କାଠଗଡ଼ାରେ ଟେକ୍ନୋ ଟାଇକୁନ

ଓ୍ବାଶିଂଟନ,୩୧ା୭( :ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ ଜେରା କରାଯାଇଛି। ଟେକ୍ନୋଲୋଜି ଦୁନିଆର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଆଗକୁ ବଢ଼ିବାରେ ରୋକିବା ମାମଲାରେ କଂଗ୍ରେସରେ ବୁଧବାରଠାରୁ ଶୁଣାଣି ଚାଲିଛି। ଫଳରେ ଫେସ୍‌ବୁକ୍‌, ଆପଲ ଓ ଗୁଗଲ ଭଳି କମ୍ପାନୀଗୁଡ଼ିକୁ ନିଜ ଫର୍ମକୁ ନେଇ ସଂସଦର ଆଣ୍ଟାଇଟ୍ରଷ୍ଟ ସବ୍‌ କମିଟି ଆଗରେ ସଫେଇ ଦେବାକୁ ପଡ଼ିଛି। ଶୁଣାଣି ବେଳେ ଏହି ୪ କମ୍ପାନୀର ସିଇଓ ନିଜ ଉପରେ ଲାଗିଥିବା ବଳର ଅପବ୍ୟବହାର ସମ୍ପର୍କିତ ଅଭିଯୋଗ ବିରୋଧରେ ସଫେଇ ଦେଇଛନ୍ତି। ରିପବ୍ଲିକାନ୍‌ ଓ ଡେମୋକ୍ରାଟ୍ସ ସାଂସଦମାନେ ଦିଗ୍‌ଗଜ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ନିଜ ଶକ୍ତିର ଅପବ୍ୟବହାର କରି ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଦବାଉଛନ୍ତି। ଏହାସହ ଡାଟା ଏକତ୍ରିତ କରି ବହୁ ଲାଭ କମାଇଛନ୍ତି ବୋଲି ଏମାନଙ୍କ ବିରୋଧରେ ଅଭିଯୋଗ ରହିଛି।
ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଟେକ୍ନୋ ଜ୍ୟାଣ୍ଟମାନେ ଆଣ୍ଟାଇଟ୍ରଷ୍ଟ ସବ୍‌କମିଟି ଆଗରେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହୋଇଛନ୍ତି। ସେମାନଙ୍କୁ ପ୍ରାୟ ୬ ଘଣ୍ଟା ଧରି ଜେରା କରାଯାଇଛି। ସବ୍‌କମିଟି ଏହି ସମୟରେ ଅନେକ ଦସ୍ତାବିଜ ଉପସ୍ଥାପନ କରିଥିଲା। ସେମାନଙ୍କ ପାଖରେ ଅନେକ ଘଣ୍ଟାର ଇଣ୍ଟରଭିଉ ଓ ସିଲିକନ୍‌ ଭ୍ୟାଲିର ଦିଗ୍‌ଗଜମାନଙ୍କ କେତେକ ପ୍ରାଇଭେଟ ମେସେଜ ମଧ୍ୟ ରହିଛି। ଏହି ସମସ୍ତ ତଥ୍ୟ ପ୍ରମାଣରୁ ଏହା ଜଣାପଡ଼ୁଛି ଯେ ଟେକ୍‌ ସେକ୍ଟରରେ କେତେଜଣ ଲୋକ ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି। ସେମାନଙ୍କ ପ୍ରଭାବ ଏତେ ବଢ଼ିଯାଇଛି ଯେ ଗ୍ରାହକ ଓ ଏପରି କି ଗଣତନ୍ତ୍ରକୁ ମଧ୍ୟ ସେମାନେ ଭୟଭୀତ କରାଉଛନ୍ତି। ଆଣ୍ଟାଇଟ୍ରଷ୍ଟ ପ୍ୟାନେଲ ଅଧ୍ୟକ୍ଷ ସିସିଲିନ୍‌ ଗତବର୍ଷ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲ ଉପରେ କଂଗ୍ରେସର ତଦନ୍ତ ଆରମ୍ଭ କରିଥିଲେ। ଏହି କମ୍ପାନୀଗୁଡ଼ିକ ହାସଲ କରିଥିବା ଶକ୍ତି ଆଣ୍ଟାଇ କମ୍ପିଟିଟିଭ୍‌ ଉପାୟରେ ହୋଇଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।
ଶୁଣାଣି ବେଳେ ଆମାଜନ ସିଇଓ ଜେଫ୍‌ ବେଜୋସ୍‌, ଆପଲର ଟିମ୍‌ କୁକ୍‌, ଫେସ୍‌ବୁକ୍‌ ମୁଖ୍ୟ ମାର୍କ ଜୁକରବର୍ଗ ଓ ଗୁଗଲ ସିଇଓ ସୁନ୍ଦର ପିଚାଇ ଉପସ୍ଥିତ ଥିଲେ। ଜେଫ୍‌ ବେଜୋସ୍‌ ବିଶ୍ୱକୁ ବଡ଼ କମ୍ପାନୀର ଆବଶ୍ୟକତା ଥିବା କହିଥିବାବେଳେ ଜୁକରବର୍ଗ ଓ ସୁନ୍ଦର ପିଚାଇ କୌଣସି ପ୍ରକାର ଭୁଲ୍‌ କାର୍ଯ୍ୟ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କମ୍ପାନୀଗୁଡ଼ିକ ଇନୋଭେଶନ (ନବ ଅନ୍ବେଷଣ) ପାଇଁ ପରିବେଶ ସୃଷ୍ଟି କରିଥିବା ଯୁକ୍ତି ବାଢ଼ିଛନ୍ତି। ଏହାସହ ଆମେରିକା ନିୟମ କାନୁନ ଅନୁସାରେ ସମସ୍ତ କାର୍ଯ୍ୟ ହୋଇଥିବା କହିଛନ୍ତି। ଶୁଣାଣି ସମୟରେ ସମସ୍ତ କମ୍ପାନୀ ଉପରେ ଅନେକ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା। ଜଣେ ଡେମୋକ୍ରାଟ ପ୍ରତିନିଧି ମାର୍କ ଜୁକରବର୍ଗଙ୍କୁ ୨୦୧୨ର ଏକ ମେସେଜ୍‌ ଦେଖାଇଥିଲେ, ଯେଉଁଥିରେ ସେ ଇନ୍‌ଷ୍ଟାଗ୍ରାମକୁ ଅଧିଗ୍ରହଣ କରିବା ପାଇଁ ଦାବି କରିଥିଲେ। ସେହି ସମୟରେ ଇନ୍‌ଷ୍ଟାଗ୍ରାମ ଏକ ପ୍ରତିଦ୍ୱନ୍ଦ୍ୱୀ ଫଟୋ ଶେୟାରିଂ ଆପ୍‌ ଥିଲା। ଇନ୍‌ଷ୍ଟ୍ରାଗ୍ରାମ୍‌ ତାର କ୍ଷତି କରିବ ବୋଲି ଫେସ୍‌ବୁକ୍‌ର ଭୟ ଥିଲା । ସେତେବେଳେ ଆଉ ଏକ ପ୍ରତିଦ୍ୱନ୍ଦ୍ୱୀ ଫେସ୍‌ବୁକ୍‌ର ଅଧିଗ୍ରହଣ ନୀତି ଉପରେ ପ୍ରଶ୍ନ ଉଠାଇ ଏହାକୁ ଭୂମି ଅଧିଗ୍ରହଣ ଭାବେ ଅଭିହିତ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀ ଫେସ୍‌ବୁକ୍‌କୁ କହିଥିଲେ, ଆପଣ କୌଣସି ସମ୍ଭାବ୍ୟ ପ୍ରତିଯୋଗିତାର ବିପଦକୁ ଟାଳିବା ପାଇଁ ଇନ୍‌ଷ୍ଟାଗ୍ରାମକୁ କିଣିଲେ। ମିଶ୍ରଣ ଓ ଅଧିଗ୍ରହଣ ଅନୁସାରେ ସମ୍ଭାବ୍ୟ ପ୍ରତିଯୋଗିତା ବିପଦକୁ କିଣିବା ଆଣ୍ଟାଇଟ୍ରଷ୍ଟ ନିୟମର ଉଲ୍ଲଂଘନ। ସେହିପରି ଆପଲ ବିରୋଧରେ ଅଭିଯୋଗ ଅଣାଯାଇଛି ଯେ, ଏହି କମ୍ପାନୀ ନିଜ ଆପ୍‌ ଷ୍ଟୋର ଉପରେ ଅନ୍ୟ ଆପ୍‌ଗୁଡ଼ିକ ସ୍ଥାନରେ ନିଜର ଆପ୍‌କୁ ବେଶି ପ୍ରୋତ୍ସାହନ ଦେଇଥାଏ, ଯାହାକି ପ୍ରତିଯୋଗିତାର ବିରୁଦ୍ଧାଚରଣ। ଏପରି ସମୟରେ ଏହି କମ୍ପାନୀଗୁଡ଼ିକୁ ବିଭାଜିତ କରିଦିଆଯାଉ ବୋଲି କେତେଜଣ ସମାଲୋଚକ ଚାହୁଁଛନ୍ତି। ଟେକ୍‌ ଏକ୍ସପର୍ଟ ଡେନ୍‌ ଆଇସ୍‌ଙ୍କ ମତରେ ଓ୍ବାଶିଂଟନରେ ଝଡ଼ର ବାଦଲ ଘୋଟିଛି। କିନ୍ତୁ କଂଗ୍ରେସ ବଡ଼ ଟେକ୍‌ କମ୍ପାନୀଗୁଡ଼ିକୁ ବଦଳିବା ପାଇଁ ବାଧ୍ୟ କରିବା ଭଳି କୌଣସି ନୂଆ ଆଇନ ଆଣିବା ସମ୍ଭାବନା କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ରାହୁଙ୍କ ଘରେ ଶୁକ୍ରଙ୍କ ପ୍ରବେଶ: ଆଜିଠୁ ଆରମ୍ଭ ହେଲା ୩ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ଧନ, ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖ-ସୁବିଧାର କାରକ ଗ୍ରହ ଭାବେ ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଶୁକ୍ରଙ୍କ ଶୁଭ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?