ଲାଲ୍‌ଗ୍ରହରେ ଜୀବସତ୍ତା ଅନ୍ବେଷଣ

ଓ୍ବାଶିଂଟନ,୩୧ା୭:ପର୍ସିଭରାନ୍ସ ୭ ମାସ ପରେ ମଙ୍ଗଳରେ ଅବତରଣ କରିବ। ୩.୫୦୦ ବିଲିୟନ ବର୍ଷ ପୂର୍ବେ ଲାଲ୍‌ଗ୍ରହରେ ଥିବା ଜେଜିରୋ ହ୍ରଦ ଏକ ବୃହତ୍‌ ଗର୍ତ୍ତରେ ପରିଣତ ହୋଇଛି। ୮୨୦ ଫୁଟ୍‌ ଗଭୀର ଏହି ଗର୍ତ୍ତରେ ପର୍ସିଭରାନ୍ସ ଅତୀତର ସମ୍ଭାବ୍ୟ ସୂକ୍ଷ୍ମ ଜୀବସତ୍ତା ଅନ୍ବେଷଣ କରିବ।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହାର ମାର୍ସ ୨୦୨୦ ପର୍ସିଭରାନ୍ସ ରୋଭର ମିଶନକୁ ମଙ୍ଗଳ ଅଭିମୁଖେ ପ୍ରେରଣ କରିଛି। ଫ୍ଲୋରିଡାଥର କେପ୍‌ କାନାଭେରାଲ ଏୟାରଫୋର୍ସ ଷ୍ଟେଶନରୁ ରକେଟ ଆଟଲାସ୍‌ ଭି-୫୪୧ ଜରିଆରେ ଗୁରୁବାର ଅପରାହ୍ନ ୫ଟା ୨୦ ମିନିଟରେ ଏହାକୁ ଉତ୍‌କ୍ଷେପଣ କରି ଆଉ ଏକ ମଙ୍ଗଳ ଅଭିଯାନର ଶୁଭାରମ୍ଭ କରାଯାଇଛି। ୩୦୦ ନିୟୁତ ମାଇଲ ଯାତ୍ରା କରି ୭ ମାସ ପରେ ଏହା ମଙ୍ଗଳରେ ପହଞ୍ଚତ୍ବ।
ପଡ଼ୋଶୀ ଗ୍ରହକୁ ଯାଇଥିବା ଏହି ମିଶନରେ ଏକ ରୋଭର ଓ ହେଲିକପ୍ଟର ରହିଛି। ଏହି ସ୍ପେସ୍‌କ୍ରାଫ୍ଟ ଆସନ୍ତା ବର୍ଷ ଫେବୃୟାରୀରେ ମଙ୍ଗଳରେ ପହଞ୍ଚତ୍ବ। ସେହିପରି ପର୍ସିଭରାନ୍ସ ରୋଭର ୨୦୨୧ ଫେବୃୟାରୀ ୧୮ରେ ଜେଜିରୋ କ୍ରାଟରକୁ ଛୁଇଁବ ବୋଲି ଆଶା କରାଯାଉଛି। ସାଙ୍ଗରେ ଯାଇଥିବା ଇନ୍‌ଜେନୁଇଟି ହେଲିକପ୍ଟର ଅନ୍ୟ ଗ୍ରହକୁ ଯାଇ ଡଡ଼ାଣ କରିବାରେ ପ୍ରଥମ ହେଲିକପ୍ଟର ବା ଏକ ଫ୍ଲାଇଂ ରୋବଟ ହେବ। ଏହି ମିଶନରେ ଅର୍ବିଟର ବ୍ୟବସ୍ଥା କରାଯାଇ ନାହିଁ।
ଆଷ୍ଟ୍ରୋବାଇଓଲୋଜି ଉପରେ ଗୁରୁତ୍ୱ ଦେବା ଏବଂ ଅତୀତ କିମ୍ବା ବର୍ତ୍ତମାନ ମଙ୍ଗଳରେ ଜୀବସତ୍ତାର ପ୍ରମାଣ ଖୋଜିବା ହେଉଛି ଏହି ମିଶନର ଲକ୍ଷ୍ୟ।
ଏହାସହ ଉକ୍ତ ରୋଭର ସେଠାରେ ମୃତ୍ତିକା ଓ ଶିଳାର ନମୁନାଗୁଡ଼ିକୁ ସଂଗ୍ରହକରି ଭବିଷ୍ୟତରେ ସାଙ୍ଗରେ ନେଇଆସିବ। ପର୍ସିଭରାନ୍ସକୁ ଉଚ୍ଚ ସଫଳତା ପ୍ରଦାନକାରୀ କ୍ୟୁରୋସିଟି ରୋଭର ଶୈଳୀରେ ଡିଜାଇନ୍‌ କରାଯାଇଛି, ଯାହାକି ବର୍ତ୍ତମାନ ମଧ୍ୟ ଲାଲଗ୍ରହରେ ଆବିଷ୍କାର କାର୍ଯ୍ୟରେ ନିୟୋଜିତ ରହିଛି। ଏହି ରୋଭର ୧ ମଙ୍ଗଳ ବର୍ଷ (ଅର୍ଥାତ୍‌ ପୃଥିବୀରେ ୬୮୭ ଦିନ) ସେଠାରେ ରହି କାର୍ଯ୍ୟ କରିବ।
ନାସା ହେଉଛି ବିଶ୍ୱର ଏକମାତ୍ର ମହାକାଶ ଗାବେଷଣା ସଂସ୍ଥା, ଯିଏକି ମଙ୍ଗଳରେ ସଫଳତାର ସହ ଏକ କ୍ରାଫ୍ଟର ଅବତରଣ କରାଇପାରିଛି। ତଥାପି ଏହି ବ୍ୟୟବହୁଳ ଅବତରଣ ଓ ଲାଲଗ୍ରହରେ ସ୍ପେସ୍‌କ୍ରାଫ୍ଟର ତୀବ୍ରତା ବୃଦ୍ଧି ଏକ ସ୍ମରଣୀୟ କାର୍ଯ୍ୟ ହୋଇ ରହିବ। ଏହାର ପ୍ରବେଶ, ଓହ୍ଲାଇବା ଓ ଅବତରଣ ବ୍ୟବସ୍ଥା (ଇଡିଏଲ୍‌ଏସ୍‌) କ୍ୟୁରୋସିଟି ରୋଭରର ପ୍ରସିଦ୍ଧ ‘ସେଭେନ୍‌ ମିନିଟ୍ସ ଅଫ୍‌ ଟେରର୍‌’ ଭଳି ହେବ। ‘ସେଭେନ୍‌ ମିନିଟ୍ସ ଅଫ୍‌ ଟେରର୍‌’ ହେଉଛି ସେହି ସମୟ, ଯାହା ମଙ୍ଗଳର ବାୟୁମଣ୍ଡରେ ପ୍ରବେଶ କରିବା ପରେ ଗ୍ରହ ପୃଷ୍ଠରେ ଅବତରଣ ପାଇଁ ସ୍ପେସ୍‌କ୍ରାଫ୍ଟ ନେଇଥାଏ। ରୋଭରରେ ସଂଲଗ୍ନ କରାଯାଇଥିବା ରିଭର୍ସ ଥ୍ରଷ୍ଟର୍ସକୁ ବ୍ୟବହାର କରି ଏହା କ୍ରମଶଃ ଧୀର ହୋଇଯିବ ଓ ବେଲୁନ-ବ୍ୟାଗ୍‌ଗୁଡ଼ିକର ସୁରକ୍ଷା ବଳୟ ମଧ୍ୟରେ ପଥୁରିଆ ପୃଷ୍ଠରେ ଅବତରଣ କରିବ। ଏହାସହ ସ୍ପେସ୍‌କ୍ରାଫ୍ଟ ଏକ ସମତଳ ତଥା ସୁରକ୍ଷିତ ସ୍ଥାନ ଆଡ଼କୁ ଗଡ଼ି ଚାଲି ଛିଡ଼ାହେବ।
ପର୍ସିଭରାନ୍ସର ଓଜନ ୧,୦୨୫ କେ.ଜି. ହୋଇଥିବାବେଳେ ଏଥିରେ ୬ଟି ଡ୍ୟୁରେବଲ ଆଲୁମିନିୟମ୍‌ ଚକ ଓ ୫ ରୋବୋଟିକ୍‌ ଆର୍ମ ରହିଛି। ଏହି କ୍ରାଫ୍ଟ ସୌରଶକ୍ତିରେ ଚାଳିତ। ମଙ୍ଗଳରେ ବାଲିଝଡ଼ ହେଲେ ତାହା ଅନେକ ଦିନ ଧରି ଗ୍ରହକୁ ଆଚ୍ଛାଦିତ କରି ରଖିଥାଏ ଓ ସୂର୍ଯ୍ୟଙ୍କ ଦେଖା ମିଳି ନ ଥାଏ। ତେଣୁ ବ୍ୟାକ୍‌ଅପ୍‌ ଭାବେ ଏକ ଜେନେରେଟର ମଧ୍ୟ ରଖାଯାଇଛି। ଉକ୍ତ ଜେନେରେଟର ପ୍ଲୁଟୋନିୟମ୍‌କୁ ଶକ୍ତିରେ ପରିବର୍ତ୍ତିତ କରି ଚାଲିଥାଏ। ଏହା ବ୍ୟତୀତ ଏଥିରେ ୭ ସାଇଣ୍ଟିଫିକ୍‌ ପେଲୋଡ୍ସ, ୧୯ କ୍ୟାମେରା ଓ ଦୁଇଟି ମାଇକ୍ରୋଫୋନ୍‌ ଖଞ୍ଜାଯାଇଛି। ଏଗୁଡ଼ିକ ପ୍ରଥମଥର ପାଇଁ ମଙ୍ଗଳରେ ଶବ୍ଦ ରେକର୍ଡ କରିବ। ପେଲୋଡ୍‌ଗୁଡ଼ିକରେ ଥିବା ସ୍ପେକ୍ଟ୍ରୋମିଟର ମଙ୍ଗଳ ପୃଷ୍ଠର ଗଠନ ପ୍ରଣାଳୀ ସମ୍ପର୍କରେ ଅନୁଧ୍ୟାନ କରିବ। ରାଡାର ଇମେଜର୍ସ ପୃଷ୍ଠଭାଗ ଓ ଭୂତଳ ଜଳ ଠାବ କରିବ। ସେନ୍ସରଗୁଡ଼ିକ ପରିବେଶ ସ୍ଥିତି ସମ୍ପର୍କରେ ରେକର୍ଡ କରିବ। ଏହି ମିଶନକୁ ଲଞ୍ଚ କରିବାରେ ୨.୭ ବିଲିୟନ ଡଲାର ଖର୍ଚ୍ଚ କରାଯାଇଛି। ମୋଟାମୋଟି ଭାବେ ଏଥିରେ ୮ ବିଲିୟନ ଡଲାର ଖର୍ଚ୍ଚ କରାଯିବ। ଏହା ପୂର୍ବରୁ ଜୁଲାଇ ୧୯ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓ ଚାଇନା ଜୁଲାଇ ୨୩ ତାରିଖରେ ମଙ୍ଗଳକୁ ମିଶନ ପଠାଇଛନ୍ତି। ନାସା ଆଡ୍‌ମିନିଷ୍ଟ୍ରେଟର ଜିମ୍‌ ବ୍ରିଡେନଷ୍ଟାଇନ୍‌ ମିଶନ ଆରମ୍ଭ ବେଳେ କହିଛନ୍ତି, ମଙ୍ଗଳରେ ଜୀବନ ଅଛି କି ନାହିଁ ଆମେ ଜାଣିନାହୁଁ। କିନ୍ତୁ ଆମେ ଏତିକି ଜାଣିଛୁ ଯେ, ମଙ୍ଗଳ ହେଉଛି ଏପରି ଏକ ଗ୍ରହ ଯାହା ଅତୀତରେ ବାସୋପଯୋଗୀ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକାରେ ବଡ ଧରଣର ସଡ଼କ ଦୁର୍ଘଟଣା, ୧୯ ଛାତ୍ରଙ୍କ ସମେତ ୨୧ ମୃତ

କେପ ଟାଉନ,୧୮ ।୯: ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ-ନତାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୧୯ସ୍କୁଲ ଛାତ୍ରଙ୍କ ସମେତ ୨୧ ଲୋକଙ୍କ ମୃତ୍ୟୁ...

ଶେହବାଜ୍‌ ଶରିଫ୍‌ କିଏ

ଇସଲାମାବାଦ,୧୨ା୪: ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌)ର ଅଧ୍ୟକ୍ଷ ଶେହବାଜ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କ ଭାଇ। ଶେହବାଜ୍‌ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ୩ ଥର(୧୯୯୭, ୨୦୦୮...

ଭାରତ-ଚାଇନା ସୀମା ବିବାଦ: ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଲା ଆମେରିକା

ଓ୍ବାଶିଂଟନ୍‌,୨୭।୫: କିଛି ଦିନରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ବିବାଦକୁ ସମାଧାନ କରିବା ପାଇଁ ଏବେ ଆମେରିକା ଆଗକୁ...

ବିଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ

ଓ୍ବାଶିଂଟନ,୮।୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ପରସ୍ପର ମଧ୍ୟରେ ପ୍ରତିଯୋଗୀତା ସେତେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପୁଣିଥରେ...

ସ୍ପୁଟନିକ ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଲା ଆର୍ଜେଣ୍ଟିନା

ବୁନୋସ ଏରିସ,୬ ।୧୨: କରୋନା ମହାମାରୀକୁ ଦୂରେଇ ଦେବାକୁ ଆର୍ଜେଣ୍ଟିନା ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ ଲାଇଟ୍ ଭ୍ୟାକ୍ସିନକୁ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି...

ଆର୍ଥିକ ସ୍ଥିତି ଖରାପ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ: ଶ୍ରୀଲଙ୍କା ନିର୍ବାଚନ ଘୁଞ୍ଚୁଛି…

କଲମ୍ବୋ,୧।୩ : ଶ୍ରୀଲଙ୍କା ସରକାର ଦେଶର ଖରାପ ଆର୍ଥିକ ସ୍ଥିତି ଯୋଗୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି। ଏବେ ଦେଶରେ ନିର୍ବାଚନକୁ ସ୍ଥଗିତ...

ଡ୍ରୋନ ଆକ୍ରମଣ ପରେ ଅନ୍ଧାରରେ ବୁଡ଼ିଲା ୟୁକେନର ଓଡେସା ସହର, କାଠ ମୂଲ୍ୟ ଆକାଶ ଛୁଆଁ…

କ୍ୱିଭ,୧୧।୧୨ : ବିଦ୍ୟୁତ ଉତ୍ପାଦନ ପ୍ରଣାଳୀ ଉପରେ ରୁଷିାର ଡ୍ରୋନ ଆକ୍ରମଣ ପରେ ୟୁକ୍ରେନର ଅନେକ ସହର ଅନ୍ଧକାରରେ ବୁଡ଼ିଯାଇଛି। କିନ୍ତୁ ଏହି ସହରଗୁଡିକ ମଧ୍ୟରୁ...

ପଶୁପତିନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

କାଠମାଣ୍ଡୁ,୧୮ା୨: ଆଜି ଅର୍ଥାତ୍‌ ଫେବୃୟାରୀ ୧୮ରେ ଜାଗର ଉପଲକ୍ଷେ ଭକ୍ତମାନେ ଭୋଳନାଥଙ୍କୁ ଦର୍ଶନ କରୁଛନ୍ତି। ଭାରତର ପଡ଼ୋଶୀ ଦେଶ ନେପାଳର ପଶୁପତିନାଥ ମନ୍ଦିର ବିଶ୍ୱ ଐତିହ୍ୟ...

Advertisement
Archives

Model This Week