to get our daily news in your inbox.

All Right Reserved By Dharitri.Com

ୟୁଜି,ପିଜି ପରୀକ୍ଷାକୁ ନେଇ ଏଭଳି ନିଷ୍ପତ୍ତି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଚଳିତ ବର୍ଷ ୟୁଜି/ପିଜି ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ ହେବ। ଶନିବାର ବସିଥିବା କୁଳପତିମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ...

ବଢୁଛି ପଥର ଚୋରି

ଖୋର୍ଦ୍ଧା ଅଫିସ,୯ା୧: ଖୋର୍ଦ୍ଧା ସବ୍‌ଡିଭିଜନରେ ମାଙ୍କଡା, କଳାମୁଗୁନି ପଥର ଚୋରି ବଢ଼ିବାରେ ଲାଗିଛି। ତହସିଲ କର୍ତ୍ତୃପକ୍ଷ ଓ ପୋଲିସର ଚଢାଉ ପଥର ଚୋରିକୁ ରୋକିବାରେ ସକ୍ଷମ...

ରାଜଧାନୀରେ ଗଡ଼ିବନି ରଥ, ଇସ୍କନ୍‌ରେ ଭିନ୍ନ ବ୍ୟବସ୍ଥା

ଭୁବନେଶ୍ୱର, ୧୨। ୭ (ବ୍ୟୁରୋ):ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା। କୋଟି ଓଡ଼ିଆଙ୍କ ପ୍ରାଣର ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସବୁଠାରୁ ବଡ଼ ପର୍ବ। ପ୍ରତିବର୍ଷ ଏହି...

ଲାଞ୍ଚ ନେଇ ବନ୍ଧାହେଲେ ଖଣ୍ଡଗିରି ଏସ୍‌ଆଇ

ଭୁବନେଶ୍ୱର,୬ା୪(ବ୍ୟୁରୋ): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ କୁମାର ସ୍ବାଇଁ ଗିରଫ ହୋଇଛନ୍ତି। ଏକ ମାମଲାର ଦଫାରଫା କରିବା...

ବଚ୍ଚନସୁଧା ହତ୍ୟା ଘଟଣାର ଅନ୍ତରାଳେ…

ଭୁବନେଶ୍ୱର,୧୯।୩(ବ୍ୟୁରୋ): ସୁରକ୍ଷା ଦେବା ପାଇଁ ସୁରକ୍ଷାକର୍ମୀଙ୍କୁ ଘରେ ନିୟୋଜିତ କରାଯାଇଥିଲା। ହେଲେ ସେ ସୁନାଗହଣା ଲୁଟ୍‌ କରିବାକୁ ମାଲିକାଣୀଙ୍କୁ ହତ୍ୟା କରିବାକୁ ପଛାଇ ନ ଥିଲେ।...

ଧାନ କିଣାବିକାରେ ଦୁର୍ନୀତି ଅଭିଯୋଗ: ୧୦ ରାଜନୈତିକ ଦଳର ଗଣଧାରଣା

ଭୁବନେଶ୍ବର, ୧୦ା୨(ବ୍ୟୁରୋ):ଚଳିତବର୍ଷ ଚାଷୀ ଉତ୍ପାଦିତ ଧାନ ବିକ୍ରି କରିବାରେ ଘୋର କ୍ଷତି ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଣା ସମୟରେ କଟ୍‌ନୀ ଛଟ୍‌ନୀ ଦ୍ୱାରା ଶୋଷଣ...

ଆସିଲା ଜାନୁଆରୀ ଗାଇଡ୍‌ଲାଇନ୍‌: ଖୋଲିବ ସିନେମା ହଲ୍‌, ଥିଏଟର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-କୋଭିଡ୍‌-୧୯ କଟକଣା ଜାରି ହେବା ପରଠାରୁ ଦୀର୍ଘ ୧୦ ମାସ ହେବ ସିନେମା ହଲ୍‌, ଥିଏଟର ଆଦି ବନ୍ଦ ରହିଥିଲା। ତେବେ ୨୦୨୧ ଜାନୁୟାରୀ ପହିଲାରୁ...

ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। କଣ୍ଟିଲୋ, ବାଣପୁର...

Advertisement
Archives

Model This Week