Posted inଜାତୀୟ

ଚାଇନା ସୀମାରେ ବଢ଼ୁଛି ଉତ୍ତେଜନା: ଆଉ ୩୫ ହଜାର ଯବାନ ମୁତୟନ ହେବେ

ନୂଆଦିଲ୍ଲୀ,୩୧ା୭:ଚାଇନା ସୀମାରେ ଦୀର୍ଘଦିନ ହେଲା ଉତ୍ତେଜନା ଲାଗି ରହିଛି। ବିବାଦର ସମାଧାନ ପାଇଁ ଦୁଇଦେଶ ପକ୍ଷରୁ ଉଦ୍ୟମ ଜାରି ରହିଥିଲାବେଳେ ଭାରତ ଅତିରିକ୍ତ ୩୫ ହଜାର ଯବାନଙ୍କୁ ପୂର୍ବ ସୀମାରେ ମୁତୟନ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହା ଫଳରେ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତାବସ୍ଥା ବଦଳିପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଗତ ଜୁନ୍‌ ୧୫ରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲାବେଳେ ଚାଇନା ପଟୁ ମଧ୍ୟ କେତେଜଣ ସୈନ୍ୟ ନିହତ ହୋଇଥିଲେ। ଏହା ପରେ ଉଭୟ ଦେଶ ସୀମାକୁ ଅଧିକ ସେନା ଓ ଅସ୍ତ୍ରଶସ୍ତ୍ର, କମାଣ ଓ ଟ୍ୟାଙ୍କ ପ୍ରେରଣ କରିଥିଲେ। ଭାରତ-ଚାଇନା ସୀମା ରାଜିନାମା ଯଦି କାର୍ଯ୍ୟକାରୀ ନ ହୁଏ ତେବେ ଅଧିକ ସୈନ୍ୟ ମୁତୟନ କରିବାକୁ ପଡ଼ିବ ବୋଲି ଉକ୍ତ ଅଧିକାରୀ କହିଛନ୍ତି। ଯଦି ସର୍ବୋଚ୍ଚ ରାଜନୈତିକ ସ୍ତରରେ ଘନିଷ୍ଠତା ନ ଆସେ ତେବେ କୌଣସି ଗୋଟିଏ ପକ୍ଷ ପଠାଇଥିବା ଅତିରିକ୍ତ ସେନା ପ୍ରତ୍ୟାହାର କରିବେ ନାହିଁ ବୋଲି ୟୁନାଇଟେଡ ସର୍ଭିସ୍‌ ଇନ୍‌ଷ୍ଟିଚ୍ୟୁଶନ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ମେଜର ଜେନେରାଲ ବି.କେ. ଶର୍ମା କହିଛନ୍ତି। ଯଦିଓ ସୀମାରେ ଏବେ ମୁହାଁମୁହିଁ ସ୍ଥିତି ନାହିଁ ତେବେ ବହୁପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହୋଇନାହିଁ। ଅଧିକାଂଶ ଅଞ୍ଚଳରୁ ସୈନ୍ୟ ଫେରାଇ ନେଇଥିବା ବେଜିଂ କହୁଛି। ବିବାଦର ସମାଧାନ ପାଇଁ ଦୁଇଦେଶ ମଧ୍ୟରେ ପଞ୍ଚମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

ଅନ୍ୟ ଗ୍ରହରେ ବସତି ସମସ୍ୟା

ପ୍ରଥମେ ସୌର ଗ୍ରହମାନଙ୍କ ତଥ୍ୟାବଳୀ ସମ୍ପର୍କରେ ଜ୍ଞାତ ହେବା ପ୍ରାସଙ୍ଗିକ ହେବ। ଗ୍ରହଗୁଡିକରେ ବସତି ସ୍ଥାପନ ନେଇ ଅନେକ ଆଲୋଚନା ଚାଲିଛି। ତେବେ ଏ ବିଷୟରେ କେତେକ…

ଗାଜା ଶାନ୍ତି ଯୋଜନାକୁ ଇସ୍ରାଏଲ୍‌ର ପ୍ରତ୍ୟାଖ୍ୟାନ

ଜେରୁଜେଲମ୍‌, ୧୦ା୮: ଗାଜା କିମ୍ବା ଓ୍ବେଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନ୍‌ ରାଷ୍ଟ୍ର ଗଠନ ହୋଇପାରିବ ନାହଁି ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିବା ସହ ୧୫-ସୂତ୍ରୀ ଗାଜା…

ମୋଜତାବାଙ୍କ ଭିଡିଓ ଜାରି କଲା ଇରାନ

ତେହରାନ୍‌, ୧୦ା୮: ଇରାନ ସୁପ୍ରିମ ଲିଡର ମୋଜତାବା ଖାମେନେଇଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଇସ୍ରାଏଲ୍‌ ଗଣମାଧ୍ୟମରେ ଖବର ପ୍ରକାଶ…

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

CEG: କମନ ଓ୍ବେଲଥ ଚାମ୍ପିୟନଙ୍କୁ ଭେଟି ବଡ଼ କଥା କହିଲେ ମୋଦି, ‘ଲାଗୁଥିଲା ଯେମିତି ପ୍ରତି ବୁନ୍ଦା ଲୁହରୁ ଝରୁଥିଲା ସ୍ବର୍ଣ୍ଣ ପଦକ’

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ। ସେ ରବିବାର ଖେଳାଳିମାନଙ୍କୁ ଭେଟିଥିଲେ ଏବଂ ଇନଷ୍ଟାଗ୍ରାମରେ ଆଲୋଚନାର ଏକ ଭିଡିଓ ଶେୟାର କରିଥିଲେ। ସେ ଖେଳାଳିମାନଙ୍କୁ…

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri