କାହାଣୀ ହୋଇ ରହିଯିବ

ସେଦିନ ଥିଲା ୧୯୨୯ ମସିହା ଏପ୍ରିଲ୍‌ ୮ ତାରିଖ। ଦେଶବ୍ୟାପୀ ସତ୍ୟାଗ୍ରହ ସତ୍ତ୍ୱେ ଦିଲ୍ଲୀର ସେଣ୍ଟ୍ରାଲ୍‌ ଲେଜିସ୍‌ଲେଟିଭ୍‌ ଆସେମ୍ବ୍ଲିରେ ପବ୍ଲିକ୍‌ ସେଫ୍ଟି ବିଲ୍‌ ଓ ଟ୍ରେଡ୍‌ ଡିସ୍‌ପ୍ୟୁଟ ବିଲ୍‌କୁ ଆଇନରେ ପରିଣତ କରିବାକୁ ଚାଲିଥାଏ ଯୋଜନା। ହଠାତ୍‌ କରି ଦର୍ଶକ ଗ୍ୟାଲେରିରୁ ଦୁଇଟି ବୋମା ଚଟାଣରେ ପଡ଼ି ବିସ୍ଫୋରଣ ହେଲା। ଆସେମ୍ବ୍ଲି ହଲ୍‌ଟି ଧୂଆଁମୟ ହୋଇଗଲା। ତଳେ ବିଛାଡ଼ି ହୋଇ ପଡ଼ିଲା କିଛି ଲିଫ୍‌ଲେଟ୍‌। ଦର୍ଶକ ଗ୍ୟାଲେରିରୁ ଶୁଭୁଥିଲା- ‘ଇନ୍‌କିଲାବ-ଜିନ୍ଦାବାଦ, ସାମ୍ରାଜ୍ୟବାଦ- ମୁର୍ଦ୍ଦାବାଦ’। ପ୍ରାଣବିକଳେ ଯିଏ ଯୁଆଡ଼େ ଧାଇଁ ପଳାଉଥିଲା ବେଳେ ଗ୍ୟାଲେରିରେ ନିର୍ବିକାର ଭାବେ ଛିଡ଼ା ହୋଇ ରହିଥିଲେ ଦୁଇ ଜଣ ଉଦ୍ଦାମ ଯୁବକ- ଭଗତ୍‌ ସିଂ ଓ ବଟୁକେଶ୍ୱର ଦତ୍ତ। ପୋଲିସ ସେମାନଙ୍କୁ ଗିରଫ କଲା। ରାଜଦ୍ରୋହ ଅପରାଧରେ ଭଗତ୍‌ ସିଂଙ୍କୁ ଫାଶୀ ଦିଆ ଯାଇଥିଲା ଏବଂ ବଟୁକେଶ୍ୱର ଆଜୀବନ ଜେଲଦଣ୍ଡ ଭୋଗିଥିଲେ।
ଜୟକୃଷ୍ଣ ରାଜଗୁରୁ ମହାପାତ୍ର ଥିଲେ ଖୋର୍ଦ୍ଧା ରାଜାଙ୍କର ରାଜପୁରୋହିତ। ସେ ଜୟୀ ରାଜଗୁରୁ ନାମରେ ଖ୍ୟାତ। ବ୍ରିଟିଶ ସହିତ ଲଢ଼େଇ କରି ସେ ଗିରଫ ହୋଇଥିଲେ। ମେଦିନାପୁର ଜେଲ୍‌ ହତା ବାହାରେ ଥିବା ଏକ ବରଗଛର ଦୁଇଟି ଡାଳକୁ ଓହରାଇ ଆଣି ରାଜଗୁରୁଙ୍କ ଦୁଇ ଗୋଡ଼କୁ ବାନ୍ଧି ଡାଳ ଦୁଇଟିକୁ ଛାଡ଼ି ଦିଆଯାଇଥିଲା। ଫଳରେ ରାଜଗୁରୁଙ୍କ ଶରୀର ଦୁଇ ଫାଡ଼ ହୋଇଯାଇଥିଲା। କେତେ ମର୍ମନ୍ତୁଦ! ଏ ଥିଲା ବ୍ରିଟିଶର ଭାରତୀୟ ସଂଗ୍ରାମୀମାନଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାରର ଏକ ଦୃଷ୍ଟାନ୍ତ ମାତ୍ର। ସେହି ଜୟୀ ରାଜଗୁରୁ ଥିଲେ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପ୍ରଥମ ଶହୀଦ।
ବିଚାରପତି ପ୍ରଶ୍ନ କଲେ- ତୁମ ନାମ କ’ଣ? ଉତ୍ତର ମିଳିଲା- ଆଜାଦ୍‌। ତୁମ ପିତାଙ୍କ ନାମ?- ସ୍ବତନ୍ତ୍ରତା। ତୁମ ଘର?- ଜେଲ୍‌ଖାନା। ଜଣେ ୧୫ ବର୍ଷ ବାଳକର ଏପରି ରୋକ୍‌ଠୋକ୍‌ ଜବାବ ବିଚାରପତିଙ୍କୁ ହତବାକ କରିଦେଇଥିଲା। ସେହି ଦିନଠାରୁ ଚନ୍ଦ୍ରଶେଖର ତିୱାରୀ ହୋଇଯାଇଥିଲେ ଚନ୍ଦ୍ରଶେଖର ଆଜାଦ୍‌। ଆଲ୍ଲାହାବାଦର ଆଜାଦ ପାର୍କରେ ତାଙ୍କୁ ଗିରଫ କରିବାକୁ ପୋଲିସ୍‌ ଚାରିପଟୁ ଯେତେବେଳେ ଘେରିଗଲେ ସେତେବେଳେ ସେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ନିଜେ ଶହୀଦ୍‌ ହୋଇଗଲେ। ଅପୂର୍ବ ଦାମ୍ଭିକତା! ବିପ୍ଳବୀ ଖୁଦିରାମ ବୋଷ। ସେ ଭାରତର ସର୍ବକନିଷ୍ଠ ଶହୀଦ୍‌। ମୁଜାଫରପୁର ଷଡ଼ଯନ୍ତ୍ର ମାମଲାରେ ତାଙ୍କୁ ମାତ୍ର ୧୮ ବର୍ଷ ବୟସରେ ଫାଶୀ ଦିଆଯାଇଥିଲା।
ଆମ ରାଜ୍ୟର ବାଜି ରାଉତଠାରୁ ଆରମ୍ଭ କରି ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ବାଘାଯତୀନ୍‌, ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା, ରଘୁ ଦିବାକରଙ୍କ ଅକ୍ଷୟ କୀର୍ତ୍ତି ସର୍ବଜନବିଦିତ। ଝାନ୍ସିରାଣୀ ଲକ୍ଷ୍ମୀବାଈ, ଚନ୍ଦନ ହଜୁରୀ, ସୁଖଦେବ, ଶିବରାମ ରାଜଗୁରୁ, ମଙ୍ଗଳ ପାଣ୍ଡେ, ଲାଲ-ବାଲ-ପାଲଙ୍କ ବଳିଦାନ ସମେତ ସୁଭାଷ ବୋଷ, ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହେରୁ ଏବଂ ସର୍ବାଗ୍ରେ ମହାମତ୍ା ଗାନ୍ଧୀଙ୍କ ଆମେତ୍ାତ୍ସର୍ଗ ସହ ଆମେମାନେ ଅଳ୍ପବହୁତେ ଅବଗତ। ଆମେମାନେ ସ୍ବାଧୀନୋତ୍ତର ପିଢ଼ି ଭାବରେ ଦେଶର ମହାନ୍‌ ସ୍ବାଧୀନତା ସଂଗ୍ରାମ ସମ୍ପର୍କରେ କିଛି କିଛି ଜାଣୁ। ମାତ୍ର ଆମ ପରବର୍ତ୍ତୀ ପିଢ଼ି ଏ ସବୁଥିରୁ ବଞ୍ଚତ୍ତ। କାରଣ କେତୋଟି ଜାତୀୟ ଦିବସ ଭିନ୍ନ ଅନ୍ୟ କୌଣସି ଦିନରେ ଆମେ ସେମାନଙ୍କ କାନରେ ଏକଥା ପକାନ୍ତି ନାହିଁ।
ଛାତ୍ରଜୀବନରୁ ପାଠପଢ଼ା, ଘରଦ୍ୱାର ଛାଡ଼ି ସ୍ବାଧୀନତା ଆନ୍ଦୋଳନରେ ଲକ୍ଷ ଲକ୍ଷ ସଂଖ୍ୟାରେ ଝାସ ଦେଇଥିବା ବ୍ୟକ୍ତିତ୍ୱଙ୍କ ଉଦାହରଣ ଆମ ଇତିହାସରେ ଅଭାବ ନାହିଁ। କିନ୍ତୁ ଅଭାବ ଅଛି ସେହିମାନଙ୍କ ଆଦର୍ଶ, ଯାହା ନୂତନ ପିଢ଼ିଙ୍କୁ ଭବିଷ୍ୟତ ଭାରତ ପାଇଁ ଯୋଗ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?