Home Left

କଟକରେ ବିକ୍ରି ହେବନି ମଦ: ସମସ୍ତ ଦୋକାନ ସିଲ୍‌ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

କଟକ ଅଫିସ,୮।୫- କଟକ ଜିଲାରେ ମଦ ବିକ୍ରି ହେବନାହିଁ। ଜିଲାର ସମସ୍ତ ମଦ ଦୋକାନକୁ ସିଲ୍‌ କରିବା ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟନୀ। କଟକ ଜିଲା ଗ୍ରୀନ ଜୋନରେ ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ…

ଟ୍ରେନ୍‌ ବଗିରେ କରୋନା ହସ୍ପିଟାଲ: ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଷ୍ଟେଶନରେ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟର ୨ଟି ରେଳ ଷ୍ଟେଶନରେ କୋଭିଡ କେୟାର ସେଣ୍ଟର ହେବ। ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଷ୍ଟେଶନରେ ଟ୍ରେନ୍‌ ବଗିରେ କୋଭିଡ କେୟାର ସେଣ୍ଟର ନିର୍ମାଣ କରାଯିବ। ଉକ୍ତ କୋଭିଡ କେୟାର ସେଣ୍ଟରରେ ରେଲଓ୍ବେର ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ…

ଭୁବନେଶ୍ୱର ୨୨୭ନଂ ଆକ୍ରାନ୍ତ ନିଶ୍ଚିନ୍ତକୋଇଲି କଟିକଟା ପଞ୍ଚାୟତର: ଦେହ ଖରାପ ହେବା ପରେ ଏକ ମାସ ଧରି ରହିଥିଲେ ଘରେ, ବୁଲିଛନ୍ତି ହାଟ ବଜାର

ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର କରୋନା ଆକ୍ରାନ୍ତ ହେଉଛନ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ମିରା ସାହିର। ଏହି ୩୪ ବର୍ଷୀୟ ଯୁବକ ଭୁବନେଶ୍ୱରରେ ରହି ଏକ ହୋଟେଲରେ ରହି କାମ କରନ୍ତି। ତେବେ ମାସକ ତଳେ ହଠାତ୍‌…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୬୩ରେ ପହଞ୍ଚିଲା

ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ରାଉରକେଲାର ବୋଲି ଜଣାପଡ଼ିଛି। ତେବେ ଏହାକୁ ମିଶାଇ ରାଜ୍ୟରେ ୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଯାନ୍ତ୍ରିକ ତ୍ରୁଟି ଯୋଗୁ ଯୁଦ୍ଧ ବିମାନ ମିଗ୍‌-୨୯ ଦୁର୍ଘଟଣାଗ୍ରସ୍ତ

ଚଣ୍ଡିଗଡ଼,୮।୫: ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ପଞ୍ଜାବରେ ଦୁର୍ଘଟଣାଗ୍ରସ୍ଥ ହୋଇଛି। ପଞ୍ଜାବ ନଓ୍ବାନଶହର ଜିଲାର ଚହାଡ଼ପୁରରେ ଶୁକ୍ରବାର ଯୁଦ୍ଧ ବିମାନ ମିଗ୍‌-୨୯ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ପାଇଲଟ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ…

ଗତ୨୪ ଘଣ୍ଟାରେ ୩୩୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦେଶରେ ୫୬୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ତୀବ୍ରଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୩୯୦ ନୂଆ କରୋନା ଆକ୍ରାନ୍ତ…

ପିଓକେ ଅଞ୍ଚଳର ପାଣିପାଗ ପୂର୍ବାନୁମାନ କଲା ଆଇଏମ୍‌ଡି

ନୂଆଦିଲ୍ଲୀ,୮ା୫ (ପି.ଟି.): ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆଞ୍ଚଳିକ କେନ୍ଦ୍ର ପୂର୍ବ ଫର୍ମାଟରୁ ବାହାରିଯାଇ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅଧୀନରେ ଥିବା ଅଞ୍ଚଳର ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରିଛି। ଏହି ଅଞ୍ଚଳ ମଧ୍ୟରେ ରହିଛି ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଏବଂ ମୁଜାଫରାବାଦ। ଜମ୍ମୁ-କଶ୍ମୀରସ୍ଥିତ…

ଫେରିଲେଣି ୧.୭ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୮ା୫(ପି.ଟି.): ଚଳିତ ମାସ ୧ ତାରିଖରୁ ଭାରତୀୟ ରେଲଓ୍ବେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରାଇନେବା ଲାଗି ୧୭୧ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଇଲାଣି। ଉକ୍ତ ଟ୍ରେନ୍‌ରେ ୧ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ…

ୟୁଏଇରୁ ଫେରିଲେ ୩୫୪

ଦୁବାଇ,୮ା୫: କରୋନା ସଂକ୍ରମଣ ରୋକିବା ଲାଗି ବିମାନ ଚଳାଚଳ ବନ୍ଦ ଥିବାରୁ ବିଦେଶରେ ଲକ୍ଷାଧିକ ଭାରତୀୟ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ‘ବନ୍ଦେ ଭାରତ ମିଶନ’ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ଗୁରୁବାର ପ୍ରଥମ ଦଫାରେ…

ଏସ୍‌ସିଏସ୍‌ରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ,୮ା୫: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ଏପ୍ରିଲ ମାସ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏହି ବିଶାଳ ଜଳରାଶି ଉପରେ ଚାଇନା ନିଜ ଏକଚାଟିଆ ଆଧିପତ୍ୟ ଜାହିର କରୁଥିବାବେଳେ ସାର୍ବଭୌମତ୍ୱ ପ୍ରସଙ୍ଗକୁ ନେଇ ଛନ୍ଦି ହୋଇଯାଇଥିବା ଛୋଟ ଛୋଟ ଦେଶଗୁଡ଼ିକ ଏହା ସହ ମୁହଁ।ମୁହିଁ…

ଫ୍ରାନ୍ସ, ଜର୍ମାନୀକୁ ଟପିଲା ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୮ା୫: ମହାମାରୀ କରୋନା ଭୂତାଣୁ ବିଶ୍ୱରେ କଳାବାଦଲ ଢ଼ାଙ୍କିଦେଇଛି। ଏହି ପ୍ରାଣଘାତୀ ରୋଗରୁ ମୁକୁଳିବା ଲାଗି ସଂଗ୍ରାମ ଜାରି ରହିଥିଲେ ହେଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୮.୫୬ ଲକ୍ଷରେ ପହଞ୍ଚିଲାଣି। ବିଶ୍ୱରେ ଗୁରୁବାର ସୁଦ୍ଧା ମୋଟ ୨.୬୬ ଲକ୍ଷ ଲୋକଙ୍କ…

ମୃତ ଶ୍ରମିକଙ୍କ ପରିବାରଙ୍କ ପାଇଁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା: ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କଲେ ମୋଦି

ଭୋପାଳ,୮।୫: ମହାରାଷ୍ଟ୍ର ଔରଙ୍ଗାବାଦରେ ଶୁକ୍ରବାର ସକାଳେ ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ୍‌ଗାଡ଼ି ଚଢ଼ିଯିବାରୁ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାର ତଦନ୍ତ ପାଇଁ ରେଳମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri