ସଂଗ୍ରାମୀଙ୍କ ଗାଁ କୃଷ୍ଣନଗର

କୃଷ୍ଣନଗର, ସ୍ବାଧୀନତା ସଂଗ୍ରାମ ଇତିହାସରେ ଏହି ଗାଁର ରହିଛି ସ୍ବତନ୍ତ୍ର ସ୍ଥାନ। ଯାଜପୁର ଜିଲା ବରୀ ଅଞ୍ଚଳର ଏହି ଗାଁଟି ସଂଗ୍ରାମୀଙ୍କ ଗାଁ ଭାବେ ବିଦିତ। ୧୯୪୨ ଅଗଷ୍ଟ ୨୬ରେ କଳାମାଟିଆ ଠାରେ ହୋଇଥିବା ଗୁଳିକାଣ୍ଡରେ ଶହୀଦ ହୋଇଥିଲେ ୪ଜଣ ସଂଗ୍ରାମୀ। ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଘର ଏହି ଗାଁରେ। ପୁଣି ଏହି ଗାଁରୁ ଜନ୍ମ ନେଇଥିଲେ ୧୮ ଜଣ ସଂଗ୍ରାମୀ। ଭାରତ ଛାଡ଼ ଆନ୍ଦୋଳନ ସମୟରେ କଳାମାଟିଆ ଠାରେ ୪ ଜଣ ଶହୀଦ ହୋଇଥିଲେ। ଉକ୍ତ ଗ୍ରାମଟି ନଦୀ ଆରପଟର ନିକଟତର ହୋଇଥିବାରୁ ଏହି ସମୟରେ ଶହ ଶହ ସଂଖ୍ୟାରେ ଦେଶପ୍ରେମୀ ଘଟଣା ସ୍ଥଳରେ ପହଞ୍ଚତ୍ ବ୍ରିଟିଶ ଫୌଜକୁ ମୁକାବିଲା କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଦିନର ଅଙ୍ଗେନିଭା ଘଟଣା ସତେ ଯେମିତି ଏମାନଙ୍କୁ ଦେଶମାତୃକାର ସେବା ଲାଗି ସଂଗ୍ରାମ କରିବାକୁ ପ୍ରବର୍ତ୍ତାଇଥିଲା। ଏହି ଗାଁର ବେଣୁଧର ସାମଲ, ଅନାମ ଚନ୍ଦ୍ର ଦାଶ, ଧ୍ରୁବ ଚରଣ ରାୟ, ଇନ୍ଦ୍ରମଣି ତ୍ରିପାଠୀ, ବୀର କିଶୋର ରାୟ, ସୁରେନ୍ଦ୍ର ଶୁକ୍ଳ, ହଳଧର ଦାଶ, ରସାନନ୍ଦ ଶୁକ୍ଳ, ଜୟମଣି ସାମଲ, କପିଳ ଚରଣ ଶୁକ୍ଳ, ଭିକାରୀ ଚରଣ ମହାନ୍ତି, ଭାଗବତ ନାୟକ, ତ୍ରିଲୋଚନ ମହାନ୍ତି, ମୁରଲୀଧର ରାୟ, ହୃଷୀକେଶ ରାୟ ପ୍ରମୁଖ ସଂଗ୍ରାମୀ ଭାବେ ଦେଶ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ଗାଁ ଶେଷ ମୁଣ୍ଡ ଶୈବପୀଠ ଅଷ୍ଟଶମ୍ଭୁ ମନ୍ଦିର ନିକଟରେ ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଗାନ୍ଧୀ ମଣ୍ଡପ’ ନାମରେ ଏକ ଗୃହ ନିର୍ମିତ ହୋଇଛି। ଗୃହ ମଧ୍ୟରେ ସେହି ଗାଁର ଦୁଇଜଣ ଶହୀଦ ଓ ଅନ୍ୟ ସଂଗ୍ରାମୀଙ୍କର ନାମଫଳକ ମଧ୍ୟ ସ୍ଥାନ ପାଇଛି। ଏତଦ୍‌ବ୍ୟତୀତ ଗାନ୍ଧୀ ମଣ୍ଡପ ନିକଟରେ ହଳଧର ଦାଶ ମେମୋରିଆଲ ଟ୍ରଷ୍ଟ ନାମରେ ଏକ ଗୃହ ନିର୍ମିତ ହୋଇଛି। ପ୍ରତିବର୍ଷ ସ୍ବାଧୀନତା ଦିବସରେ ଏଥିରେ ପତାକା ଉତ୍ତୋଳନ ସହିତ ଗାଁର ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ପୂର୍ବଜଙ୍କ ଠାରୁ ଶୁଣିଥିବା ସଂଗ୍ରାମ ବେଳର କଥା ବଖାଣିଥାନ୍ତି। ଏହି ଗ୍ରାମର ଶେଷ ସଂଗ୍ରାମୀ ଭାବେ ହଲଧର ଦାଶ, ଭିକାରୀ ଚରଣ ମହାନ୍ତି ଓ ସୁରେନ୍ଦ୍ର ଶୁକ୍ଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ମାସ ଆସିଲେ କେବଳ କୃଷ୍ଣନଗର ନୁହେଁ ବରୀ ଅଞ୍ଚଳର ବୁଦ୍ଧିଜୀବୀ, ସଂଗ୍ରାମୀ ଦାୟାଦ ମନେପକାନ୍ତି ମାଟି ମା’ ପାଇଁ ଜୀବନ ଦେଇଥିବା ଓ ସଂଗ୍ରାମ କରି କାରାବରଣ କରିଥିବା ବୀର ପୁରୁଷଙ୍କ ଗାଥା। ଆଜି ଦେଶ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ସତେ ଯେପରି ସଂଗ୍ରାମୀ ପୁଅଙ୍କୁ ହରାଇ ଏହି ଗାଁ ଲାଗୁଛି ଖଁ। ଖଁ।।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri