Posted inଜାତୀୟ

ଜୟା ଜେଟ୍‌ଲୀଙ୍କୁ ୪ ବର୍ଷ ଜେଲ

ନୂଆଦିଲ୍ଲୀ, ୩୧ା୭(ପି.ଟି.):ପ୍ରତିରକ୍ଷା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷା ଜୟା ଜେଟ୍‌ଲୀ ଓ ଅନ୍ୟ ଦୁଇଜଣଙ୍କୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୦୦-୦୧ରେ ପ୍ରତିରକ୍ଷା ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହି ପ୍ରତିରକ୍ଷା ଚୁକ୍ତିନାମାରେ ଦେଶର ସମଗ୍ର ପ୍ରତିରକ୍ଷା ବ୍ୟବସ୍ଥା ସହ ସାଲିସ୍‌ କରାଯାଇଥିଲା ବୋଲି ସ୍ବତନ୍ତ୍ର ସିବିଆଇ ଜଜ୍‌ ବୀରେନ୍ଦର ଭଟ୍ଟ କହିବା ସହ ଏହି ମାମଲାରେ ଜୟାଙ୍କ ପୂର୍ବତନ ଦଳୀୟ ସହକର୍ମୀ ଗୋପାଳ ପଚେରଓ୍ବାଲ ଏବଂ ଅବସରପ୍ରାପ୍ତ ମେଜର ଜେନେରାଲ ଏସ୍‌.ପି. ମୁର୍ଗାଇଙ୍କୁ ମଧ୍ୟ ୪ ବର୍ଷ ଲେଖାଏ ଜେଲ୍‌ଦଣ୍ଡାଦେଶ ଦେଇଛନ୍ତି। ପ୍ରତିରକ୍ଷା ବିଭାଗ ଦେଶର ସ୍ବାଧୀନତା ଓ ସାର୍ବଭୌମତ୍ୱ ସହ ସିଧାସଳଖ ଜଡ଼ିତ ହୋଇଥିବାରୁ ଏଥିରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବନି। ଦୋଷୀସାବ୍ୟସ୍ତ ବ୍ୟକ୍ତିମାନେ କରିଥିବା ଅପରାଧ ଅତି ଗର୍ହିତ ବୋଲି ଅଦାଲତ କହିଛନ୍ତି। କ୍ୟାମେରା ଆଗରେ ମାମଲାର ଶୁଣାଣି ଓ ଦଣ୍ଡବିଧାନ କରାଯାଇଥିଲା। ୩ ଦୋଷୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଦାଖଲ କରିବା ସହ ଗୁରୁବାର ଅପରାହ୍ନ ୫ଟା ପୂର୍ବରୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରେ ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ଜୟାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବିଶିଷ୍ଟ ଆଇନଜୀବୀ ମୁକୁଲ ରୋହତଗୀ ଜୟାଙ୍କ ପକ୍ଷରୁ ହାଇକୋର୍ଟ ବିଚାରପତି ସୁରେଶ କୁମାର କୈତ୍‌ଙ୍କ ଖଣ୍ଡପୀଠରେ ଅପିଲ୍‌ କରିଥିଲେ। ତେବେ ଅନ୍ୟ ଦୁଇଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇନାହାନ୍ତି। ଥର୍ମାଲ ଇମେଜର କିଣାରେ ହୋଇଥିବା ଦୁର୍ନୀତି ଓ ଅପରାଧ ଷଡ଼ଯନ୍ତ୍ରରେ ୩ ଅଭିଯୁକ୍ତଙ୍କୁ ସିବିଆଇ କୋର୍ଟ ଦୋଷୀସାବ୍ୟସ୍ତ କରିଥିଲେ। ୨୦୦୧ ଜାନୁୟାରୀରେ ନ୍ୟୁଜ୍‌ ପୋର୍ଟାଲ ତେହେଲକା ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍‌ ଅପରେଶନରୁ ଏହି ଦୁର୍ନୀତି ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?