ସଂଗ୍ରାମୀଙ୍କ ଗାଁ କୃଷ୍ଣନଗର

କୃଷ୍ଣନଗର, ସ୍ବାଧୀନତା ସଂଗ୍ରାମ ଇତିହାସରେ ଏହି ଗାଁର ରହିଛି ସ୍ବତନ୍ତ୍ର ସ୍ଥାନ। ଯାଜପୁର ଜିଲା ବରୀ ଅଞ୍ଚଳର ଏହି ଗାଁଟି ସଂଗ୍ରାମୀଙ୍କ ଗାଁ ଭାବେ ବିଦିତ। ୧୯୪୨ ଅଗଷ୍ଟ ୨୬ରେ କଳାମାଟିଆ ଠାରେ ହୋଇଥିବା ଗୁଳିକାଣ୍ଡରେ ଶହୀଦ ହୋଇଥିଲେ ୪ଜଣ ସଂଗ୍ରାମୀ। ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଘର ଏହି ଗାଁରେ। ପୁଣି ଏହି ଗାଁରୁ ଜନ୍ମ ନେଇଥିଲେ ୧୮ ଜଣ ସଂଗ୍ରାମୀ। ଭାରତ ଛାଡ଼ ଆନ୍ଦୋଳନ ସମୟରେ କଳାମାଟିଆ ଠାରେ ୪ ଜଣ ଶହୀଦ ହୋଇଥିଲେ। ଉକ୍ତ ଗ୍ରାମଟି ନଦୀ ଆରପଟର ନିକଟତର ହୋଇଥିବାରୁ ଏହି ସମୟରେ ଶହ ଶହ ସଂଖ୍ୟାରେ ଦେଶପ୍ରେମୀ ଘଟଣା ସ୍ଥଳରେ ପହଞ୍ଚତ୍ ବ୍ରିଟିଶ ଫୌଜକୁ ମୁକାବିଲା କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଦିନର ଅଙ୍ଗେନିଭା ଘଟଣା ସତେ ଯେମିତି ଏମାନଙ୍କୁ ଦେଶମାତୃକାର ସେବା ଲାଗି ସଂଗ୍ରାମ କରିବାକୁ ପ୍ରବର୍ତ୍ତାଇଥିଲା। ଏହି ଗାଁର ବେଣୁଧର ସାମଲ, ଅନାମ ଚନ୍ଦ୍ର ଦାଶ, ଧ୍ରୁବ ଚରଣ ରାୟ, ଇନ୍ଦ୍ରମଣି ତ୍ରିପାଠୀ, ବୀର କିଶୋର ରାୟ, ସୁରେନ୍ଦ୍ର ଶୁକ୍ଳ, ହଳଧର ଦାଶ, ରସାନନ୍ଦ ଶୁକ୍ଳ, ଜୟମଣି ସାମଲ, କପିଳ ଚରଣ ଶୁକ୍ଳ, ଭିକାରୀ ଚରଣ ମହାନ୍ତି, ଭାଗବତ ନାୟକ, ତ୍ରିଲୋଚନ ମହାନ୍ତି, ମୁରଲୀଧର ରାୟ, ହୃଷୀକେଶ ରାୟ ପ୍ରମୁଖ ସଂଗ୍ରାମୀ ଭାବେ ଦେଶ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ଗାଁ ଶେଷ ମୁଣ୍ଡ ଶୈବପୀଠ ଅଷ୍ଟଶମ୍ଭୁ ମନ୍ଦିର ନିକଟରେ ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଗାନ୍ଧୀ ମଣ୍ଡପ’ ନାମରେ ଏକ ଗୃହ ନିର୍ମିତ ହୋଇଛି। ଗୃହ ମଧ୍ୟରେ ସେହି ଗାଁର ଦୁଇଜଣ ଶହୀଦ ଓ ଅନ୍ୟ ସଂଗ୍ରାମୀଙ୍କର ନାମଫଳକ ମଧ୍ୟ ସ୍ଥାନ ପାଇଛି। ଏତଦ୍‌ବ୍ୟତୀତ ଗାନ୍ଧୀ ମଣ୍ଡପ ନିକଟରେ ହଳଧର ଦାଶ ମେମୋରିଆଲ ଟ୍ରଷ୍ଟ ନାମରେ ଏକ ଗୃହ ନିର୍ମିତ ହୋଇଛି। ପ୍ରତିବର୍ଷ ସ୍ବାଧୀନତା ଦିବସରେ ଏଥିରେ ପତାକା ଉତ୍ତୋଳନ ସହିତ ଗାଁର ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ପୂର୍ବଜଙ୍କ ଠାରୁ ଶୁଣିଥିବା ସଂଗ୍ରାମ ବେଳର କଥା ବଖାଣିଥାନ୍ତି। ଏହି ଗ୍ରାମର ଶେଷ ସଂଗ୍ରାମୀ ଭାବେ ହଲଧର ଦାଶ, ଭିକାରୀ ଚରଣ ମହାନ୍ତି ଓ ସୁରେନ୍ଦ୍ର ଶୁକ୍ଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଗଷ୍ଟ ମାସ ଆସିଲେ କେବଳ କୃଷ୍ଣନଗର ନୁହେଁ ବରୀ ଅଞ୍ଚଳର ବୁଦ୍ଧିଜୀବୀ, ସଂଗ୍ରାମୀ ଦାୟାଦ ମନେପକାନ୍ତି ମାଟି ମା’ ପାଇଁ ଜୀବନ ଦେଇଥିବା ଓ ସଂଗ୍ରାମ କରି କାରାବରଣ କରିଥିବା ବୀର ପୁରୁଷଙ୍କ ଗାଥା। ଆଜି ଦେଶ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ସତେ ଯେପରି ସଂଗ୍ରାମୀ ପୁଅଙ୍କୁ ହରାଇ ଏହି ଗାଁ ଲାଗୁଛି ଖଁ। ଖଁ।।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri