କାରାଦଣ୍ଡ ୨୨ବର୍ଷ ୬ମାସ

ସେ ଥିଲେ ସ୍ବାଧୀନତା ସଂଗ୍ରାମୀ। ତାଙ୍କୁ ଧରାଇଦେଲେ ୫ଶହ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା ତତ୍କାଳୀନ ଇଂରେଜ ସରକାର। ରେଳଧାରଣା କାଟିବା, ପୋଷ୍ଟ ଅଫିସ ପୋଡ଼ିବା ଓ ପୋଲିସ ପୋଷାକକୁ ପୋଡ଼ି ସେତେବେଳେ ସେ ଦୁର୍ଦ୍ଧର୍ଷ ସଂଗ୍ରାମୀ ପରିଚୟ ପାଇଥିଲେ। ତେବେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଇଂରେଜ ସରକାର ୨୨ ବର୍ଷ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେ ହେଲେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ତିଗିରିଆ ଗ୍ରାମର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ କୃଷ୍ଣମୋହନ ରାଉତରାୟ।
୧୮୯୯ ଜୁନ୍‌ ୨୮ରେ ଜନ୍ମିତ କୃଷ୍ଣମୋହନଙ୍କ ପିତା ଆନନ୍ଦ ଚନ୍ଦ୍ର ରାଉତରାୟ ତକତ୍ାଳୀନ ରାଜକନିକା ରାଜାଙ୍କର ଗୁମାସ୍ତା ଭାବରେ କାର୍ଯ୍ୟ କରୁଥିଲେ। ରାଜକନିକା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କ ସଂଗ୍ରାମୀ ଜୀବନ ଆରମ୍ଭ ହୋଇଥିଲା। ପ୍ରଜା ଆନ୍ଦୋଳନରେ କୃଷ୍ଣ ମୋହନଙ୍କ ସାମିଲ ହେବା ଖବର ତକତ୍ାଳୀନ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ନିକଟରେ ପହଞ୍ଚିଲା। ସେଠାରୁ ପୁଅକୁ ହଟାଇନେବାକୁ ବାପା ଆନନ୍ଦ ଚନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଭଦ୍ରକ ହାଇସ୍କୁଲରେ ତାଙ୍କର ପାଠପଢ଼ା ଚାଲିଲା। ସେଠାରେ ବି ଇଂରେଜ ସରକାର ବିରୋଧରେ ଛାତ୍ର ଆନ୍ଦୋଳନ ଆରମ୍ଭ କଲେ କୃଷ୍ଣମୋହନ। ଏହି ଖବର ଇଂରେଜ ସରକାରଙ୍କ ନିକଟରେ ପହଞ୍ଚିଲା, ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଗଲା। ସେଠାରୁ ଗାଁକୁ ଫେରିଆସି କେତେଜଣ ଯୁବକଙ୍କୁ ସାଥିରେ ଧରି ଆନ୍ଦୋଳନ କରିବାରୁ ତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତିକରିଦେଲେ ଇଂରେଜ ସରକାର। ବର୍ଷଟିଏ ପରେ ଜେଲରୁ ଫେରି ବିଭିନ୍ନ ସ୍ଥାନରେ ଯୁବଗୋଷ୍ଠୀଙ୍କୁ ଏକତ୍ରିତ କରି ଆନ୍ଦୋଳନ ଆରମ୍ଭ କରିଥିଲେ। ସେ ପଣ୍ଡିତ ଉକତ୍ଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ପ୍ରମୁଖ ବିଶିଷ୍ଟ ନେତାଙ୍କ ଗହଣରେ ସାମିଲ ହୋଇ ନିଷ୍ଠାର ସହ ଜନସେବାରେ ଆଗେଇଯାଇଥିଲେ। ୧୯୩୦ରେ ବଡ଼ଚଣା ବ୍ଲକର ଖଡ଼ଗପୁରଠାରେ ସ୍ବରାଜ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଏହା ପରେ ନିଜସ୍ବ ଉଦ୍ୟମରେ ଏକ ବାନରସେନା ଗଠନ କରି ସାରା ଜିଲାରେ ସତ୍ୟାଗ୍ରହ ସହ ବିଦେଶୀ ବସ୍ତ୍ରବର୍ଜନ ଓ ଆନ୍ଦୋଳନ ପାଇଁ ତାଲିମ ପ୍ରଦାନ କରିଥିଲେ। ୧୯୩୧ରେ ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀଙ୍କ ସହ ମିଶି ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଇଂରେଜ ସରକାର ତାଙ୍କୁ ଧରାଇଦେବା ଲାଗି ସେତେବେଳେ ୫ ଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଏହା ପରେ ସେ ଲୁଚି ଲୁଚି ଓଡ଼ିଶା ସାରା ବୁଲି ଆନ୍ଦୋଳନକୁ ଜୋରଦାର କରିଥିଲେ। ଏଥିସହ ସେ ଓଡ଼ିଶାରୁ କଂଗ୍ରେସର ପ୍ରତିନିଧିତ୍ୱ କରି ୧୯୪୦ରେ କଂଗ୍ରେସ ଜୋନାଲ କମିଟିର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବମ୍ବେର ନାସିକ ଠାରେ ଅନୁଷ୍ଠିତ କଂଗ୍ରେସର ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ତେବେ ୧୯୪୨ରେ ସେ ଗିରଫ ହେବା ପରେ ଇଂରେଜ ସରକାର ତାଙ୍କୁ ୨୨ ବର୍ଷ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଯାହାକି ସେ ସମୟର ଥିଲା ଏକ ବିରଳ ଘଟଣା। ଜଣେ ମହାନ୍‌ ସଂଗ୍ରାମୀ ଭାବେ ଡାକଘର ପୋଡ଼ି, ରେଳଧାରଣା କାଟିବା, ଇଂରେଜ ବ୍ୟକ୍ତିମାନଙ୍କୁ ମାରିବା, ବିଦେଶୀ ବସ୍ତ୍ର ପୋଡ଼ିବା ଆଦି ବହୁ ସଙ୍ଗିନ ଦଫା ତାଙ୍କ ବିରୋଧରେ ଲାଗିଥିଲା। ୧୯୪୬ ଏପ୍ରିଲ ୨୩ରେ ସେ କାରାମୁକ୍ତ ହୋଇଥିଲେ। ତେବେ ୧୯୫୧ ଫେବୃୟାରୀ ୯ରେ ଏହି ସଂଗ୍ରାମୀଙ୍କର ଅକାଳ ବିୟୋଗ ହୋଇଥିଲା। ଛାତ୍ର ଜୀବନରୁ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା କ୍ରାନ୍ତିକାରୀ କୃଷ୍ଣମୋହନଙ୍କୁ କେବଳ ଗୋଟିଏ ପ୍ରତିମୂର୍ତ୍ତିରେ ସୀମିତ ରଖାଯାଇଛି। ତାଙ୍କର ଦୀର୍ଘ ୩୭ ବର୍ଷର ସଂଗ୍ରାମୀ ଜୀବନ ସମ୍ପର୍କରେ କୌଣସି ପ୍ରଚାର ପ୍ରସାର ଅଦ୍ୟାବଧି ହୋଇନାହିଁ। ଏ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ଜଣାଇବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀମାନେ ମତପୋଷଣ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri