ବ୍ଲକ୍‌ର ଅଧା ଜମି ପଡ଼ିଆ

ଛେଣ୍ଡିପଦା,୩୧ା୭(ସ୍ବ.ପ୍ର.)
ଚଳିତବର୍ଷ ପାଣିପାଗ ଚାଷ ଅନୁକୂଳ ରହିବ ବୋଲି ପୂର୍ବାନୁମାନକୁ ନେଇ ଉତ୍ସାହିତ ହୋଇପଡ଼ିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଚାଷୀମାନେ ଏବେ ଚିନ୍ତାରେ। ଶ୍ରାବଣ ସରିବାକୁ ବସିଥିଲେ ହେଁ ରୁଆ କାର୍ଯ୍ୟ ପାଇଁ ଜମିରେ ପାଣି ନାହିଁ। ଆଉ କିଛି ଦିନ ମଧ୍ୟରେ ବର୍ଷା ନ ହେଲେ ବର୍ଷକର ଖାଦ୍ୟ ଯୋଗାଡ଼ ଚାଷୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ। ବ୍ଲକର ମୋଟ୍‌ ଚାଷ ଜମି ମଧ୍ୟରୁ ଅଧା ଜମିରେ ବୁଣା କାର୍ଯ୍ୟ ହୋଇଥିବା ବେଳେ ବାକି ଅଧା ଜମି ରୁଆ ନ ହୋଇ ପଡ଼ିଆ ପଡ଼ିଛି।
ଗତ ମେ’ ମାସରେ ଛେଣ୍ଡିପଦା ବ୍ଲକରେ ୫୨.୯ ମିଲିମିଟର ସ୍ଥାନରେ ୧୦୪.୪୦ ମିଲିମିଟର ବର୍ଷା ହୋଇଥିଲା। ତେବେ ଜୁନରୁ ଏହି ପରିମାଣ ହ୍ରାସ ପାଇଛି। ଜୁନ୍‌ରେ ୨୨୫.୧ ସ୍ଥାନରେ ୧୨୭.୬୦ ମିଲିମିଟର ବର୍ଷା ହୋଇଛି। ସେହିପରି ଜୁଲାଇରେ ୩୪୭ ମିଲିମିଟରର ଆବଶ୍ୟକତା ଥିବାବେଳେ ମାତ୍ର ୨୪୧.୨୦ ମିଲିମିଟର ବର୍ଷା ହୋଇଥିବା କୃଷି ବିଭାଗ ସୂତ୍ରରୁ ଜଣାଯାଇଛି। ଫଳରେ ସମଗ୍ର ବ୍ଲକରେ ଏବେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ସହକାରୀ କୃଷି ଅଧିକାରୀ ବିନୋଦ କୁମାର ସିଂ ଦେଇଥିବା ତଥ୍ୟ ଅନୁଯାୟୀ, ଛେଣ୍ଡିପଦା ବ୍ଲକରେ ଚଳିତ ଖରିଫ ଋତୁରେ ୧୨ ହଜାର ୬୬୩ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ୭ ହଜାର ୮୭୨ ହେକ୍ଟର ଜଳସେଚିତ ଓ ୪ ହଜାର ୭୯୧ ହେକ୍ଟର ଅଣଜଳସେଚିତ ଜମି ରହିଛି। ମୋଟ୍‌ ୭ ହଜାର ୧୫୧ ହେକ୍ଟରରେ ଚାଷ ହୋଇପାରିଛି। ୬୯୪୯ ହେକ୍ଟରରେ ଧାନ ବୁଣାଯାଇଥିବାବେଳେ ମାତ୍ର ୨୦୨ ହେକ୍ଟରରେ ଧାନ ରୁଆ କାମ ଶେଷ ହୋଇଛି। ୫୪୨ ହେକ୍ଟରରେ ତଳି ପକାଯାଇଛି। ଆଉ ୨୯୪ ହେକ୍ଟରରେ ଏ ପର୍ଯ୍ୟନ୍ତ ଧାନ ବୁଣା ଯାଇପାରି ନ ଥିବାବେଳେ ୫ ହଜାର ୨୧୮ ହେକ୍ଟରରେ ଧାନ ରୁଆହୋଇପାରି ନାହିଁ।
ଭଲ ବିହନ ଯୋଗାନ୍ତୁ ସରକାର
ଜୁଲାଇ ସରିବାକୁ ବସିଲାଣି। ହେଲେ ଜମିରେ ପାଣି ନ ଥିବାରୁ ଏଯାଏ ରୁଆ କାର୍ଯ୍ୟ ହୋଇପାରିନାହିଁ। ଚାଷ ପଛେଇ ଯାଇଥିବାରୁ ଅଳ୍ପ ଦିନରେ ହୋଇପାରୁଥିବା ଧାନ ବିହନ ସରକାର ଯୋଗାଇ ଦେଲେ ଚାଷୀ ଫସଲ ଫଳାଇପାରିବ।
– ଭୁପେନ କୁମାର ପ୍ରଧାନ, ଜରପଡା
ଢିପ ବିଲ ଫାଟିଗଲାଣି
ଚଳିତବର୍ଷ ଯେତିକି ପରିମାଣର ବର୍ଷା ହେଉଛି ସେଥିରେ ବିଲରେ ବେଉଷଣ କରିବା କଷ୍ଟକର ହୋଇପଡିଛି। ଗଭୀର ବିଲରେ ପାଣି ରହିତଳି ନଷ୍ଟ ହୋଇଯାଇଥିବାବେଳେ ଢିପ ବିଲ ସବୁ ପାଣି ଅଭାବରୁ ଫାଟି ଆଁ କରିଛି।
– ପ୍ରାଣବନ୍ଧୁ ମାଝି, ଖମାର
ମିଳୁନି ସରକାରୀ ସହଯୋଗ
ଚଳିତବର୍ଷ ବର୍ଷା ବାଧକ ସାଜିଥିବା ବେଳେ ସରକାରୀ ସହଯୋଗ ମଧ୍ୟ ଚାଷୀଙ୍କୁ ମିଳିପାରୁ ନାହିଁ। ଠିକ୍‌ ସମୟରେ ସାର, କୀଟନାଶକ ଚାଷୀଙ୍କ ପାଖରେ ନ ପହଞ୍ଚିଥିଲେ ସମସ୍ୟା ବଢ଼ିଯିବ। ସୋସାଇଟିଗୁଡିକ ଏ ଦିଗରେ ଧ୍ୟାନ ଦେବା ଜରୁରୀ।
– ଫକୀର ସାହୁ, କମ୍ପସଲା
ପାଣିପାଗ ନେଇ ଠିକ୍‌ ସୂଚନା ମିଳୁ
ଭଲ ବର୍ଷା ହେବ ବୋଲି ଚଳିତବର୍ଷ ପୂର୍ବାନୁମାନ କରାଯାଇଥିବାରୁ ଚାଷୀମାନେ ଉତ୍ସାହିତ ଥିଲେ। କିନ୍ତୁ ଏବେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ପାଣିପାଗ ସମ୍ବନ୍ଧୀୟ ଠିକ୍‌ ସୂଚନା ଯେପରି ମିଳିପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଉ।
– ନରୋତ୍ତମ ନାଏକ, ଖମାର


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?